ଭାରତ ଓ ଭୁଟାନ ମଧ୍ୟରେ ବ୍ୟବସାୟ ଓ ବାଣିଜ୍ୟ କାରବାର ବୃଦ୍ଧି ତଥା ବାଣିଜ୍ୟ ପରିବହନ ପଥ ସଂକ୍ରାନ୍ତ ନୂତନ ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି । ଦୁଇ ଦେଶ ମଧ୍ୟରେ ହେଉଥିବା ଦ୍ଵିପାକ୍ଷିକ ବାଣିଜ୍ୟ କାରବାର ଭାରତ ଓ ଭୁଟାନ ସରକାରଙ୍କ ମଧ୍ୟରେ ସ୍ଵାକ୍ଷରିତ ବ୍ୟବସାୟ ବାଣିଜ୍ୟ ଓ ପ୍ରବେଶ ରାଜିନାମା ଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ଦୁଇ ଦେଶ ମଧ୍ୟରେ ମୁକ୍ତବାଣିଜ୍ୟ କାରବାର ପାଇଁ ଏହି ରାଜିନାମା ଅବସର ପ୍ରଦାନ କରେ । ଏହା ବ୍ୟତୀତ ଏହି ରାଜିନାମା ଭୁଟାନରେ ଉତ୍ପାଦିତ ଦ୍ରବ୍ୟକୁ ତୃତୀୟ ରାଷ୍ଟ୍ରରେ ପହଞ୍ଚାଇବା ଲାଗି ଭାରତ ଦେଇ ପ୍ରବେଶାନୁମତି ଲାଭ କରିଥାଏ ।
2006 ଜୁଲାଇ 29 ତାରିଖ ଦିନ ରାଜିନାମାକୁ ଆଗାମୀ 10 ବର୍ଷ ପାଇଁ ପୁନଃ ନବୀକରଣ କରାଯାଇଥିଲା । 2016 ଜୁଲାଇ 29 ତାରିଖ ଦିନ ଠାରୁ ଏହି ରାଜିନାମାର କାର୍ଯ୍ୟ ଅବଧିକୁ ଆଉ ଏକ ବର୍ଷ ଅଥବା କୂଟନୈତିକ ସମ୍ପର୍କ ମାଧ୍ୟମରେ ନୂତନ ରାଜିନାମା ସ୍ଵାକ୍ଷରିତ ହେବା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଭାରତ ଓ ଭୁଟାନ ମଧ୍ୟରେ ଚାଲି ଆସୁଥିବା ଏହି ପାରମ୍ପରିକ ଓ ଦ୍ଵିପାକ୍ଷିକ ବାଣିଜ୍ୟ କାରବାର ପାରସ୍ପରିକ ଆସ୍ଥା ଓ ବୁଝାମଣା ଉପରେ ଆଧାରିତ ଏବଂ ଭବିଷ୍ୟତରେ ନୂତନ ରାଜିନାମା ସ୍ଵାକ୍ଷର ବଳରେ ଏହା ଆହୁରି ମଜଭୁତ ହେବ ।