ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବନେଟ ଭାରତ-ବାଂଲାଦେଶ ମଧ୍ୟରେ ଜାହାଜ ଚଳାଚଳ କ୍ଷେତ୍ରରେ ସହାୟତା ଓ ସହଯୋଗ ବୃଦ୍ଧି ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟର ବତୀଘର ଓ ହାଲୁକା ଜାହାଜ ମହାନିର୍ଦ୍ଦେଶାଳୟ ଏବଂ ବାଂଲାଦେଶ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ନିମ୍ନଲିଖିତ କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ ସାହାଯ୍ୟ ସହଯୋଗ ନିମନ୍ତେ ବ୍ୟବସ୍ଥା ରହିଛି ।
(କ) ବତୀଘର ଓ ଆଲୋକବର୍ତ୍ତିକା ପାଇଁ ପାରସ୍ପରିକ ସହଯୋଗ ପ୍ରଦାନ ।
(ଖ) ଜାହାଜ ଟ୍ରାଫିକ ସେବା ଦିଗରେ ପରାମର୍ଶ ପ୍ରଦାନ ଓ ସ୍ୱୟଂକ୍ରିୟ ଚିହ୍ନଟ ବ୍ୟବସ୍ଥା ଚେନ (AIS) ଜନିତ ପରାମର୍ଶ ପ୍ରଦାନ ଏବଂ
(ଗ) ଅନ୍ତର୍ଜାତୀୟ ଜାହାଜ ଚଳାଚଳ ଜନିତ ସହାୟତା ଓ ବତୀଘର ପ୍ରାଧିକରଣ (IALA)ର ବ୍ୟବସ୍ଥା ଅନୁସାରେ ବାଂଲାଦେଶର ଜାହାଜ ଚଳାଚଳ ମ୍ୟାନେଜର ଓ ଟେକନିସିଆନମାନଙ୍କୁ ଟ୍ରେନିଂ ମଡ୍ୟୁଲ ଯୋଗାଣ ଓ ତାଲିମ ପ୍ରଦାନ ।
ଏହା ଦ୍ୱାରା ନିମ୍ନଲିଖିତ କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବେ –
(କ) A to N ପରାମର୍ଶ ଯୋଗାଣ
(ଖ) ପ୍ରଶିକ୍ଷଣ ଭାବବିନିମୟ ଯାହାକି A to N ଅଧିକାରୀମାନଙ୍କୁ ପ୍ରଦାନ କରାଯିବ ।
(ଗ) ଆବଶ୍ୟକ କର୍ମଶାଳା/ସମ୍ମିଳନୀ ଆୟୋଜନ ଦ୍ୱାରା A to N ମାନଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି ।
ଏଭଳି ସହଯୋଗ ଦ୍ୱାରା ଦକ୍ଷିଣ ଏସିଆ କ୍ଷେତ୍ରରେ ଜାହାଜ ଚଳାଚଳ ଜନିତ ସହଯୋଗ ବୃଦ୍ଧି ପାଇବ । ଭାରତ ଓ ବାଂଲାଦେଶ ଦକ୍ଷିଣ ଏସିଆର ଦୁଇ ପ୍ରମୁଖ ସହଯୋଗୀ ରାଷ୍ଟ୍ର ଏବଂ ଉଭୟପକ୍ଷଙ୍କ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି ।