Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଫିଜି ବିମାନ ସେବା ଚଳାଚଳ ରାଜିନାମାକୁ କେବିନେଟ ମଞ୍ଜୁରି


ଭାରତ ଓ ଫିଜି ମଧ୍ୟରେ ସ୍ୱାକ୍ଷରିତ ବିମାନ ସେବା ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ସ୍ୱୀକୃତି ମିଳିଛି । ଏହି ରାଜିନାମା ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ରାଜିନାମାର ଉନ୍ନତିକରଣ । 1974 ମସିହା ଜାନୁଆରୀ 28 ତାରିଖରେ ପ୍ରଥମେ ଦୁଇ ଦେଶ ମଧ୍ୟରେ ବିମାନ ସେବା ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ବେସାମରିକ ବିମାନ ସେବା କ୍ଷେତ୍ରରେ ICAO ର ସଦ୍ୟତମ ସଂଶୋଧନକୁ ଦୃଷ୍ଟିରେ ରଖି ଫିଜି ଓ ଭାରତ ଦ୍ୱିପାକ୍ଷିକ ରାଜିନାମାର ଉନ୍ନତି ଘଟାଇଛନ୍ତି । ତେଣୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ (ଆର୍ଥିକ ବ୍ୟାପାର ଓ ରାଜସ୍ୱ ବିଭାଗ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ସହ ପରାମର୍ଶ କ୍ରମେ ଏହି ବିମାନସେବା ରାଜିନାମାର ଚିଠା ପ୍ରସ୍ତୁତ କରାଯାଇଛି ।

ଏହାର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ହେଲା – ଉଭୟ ରାଷ୍ଟ୍ର ଗୋଟିଏ କିମ୍ବା ଏକାଧିକ ଏୟାର ଲାଇନକୁ ସେବା ପାଇଁ ମୁତୟନ କରିପାରିବେ । ଏହି ଏୟାର ଲାଇନ ଅପରପକ୍ଷ ରାଷ୍ଟ୍ରରେ ନିଜ ନିଜ କାର୍ଯ୍ୟାଳୟ ସ୍ଥାପନର ଅଧିକାର ପାଇବେ । ଉଭୟ ରାଷ୍ଟ୍ରଙ୍କ ଏୟାର ଲାଇନ ବିମାନ ଚଳାଚଳ ଲାଗି ସମାନ ସୁଯୋଗ ପାଇବେ ।

ସେମାନେ ନିଜ ନିଜର ବିମାନ ଭଡ଼ା ସହମତି ଭିତ୍ତିରେ ସ୍ଥିର କରିବେ । ଦୁଇ ଦେଶର ବିମାନ ସେବା କମ୍ପାନୀ ପରସ୍ପର ମଧ୍ୟରେ ସହଯୋଗ ଭିତ୍ତିରେ ବ୍ୟବସାୟିକ ରାଜିନାମା କରିପାରିବେ ।