ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ବାବାସାହେବଙ୍କ ନୀତି ଏବଂ ଆଦର୍ଶ ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ ଗଠନ ପାଇଁ ଶକ୍ତି ଏବଂ ଗତି ପ୍ରଦାନ କରିବ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ସମସ୍ତ ଦେଶବାସୀଙ୍କ ପକ୍ଷରୁ ଭାରତ ରତ୍ନ ପୂଜ୍ୟ ବାବାସାହେବଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ତାଙ୍କର ପ୍ରେରଣା ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବାରେ ସମର୍ପିତ ଭାବରେ ଏକତ୍ରିତ ହୋଇଛି । ତାଙ୍କର ନୀତି ଏବଂ ଆଦର୍ଶ ଆତ୍ମନିର୍ଭର ତଥା ବିକଶିତ ଭାରତ ନିର୍ମାଣ କରିବା ପାଇଁ ଶକ୍ତି ଏବଂ ଗତି ପ୍ରଦାନ କରିବ ।”
SR
सभी देशवासियों की ओर से भारत रत्न पूज्य बाबासाहेब को उनकी जयंती पर कोटि-कोटि नमन। यह उन्हीं की प्रेरणा है कि देश आज सामाजिक न्याय के सपने को साकार करने में समर्पित भाव से जुटा हुआ है। उनके सिद्धांत एवं आदर्श आत्मनिर्भर और विकसित भारत के निर्माण को मजबूती और गति देने वाले हैं। pic.twitter.com/Qhshv4uK7M
— Narendra Modi (@narendramodi) April 14, 2025