ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି)ର ଗ୍ରୁପ ‘ଏ’ ସାଧାରଣ ଡ୍ୟୁଟି (କାର୍ଯ୍ୟକାରୀ) ଏବଂ ଅଣ-ସାଧାରଣ ଡ୍ୟୁଟି ପାଇଁ କ୍ୟାଡର ସମୀକ୍ଷା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏ ସମ୍ପର୍କରେ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି :
1. ଆଇଟିବିପିର ବରିଷ୍ଠ ଡ୍ୟୁଟି ପଦବୀରେ ପର୍ଯ୍ୟବେକ୍ଷଣ କର୍ମଚାରୀ ବଢ଼ାଇବା ଲାଗି ସହାୟକ କମାଣ୍ଡାଂଟ ଠାରୁ ଆରମ୍ଭ କରି ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦବୀରେ ଗ୍ରୁପ ‘ଏକ’ ସାଧାରଣ ଡ୍ୟୁଟି (କାର୍ଯ୍ୟକାରୀ) ଏବଂ ଅଣସାଧାରଣ ଡ୍ୟୁଟି ପାଇଁ କ୍ୟାଡର ସମୀକ୍ଷା ଲାଗି ନିଷ୍ପତ୍ତି ।
2. ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱ ଏବଂ ମହାନିରୀକ୍ଷକଙ୍କ ସହଯୋଗରେ ଦୁଇଟି ନୂଆ କମାଣ୍ଡ (ଚଣ୍ଡିଗଡ଼ସ୍ଥିତ ପଶ୍ଚିମ କମାଣ୍ଡ ଏବଂ ଗୌହାଟୀରେ ପୂର୍ବ କମାଣ୍ଡର) ଗଠନ ।
ପ୍ରମୁଖ ପ୍ରଭାବ :
• ଆଇଟିବିପିରେ ଏହି ଗ୍ରୁପ ‘ଏ’ ପଦବୀ ସୃଷ୍ଟି ହେବା ପରେ ଏହି ବାହିନୀରେ ପର୍ଯ୍ୟବେକ୍ଷଣ ଦକ୍ଷତା ଏବଂ କ୍ଷମତା ବୃଦ୍ଧି ପାଇବ । ଏହି ବାହିନୀର ଗ୍ରୁପ ‘ଏ’ କ୍ୟାଡର ସମୀକ୍ଷାରେ ପ୍ରସ୍ତାବିତ ପଦବୀ ନିର୍ଦ୍ଧାରିତ ସମୟରେ ସୃଷ୍ଟି ହେବା ଫଳରେ ପର୍ଯ୍ୟବେକ୍ଷଣ ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇବ ।
• ବିଭିନ୍ନ ସ୍ତରରେ ଗ୍ରୁପ ‘ଏ’ କାର୍ଯ୍ୟକାରୀ ସାଧାରଣ ଡ୍ୟୁଟି କ୍ୟାଡରରେ 60ଟି ପଦବୀ ଏବଂ ଗ୍ରୁପ ‘ଏ’ ଅଣ ସାଧାରଣ କ୍ୟାଡରରେ ଦୁଇଟି ପଦବୀ ସୃଷ୍ଟି କରିବା ଲାଗି ଏହି ପ୍ରସ୍ତାବ ଉଦ୍ଦିଷ୍ଟ ।
• ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱ ଏବଂ ମହାନିରୀକ୍ଷକଙ୍କ ସହଯୋଗରେ ଦୁଇଟି ନୂଆ କମାଣ୍ଡ (ଚଣ୍ଡିଗଡ଼ସ୍ଥିତ ପଶ୍ଚିମ କମାଣ୍ଡ ଏବଂ ଗୌହାଟୀରେ ପୂର୍ବ କମାଣ୍ଡର) ଗଠନ ଲାଗି ମଧ୍ୟ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି ।
କାର୍ଯ୍ୟାନ୍ୱୟନ :
ଔପଚାରିକ ବିଜ୍ଞପ୍ତି/ଅନୁମୋଦନ ହାସଲ ହେବା ପରେ ନୂଆ କରି ସୃଷ୍ଟି ହୋଇଥିବା ପଦବୀଗୁଡ଼ିକୁ ନିଯୁକ୍ତି ନିୟମ ଅନୁଯାୟୀ ପୂରଣ କରାଯିବ ।
ପ୍ରମୁଖ ବିଶେଷତ୍ୱ :
କ) ସାଧାରଣ ଡ୍ୟୁଟି କ୍ୟାଡର
ଗ୍ରୁପ ‘ଏ’ ପଦବୀର ବର୍ତ୍ତମାନର ଢାଂଚାକୁ 1147ରୁ ବୃଦ୍ଧି କରାଯାଇ 1207ଟି ପଦବୀ ସୃଷ୍ଟି କରାଯାଇଛି :-
ଦୁଇଟି ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀ ବୃଦ୍ଧି
• 10ଟି ମହାନିରୀକ୍ଷକ ପଦବୀ ବୃଦ୍ଧି
• 10ଟି ଉପ ମହାନିରୀକ୍ଷକ ପଦବୀ ବୃଦ୍ଧି
• 13ଟି କମାଣ୍ଡାଣ୍ଟ ପଦବୀ ବୃଦ୍ଧି
• 21ଟି ସି ର 16ଟି ପଦବୀ ବୃଦ୍ଧି
• 9ଟି ଉପ କମାଣ୍ଡାଣ୍ଟ ପଦବୀ ବୃଦ୍ଧି
ଖ) ଅଣ ସାଧାରଣ ଡ୍ୟୁଟି କ୍ୟାଡର
• ଦୁଇଟି ମହାନିର୍ଦ୍ଦେଶକ ପଦବୀ ନୂତନ ଭାବେ ବୃଦ୍ଧି
**********