ପ୍ରିୟ ବନ୍ଧୁଗଣ,
ଷଷ୍ଠ ଭାରତ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧନ କରିବା ପରିପ୍ରେକ୍ଷୀରେ ମୁଁ ବହୁତ ଖୁସି ।
ପାଞ୍ଚ ବର୍ଷ ପୂର୍ବେ, ଆମେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ମିଶି ଏହି ସମ୍ମିଳନୀ ଚକ୍ର ଆରମ୍ଭ କରିଥିଲୁ । ତା’ ପରଠାରୁ ସମ୍ବାଦ ନୂଆଦିଲ୍ଲୀରୁ ଟୋକିଓ, ୟାଙ୍ଗୋନରୁ ଉଲାନବାତର ପର୍ଯ୍ୟନ୍ତ ଯାତ୍ରା କରିଛି । ଏହି ଯାତ୍ରାରେ, ଏହା ନିଜ ମୂଳ ଉଦ୍ଦେଶ୍ୟ ଯେପରିକି ଆଲୋଚନା ଓ ତର୍କକୁ ପ୍ରୋତ୍ସାହିତ କରିବା; ଗଣତନ୍ତ୍ର, ମାନବବାଦ, ଅହିଂସା, ସ୍ୱାଧୀନତା ଏବଂ ସହିଷ୍ଣୁତା ଉପରେ ପର୍ଯ୍ୟବେସିତ ଆପୋସ ମୂଲ୍ୟବୋଧକୁ ସମୃଦ୍ଧ କରିବା ; ଏବଂ ଆଧ୍ୟାତ୍ମିକ ଚେତନା ଓ ଜ୍ଞାନ ଆଦାନପ୍ରଦାନର ପୁରୁଣା ପରମ୍ପରାକୁ ଆଗକୁ ବଢ଼ାଇବାରେ ସଫଳ ହୋଇଛି । ସମ୍ବାଦ ସମ୍ମିଳନୀକୁ ନିରନ୍ତର ଭାବେ ସମର୍ଥନ କରିଥିବାରୁ ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।
ବନ୍ଧୁଗଣ,
ଏହି ମଞ୍ଚ ଭଗବାନ ବୁଦ୍ଧଙ୍କ ବିଚାରଧାରା ଏବଂ ଆଦର୍ଶଗୁଡ଼ିକୁ ସମୃଦ୍ଧ କରିବା ପାଇଁ ବହୁତ କାର୍ଯ୍ୟ କରିଛି, ବିଶେଷକରି ଯୁବପିଢ଼ିଙ୍କ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଛି । ଐତିହାସିକ ଭାବେ, ବୁଦ୍ଧଙ୍କ ବାର୍ତ୍ତାର ଆଲୋକ ଭାରତରୁ ବିଶ୍ୱର ଅନେକ ଅଂଶକୁ ବ୍ୟାପିଛି । ଏହି ଆଲୋକ ପ୍ରତ୍ୟେକ ନୂଆ ସ୍ଥାନରେ ପହଞ୍ଚି ପାରିଛି । ବୁଦ୍ଧଙ୍କ ବିଚାରଧାରା ଶତାବ୍ଦୀ ଶତାବ୍ଦୀ ଧରି ଆହୁରି ଆଗକୁ ବଢ଼ିଚାଲିଛି । ଏହି କାରଣରୁ, ବୌଦ୍ଧ ସାହିତ୍ୟ ଏବଂ ଦର୍ଶନର ମହାନ ଚେତନା ଆଜି ଅନେକ ପୃଥକ ପୃଥକ ଦେଶ ଓ ଭାଷାଗୁଡ଼ିକରେ ତଥା ଅନେକ ମଠଗୁଡ଼ିକରେ ଦେଖିବାକୁ ମିଳୁଛି ।
ଏହି ଆଲେଖ୍ୟ ସାମଗ୍ରିକ ରୂପରେ ମାନବଜାତି ପାଇଁ ଏକ ବଡ଼ ସମ୍ପତ୍ତି ହୋଇଛି । ଆଜି, ଏହିସବୁ ପାରମ୍ପରିକ ବୌଦ୍ଧ ସାହିତ୍ୟ ଏବଂ ଶାସ୍ତ୍ରଗୁଡ଼ିକ ନିମନ୍ତେ ଏକ ପାଠାଗାର ସ୍ଥାପନ ଲାଗି ମୁଁ ପ୍ରସ୍ତାବ ରଖିବାକୁ ଚାହିଁବି । ଭାରତରେ ଏଭଳି ପ୍ରକାର ବ୍ୟବସ୍ଥା ହେଲେ ଆମେ ବେଶ ପ୍ରସନ୍ନ ହେବୁ ଏବଂ ଏଥିପାଇଁ ଉପଯୁକ୍ତ ସମ୍ବଳ ଉପଲବ୍ଧ କରାଇବୁ । ପାଠାଗାର ବିଭିନ୍ନ ଦେଶର ଏଭଳି ସମସ୍ତ ବୌଦ୍ଧ ସାହିତ୍ୟର ଡିଜିଟାଲ ନକଲଗୁଡ଼ିକୁ ସଂଗ୍ରହ କରି ରଖିବ । ଏହାପରେ ଏଗୁଡ଼ିକୁ ଅନୁବାଦ କରାଯାଇ ବୌଦ୍ଧ ଧର୍ମର ସମସ୍ତ ସାଧୁ ଏବଂ ବିଦ୍ୱାନମାନଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯିବ । ପାଠାଗାର କେବଳ ସାହିତ୍ୟର ଏକ ଭଣ୍ଡାର ହେବନାହିଁ ।
ଏହା ଗବେଷଣା ଓ ଆଲୋଚନା ପାଇଁ ଏକ ମଞ୍ଚ ହେବ– ଲୋକ ଓ ସମାଜ ମଧ୍ୟରେ ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ବାସ୍ତବ ‘ସମ୍ବାଦ’ ର ଏକ ମାଧ୍ୟମ ହୋଇପାରିବ । ସମକାଳୀନ ଆହ୍ୱାନଗୁଡ଼ିକ ବିରୋଧରେ ଆଧୁନିକ ବିଶ୍ୱରେ ବୁଦ୍ଧଙ୍କ ବାର୍ତ୍ତା କିଭଳି ଆମକୁ ରାସ୍ତା ଦେଖାଇ ପାରିବ, ତାହା ଜାଣିବା ପାଇଁ ଅଧିକ ଗବେଷଣା କରିବାକୁ ହେବ । ଦାରିଦ୍ର୍ୟ, ଜାତିବାଦ, ଉଗ୍ରବାଦ, ଲିଙ୍ଗ ବୈଷମ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ କେତେକ ଆହ୍ୱାନର ସାମନା କରିବା ପାଇଁ ଏହା ସହାୟକ ହୋଇପାରିବ ।
ବନ୍ଧୁଗଣ,
ପ୍ରାୟ ତିନି ସପ୍ତାହ ପୂର୍ବେ, ମୁଁ ସାରନାଥରେ ଥିଲି । ସାରନାଥ ହେଉଛି ସେହି ସ୍ଥାନ, ଯେଉଁଠି ଭଗବାନ ବୁଦ୍ଧ ଆତ୍ମଜ୍ଞାନ ପ୍ରାପ୍ତ ହେବା ପରେ ନିଜର ପ୍ରଥମ ଉପଦେଶ ପ୍ରଦାନ କରିଥିଲେ । ସାରନାଥରୁ ବାହାରିଥିବା ଏହି ଜ୍ୟୋତିପୁଞ୍ଜ ପୂରା ଦୁନିଆରେ ବ୍ୟାପିଯାଇଥିଲା, ଯାହା ଦୟା, ମହାନତା ଏବଂ ସର୍ବୋପରି ମାନବ ସେବାର ଭାବନାକୁ ସମଗ୍ର ବିଶ୍ୱରେ ପହଞ୍ଚାଇ ଥିଲା । ଧୀରେ ଧୀରେ ଏହା ବିଶ୍ୱ ଇତିହାସର ଶୃଙ୍ଖଳା ବଦଳାଇ ଦେଇଥିଲା । ସାରନାଥରେ ହିଁ ଭଗବାନ ବୁଦ୍ଧ ନିଜ ଧର୍ମ ଓ ଆଦର୍ଶ ବିସ୍ତୃତ ଭାବେ ବଖାଣିଥିଲେ । ତାଙ୍କ ପାଇଁ ପ୍ରାର୍ଥନା ଓ ସଂସ୍କାରଠାରୁ ଅଧିକ ଥିଲା ଧର୍ମ । ଧର୍ମର କେନ୍ଦ୍ରରେ ଥିଲା ମଣିଷ, ଏବଂ ମଣିଷଙ୍କ ମଧ୍ୟରେ ସମ୍ପର୍କ । ଜୀବନରେ ଏକ ସକାରାତ୍ମକ ଶକ୍ତି ରହିବା ସବୁଠୁ ମହତ୍ତ୍ୱପୂର୍ଣ୍ଣ । ସମ୍ବାଦ ଏଭଳି ହେବା ଆବଶ୍ୟକ, ଯାହା ଆମର ଗ୍ରହ ଉପରେ ସକାରାତ୍ମକତା, ଏକତା ଏବଂ ଦୟାର ଏହି ଭାବନାକୁ ବିସ୍ତାର କରିପାରିବ । ବର୍ତ୍ତମାନ ସମୟରେ ଏହା ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ।
ବନ୍ଧୁଗଣ,
ଏହା ଏକ ନୂଆ ଦଶନ୍ଧିର ପ୍ରଥମ ସମ୍ବାଦ । ଏହା ମାନବ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ କ୍ଷଣରେ ଅନୁଷ୍ଠିତ ହେଉଛି । ଆମର କାର୍ଯ୍ୟ ଆଗାମୀ ସମୟର ଆଲୋଚନାକୁ ନୂଆ ରୂପ ଦେଇପାରିବ । ନୂଆ ଜିନିଷ ଶିଖିବା ଏବଂ ଉଦ୍ଭାବନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ । ଏହା ଉଜ୍ଜ୍ୱଳ ଯୁବା ମନର ପୋଷକ ଭାବେ କାମ କରିବ, ଆଗାମୀ ସମୟରେ ମାନବୀୟ ମୂଲ୍ୟବୋଧକୁ ସୁଦୃଢ଼ କରିବ । ଶିକ୍ଷା ଏଭଳି ହେବା ଆବଶ୍ୟକ, ଯାହା ଉଦ୍ଭାବନକୁ ଆଗେଇ ନେଇପାରିବ । ସର୍ବୋପରି, ମାନବ ସମୃଦ୍ଧି ପାଇଁ ଉଦ୍ଭାବନ ଏକ ଆଧାରଶିଳା ହୋଇପାରିବ ।
ଉନ୍ମୁକ୍ତ ମନ ହିଁ ସମାଜରେ ଉଦ୍ଭାବନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ତେଣୁ, ଏବେ ହିଁ ସେହି ପ୍ରକୃଷ୍ଟ ସମୟ, ପୂର୍ବ ସମୟଠାରୁ ଏହା ଅଧିକ ପ୍ରକୃଷ୍ଟ । ଅଳ୍ପ କେତେକଙ୍କୁ ନେଇ ବିଶ୍ୱ ଅଭିବୃଦ୍ଧି ଉପରେ ଆଲୋଚନା କରିବା ଅସମ୍ଭବ । ମଞ୍ଚ ବିଶାଳ ହେବା ଦରକାର । ଏଜେଣ୍ଡା ବ୍ୟାପକ ହେବା ଜରୁରି । ଅଭିବୃଦ୍ଧି ପ୍ରଣାଳୀକୁ ମାନବକୈନ୍ଦ୍ରିକ ଦୃଷ୍ଟିକୋଣରୁ ପାଳନ କରିବା ଦରକାର, ଯାହା ଆମ ପରିବେଶ ଅନୁକୂଳ ମଧ୍ୟ ହେବ ।
ବନ୍ଧୁଗଣ,
ନିମ୍ନରେ ତାହା ଠିକ ଭାବେ ବର୍ଣ୍ଣନା ହୋଇଛି:
ୟମକ ୱଗୋ ଧମ୍ମପଦ:
ନ ହି ୱେରେନ ୱେରାନ, ସମ୍ମାନ୍ତିଧ କୁଦାନ୍ତ ।
ଅୱେରେନ ଚ ସମ୍ମନ୍ତି, ଏସ ଧମ୍ମୋ ସନନ୍ତନୋ । ।
ଶତ୍ରୁତା ଦ୍ୱାରା କଦାପି ଶାନ୍ତି ମିଳିବ ନାହିଁ । ଅତୀତରେ, ମାନବତା ସହଯୋଗ ପରିବର୍ତ୍ତେ ସାମ୍ନାସାମ୍ନି ହେବାର ରାସ୍ତା ଆପଣାଇଥିଲେ । ସାମ୍ରାଜ୍ୟବାଦରୁ ନେଇ ବିଶ୍ୱ ଯୁଦ୍ଧ ପର୍ଯ୍ୟନ୍ତ । ଅସ୍ତ୍ରଶସ୍ତ୍ର ଦୌଡ଼ରୁ ମହାକାଶ ଦୌଡ଼ ପର୍ଯ୍ୟନ୍ତ । ଆମ ପାଖରେ କଥାବାର୍ତ୍ତା କରିବାର ସୁଯୋଗ ଥିଲା, କିନ୍ତୁ ଅନ୍ୟମାନଙ୍କୁ ତଳକୁ ଖସାଇବା ପାଇଁ ସେଥିରେ ଲକ୍ଷ୍ୟ ଥିଲା । ଏବେ, ଆସନ୍ତୁ ମିଳିମିଶି ଊଦ୍ଧ୍ୱର୍କୁ ଉଠିବା । ଭଗବାନ ବୁଦ୍ଧଙ୍କ ଉପଦେଶ ଦ୍ୱାରା ଶତ୍ରୁତା ପରିହାର କରି ସଶକ୍ତ ହେବା ପାଇଁ ଉଦ୍ୟମ କରିବା ଆବଶ୍ୟକ । ତାଙ୍କ ବାଣୀ ଆମକୁ ହୃଦୟବାନ ହେବାକୁ ପ୍ରେରଣା ଦେଉଛି । ତାହା ଆମକୁ କହୁଛି ଯେ: ଅତୀତରୁ ଶିକ୍ଷାଲାଭ କରି ଭବିଷ୍ୟତ ପାଇଁ କାର୍ଯ୍ୟ କରିଚାଲ । ଆମର ଆଗାମୀ ପିଢ଼ି ପାଇଁ ଏହା ସବୁଠୁ ବଡ଼ ସେବା ।
ବନ୍ଧୁଗଣ,
ସମ୍ବାଦର ସାର ହେଉଛି ମିଳିମିଶି ରହିବା । ଆସନ୍ତୁ, ସମ୍ବାଦ ଦ୍ୱାରା ଆମ ମଧ୍ୟରେ ଥିବା ସର୍ବୋତ୍କୃଷ୍ଟ ଭାବନାକୁ ପରିପ୍ରକାଶ କରିବା । ଆମର ପ୍ରାଚୀନ ମୂଲ୍ୟବୋଧକୁ ଆପଣେଇବା ଏବଂ ଆଗାମୀ ସମୟ ପାଇଁ ପ୍ରସ୍ତୁତ ରହିବା । ଆମ ନୀତି ଓ ସିଦ୍ଧାନ୍ତରେ ମାନବତା ହିଁ ମୁଖ୍ୟ ହେବା ଦରକାର । ଆମେ ନିଜ ପ୍ରକୃତି ସହ ସାମଞ୍ଜସ୍ୟତା ରକ୍ଷାକରି ବିକାଶର ଧାରାକୁ ଆଗକୁ ନେବା ଉଚିତ । ମୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସେମାନଙ୍କ ବିଚାରବିମର୍ଶରେ ସଫଳତା କାମନା କରୁଛି ।
ଧନ୍ୟବାଦ ।
**********
In this journey, Samwad has remained true to its fundamental objectives which include:
— PMO India (@PMOIndia) December 21, 2020
To encourage dialogue and debate.
To highlight our shared values.
To carry forward our ancient tradition of spiritual and scholarly exchanges: PM @narendramodi
Today, I would like to propose the creation of a library traditional Buddhist literature and scriptures.
— PMO India (@PMOIndia) December 21, 2020
We will be happy to create such a facility in India and will provide appropriate resources for it: PM @narendramodi
The library will collect digital copies of all such Buddhist literature from different countries.
— PMO India (@PMOIndia) December 21, 2020
It will aim to translate them, and make them freely available for all monks and scholars of Buddhism: PM @narendramodi
The library will not only be a depository of literature.
— PMO India (@PMOIndia) December 21, 2020
It will also be a platform for research and dialogue - a true Samwad between human beings, between societies, and between humans and nature: PM @narendramodi
Its research mandate will also include examining how Buddha's message can guide our modern world against contemporary challenges: PM @narendramodi
— PMO India (@PMOIndia) December 21, 2020
Our actions today will shape the discourse in the coming times.
— PMO India (@PMOIndia) December 21, 2020
This decade will belong to those societies that place a premium on learning and innovating together.
It will be about nurturing bright young minds who will add value to the humanity in the times to come: PM Modi
Discussions on global growth cannot happen only between a few.
— PMO India (@PMOIndia) December 21, 2020
The table must be bigger.
The agenda must be broader.
Growth patterns must follow a human-centric approach.
And, be in harmony with our surroundings: PM @narendramodi
In the past, humanity often took the path of confrontation instead of collaboration.
— PMO India (@PMOIndia) December 21, 2020
From Imperialism to the world wars.
From the arms race to the space race.
We had dialogues but they were aimed at pulling others down.
Now, let us rise together: PM @narendramodi
We must keep humanism at the core of our policies.
— PMO India (@PMOIndia) December 21, 2020
We must make harmonious co-existence with nature as the central pillar of our existence: PM @narendramodi
Addressing the Indo-Japan Samwad conference. https://t.co/nsZ60A68Lh
— Narendra Modi (@narendramodi) December 21, 2020