Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, ରୁଷିଆ ମଧ୍ୟରେ ମିଳିତ ଡାକ ଟିକେଟ ଜାରି କରିବା ପ୍ରସ୍ତାବ ସମ୍ପର୍କରେ ଅବଗତ ହେଲେ କ୍ୟାବିନେଟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତୀୟ ଡାକ ବିଭାଗ ଏବଂ ରୁଷିଆ ପୋଷ୍ଟ (ରୁଷ ସଂଘର ମିଳିତ ଭାଗୀଦାରୀ କମ୍ପାନୀ ‘ମାର୍କା’) ମଧ୍ୟରେ ମିଳିତ ଡାକ ଟିକେଟ ଜାରି କରିବା ଲାଗି ହୋଇଥିବା ବୁଝାମଣା ବିଷୟରେ ଅବଗତ ହୋଇଥିଲେ । ଏହାର ଉଦ୍ଦେଶ୍ୟ ଡାକ ଟିକେଟ ଜାରି କରିବା କ୍ଷେତ୍ରରେ ଆପୋସ ଲାଭ ନିମନ୍ତେ ପରିଚାଳନା ଉତ୍କୃଷ୍ଟତା ହାସଲ ଏବଂ ଡାକ ସେବାରେ ସହଯୋଗ ପ୍ରତିଷ୍ଠା କରିବା ।

ଭାରତ ଏବଂ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପାରସ୍ପରିକ ସ୍ୱାର୍ଥ ପ୍ରସଙ୍ଗରେ ବ୍ୟାପକ ବୁଝାମଣା ଦ୍ୱାରା ଅନୁପ୍ରାଣିତ । ଭାରତ ଏବଂ ରୁଷ ଦ୍ୱିପାକ୍ଷିକ ସମ୍ପର୍କର ପାଖାପାଖି ସମସ୍ତ କ୍ଷେତ୍ରରେ ବ୍ୟାପକ ସହଯୋଗର ଲାଭ ଉଠାଉଛନ୍ତି ।

**********