ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ସାମାଜିକ ନିରାପତ୍ତା ବୁଝାମଣାରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି । ସଂଶୋଧନରେ ‘ଦେଶର ବାସିନ୍ଦା’କୁ ଅନ୍ତର୍ଭୁକ୍ତ କରାଯାଇଛି ।
ଭାରତ ପକ୍ଷରୁ ଏହି ସଂଶୋଧିତ ବୁଝାମଣାକୁ ବିଜ୍ଞପ୍ତି ତାରିଖର ତୃତୀୟ ମାସଠାରୁ ଏହା କାର୍ଯ୍ୟକାରୀ ହେବ । ଏହା ଫଳରେ ଦୁଇ ଦେଶର ଦ୍ୱିପାକ୍ଷିକ ବୁଝାମଣା ଦୃଢ଼ ହେବା ସହ ଉଭୟ ଦେଶର କମ୍ପାନିମାନେ ପାରସ୍ପରିକ ଭାବେ ବ୍ୟବସାୟ କରିବାରେ ଲାଭବାନ ହୋଇପାରିବେ । ଦୁଇ ଦେଶ ମଧ୍ୟର ଏହା ନିବେଶ ବଢ଼ାଇବାରେ ମଧ୍ୟ ସହାୟକ ହେବ ।
ଏହି ବୁଝାମଣା 2010 ଜୁନରୁ କାର୍ଯ୍ୟକାରୀ ହେଉଛି ଏବଂ ନେଦରଲାଣ୍ଡରେ କାର୍ଯ୍ୟ କରୁଥିବା ପ୍ରବାସୀ ଭାରତୀୟମାନେ ଫାଇଦା ପାଇ ପାରୁଛନ୍ତି । 2013 ଜାନୁଆରୀ 1 ତାରିଖରୁ ୟୁରୋପିଆନ ୟୁନିଅନ ବାହାର ରାଷ୍ଟ୍ରମାନଙ୍କୁ ସାମାଜିକ ନିରାପତ୍ତାର ଫାଇଦା ଦେବା ଆରମ୍ଭ କରିଥିଲା ।
ନୂତନ ସାମାଜିକ ନିରାପତ୍ତା ଆଇନ ଅନୁସାରେ ଫାଇଦା ଜଣେ ଶିକ୍ଷିତ ହିତାଧିକାରୀ (ଡଚ୍ ନାଗରିକ)ଙ୍କୁ ସେ ଏବେ ବାସ କରୁଥିବା ସ୍ଥାନର ଜୀବନଧାରଣର ଖର୍ଚ୍ଚ ସହ ସମାନୁପାତିକ ଭାବେ ମିଳିପାରିବ । ନୂତନ ଡଚ୍ ନିୟମାନୁସାରେ ଯେଉଁ ଦେଶରେ ଡଚ୍ ନାଗରିକ ରହୁଛନ୍ତି, ବିଶ୍ୱ ବ୍ୟାଙ୍କର ମାନାଙ୍କ ଅନୁସାରେ ସେ ଦେଶର ଜୀବନଶୈଳୀ ଆଧାରରେ ଲାଭ ପ୍ରଦାନ କରାଯିବ ।
ନୂତନ ଡଚ୍ ନିୟମ ସାଧାରଣ ଭାବେ ନେଦରଲାଣ୍ଡରେ କାର୍ଯ୍ୟରତ ଭାରତୀୟ ନାଗରିକମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେବ ନାହିଁ, ଏହା କେବଳ ୟୁରୋପିଆନ ୟୁନିଅନ ବାହାରେ ଥିବା ରାଷ୍ଟ୍ରମାନଙ୍କରେ ଥିବା ଡଚ୍ ନାଗରିକଙ୍କ ପାଇଁ । ନେଦରଲାଣ୍ଡରେ କାମ କରୁଥିବା ଭାରତୀୟ ମାନଙ୍କ ପାଇଁ ବର୍ତ୍ତମାନ ଲାଗୁଥିବା ନିୟମ ହିଁ କାମ କରିବ ।
ତେବେ କେତେକ କ୍ଷେତ୍ରରେ ନୂତନ ସଂଶୋଧିତ ନିୟମ ଲାଗୁ ହୋଇପାରିବ, ଯଥା: ନେଦରଲାଣ୍ଡରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟଙ୍କ ମୃତ୍ୟୁ ହେବ ଏବଂ ତାଙ୍କ ପରିବାର ଭାରତରେ ବାସ କରୁଥିବେ । ସେହିପରି ନେଦରଲାଣ୍ଡରେ କାର୍ଯ୍ୟରତ ସମୟରେ ବିକଳାଙ୍ଗ ହୋଇ ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ ।
ସଂଶୋଧିତ ନିୟମକୁ ମଞ୍ଜୁରି ମିଳିବା ପରେ ଦ୍ୱିପାକ୍ଷିକ ସମ୍ପର୍କର ବୁଝାମଣାରେ ସଂଶୋଧନ ଆଣିବାକୁ ନେଦରଲାଣ୍ଡ ଭାରତକୁ ଅନୁରୋଧ କରିଛି, କାରଣ ସେ ଦେଶର ଆଇନରେ ଏହା ଜରୁରି ।