ଏହି ଐତିହାସିକ ଅବସରରେ ଏଠାରେ ଉପସ୍ଥିତ ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀଗଣ, ଦେଶର ଉଦ୍ଦ୍ୟୋଗ ଜଗତର ପ୍ରତିନିଧିଗଣ, ଅନ୍ୟ ମହାନୁଭବଗଣ, ଭଦ୍ରମହିଳା ଏବଂ ସଜ୍ଜନମଣ୍ଡଳୀ,
ଏହି ସମ୍ମିଳନୀ ତ ବୈଶ୍ୱିକ ସମ୍ମିଳନୀ କିନ୍ତୁ ଏହାର ସ୍ୱର ସ୍ଥାନୀୟ । କେବଳ ସେତିକି ନୁହେଁ ସମାବେଶ ମଧ୍ୟ ସ୍ଥାନୀୟ । ଆଜି ଏକବିଂଶ ଶତାବ୍ଦୀରେ ବିକାଶ ପଥରେ ଆଗେଇ ଚାଲିଥିବା ଭାରତର ସାମର୍ଥ୍ୟ, ଏହି ସାମଥ୍ୟକୁ ଦେଖିବା ନିମନ୍ତେ, ଏହାର ପ୍ରଦର୍ଶନର ଆଜି ଏକ ବିଶେଷ ଦିବସ । ସ୍ୱାଧୀନତାର ଅମୃତ ମହୋତ୍ସବର ଏହି ଐତିହାସିକ କାଳଖଣ୍ଡରେ ଅକ୍ଟୋବର ଏକ ତାରିଖ ଦିନ, ଏହି ତାରିଖ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଦ୍ୱିତୀୟରେ ଏବେ ନବରାତ୍ରୀର ପର୍ବ ଏବେ ଦେଶରେ ପାଳନ କରାଯାଉଛି । ଶକ୍ତି ଉପାସନାର ଏହା ପର୍ବ ଏବଂ ଏକବିଂଶ ଶତାବ୍ଦୀର ଯେଉଁ ସବୁଠାରୁ ବଡ଼ ଶକ୍ତି ସେହି ଶକ୍ତିକୁ ନୂତନ ଶୀର୍ଷରେ ପହଞ୍ଚାଇବା ନିମନ୍ତେ ଆଜି ଏହି ଉପକ୍ରମ ଆରମ୍ଭ କରାଯାଇଛି । ଆଜି ଦେଶ ପକ୍ଷରୁ, ଦେଶର ଟେଲିକମ୍ ଶିଳ୍ପ କ୍ଷେତ୍ର ତରଫରୁ, ୧୩୦ କୋଟି ଭାରତବାସୀଙ୍କୁ ୫ଜି ପକ୍ଷରୁ ଏକ ଅମୂଲ୍ୟ ଉପହାର ମିଳିଛି । ୫ଜି, ଦେଶର ଦ୍ୱାର ଦେଶରେ ନୂତନ ଆଶା ଓ ସମ୍ଭାବନା ନେଇ ଆସିଛି । ୫ଜି, ଅବସରର ଅନନ୍ତ ଆକାଶ ଛୁଇଁବାର ଶୁଭାରମ୍ଭ । ମୁଁ ପ୍ରତ୍ୟେକ ଭାରତବାସୀଙ୍କୁ ଏଥିନିମନ୍ତେ ବହୁତ ମହୁତ ବଧେଇ ଜଣାଉଛି ।
ସାଥୀଗଣ,
ମୁଁ ଗୌରବରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତର ସହିତ, ମୁଁ ଅତି ଆନନ୍ଦର ସହିତ ୫ଜିର ଶୁଭାରମ୍ଭରେ ଗ୍ରାମୀଣ ବିଦ୍ୟାଳୟଗୁଡ଼ିକର ପିଲାମାନେ ଯେଉଁମାନେ ଆମ ସହିତ ଆଜି ସହଭାଗୀ ହୋଇଛନ୍ତି, ଦିନ ମଜୁରିଆ – ଗରିବ ଲୋକମାନେ ମଧ୍ୟ ସହଭାଗୀ ହୋଇଛନ୍ତି, ସେମାନଙ୍କ ପାଇଁ ମୁଁ ଗର୍ବିତ । ବର୍ତ୍ତମାନ ମୁଁ ଉତ୍ତର ପ୍ରଦେଶର ଗୋଟିଏ ଗ୍ରାମୀଣ ବିଦ୍ୟାଳୟର କନ୍ୟା ସହିତ ୫ଜି ହୋଲୋଗ୍ରାମ ଟେକ୍ନୋଲୋଜି ମାଧ୍ୟମରେ କଥାବାର୍ତ୍ତା ହେଉଛି । ଯେତେବେଳେ ୨୦୧୨ରେ ନିର୍ବାଚନରେ ହୋଲୋଗ୍ରାମ ନେଇ ନିର୍ବାଚନ ମୁଁ ପ୍ରଚାର କରୁଥିଲି ସେତେବେଳେ ବିଶ୍ୱ ପାଇଁ ଏକ ଅବୁଝା ସାମଗ୍ରୀ ଥିଲା । ଆଜି ତାହା ଘରେ ଘରେ ପହଞ୍ôଚ ପାରିଛି । ମୁଁ ଉପଲବ୍ôଧ କରୁଥିଲି ଯେ ନୂତନ ପ୍ରଯୁକ୍ତି ନୂତନ ପ୍ରଯୁକ୍ତି ସେମାନଙ୍କ ନିମନ୍ତେ କୌଣସି ପ୍ରକାର ପଢ଼ାପଢ଼ିର ମାଧ୍ୟମରେ ପରିବର୍ତ୍ତିତ ହେବାକୁ ଯାଉଛି । ଏହିଭଳି ଭାବେ, ଗୁଜରାଟ, ମହାରାଷ୍ଟ୍ର ଏବଂ ଓଡ଼ିଶାର ଗ୍ରାମାଞ୍ଚଳର ସୁଦୂର ସ୍କୁଲମାନଙ୍କରେ ୫ଜି ମାଧ୍ୟମରେ ଶିଶୁମାନେ ବଡ଼ ବଡ଼ ବିଶେଷଜ୍ଞମାନଙ୍କ ସହିତ କ୍ଲାସ୍ରେ ନୂଆ ନୂଆ କଥା ଶିକ୍ଷାଲାଭ କରିପାରୁଛନ୍ତି । ସେମାନଙ୍କ ସହିତ ନୂଆ ନୂଆ ଢଙ୍ଗର କ୍ଲାସର ଅଂଶବିଶେଷ ଭାବେ ସାମିଲ ହେବା, ଏହା ବାସ୍ତବିକ ରୋମାଞ୍ôଚତ କରିବା ଭଳି ଅନୁଭବ ।
ସାଥୀଗଣ,
୫ଜିକୁ ନେଇ ଭାରତର ପ୍ରୟାସର ଆଉ ଗୋଟିଏ ସନ୍ଦେଶ ମଧ୍ୟ ରହିଛି । ନୂତନ ଭାରତ, ପ୍ରଯୁକ୍ତିର କେବଳ ଉପଭୋକ୍ତା ହୋଇ ରହିବନାହିଁ ଅପରନ୍ତୁ ଭାରତ ଏହି ପ୍ରଯୁକ୍ତିର ବିକାଶରେ, ଏହାର ପ୍ରବର୍ତ୍ତନରେ ମଧ୍ୟ ବହୁତ ବଡ଼ ସକ୍ରିୟ ଭୂମିକା ଗ୍ରହଣ କରିବ । ଭବିଷ୍ୟତରେ ବେତାର ପ୍ରଯୁକ୍ତିର ଡିଜାଇନ୍ କରିବାରେ, ଏହା ସହିତ ସଂଶ୍ଳିଷ୍ଟ ଉତ୍ପାଦନରେ ମଧ୍ୟ ଭାରତର ବିରାଟ ଭୂମିକା ରହିବ । ୨ଜି, ୩ଜି, ୪ଜି ସମୟରେ ଭାରତ ପ୍ରଯୁକ୍ତି ନିମନ୍ତେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । କିନ୍ତୁ ୫ଜି ସହିତ ଭାରତ ନୂତନ ଇତିହାସ ରଚନା କରିଛି । ୫ଜି ସହିତ ଭାରତ ପ୍ରଥମ ଥର ପାଇଁ ଟେଲିକମ୍ ପ୍ରଯୁକ୍ତିରେ ବୈଶ୍ୱିକ ମାନ ନିର୍ଦ୍ଧାରଣ କରିଛି । ଭାରତ ଏହାର ନେତୃତ୍ୱ ନେଉଛି । ଆଜି ଇଣ୍ଟରନେଟ୍ର ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି କଥାକୁ ବୁଝିପାରୁଛନ୍ତି ଯେ ୫ଜି ଇଣ୍ଟରନେଟ୍ର ସଂପୂର୍ଣ୍ଣ ଆର୍କିଟେକ୍ଚରକୁ ବଦଳାଇ ରଖିଦେଇଛି । ଏଥିପାଇଁ ଭାରତର ଯୁବଗୋଷ୍ଠୀଙ୍କ ନିମନ୍ତେ ଆଜି ୫ଜି ବହୁତ ବଡ଼ ସୁଯୋଗ ନେଇ ଆସିଛି । ମୋତେ ଖୁସି ଲାଗୁଛି ଯେ ବିକଶିତ ଭାରତର ସଂକଳ୍ପକୁ ନେଇ ଆଗକୁ ବଢ଼ୁଥିବା ଆମର ଦେଶ, ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ସବୁ କ୍ଷେତ୍ରରେ ପାଦକୁ ପାଦ ମିଳାଇ ଆଗକୁ ଚାଲୁଛି । ଏହା ଭାରତର ବହୁତ ବଡ଼ ସଫଳତା, ଡିଜିଟାଲ ଇଣ୍ଡିଆ ଅଭିଯାନର ବହୁତ ବଡ଼ ସଫଳତା ।
ସାଥୀଗଣ,
ଆମେ ଯେତେବେଳେ ଡିଜିଟାଲ ଇଣ୍ଡିଆ କଥା ଆଲୋଚନା କରୁଛେ, ସେତେବେଳେ କିଛି ଲୋକ ବୁଝୁଛନ୍ତି ଯେ ଏମାନେ କେବଳ ସରକାରୀ ଯୋଜନା କଥା କହୁଛନ୍ତି । କିନ୍ତୁ ଡିଜିଟାଲ ଇଣ୍ଡିଆ କେବଳ ଏକ ନାମ ନୁହେଁ , ଏହା ଦେଶର ବିକାଶ ନିମନ୍ତେ ବହୁତ ବଡ଼ ପରିକଳ୍ପନା । ଏହି ପରିକଳ୍ପନାର ଲକ୍ଷ୍ୟ ହେଲା ଏହି ପ୍ରଯୁକ୍ତିକୁ ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା, ଯାହା ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିବ ଏବଂ ଲୋକମାନଙ୍କ ସହିତ ଜଡ଼ିତ ହୋଇ କାର୍ଯ୍ୟ କରିବ । ମୋର ମନେଅଛି ଯେତେବେଳେ ମୋବାଇଲ୍ ସେକ୍ଟର ସହିତ ଜଡ଼ିତ ଏହି ଭିଜନ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ମୁଁ କହିଥିଲି ଯେ ଆମର ଆପ୍ରୋଚ୍ ଛୋଟ ଛୋଟ ଖଣ୍ଡ ହିବାସରେ ହେବା ଅନୁଚିତ । ବରଂ ଏହା ସାମଗ୍ରିକ ଭାବେ ହେବା ଆବଶ୍ୟକ । ଡିଜିଟାଲ ଇଣ୍ଡିଆର ସଫଳତା ନିମନ୍ତେ ଆବଶ୍ୟକ ଥିଲ ଯେ ତାହା ଏହି କ୍ଷେତ୍ରର ସମସ୍ତ ଦିନକୁ ଏକା ସଙ୍ଗେ କଭର କରିବା ଉଚିତ । ସେଥିପାଇଁ ଆମେ ଚାରିଟି ସ୍ତମ୍ଭ ଉପରେ ଏବଂ ଚତୁର୍ଦ୍ଦିଗରେ ଏକ ସଙ୍ଗେ ଫୋକସ୍ ପ୍ରଦାନ କଲୁ । ପ୍ରଥମ – ଡିଭାଇସ୍ର ମୂଲ୍ୟ, ଦ୍ୱିତୀୟ- ଡିଜିଟାଲ କନେକ୍ଟିଭିଟି, ତୃତୀୟ- ଡାଟାର ମୂଲ୍ୟ ଏବଂ ଚତୁର୍ଥଟି ଯାହାକି ସବୁଠାରୁ ଜରୁରି ତାହା ହେଲା – ‘ଡିଜିଟାଲ ଫାଷ୍ଟ୍’ର ଚିନ୍ତାଧାରା ।
ସାଥୀଗଣ,
ଯେତେବେଳେ ଆମେ ପ୍ରଥମ ପିଲାର କଥା ଆଲୋଚନା କରୁଛେ, ଡିଭାଇସ୍ର ମୂଲ୍ୟ କଥା ହିଁ ବିଚାର କରୁଛେ । ସେତେବେଳେ ଗୋଟିଏ କଥା ବେଶ୍ ସ୍ପଷ୍ଟ । ଡିଭାଇସର ମୂଲ୍ୟ ସେତେବେଳେ କମ୍ ହୋଇପାରିବ ଯେତେବେଳେ ଆମେ ନିଜେ ଆତ୍ମନିର୍ଭର ହେବା, ଏବଂ ଆପଣମାନଙ୍କ ସ୍ମରଣ ଥିବ ଅନେକ ଲୋକ ଆମ ଏହାକୁ ମଜାରେ ହସି ଉଡାଇ ଦେଇଥିଲେ । ୨୦୧୪ ପର୍ଯ୍ୟନ୍ତ ଆମେ ପାଖାପାଖି ୧୦୦ ପ୍ରତିଶତ ମୋବାଇଲ୍ ଫୋନ୍ ବିଦେଶରୁ ଆମଦାନି କରୁଥିଲୁ । ବିଦେଶରୁ ଦେଶକୁ କ୍ରୟ କରି ଆଣୁଥିଲୁ । ଏବଂ ସେଇଥିପାଇଁ ଆମେ ସିଦ୍ଧାନ୍ତ ନେଲୁ ଯେ ଆମେ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବୁ । ଆମେ ମୋବାଇଲ୍ ଉତ୍ପାଦନ ୟୁନିଟ୍ମାନ ବୃଦ୍ଧି କଲୁ । ୨୦୧୪ରେ ଯେତେବେଳେ ଦେଲରେ ମାତ୍ର ୨ଟି ମୋବାଇଲ୍ ଉତ୍ପାଦନ ୟୁନିଟ୍ ଥିଲା, ଆଠବର୍ଷ ପୂର୍ବରୁ ମାତ୍ର ଦୁଇଟି, ଏବଂ ଏହି ସଂଖ୍ୟା ୨୦୦ ଉପରେ ପହଞ୍ôଚ ସାରିଛି । ଆମେ ଭାରତରେ ମୋବାଇଲ୍ ଫୋନ୍ ଉତ୍ପାଦନକୁ ବୃଦ୍ଧି କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦେଲୁ, ପ୍ରାଇଭେଟ୍ ସେକ୍ଟରକୁ ପ୍ରୋତ୍ସାହିତ କଲୁ । ଆଜି ଏହି ଯୋଜନାର ବିସ୍ତାର ଆପଣମାନେ ପିଏଲଆଇ ଯୋଜନାରେ ମଧ୍ୟ ଲକ୍ଷ୍ୟ କରିପାରୁଛନ୍ତି । ଏହି ପ୍ରୟାସର ଫଳଶ୍ରୁତି ସ୍ୱରୂପ ଆମକୁ ଢେର୍ ସକାରାତ୍ମକ ସୁଫଳ ମିଳିଲା । ଆଜି ଭାରତ ମୋବାଇଲ୍ ଫୋନ୍ ଉତ୍ପାଦନ କରିବାରେ ବିଶ୍ୱରେ ଦୁଇ ନମ୍ବର ରାଷ୍ଟ୍ରରେ ପରିଣତ ହୋଇଛି । କେବଳ ସେତିକି ନୁହେଁ ଯେଉଁମାନେ ଗଲାକାଲି ପର୍ଯ୍ୟନ୍ତ ଆମକୁ ମୋବାଇଲ୍ ଫୋନ୍ ରପ୍ତାନି କରୁଥିଲେ ଆଜି ସେମାନଙ୍କୁ ଆମେ ମୋବାଇଲ୍ ରପ୍ତାନି କରୁଛୁ । ବିଶ୍ୱର ଅନେକ ରାଷ୍ଟ୍ରକୁ ମୋବାଇଲ୍ ଫୋନ୍ ପଠାଉଛୁ । ଆପଣମାନେ ଟିକେ ଚିନ୍ତାକରି ଦେଖନ୍ତୁ, ୨୦୧୪ରେ ଜିରୋ ମୋବାଇଲ୍ ଫୋନ୍ ରପ୍ତାନି କରିବା ଠାରୁ ନେଇ ଆଜି ଆମେ ହଜାର ହଜାର କୋଟି ଟଙ୍କାର ମୋବାଇଲ୍ ଫୋନ୍ ରପ୍ତାନି କରିବା ରାଷ୍ଟ୍ରରେ ପରିଣତ ହୋଇଛୁ । ରପ୍ତାନି କରିବାର ଏକ ପ୍ରମୁଖ ରାଷ୍ଟ୍ର ଭାବେ ମୁଣ୍ଡ ଟେକିଛୁ । ଏହା ସ୍ୱାଭାବିକ ଯେ ଏହିସବୁ ପ୍ରୟାସର ପ୍ରଭାବ ଡିଭାଇସ୍ର ମୂଲ୍ୟ ଉପରେ ପଡ଼ିଛି । ଏବେ କମ୍ ମୂଲ୍ୟରେ ଆମକୁ ଅଧିକ ଫିଚର୍ସ ମଧ୍ୟ ମିଳିପାରୁଛି ।
ସାଥୀଗଣ,
ଡିଭାଇସ୍ ମୂଲ୍ୟ ପରେ ଯେଉଁ ଦ୍ୱିତୀୟ ସ୍ତମ୍ଭ ଉପରେ ଆମେ କାର୍ଯ୍ୟ କରିଛୁ, ତାହା ହେଲା ଡିଜିଟାଲ କନେକ୍ଟିଭିଟି । ଆପଣମାନେ ମଧ୍ୟ ଏକଥା ଜାଣନ୍ତି ଯେ କମ୍ୟୁନିକେଶନ୍ ଅଥବା ଯୋଗାଯୋଗ କ୍ଷେତରେ ଅସଲ ଶକ୍ତି କନେକ୍ଟିଭିଟିରେ ନିହିତ । ଯେତିକି ଅଧିକ ଲୋକ କନେକ୍ଟ ହେବେ, ଏହି କ୍ଷେତ୍ର ସେତିକି ଉନ୍ନତ ହୋଇପାରିବ । ଯଦି ଆମେ ବ୍ରଡବ୍ୟାଣ୍ଡ୍ କନେକ୍ଟିଭିଟିର କଥା କହିବା, ତେବେ ୨୦୧୪ରେ ଏହାର ମାତ୍ର ୬ କୋଟି ୟୁଜର୍ସ ଥିଲେ । ଆଜି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୮୦ କୋଟିରୁ ଅଧିକ ହୋଇସାରିଛି । ଯଦି ଆମେ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ଆଲୋଚନା କରିବା, ତେବେ ୨୦୧୪ ମସିହାରେ ୨୫ କୋଟି ଇଣ୍ଟରନେଟ୍ ସଂଯୋଗ ଥିଲା, ଆଜି ସେହି ସଂଖ୍ୟା ପାଖାପାଖି ୮୫ କୋଟି ପହଞ୍ôଚବାକୁ ଯାଉଛି । ଏହି କଥାକୁ ମଧ୍ୟ ଆମମାନଙ୍କୁ ସ୍ମରଣ ରଖିବାକୁ ପଡ଼ିବ ଯେ ଆଜି ସହରମାନଙ୍କରେ ଇଣ୍ଟରନେଟ୍ ୟୁସର୍ଜଙ୍କ ସଂଖ୍ୟା ତୁଳନାରେ ଆମର ଗ୍ରାମାଞ୍ଚଳ କ୍ଷେତ୍ରରେ ଇଣ୍ଟରନେଟ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି । ଏବଂ ଏହାର ଏକ ବିଶେଷ କାରଣ ମଧ୍ୟ ରହିଛି । ୨୦୧୪ ମସିହାରେ ଯେତେବେଳେ ଦେଲରେ ୧୦୦ରୁ ଅଧିକ କମ୍ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ୍ ଫାଇବର ସଂଯୋଗ ପହଞ୍ôଚଥିଲା, ଆଜି ସେଠାରେ ଏକ ଲକ୍ଷ ୭୦ ହତାରରୁ ଅଧିକ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ୍ ଫାଇବର ପହଞ୍ôଚ ସାରିଛି । କେଉଁଠି ୧୦୦, କେଉଁଠି ଏକ ଲକ୍ଷ ୭୦ ହଜାର! ଯେମିତି ସରକାର ପ୍ରତି ଘରେ ବିଜୁଳି ସଂଯୋଗ ପହଞ୍ଚାଇବା ଲକ୍ଷ୍ୟକୁ ସାକାର କରିବା ଆରମ୍ଭ କଲେ, ଯେମିତି ପ୍ରତି ଘରେ ଜଳ ପହଞ୍ଚାଯିବା ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ସ୍ୱଚ୍ଛ ଜଳ ପହଞ୍ଚାଯିବାର ମିଶନ୍ କାମ କଲା, ଯେମିଜି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ଘରେ ମଧ୍ୟ ଗ୍ୟାସ୍ ସିଲିଣ୍ଡର ପହଞ୍ଚାଗଲା, ଯେପରି ଆମର କୋଟି କୋଟି ଗରିବ ଲୋକ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବାରୁ ପୂର୍ବରୁ ବଞ୍ôଚତ ଥିଲେ । କୋଟି କୋଟି ଲୋକଙ୍କୁ ଯେପରି ବ୍ୟାଙ୍କ ସହିତ ସଂଯୋଗ କରାଯାଇ ନଥିଲା । ସ୍ୱାଧୀନତାର ଏତେ ବର୍ଷ ପରେ ସୁଦ୍ଧା ଜନଧନ ଆକାଉଣ୍ଟ ମାଧ୍ୟମରେ ଭାରତର ନାଗରିକମାନଙ୍କୁ ବ୍ୟାଙ୍କ୍ ସହିତ ଯୋଡ଼ା ଯାଇପାରିଛି । ସେହିଭଳି ଆମ ସରକାର, ସମସ୍ତଙ୍କ ପାଇଁ ଇଣ୍ଟରନେଟ୍ ସୁବିଧା (ଓଦ୍ଭଗ୍ଧରକ୍ସଦ୍ଭରଗ୍ଧ ଲକ୍ଟକ୍ସ ବକ୍ଷକ୍ଷ ) ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିଚାଲିଛି ।
ସାଥୀଗଣ,
ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ପାଇବା ସହିତ ହିଁ ଡାଟାର ମୂଲ୍ୟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଏହା ଡିଜିଟାଲ ଇଣ୍ଡିଆର ତୃତୀୟ ସ୍ତମ୍ଭ ଥିଲା, ଯେଉଁଭଳି ଭାବେ ଆମେ ପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରୁଛୁ । ଆମେ ଟେଲିକମ୍ କ୍ଷେତ୍ର ମାର୍ଗରେ ଆସୁଥିବା ସମସ୍ତ ସମସ୍ୟାକୁ ହଟାଇ ଦେଇଛୁ । ପୂର୍ବରୁୂ ଦୂରଦର୍ଶିତାର ଅଭାବ ଏବଂ ପାରଦର୍ଶିତାର ଅଭାବ ଯୋଗୁ ଟେଲିକମ୍ କ୍ଷେତ୍ରକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । ଆପଣମାନେ ଏକଥା ସହିତ ପରିଚିତ ଅଛନ୍ତି ଯେ କେଉଁଭଳି ଭାବେ ଆମେ ୪ଜି ପ୍ରଯୁକ୍ତି ର ବିସ୍ତାର ନିମନ୍ତେ ନୀତି ସମର୍ଥନ ପ୍ରଦାନ କରିଥିଲୁ । ଏହା ଫଳରେ ଡାଟାର ମୂଲ୍ୟ ହ୍ରାସ ପାଇଥିଲା ଏବଂ ଦେଶରେ ଡାଟା ବିପ୍ଳବ ଜନ୍ମ ନେଇଥିଲା । ଦେଖୁ ଦେଖୁ ଏହି ତିନିଗୋଟି କାରଣ, ଡିଭାଇସ୍ର ମୂଲ୍ୟ, ଡିଜିଟାଲ କନେକ୍ଟିଭିଟି ଏବଂ ଡାଟାର ମୂଲ୍ୟ- ଏହାର ମଲ୍ଟିପ୍ଲାୟର ଇଫେକ୍ଟ – ଅର୍ଥାତ୍, ବ୍ୟାପ୍ତିର ପ୍ରଭାବ ପ୍ରତ୍ୟେକ ଦିଗରେ ଦୃଶ୍ୟମାନ ହେବାକୁ ଲାଗିଲା ।
କିନ୍ତୁ ସାଥୀଗଣ,
ଏହିସବୁ କାର୍ଯ୍ୟକ୍ରମ ସହିତ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ସାଧିତ ହୋଇଛି । ଦେଶରେ ‘ଡିଜିଟାଲ୍ ଫାଷ୍ଟ୍’ର ଚିନ୍ତାଧାରାର ବିକାଶ ଘଟିଛି । ଏପରି ଏକ ସମୟ ଥିଲା ଯେତେବେଳେ ବଡ଼ ବଡ଼ ବିଦ୍ୱାନ ଯାହାଙ୍କୁ ଇଲାଇଟ୍ କ୍ଲାସ୍ ବୋଲି କୁହାଯାଏ, ସେଇଭଳି କିଛି ମୁଷ୍ଟିମେୟ ଲୋକ, ସଂସଦର କିଛି ଭାଷଣ ଦେଖିନେବା, ଆମର ନେତାମାନେ କେମିତି ଭାଷଣ ଦିଅନ୍ତି ତାହା ଜାଣିପାରୁଥିଲେ । ସେମାନେ ଏହାର ମଜା ଉଡାଉଥିଲେ । ସେମାନଙ୍କୁ ଲାଗୁଥିଲା ଯେ ଗରିବ ଲୋକମାନଙ୍କର ଏଥିପାଇଁ କ୍ଷମତା ହିଁ ନାହିଁ, ସେମାନେ ଡିଜିଟାଲ ବୋଧଶକ୍ତିର ବାହାରେ, ସେମାନେ ଏଭଳି ଲୋକମାନଙ୍କୁ ସନ୍ଦେହ କରୁଥିଲେ । ସେମାନଙ୍କ ମନରେ ଆଶଙ୍କା ଥିଲା ଯେ ଗରିବ ଲୋକ ଡିଜିଟାଲର ଉଦ୍ଦେଶ୍ୟକୁ ବୁଝି ପାରିବେନାହିଁ । କିନ୍ତୁ ମୋର ଦେଶର ସାଧାରଣ ଲୋକମାନଙ୍କର ବୋଧଶକ୍ତି ଉପରେ , ସେମାନଙ୍କ ବିବେକ ଉପରେ, ସେମାନଙ୍କ ଜିଜ୍ଞାସୁ ମନ ଉପରେ ସଦାସର୍ବଦା ଭରସା ଥିଲା । ମୁଁ ଦେଖିଲି ଯେ ଭାରତର ଗରିବରୁ ଗରିବତମ ଲୋକ ମଧ୍ୟ ନୂତନ ପ୍ରଯୁକ୍ତିକୁ ଆପଣାଇବା ନିମନ୍ତେ ଆଗକୁ ଆସୁଛନ୍ତି ଏବଂ ମୁଁ ଏ ସଂପର୍କରେ ମୋର ଗୋଟିଏ ଛୋଟ ବ୍ୟକ୍ତିଗତ ଅନୁଭୂତିକୁ ବ୍ୟକ୍ତ କରିବାକୁ ଇଚ୍ଛୁକ । ସମ୍ଭବତଃ ୨୦୦୭- ୦୮ ମସିହା ବେଳର କଥା ହେବ କି ୨୦୦୯- ୧୦ ବେଳ ହେବ । ମୋର ଠିକ୍ ଭାବେ ମନେପଡ଼ୁନାହିଁ । ମୁଁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି କିନ୍ତୁ ଗୋଟିଏ କ୍ଷେତ୍ର ଏଭଳି ଥିଲା ଯେଉଁଠାକୁ ମୁଁ କେବେ ଯାଇନଥିଲି ଏବଂ ତାହା ବେଶ୍ ଆଦିବାସୀବହୁଳ ଦୁର୍ଗମ ଅଞ୍ଚଳ ଥିଲା, ଖୁବ୍ ପଛୁଆ । ମୁଁ ଆମ ସରକାରର ଅଧିକାରୀମାନଙ୍କୁ କହିଲି ସେହି ଅଞ୍ଚଳରେ ଆମେ ଯେକୌଣସି ମତେ ଗୋଟିଏ କାର୍ଯ୍ୟକ୍ରମ ଅବଶ୍ୟ କରିବା ଏବଂ ମୁଁ ସେଠାକୁ ଯିବାକୁ ଚାହୁଁଛି । ସେତେବେଳେ ସେହି କ୍ଷେତ୍ର ଏଭଳି ଥିଲା ଯେ ସେଠାରେ କୌଣସି ପ୍ରକାର ବଡ଼ ପ୍ରକଳ୍ପ ସ୍ଥାପନ କରାଯିବାର ସମ୍ଭାବନା ଆଦୌ ନଥିଲା । ସେଠାରେ ଜଙ୍ଗଲ କ୍ଷେତ୍ର ଥିଲା, ତେଣୁ ପ୍ରକଳ୍ପ ସ୍ଥାପନ ହେବାର ସମ୍ଭାବନା ନଥିଲା । ପରିଶେଷରେ ମୁଁ ସେଠାରେ ଗୋଟିଏ ଚିଲିଂ ସେଣ୍ଟର, ଦୁଗ୍ଧ ଶୀତଳୀକରଣ କେନ୍ଦ୍ର, ତାହା ପୁଣି ମାତ୍ର ୨୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନ କରାଇଲି । ମୁଁ କହିଲି ୨୫ ଲକ୍ଷ ଟଙ୍କାର ହେଉ କି ୨୫ ହଜାର ଟଙ୍କାର ହେଉ, ମୁଁ ନିଜେ ସେଠାକୁ ଯାଇ ସେ କେନ୍ଦ୍ରର ଉଦ୍ଘାଟନ କରିବି । ସେପର୍ଯ୍ୟନ୍ତ ଲୋକମାନଙ୍କୁ ଲାଗୁଥିଲା ଯେ ଚିଫ୍ ମିନିଷ୍ଟରଙ୍କୁ ଏତିକି କମ୍ ମୂଲ୍ୟର ପ୍ରକଳ୍ପକୁ ଉଦ୍ଘାଟନ କରିବା ଉଚିତ ନୁହେଁ । କିନ୍ତୁ ମୁଁ ସେମିତି କିଛି ଭାବୁନଥିଲି । ତେଣୁ ମୁଁ ସେହି ଗ୍ରାମକୁ ଗଲି ଏବଂ ସେତେବେଳେ ସେଠାରେ ଗୋଟିଏ ସାଧାରଣ ସଭା କରିବା ଲାଗି ସୁଦ୍ଧା ସ୍ଥାନ ନଥିଲା । ତେଣୁ ସେଠାରୁ ୪ କିଲୋମିଟର ଦୂରରେ ଥିବା ଗୋଟିଏ ବିଦ୍ୟାଳୟର ଛୋଟ ଖେଳ ପଡ଼ିଆଟିଏ ଥିଲା । ସେଠାରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା । କିନ୍ତୁୂ ଯେତେବେଳେ ସେହି ଶୀତଳୀକରଣ କେନ୍ଦ୍ର ସ୍ଥଳକୁ ମୁଁ ଗଲି ତ ସେଠାକାର ଆଦିବାସୀ ମାତା- ଭଉଣୀମାନେ ସେହି କେନ୍ଦ୍ରରେ ଦୁଗ୍ଧ ରଖିବା ସକାଶେ ଧାଡ଼ି ବାନ୍ଧି ଧୈର୍ଯ୍ୟର ସହ ଅପେକ୍ଷା କରିଥିବାର ମୁଁ ଲକ୍ଷ୍ୟ କଲି । ସେମାନେ ନିଜ ନିଜର ଦୁଗ୍ଧ ପାତ୍ରସବୁ ତଳେ ରଖି, ଆମେ ଯେତେବେଳେ ସେଠାକୁ ଗଲୁ ଏବଂ ସେଠାରେ ଉଦ୍ଘାଟନ ବିଧି ସମ୍ପାଦନ କରୁଥିଲୁ ସେମାନେ ମୋବାଇଲ୍ରେ ଆମମାନଙ୍କର ଫଟୋ ଉଠାଉଥିଲେ । ମୁଁ ତ ଆଶ୍ଚର୍ଯ୍ୟ ହୋଇଗଲି ଯେ ଏତେ ଦୁର୍ଗମ କ୍ଷେତ୍ରରେ ଏମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ଏବଂ ଆମମାନଙ୍କର ଫଟୋ ଉଠାଉଛନ୍ତି । ମୁଁ ସେମାନଙ୍କ ପାଖକୁ ଗଲି । ମୁଁ ସେମାନଙ୍କୁ ପଚାରିଲି – ଏ ଫଟୋ ଉଠାଇ ଆପଣମାନେ କରିବେ କ’ଣ? ସେମାନେ କହିଲେ ଏହାକୁ ସେମାନେ ଡାଉନ୍ଲୋଡ୍ କରିବେ । ଏଭଳି ଶବ୍ଦ ସେମାନଙ୍କ ତୁଣ୍ଡରୁ ଶୁଣି ମୁଁ ସତକୁ ସତ ବିସ୍ମିତ ହୋଇଗଲି ଯେ ଏଭଳି ଶକ୍ତି ହେଉଛି ଆମ ଦେଶର ଗାଁର । ଆଦିବାସୀ ଅଧ୍ୟୁସିତ କ୍ଷେତ୍ରର ଗରିବ ମାତା- ଭଉଣୀମାନେ ଯେଉଁମାନେ ଦୁଗ୍ଧ ଶୀତଳୀକରଣ ନିମନ୍ତେ ସେଠାକୁ ଆସିଥିଲେ ସେମାନଙ୍କ ହାତରେ ମୋବାଇଲ୍ ଫୋନ୍ ଏବଂ ସେମାନେ ସେଥିରେ ଫଟୋ ଉଠାଉଛନ୍ତି ଓ ସେମାନଙ୍କୁ ଜଣାଅଛି ସେମାନେ ସେଗୁଡ଼ିକୁ କେମିତି ଭାବେ ଡାଉନ୍ଲୋଡ୍ କରିବେ । ସେମାନଙ୍କ ମୁହଁରୁ ଡାଉନଲୋଡ୍ ଶବ୍ଦ ବାହାରିବା ସେମାନଙ୍କ ବୋଧଶକ୍ତି ଏବଂ କିଛି ନୂଆ ଜିନିଷକୁ ସ୍ୱୀକାର କରିବାର ସ୍ୱାଭାବର ପରିଚୟ ପ୍ରଦାନ କରୁଥିଲା । ମୁଁ ଗତକାଲି ଗୁଜରାଟରେ ଥିଲି ଏବଂ ସେଠାରେ ଅମ୍ବାଜୀ ତୀର୍ଥ କ୍ଷେତ୍ରକୁ ଯାଉଥିଲି ଏବଂ ସେତେବେଳେ ରାସ୍ତାରେ ଛୋଟ ଛୋଟ ଗାଁମାନ ଥିଲା । ଅଧାରୁ ଅଧିକ ଲୋକ ଏଭଳି ଥିବେ ଯେଉଁମାନେ ଏହି କାର୍ଯ୍ୟକ୍ରମର ଭିଡ଼ିଓ କରୁଥିଲେ । ଅଧାରୁ ଅଧିକ ଲୋକ, ଅର୍ଥାତ୍, ଆମ ଦେଶର ଯେଉଁ ଶକ୍ତି ରହିଛି ଏହି ଶକ୍ତିକୁ ଆମେ କଦାପି ଅଣଦେଖା କରିପାରିବାନାହିଁ ଏବଂ କେମଳ ଦେଶର ଇଲାଇଟ୍ କ୍ଲାସ୍ର କିଛି ଲୋକଙ୍କୁ ହିଁ ଆମର ଗରିବ ଭାଇ ଭଉଣୀମାନଙ୍କ ଉପରେ ଆସ୍ଥା ନାହିଁ । ବାସ୍ତବରେ ଆମେ ‘ଡିଜିଟାଲ୍ ଫାଷ୍ଟ୍’ର ଆପ୍ରୋଚ୍ ସହିତ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିଛେ । ସରକାର ନିଜେ ଆଗକୁ ଆସି ଡିଜିଟାଲ ପେମେଣ୍ଟ୍ର ମାର୍ଗ ସରଳ କରିଦେଇଛନ୍ତି । ସରକାର ନିଜେ ଆପ୍ ମାଧ୍ୟମରେ ନାଗରିକ କୈନ୍ଦ୍ରିକ ଡେଲିଭରୀ ବ୍ୟବସ୍ଥାର ପ୍ରସାର କରୁଛନ୍ତି । ପ୍ରସଙ୍ଗ କୃଷକମାନଙ୍କର ହୋଇଥାଉ ଅଥବା ଛୋଟ ଛୋଟ ଦୋକାନୀମାନଙ୍କର, ଆମକୁ ସେମାନଙ୍କୁ ଆପ୍ ମାଧ୍ୟମରେ ନିତିଦିନିଆ ଆବଶ୍ୟକତା ପୂରଣ କରିବାର ମାର୍ଗ ପ୍ରଦାନ କରିଛୁ । ଏହାର ଫଳାଫଳ ଆଜି ଆପଣମାନେ ନିଜେ ଦେଖି ପାରୁଛନ୍ତି । ଆଜି ପ୍ରଯୁକ୍ତି ବାସ୍ତବ ପକ୍ଷେ ଗଣତାନ୍ତ୍ରିକ ହୋଇସାରିଛି, ଲୋକତାନ୍ତ୍ରିକ ହୋଇଯାଇଛି । ଆପଣମାନେ ଦେଖିପାରୁଥିବେ ଯେ ‘ଡିଜିଟାଲ ଫାଷ୍ଟ୍’ ପ୍ରତି ଆମର ଆପ୍ରୋଚ୍ କରୋନା ଭଳି ବୈଶ୍ୱିକ ମହାମାରୀ କାଳରେ ଦେଶର ଲୋକମାନଙ୍କୁ କେଉଁଭଳି ଭାବେ ସହାୟକ ହୋଇପାରିଥିଲା । ବିଶ୍ୱର ବଡ଼ ବଡ଼ ବିକଶିତ ଦେଶମାନେ ଯେତେବେଳେ ନିଜର ନାଗରିକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ସଂଘର୍ଷରତ ଥିଲେ ସେତେବେଳେ ସେମାନଙ୍କ ତହବିଲରେ ପ୍ରଚୁର ଅର୍ଥ ଥିଲା, ଡଲାର ଥିଲା, ପାଉଣ୍ଡ୍ ଥିଲା, ସବୁକିଛି ଥିଲା, ୟୁରୋ ବି ଥିଲା ଏବଂ ତାହା ଖର୍ଚ୍ଚ କରିବାକୁ ସେମାନେ ବ୍ୟଗ୍ର ଥିଲେ, କିନ୍ତୁ ସମାଧାନର ମାର୍ଗ ପର୍ଯ୍ୟନ୍ତ ସେମାନେ ପହଞ୍ôଚ ପାରୁନଥିଲେ । ଭାରତ ଗୋଟିଏ କ୍ଲିକ୍ରେ ହଜାର ହଜାର କୋଟି ଟଙ୍କା ମୋ ଦେଶର ନାଗରିକମାନଙ୍କ ଜମାଖାତାକୁ ହସ୍ତାନ୍ତର ହୋଇପାରିଥିଲା । ଏହା ହେଉଛି ଡିଜିଟାଲ ଇଣ୍ଡିଆର ଶକ୍ତି । ଯେତେବେଳେ ସମଗ୍ର ବିଶ୍ୱ ଠପ୍ ହୋଇଯାଇଥିଲା, ସେତେବେଳେ ଆମର ଶିଶୁମାନେ ଅନଲାଇନ କ୍ଲାସ୍ କରିପାରୁଥିଲେ, ନିଜର ପଢ଼ାପଢ଼ି ଜାରି ରଖି ପାରିଥିଲେ । ହସ୍ପିଟାଲମାନଙ୍କ ସମ୍ମୁଖରେ ଅସାଧାରଣ ଚାଲେଞ୍ଜ୍ ଥିଲା, କିନ୍ତୁ ଡାକ୍ତରମାନେ ନିଜ ନିଜର ରୋଗୀମାନଙ୍କର ଚିକିତ୍ସା ଟେଲି ମେଡିସିନ୍ ମାଧ୍ୟମରେ କରୁଥିଲେ । ଅଫିସ ବନ୍ଦ୍ ଥିଲା, କିନ୍ତୁ ‘ଘରେ ରହି କାର୍ଯ୍ୟ’ (‘ଙ୍ଗକ୍ଟକ୍ସଳ ଲକ୍ସକ୍ଟଜ୍ଞ ଷକ୍ଟଜ୍ଞର’ ) ଜାରି ରହିଥିଲା । ଆଜି ଆମ ଦେଶର ଛୋଟ ଛୋଟ ବ୍ୟବସାୟୀମାନେ, ଛୋଟ ଛୋଟ ଉଦ୍ୟମୀମାନେ, ସ୍ଥାନୀୟ କଳାକାର, କାରିଗର ହୋଇଥାନ୍ତୁ, ସେମାନଙ୍କୁ ସମସ୍ତଙ୍କୁ ଡିଜିଟାଲ ଇଣ୍ଡିଆ ଏକ ମଞ୍ଚ ପ୍ରଦାନ କରିଛି, ବଜାର ପ୍ରଦାନ କରିଛି । ଆଜି ଆପଣମାନେ ଯେକୌଣସି ସ୍ଥାନୀୟ ମାର୍କେଟରେ ପନିପରିବା ଦୋକାନକୁ ଯାଆନ୍ତୁ, ସେଠାରେ ଦେଖିବେ ରାସ୍ତାକଡ଼ର ଠେଲାଦୋକାନୀମାନେ, ଛୋଟ ଛୋଟ ଦୋକାନୀମାନେ ଆପଣଙ୍କୁ ପଚାରିବେ, କ୍ୟାସ୍ ନାହିଁ , ୟୁପିଆଇ କରିଦିଅନ୍ତୁ । ମୁଁ ତ ମଝରେ ଗୋଟିଏ ଭିଡିଓ ଦେଖିଥିଲି, କେହି ଜଣେ ଭିକାରୀ ମଧ୍ୟ ଡିଜିଟାଲ ପେମେଣ୍ଟ ନେଉଛି । ସ୍ୱଚ୍ଛତାକୁ ଦେଖନ୍ତୁ, ଏଭଳି ପରିବର୍ତ୍ତନ ସୂଚାଏ ଯେ ଯେତେବେଳେ ସୁବିଧା ଅଧିକ ସୁଲଭ ହୋଇଥାଏ ସେତେବେଳେ ଲୋକମାନଙ୍କ ଚିନ୍ତାଧାରାରେ କିଭଳି ପରିବର୍ତ୍ତନ ଘଟି ତାହା ସଶକ୍ତ ହୋଇଥାଏ!
ସାଥୀଗଣ,
ଆଜି ଟେଲିକମ୍ କ୍ଷେତ୍ରରେ ଯେଉଁ ବିପ୍ଳବ ଦେଶ ଲକ୍ଷ୍ୟ କରୁଛି, ଏହା ସେହି କଥାର ପ୍ରମାଣ ଯେ ଯଦି ସରକାର ସ୍ୱଚ୍ଛ ମନୋଭାବର ସହିତ କାର୍ଯ୍ୟ କରିବ, ତେବେ ନାଗରିକମାନଙ୍କ ଚିନ୍ତାଧାରା ଓ ମନୋଭାବ ମଧ୍ୟ ବଦଳିବାରେ ବିଳମ୍ବ ଘଟିବନାହିଁ । ୨ଜିର ଉଦ୍ଦେଶ୍ୟ ଏବଂ ୫ଜିର ଉଦ୍ଦେଶ୍ୟରେ ଏହି ହେଲା ଫରକ । ବିଳମ୍ବରେ ହେଉ ସୁଦ୍ଧା ଆମକୁ ସୁଫଳ ପ୍ରାପ୍ତ ହୋଇପାରିଛି । ଭାରତ ଆଜି ବିଶ୍ୱର ସେହିସବୁ ରାଷ୍ଟ୍ରମାନଙ୍କ ସହିତ ସମକକ୍ଷ ହୋଇପାରିଛି ଯେଉଁଠାରେ ଡାଟା ଏଭଳି ଶସ୍ତାରେ ଉପଲବ୍ଧ । ପୂର୍ବରୁୂ ୧ଜିବି ଡାଟାର ମୂଲ୍ୟ ଯେଉଁଠି ୩୦୦ ଟଙ୍କା ପାଖାପାଖି ଥିଲା ଏବେ ସେଠାରେ ୧ଜିବି ଡାଟା ପାଇଁ କେବଳ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଆଜି ଭାରତରେ ପୂରା ମାସ ପାଇଁ ଜଣେ ବ୍ୟକ୍ତି ମୋବାଇଲ ପାଇଁ ପାଖାପାଖି ୧୪ ଜିବି ଡାଟା ଉପଯୋଗ କରୁଛି । ୨୦୧୪ରେ ଏହି ୧୪ ଜିବି ଡାଟାର ମୂଲ୍ୟ ହାରାହାରି ୪୨୦୦ ଟଙ୍କା ଥିଲା ଏବଂ ତାହା ପୁଣି ପ୍ରତି ମାସରେ! ଆଜି ସେତିକି ଡାଟା ଜଣେ ବ୍ୟକ୍ତି ମାତ୍ର ଶହେ ଟଙ୍କାରେ ପାଇପାରୁଛି କିମ୍ବା ଅତି ଅଧିକ ହେଲେ ଦେଢ଼ଶହ ଟଙ୍କାରେ । ଶହେ ପଚିଶ ଟଙ୍କା କି ଦେଢ଼ଶହ ଟଙ୍କାରେ । ଅର୍ଥାତ୍ ଆଜି ଗରିବମାନଙ୍କ ପାଇଁ, ମଧ୍ୟମ ବର୍ଗଙ୍କ ପାଇଁ ମୋବାଇଲ୍ ଡାଟାରେ ପାଖାପାଖି ୪ ହଜାର ଟଙ୍କା ପ୍ରତି ମାସରେ ସଞ୍ଚୟ କରାଯାଇପାରୁଛି, ସେ ଅର୍ଥ ସେମାନଙ୍କ ପକେଟରେ ରହୁଛି । ଆମ ସରକାରଙ୍କ ଏତେସବୁ ପ୍ରୟାସ ଫଳରେ ଭାରତରେ ଡାଟାର ମୂଲ୍ୟ ଖୁବ୍ କମ୍ ହୋଇପାରିଛି । ଏ କଥା ଭିନ୍ନ ଯେ ୪୦୦୦ ଟଙ୍କା ସଞ୍ଚୟ କିଛି ଛୋଟ କଥା ନୁହେଁ । ପ୍ରତିମାସରେ । କିନ୍ତୁ ମୁଁ ଯେତେବେଳେ ଏକଥା ସୂଚାଉଛି ସେତେବେଳେ ଆପଣମାନଙ୍କୁ ଧ୍ୟାନରେ ଆସୁଥିବ, କାରଣ ଆମେ ଆମେ ଏଥିପାଇଁ କିଛି ହୋହଲ୍ଲା କରିନଥିଲୁ, ବିଜ୍ଞାପନ ଦେଇ ନଥିଲୁ, ମିଛ- ସତ ବଡ଼ ବଡ଼ ଆସ୍ଫାଳନ କରିନଥିଲୁ । ଆମେ ଫୋକସ୍ କରିଥିଲୁ ଯେ ଦେଶର ଲୋକମାନଙ୍କର କେମିତି ପ୍ରଗତି ଘଟିବ, ଇଜ୍ ଅଫ୍ ଲିଭିଂ ବଢ଼ିବ ।
ସାଥୀଗଣ,
ଅଧିକାଂଶ ସମୟରେ ଏକଥା କୁହାଯାଇଥାଏ ଯେ ଭାରତ ପୂର୍ବର ତିନିଗୋଟି ଔଦ୍ଦ୍ୟୋଗିକ ବିପ୍ଳବରୁ ସୁଫଳ ଉଠାଇ ପାରିନଥିଲା । କିନ୍ତୁ ମୋର ବିଶ୍ୱାସ ଯେ ଭାରତ କେବଳ ଚତୁର୍ଥ ଔଦ୍ଦ୍ୟୋଗିକ ବିପ୍ଳବରୁ ସଂପୂର୍ଣ୍ଣ ଲାଭ ଉଠାଇବ ଅପରନ୍ତୁ ଏହାର ନେତୃତ୍ୱ ମଧ୍ୟ ଗ୍ରହଣ କରିବ ଏବଂ ବିଦ୍ୱାନ ଲୋକମାନେ ଯାହା କହିବା ଆରମ୍ଭ କରିଛନ୍ତି ଯେ ଭାରତର ଦଶକ ନୁହେଁ ଏହା ଭାରତର ଶତାବ୍ଦୀ ହେବ । ଏହା ଦଶନ୍ଧି ନୁହେଁ ଶତାବ୍ଦୀ । ଭାରତ କୌଣସି ପ୍ରକାରେ ୪ଜି ଆସିବା ପରେ ପ୍ରଯୁକ୍ତି ଜଗତକୁ ବିରାଟ ଲମ୍ଫ ପ୍ରଦାନ କରିଛି, ଏହି ଘଟଣାର ଆମେମାନେ ସମସ୍ତେ ପ୍ରତ୍ୟକ୍ଷଦର୍ଶୀ ଅଛେ । ଭାରତର ନାଗରିକମାନଙ୍କୁ ଯେତେବେଳେ ପ୍ରଯୁକ୍ତିର ସମାନ ଅବସର ମିଳିଯାଏ, ସେତେବେଳେ ବିଶ୍ୱରେ ଆଉ କେହି ତାକୁ ପଛୁଆ ବୋଲି କହିପାରିବନାହିଁ । ସେଇଥିପାଇଁ ଆଜି ଯେତେବେଳେ ଭାରତରେ ୫ଜିର ଶୁଭାରମ୍ଭ ହେଉଛି, ସେତେବେଳେ ମୋ ମନ ଦୃଢ଼ ବିଶ୍ୱାସରେ ଭରିଉଠୁଛି ବନ୍ଧୁଗଣ । ମୁଁ ଦୂର ଦୂରାନ୍ତକୁ ଦେଖିପାରୁଛି ଏବଂ ଯେଉଁ ସ୍ୱପ୍ନ ଆମ ହୃଦୟରେ ଓ ମନରେ ଚାଲୁଛି ତାହା ମୋତେ ଜଳଜଳ ହୋଇ ଦୃଶ୍ୟ ହେଉଛି । ସେହିସବୁ ସ୍ୱପ୍ନକୁ ଆମେ ନିଜ ଆଖି ସାମ୍ନାରେ ସାକାର ହେବା ମଧ୍ୟ ଆମେ ଦେଖିପାରିବା । ଆମର ପରବର୍ତ୍ତୀ ପିଢ଼ି ଏକଥା ଦେଖିବେ ଯେ ଏଭଳି କାମ ଚଳିବନାହିଁ । ଆମେ ସେକଥା ମଧ୍ୟ ଆମ ଆଖି ସାମ୍ନାରେ ଦେଖିବା । ଏହା ଏକ ସୁଖଦ ସଂଯୋଗ ଯେ କିଛି ସପ୍ତାହ ପୂର୍ବେ ହିଁ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଏବଂ ସେଥିପାଇଁ ଏହା ଏକ ଅବସର ଆମ ଯୁବଶକ୍ତିଙ୍କ ପାଇଁ ଯେଉଁମାନେ ୫ଜି ପ୍ରଯୁକ୍ତି ସହାୟତାରେ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିବେ, ନବସୃଜନ କରିପାରିବେ । ଏହା ଆମମାନଙ୍କ ପାଇଁ ଅବସର ଯେ ଆମର ଉଦ୍ଦ୍ୟୋଗୀମାନଙ୍କ ନିମନ୍ତେ ଯେଉଁ ୫ଜି ପ୍ରଯୁକ୍ତିର ଉପଯୋଗ କରି ନିଜର ବିସ୍ତାର କରିପାରିବେ । ଏହା ଅବସର ଭାରତ ପାଇଁ ଯେ ସାଧାରଣ ଜନତାଙ୍କ ଲାଗି ଯେଉଁ ପ୍ରଯୁକ୍ତିର ଉପଯୋଗ କରି ନିଜର କୌଶଳକୁ ସୁଧାରି ପାରିବେ, ଅପ୍ ସ୍କିଲ୍ କରିପାରିବେ, ରି- ସ୍କିଲ୍ କରିପାରିବେ, ନିଜର ଚିନ୍ତାଧାରାକୁ ସତ୍ୟ ଓ ବାସ୍ତବରେ ପରିଣତ କରିପାରିବେ ।
ସାଥୀଗଣ,
ଆଜିିର ଏହି ଐତିହାସିକ ଅବସର ଗୋଟିଏ ରାଷ୍ଟ୍ର ହିସାବରେ, ଭାରତର ଜଣେ ନାଗରିକ ହିସାବରେ ଆମମାନଙ୍କ ନିମନ୍ତେ ନୂତନ ପ୍ରେରଣା ନେଇ ଆସିଛି । କାହିଁକି ଆମେ ଏହି ୫ଜି ପ୍ରଯୁକ୍ତିର ଉପଯୋଗ କରି ଭାରତର ବିକାଶକୁ ଅଭୂତପୂର୍ବ ଗତି ଦେବାନାହିଁ? କାହିଁକି ଆମେ ୫ଜି ପ୍ରଯୁକ୍ତିର ଉପଯୋଗ କରି ନିଜର ଅର୍ଥବ୍ୟବସ୍ଥାକୁ ଅଧିକ ଗତିଶୀଳ ଓ ବିସ୍ତାରିତ କରିବା ନାହିଁ? କାହିଁକି ଆମେ ୫ଜି ପ୍ରଯୁକ୍ତିର ବ୍ୟବହାର କରି ନିଜର ଉତ୍ପାଦିକାରେ ରେକର୍ଡ ମାତ୍ରାର ବୃଦ୍ଧି କରିବା ନାହିଁ?
ସାଥୀଗଣ,
ଏହି ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକ ଭାରତୀୟ ନିମନ୍ତେ ଏକ ଅବସର ଲୁଚି ରହିଛି, ଏକ ଚାଲେଞ୍ଜ ରହିଛି, ଗୋଟିଏ ସ୍ୱପ୍ନ ରହିଛି ଏବଂ ଏକ ସଂକଳ୍ପ ମଧ୍ୟ ରହିଛି । ମୁଁ ଜାଣେ ଯେ ଆଜି ୫ଜିର ଏହି ଶୁଭାରମ୍ଭକୁ ଯେଉଁ ବର୍ଗ ସବୁଠାରୁ ଅଧିକ ଉତ୍ସାହର ସହ ଦେଖୁଛନ୍ତି, ସେମାନେ ମୋର ଯୁବବର୍ଗର ସାଥୀ, ମୋ ଦେଶର ଯୁବ ପିଢ଼ି । ଆମର ଟେଲିକମ୍ ଶିଳ୍ପ ମଧ୍ୟ ଏହାକୁ କେତେ ବଡ଼ ଅବସର ଭାବେ ପ୍ରତୀକ୍ଷା କରି ରହିଥିଲେ, ରୋଜଗାରର କେତେ କେତେ ନୂଆ ଅବସର ସୃଷ୍ଟି ହେବାକୁ ଯାଉଛି । ମୋର ବିଶ୍ୱାସ ଯେ ଆମର ଶିଳ୍ପ,ଆମର ଅନୁଷ୍ଠାନ ଏବଂ ଆମ ଯୁବ ବର୍ଗ ସମସ୍ତେ ମିଶି ଏହି ଦିଗରେ ନିରନ୍ତର ଭାବେ କାର୍ଯ୍ୟ କରିବେ ଏବଂ ଏବେ ଯେତେବେଳେ ମୁଁ ଢ଼େର୍ ସମୟ ଧରି ଯେଉଁ ପ୍ରଦର୍ଶନୀ ଲାଗିଛି, ତାହାକୁ ବୁଝିବାକୁ ମନେ ମନେ ଚେଷ୍ଟା କରୁଥିଲି । ମୁଁ କୌଣସି ଜଣେ ପ୍ରଯୁକ୍ତିବିଦ୍ କିମ୍ବା ବିଦ୍ୟାର୍ଥୀ ତ ନୁହେଁ । କିନ୍ତୁ ବୁଝିବାକୁ ପ୍ରୟାସ ଅବଶ୍ୟ କରୁଥିଲୁି । ଏକଥା ଦେଖି ମୋତେ ଲାଗିଲା ଯେ ମୁଁ ସରକାରରେ ତ ଏହାକୁ ସୂଚୀତ କରିପାରିବି ଯେ ଆମର ସରକାରଙ୍କ ସମସ୍ତ ବିଭାଗ, ଏହାର ସମସ୍ତ ଅଧିକାରୀ ଆଦି ଟିକେ ଦେଖନ୍ତୁ କେଉଁଠି କେଉଁଠି ଏହାର ଉପଯୋଗ ହୋଇପାରିବ । ତାହା ହେଲେ ସରକାରଙ୍କ ନୀତିରେ ମଧ୍ୟ ଏହାର ପ୍ରଭାବ ଦୃଶ୍ୟ ହେବା ଉଚିତ । ମୁଁ ଦେଶର ଛାତ୍ରସମାଜକୁ ମଧ୍ୟ କହିବାକୁ ଚାହିଁବି ଯେ ପାଞ୍ଚଦିନ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ । ମୁଁ ବିଶେଷ କରି ପ୍ରଯୁକ୍ତି ସହିତ ଜଡ଼ିତ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିବ ଯେ ଆପଣମାନେ ଆସନ୍ତୁ, ଏହାକୁ ଦେଖନ୍ତୁ, ବୁଝନ୍ତୁ ଏବଂ ଦୁନିଆ କେମିିତି ଭାବେ ବଦଳି ଚାଲିଛି ଏବଂ ଆପଣମାନେ ଥରେ ଏହାକୁ ଦେଖିଲେ ଅନେକ ନୂଆ ନୂଆ କଥା ଆପଣମାନଙ୍କ ମନକୁ ଆସିବ । ଆପଣମାନେ ଚାହିଁଲେ ଏହା ସହ ଯୋଡ଼ି ହୋଇପାରିବେ ଏବଂ ମୁଁ ଏଇଥିପାଇଁ ଟେଲିକମ୍ ସେକ୍ଟରର ଲୋକମାନଙ୍କୁ ମଧ୍ୟ କହିବାକୁ ଚାହିଁବି ଓ ଏହା କହିଲାବେଳେ ମୁଁ ଖୁସି ଅନୁଭବ କରୁଛି ଯେ ଯେଉଁ ଯେଉଁ ଷ୍ଟଲ୍କୁ ମୁଁ ବୁଲି ଦେଖିଥିଲି ପ୍ରତ୍ୟେକ ବ୍ୟକ୍ତି କହୁଥିଲେ ଯେ ଏହା ନିଜସ୍ୱ ଜ୍ଞାନକୌଶଳ, ଆତ୍ମନିର୍ଭରଶୀଳ ଏବଂ ଆମେ ଏହାକୁ ପ୍ରସ୍ତୁତ କରିଛୁ । ସମସ୍ତେ ବେଶ୍ ଗର୍ବର ସହିତ କହୁଥିଲେ । ଏକଥା ଶୁଣି ମୋତେ ଆନନ୍ଦ ଆସୁଥିଲା କିନ୍ତୁ ମୋ ମନରେ ଆଉ କିଛି ଚାଲୁଥିଲା । ମୁଁ ଏକଥା ଚିନ୍ତା କରୁଥିଲି ଯେ ଯେମିତି ଅନେକ ପ୍ରକାର କାର୍ ବଜାରକୁ ଆସୁଛି । ପ୍ରତ୍ୟେକ କାର୍ର ଏକ ନିଜସ୍ୱ ବ୍ରାଣ୍ଡ୍ ରହିଛି । ପ୍ରତ୍ୟେକର ନିଜର ବିଶେଷତା ରହିଛି । କିନ୍ତୁ ସେଥିରେ ଯେଉଁ ସ୍ପେୟାର ପାର୍ଟ ଯୋଗାଣକାରୀ ସଂସ୍ଥା ଅଛନ୍ତି ସେମାନେ ଏମଏସଏମଇ କ୍ଷେତ୍ରର ହୋଇଥାନ୍ତି ଏବଂ ଗୋଟିଏ ଏମଏସଏମଇର ଏହି କାରଖାନା ଛଅ ପ୍ରକାର ଗାଡ଼ିର ସ୍ପେୟାର ପାର୍ଟସ୍ ପ୍ରସ୍ତୁତ କରିଥାନ୍ତି, ଛୋଟମୋଟ ଯେଉଁ ସୁଧାର ଦରକାର ତାହା ବି କରିଥାନ୍ତି । ମୁଁ ଚାହୁଁଛି ଯେ ଆଜି ହାର୍ଡଓୟେ ମଧ୍ୟ ଆପଣମାନେ ଲଗାଇଛନ୍ତି ଓ ମୋତେ ଏପରି ଲାଗୁଥିଲା ଆପଣମାନଙ୍କ କଥାରୁ । ଏମଏସଏମଇ ସେକ୍ଟରକୁ କ’ଣ ଏଥିପାଇଁ ଯେଉଁ ହାର୍ଡଓୟେରର ଆବଶ୍ୟକତା ରହିଛି ଏହାର ଛୋଟ ଛୋଟ ପୁଂଜ ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କୁ କାର୍ଯ୍ୟ ଦିଆଯିବା ଆବଶ୍ୟକ? ବହୁତ ବଡ଼ ଇକୋସିଷ୍ଟମ ପ୍ରସ୍ତୁତ କରାଯିବା ଦରକାର? ମୁଁ ତ କୌଣସି ପକ୍କା ବେପାରୀ ନୁହେଁ । ମୋର ଟଙ୍କା ପଇସାରେ କୌଣସି ନେଣ ଦେଣ ନାହିଁ । କିନ୍ତୁ ମୁଁ ଏତିକି ବୁଝେ ଯେ ଏହାର ମୂଲ୍ୟ ପୂରାପୂରି କମ୍ ହୋଇଯିବା ଦରକାର, ପୂରାପୂରି କମ୍ । ଆମର ଏମଏସଏମଇ ସେକ୍ଟରର ଏଭଳି କ୍ଷମତା ରହିଛି ଏବଂ ସେମାନଙ୍କ ଯୋଗାଣ ଆପଣମାନଙ୍କୁ କେବଳ ନିଜର ଇକୋସିଷ୍ଟମ ସହିତ ଏଥିରେ ସଫ୍ଟଓୟେର ବିନା ଯୋଡ଼ି ସେବା ଦେବାର ଅଛି । ସେଥିପାଇଁ ମୁଁ ବୁଝୁଛି ଯେ ଆପଣମାନେ ସମସ୍ତେ ମିଳିମିଶି ଏକ ନୂତନ ବ୍ୟବସ୍ଥା କରିବାକୁ ପଡ଼ିବ । ତେଣୁ ମୁଁ ଏହି କ୍ଷେତ୍ରର ଲୋକମାନଙ୍କୁ ଅବଶ୍ୟ କହିବାକୁ ଚାହିଁବି । ମୁଁ ଏକଥା ମଧ୍ୟ ଲକ୍ଷ୍ୟ କରିଛି ଯେ ଷ୍ଟାର୍ଟ ଅପ୍ରେ ଯେଉଁସବୁ ପିଲାମାନେ ନାମ କମାଇଛନ୍ତି, ଯେଉଁ ଯୁବକମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକତର ଏହି କ୍ଷେତ୍ରରେ ସେହି ଷ୍ଟାର୍ଟଅପ୍କୁ ଆରମ୍ଭ କରି ସେସବୁକୁ ସ୍କିଲ୍ ଅପ୍ କରିଛନ୍ତି । ମୁଁ ଷ୍ଟାର୍ଟ ଅପ୍ବାଲା ସାଥୀମାନଙ୍କୁ ମଧ୍ୟ କହିବାକୁ ଚାହିଁବି ଯେ ଆପଣମାନଙ୍କ ଲାଗି ମଧ୍ୟ ଏହି କ୍ଷେତ୍ରକୁ କେତେ ଅଧିକତମ ସେବା ଦେଇପାରିବେ । କେତେ ୟୁଜର୍ ଫ୍ରେଣ୍ଡଲି ବ୍ୟବସ୍ଥାର ବିକାଶ ଘଟାଇ ପାରିବେ । ଯେତେହେଲେ ଏହାର ଫାଇଦା ଏଥିରେ ହିଁ ନିହିତ । କିନ୍ତୁ ଆଉ ଗୋଟିଏ କଥା ମଧ୍ୟ ମୁଁ କହିବାକୁ ଚାହିଁବି । ଏକଥା ମଧ୍ୟ ଆପଣମାନଙ୍କର ଯେଉଁ ସଂଗଠନ ରହିଛି ସେମାନେ ମିଳିମିଶି ଏହାକୁ ଏକ ଆନ୍ଦୋଳନ ଭାବେ ଚଳାଇ ପାରିବେ କି? ଅନ୍ତତଃପକ୍ଷେ ଭାରତର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ୫ଜି ଜୀବନରେ କିପରି ଭାବେ ଉପଯୋଗ ହୋଇପାରିବ । ଏହାର ଲୋକମାନଙ୍କୁ ଏକଜୁଟ କରିବାର ପ୍ରଦର୍ଶନୀର ବ୍ୟବସ୍ଥା କିଭଳି ଭାବେ କରାଯାଇପାରିବ? ମୋ ଅଭିଜ୍ଞତାରୁ ମୁଁ ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି । ଆମ ଦେଶରେ ୨୪ ଘଣ୍ଟା ବିଜୁଳି ମିଳିବା ଦିନେ ସ୍ୱପ୍ନ ଥିଲା । ମୁଁ ଗୁଜରାଟରେ ଯେତେବେଳେ ଥିଲି ସେତେବେଳେ ମୁଁ ଗୋଟିଏ ଯୋଜନା ପ୍ରସ୍ତୁତ କରିଥିଲି ଯାହାର ନାମ ଜ୍ୟୋତିଗ୍ରାମ ଯୋଜନା ଏବଂ ମୋର ସ୍ୱପ୍ନ ଥିଲା ଯେ ମୁଁ ଗୁଜରାଟର ପ୍ରତ୍ୟେକ ଗ୍ରାମକୁ ୨୪ଙ୍ଘ୭ ବିଜୁଳି ଯୋଗାଇ ପାରିବି । ଯେତେବେଳେ ମୋର ସମସ୍ତ ଅଧିକାରୀ କହୁଥିଲେ ବୋଧହୁଏ ଏହା ସମ୍ଭବପର ନୁହେଁ, ଏକଥା ଆମେ କେବେ କରିପାରିବା ନାହିଁ ସେତେବେଳେ ମୁଁ ଏହାର ଏକ ସରଳ ସମାଧାନ ସୂତ୍ର ବାହାର କଲି । ମୁଁ କହିଲି ଯଦି କୃଷି ଫିଡ଼ରକୁ ପୃଥକ୍ କରିଦେବା, ଘରୋଇ ଫିଡ଼ରକୁ ଅଲଗା କରିଦେବା ତା’ହେଲେ କେମିତି ହେବ? ସେଇ କାମ ଆମେ କଲୁ ଏବଂ ଗୋଟିଏ ଗୋଟିଏ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ଧରି ଏହି କାର୍ଯ୍ୟକୁ ସାକାର କରିପାରିଥିଲୁ । ଅନ୍ୟ ସବୁ ଜାଗାରେ ଚାଲୁଥିଲା କିନ୍ତୁ ଗୋଟିଏ କାମ ପୂରା ଥିଲା । ପୁଣି ସେହି ଜିଳ୍ଲାରେ ବଡ଼ ସମ୍ମିଳନୀ କରୁଥିଲି । ମାତ୍ର ଅଢ଼େଇ ତିନି ଲକ୍ଷ ଲୋକ ଆସୁଥିଲେ କାରଣ ୨୪ ଘଣ୍ଟା ବିଜୁଳି ମିଳିବାର ଏକ ବଡ଼ ଆନନ୍ଦ ଉତ୍ସବର ସମୟ ଥିଲା । ତାହା ୨୦୦୩- ୦୪-୦୫ ବେଳର କଥା । କିନ୍ତୁ ସେଥିରେ ମୁଁ ଦେଖିଲି, ସାରା ଦେଶରେ ବିଜୁଳି ଯୋଗାଣ କ୍ଷେତ୍ରରେ ହେଉଥିବା କାମ, ବିଜୁଳି ଦ୍ୱାର ଚାଲୁଥିବା ଯନ୍ତ୍ରର ଗୋଟିଏ ବହୁତ ବଡ଼ ପ୍ରଦର୍ଶନୀ ଲାଗିଥିଲା । ଲୋକମାନଙ୍କୁ ସେଥିରୁ କ’ଣ ଲାଗୁଥିଲା? ବିଜୁଳି ଆସିଲା ମାନେ ରାତିରେ ଖାଇଲାବେଳେ ବିଜୁଳି ମିଳିପାରିବ । ବିଜୁଳି ଆସିଲା ମାନେ ଟିଭି ଦେଖିବା ଲାଗି କାମରେ ଆସିବ । କିନ୍ତୁ ବିଜୁଳି ଯୋଗାଣର ଅନେକ ପ୍ରକାର ଉପଯୋଗ ହୋଇପାରିବ । ଏହାର ଶିକ୍ଷା ମଧ୍ୟ ଏକାନ୍ତ ଜରୁରି । ମୁଁ ୨୦୦୩- ୦୪- ୦୫ ମସିହା ବେଳର କଥା କହୁଛି । ଯେତେବେଳେ ଆମେ ଏହିସବୁ ପ୍ରଦର୍ଶନୀ ଲଗାଇଲୁ ଲୋକମାନେ ଏହା ଉପରେ ଚିନ୍ତା କରିବା ଆରମ୍ଭ କଲେ । ଟେଲର ବି ଭାବିଲା ମୁଁ ଇଲେକ୍ଟ୍ରିକ୍ ଉପକରଣ ବ୍ୟବହାର କରିବି, ଏସି କିଣିବି । କୁମ୍ଭାର ବି ଚିନ୍ତାକଲା ଯେ ମୁଁ ଇଲେକ୍ଟ୍ରିକ୍ ହ୍ୱିଲ୍ କିଣିବି । ମା’- ଭଉଣୀମାନେ ଚିନ୍ତାକଲେ ଯେ ରୋଷେଇଘରେ ଆମର ଇଲେକ୍ଟ୍ରିସିଟିରେ ଚାଲୁଥିବା ଏତେ ଏତେ ସାମଗ୍ରୀ ଆଣିପାରିବା । ଅର୍ଥାତ୍, ଏକ ବହୁତ ବଡ଼ ବଜାର ଠିଆ ହୋଇଗଲା ଏବଂ ବିଜୁଳିର ବିବିଧ ଉପଯୋଗ ସାଧାରଣ ଲୋକଙ୍କ ଜୀବନରେ କେତେଦୂର ଉପଯୋଗ ହୋଇପାରିବ, ସେମାନଙ୍କ ଜୀବନକୁ କେତେ ସହଜସାଧ୍ୟ କରିପାରିବ ତା’ର ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଗଲା । ସାଧାରଣ ଜୀବନରେ ୫ଜିର ମଧ୍ୟ ସେତିକି ଆବଶ୍ୟକତା ଖୁବ୍ ଶୀଘ୍ର ହେବାକୁ ଯାଉଛି ଏବଂ ସେତେବେଳେ ଲୋକମାନେ ଅନୁଭବ କରିପାରିବେ ଯେ ହଁ, ଏବେ ତ ଭିଡିଓ ବହୁତ ଜଲଦି ଡାଉନଲୋଡ଼୍ ହୋଇପାରିବ । ରିଲ୍ ଦେଖିବାର ଅଛି ତ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ । ଫୋନ୍ ବି କଟିଯିବନାହିଁ । ସ୍ପଷ୍ଟ ଭିଡ଼ିଓ କନଫରେନ୍ସିଂ କରିହେବ । ଫୋନ୍ କଲ୍ ବି କରାଯାଇପାରିବ । କେବଳ ଏତିକିରେ ଏହା ସୀମିତ ନୁହେଁ । ଏହା ଜୀବନକୁ ବଦଳାଇଦେବା ଭଳି ବ୍ୟବସ୍ଥା ଭାବେ ଆସୁଛି ଏବଂ ସେଇଥିପାଇଁ ମୁଁ ଏହି ଉଦ୍ଦ୍ୟୋଗ ଜଗତର ବନ୍ଧୁମାନଙ୍କ ସହଯୋଗକୁ କହିମି ଯେ ଆପଣମାନେ ସ୍କୁଲ, କଲେଜ, ୟୁନିଭର୍ସିଟି ଏବଂ ଭାରତର ପ୍ରତ୍ୟେକ ଜିଲ୍ଲାକୁ ଯାଇ ଏହାର କେତେ ପ୍ରକାର ଉପଯୋଗ ରହିଛି ଏବଂ ଆପଣମାନେ ଦେଖନ୍ତୁ ଯେ ସେହି ଲୋକମାନେ ଏଥିରେ ମୂଲ୍ୟ ସଂଯୋଗ କରିବେ । ଏହା ଆପଣମାନଙ୍କ ସକାଶେ ଏକ ପ୍ରକାର ସେବାର କାର୍ଯ୍ୟ ହେବ ଏବଂ ଉଦ୍ଦେଶ୍ୟ ମଧ୍ୟ ସାଧିତ ହୋଇପାରିବ । ମୁଁ ଚାହେଁ ଯେ ଏହି ପ୍ରଯୁକ୍ତି ଜୀବନରେ କେବଳ କଥାବାର୍ତ୍ତା କରିବା ଲାଗି କିମ୍ବା କିିଛି ଭିଡିଓ ଦେଖିବା ସକାଶେ ସୀମିତ ହୋଇ ରହିବା ଅନୁଚିତ । ଏହା ସଂପୂର୍ଣ୍ଣ ରୂପେ ଏକପ୍ରକାର ଆନ୍ଦୋଳନକୁ ଆଣିବା ନିମନ୍ତେ ଉପଯୋଗ ହେବା ଜରୁରି ଏବଂ ଆମେ ୧୩୦ କୋଟି ଦେଶବାସୀଙ୍କ ପର୍ଯ୍ୟନ୍ତ ଏହା ଥରେ ପହଞ୍ôଚ ଯିବାପରେ ମୁଁ ତ ଅବଶ୍ୟ ପହଞ୍ଚାଇବି, ଆଉ ଆପଣମାନେ ଦେଖନ୍ତୁ, ଆପଣମାନଙ୍କୁ ମଧ୍ୟ ଏଥିପାଇଁ ବେଶୀ ସମୟ ଲାଗିବନାହିଁ । ଏବେ ମୁଁ ଡ୍ରୋନ୍ ନୀତି ଅଳ୍ପ ଦିନ ପୂର୍ବେ ଆସିଛି । ଆଜି ଅନେକ କ୍ଷେତ୍ରରେ ମୁଁ ଏହାର ଉପଯୋଗକୁ ଦେଖିପାରୁଛି । ଏହି ଡ୍ରୋନ୍ ମାଧ୍ୟମରେ ଆପଣମାନଙ୍କୁ ଔଷଧ ଯୋଗାଣ କାର୍ଯ୍ୟ ସେମାନେ ଆରମ୍ଭ କରିଦେଇଛନ୍ତି । ଡ୍ରୋନ୍ ଚାଳନା ଯଦି ଶିଖିଛଡ଼୍ତି ଏବଂ ସେଥିପାଇଁ ମୁଁ ଭାବୁଛି ଯେ ଆମେ ଏହିସବୁ ବ୍ୟବସ୍ଥାଗୁଡ଼ିକ ଦିଗରେ ଆଗକୁ ଅଗ୍ରସର ହେବା ଉଚିତ ।
ଏବଂ ସାଥୀଗଣ,
ଆଗାମୀ ଦିନରେ ଦେଶ ନିରନ୍ତର ଭାବେ ଏଭଳି ପ୍ରଯୁକ୍ତିର ନେତୃତ୍ୱ ନେବ, ଯାହା ଭାରତରେ ଜନ୍ମଲାଭ କରିବ, ଯାହା ଭାରତକୁ ବୈଶ୍ୱିକ ଲିଡରରେ ପରିଣତ କରିବ । ଏହି ବିଶ୍ୱାସର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା । ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ଶକ୍ତି ଉପାସନାର ପବିତ୍ର ପର୍ବ ଅବସରରେ ଶକ୍ତିର ଏକ ବହୁତ ବଡ଼ ମାଧ୍ୟମ ୫ଜିର ଶୁଭାରମ୍ଭ ହୋଇଥିବାରୁ ବହୁତ ବହୁତ ବଧେଇ ଜଣାଉଛି । ବହୁତ ବହୁତ ଧନ୍ୟବାଦ!
***
SS
Historic day for 21st century India! 5G technology will revolutionise the telecom sector. https://t.co/OfyAVeIY0A
— Narendra Modi (@narendramodi) October 1, 2022
आज देश की ओर से, देश की टेलीकॉम इंडस्ट्री की ओर से, 130 करोड़ भारतवासियों को 5G के तौर पर एक शानदार उपहार मिल रहा है।
— PMO India (@PMOIndia) October 1, 2022
5G, देश के द्वार पर नए दौर की दस्तक है।
5G, अवसरों के अनंत आकाश की शुरुआत है।
मैं प्रत्येक भारतवासी को इसके लिए बहुत-बहुत बधाई देता हूं: PM @narendramodi
नया भारत, टेक्नॉलजी का सिर्फ़ consumer बनकर नहीं रहेगा बल्कि भारत उस टेक्नॉलजी के विकास में, उसके implementation में active भूमिका निभाएगा।
— PMO India (@PMOIndia) October 1, 2022
भविष्य की wireless टेक्नॉलजी को design करने में, उस से जुड़ी manufacturing में भारत की बड़ी भूमिका होगी: PM @narendramodi
2G, 3G, 4G के समय भारत टेक्नॉलजी के लिए दूसरे देशों पर निर्भर रहा।
— PMO India (@PMOIndia) October 1, 2022
लेकिन 5G के साथ भारत ने नया इतिहास रच दिया है।
5G के साथ भारत पहली बार टेलीकॉम टेक्नॉलजी में global standard तय कर रहा है: PM @narendramodi
Digital India की बात करते हैं तो कुछ लोग समझते हैं ये सिर्फ एक सरकारी योजना है।
— PMO India (@PMOIndia) October 1, 2022
लेकिन Digital India सिर्फ एक नाम नहीं है, ये देश के विकास का बहुत बड़ा vision है।
इस vison का लक्ष्य है उस technology को आम लोगों तक पहुंचाना जो लोगों के लिए काम करे, लोगों के साथ जुड़कर काम करे: PM
हमने 4 Pillars पर, चार दिशाओं में एक साथ फोकस किया।
— PMO India (@PMOIndia) October 1, 2022
पहला, डिवाइस की कीमत
दूसरा, डिजिटल कनेक्टिविटी
तीसरा, डेटा की कीमत
चौथा, और सबसे जरूरी, ‘digital first’ की सोच: PM @narendramodi
2014 में जीरो मोबाइल फोन निर्यात करने से लेकर आज हम हजारों करोड़ के मोबाइल फोन निर्यात करने वाले देश बन चुके हैं।
— PMO India (@PMOIndia) October 1, 2022
स्वाभाविक है इन सारे प्रयासों का प्रभाव डिवाइस की कीमत पर पड़ा है। अब कम कीमत पर हमें ज्यादा फीचर्स भी मिलने लगे हैं: PM @narendramodi
जैसे सरकार ने घर-घर बिजली पहुंचाने की मुहिम शुरू की
— PMO India (@PMOIndia) October 1, 2022
जैसे हर घर जल अभियान के जरिए हर किसी तक साफ पानी पहुंचाने के मिशन पर काम किया
जैसे उज्जवला योजना के जरिए गरीब से गरीब आदमी के घर में भी गैस सिलेंडर पहुंचाया
वैसे ही हमारी सरकार Internet for all के लक्ष्य पर काम कर रही है: PM
एक वक्त था जब इलीट क्लास के कुछ मुट्ठी भर लोग गरीब लोगों की क्षमता पर संदेह करते थे।
— PMO India (@PMOIndia) October 1, 2022
उन्हें शक था कि गरीब लोग डिजिटल का मतलब भी नहीं समझ पाएंगे।
लेकिन मुझे देश के सामान्य मानवी की समझ पर, उसके विवेक पर, उसके जिज्ञासु मन पर हमेशा भरोसा रहा है: PM @narendramodi
सरकार ने खुद आगे बढ़कर digital payments का रास्ता आसान बनाया।
— PMO India (@PMOIndia) October 1, 2022
सरकार ने खुद ऐप के जरिए citizen-centric delivery service को बढ़ावा दिया।
बात चाहे किसानों की हो, या छोटे दुकानदारों की, हमने उन्हें ऐप के जरिए रोज की जरूरतें पूरी करने का रास्ता दिया: PM @narendramodi
आज हमारे छोटे व्यापारी हों, छोटे उद्यमी हों, लोकल कलाकार और कारीगर हों, डिजिटल इंडिया ने सबको मंच दिया है, बाजार दिया है।
— PMO India (@PMOIndia) October 1, 2022
आज आप किसी लोकल मार्केट में या सब्जी मंडी में जाकर देखिए, रेहड़ी-पटरी वाला छोटा दुकानदार भी आपसे कहेगा, कैश नहीं ‘UPI’ कर दीजिए: PM @narendramodi
हमारी सरकार के प्रयासों से भारत में डेटा की कीमत बहुत कम बनी हुई है।
— PMO India (@PMOIndia) October 1, 2022
ये बात अलग है कि हमने इसका हल्ला नहीं मचाया, बड़े-बड़े विज्ञापन नहीं दिए।
हमने फोकस किया कि कैसे देश के लोगों की सहूलियत बढ़े, Ease of Living बढ़े: PM @narendramodi
Today is historical! pic.twitter.com/XCc0Sa9crc
— Narendra Modi (@narendramodi) October 1, 2022
The four pillars which have enabled the success of Digital India. pic.twitter.com/C5tYmsSqE7
— Narendra Modi (@narendramodi) October 1, 2022
देश में Digital First की सोच विकसित हुई और हम इस अप्रोच के साथ आगे बढ़ने में कामयाब हुए। pic.twitter.com/DGp3PPkWvl
— Narendra Modi (@narendramodi) October 1, 2022