1. ଆଫ୍ରିକା ସମେତ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧି ଓ ବିକାଶ ମାଧ୍ୟମରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ଭାରତ- ଜାପାନ ମଧ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏଥିପାଇଁ ସେମାନେ ସହଯୋଗୀ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସଂଯୋଗ ଓ ସହଯୋଗ ବୃଦ୍ଧି କରିବା ସହ ଗୁଣାତ୍ମକ ଭିତ୍ତିଭୂମି ଓ ଦକ୍ଷତା ବୃଦ୍ଧି ନିମନ୍ତେ ସହମତ ହୋଇଛନ୍ତି । ଉଭୟ ରାଷ୍ଟ୍ର ଦୃଢ଼ ଭାବେ ବିଶ୍ୱାସୀ ଯେ ଏଭଳି ସକଳ ପ୍ରକାର ବିକାଶ ସହଯୋଗ ଏକ ମୁକ୍ତ, ସ୍ୱଚ୍ଛ ତଥା ଅଣ- ସମାବେଶୀ ଭିତ୍ତିରେ ସଂପାଦନ କରାଯିବ ଯାହାକି ଅନ୍ତରାଷ୍ଟ୍ରୀୟ ମାନର ହୋଇଥିବ ତଥା ଉଭୟେ ସହଭାଗୀ ରାଷ୍ଟ୍ରଙ୍କ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ପ୍ରଦର୍ଶନ କରିବେ । ଏଥିସହ ସେମାନେ ଋଣ ଅର୍ଥ ଯୋଗାଣ ବ୍ୟବସ୍ଥା ପାଇଁ ମଧ୍ୟ ଦାୟିତ୍ୱବାନ ରହିବେ ଓ ସ୍ଥାନୀୟ ଅର୍ଥବ୍ୟବସ୍ଥା ଓ ବିକାଶ ପନ୍ଥା ପ୍ରତି ଗୁରୁତ୍ୱ ଆରୋପ କରିବା ପ୍ରତି ସତର୍କ ରହିବେ ।
2. ଭାରତର “ଏକ୍ଟ ଇଷ୍ଟ ନୀତି” ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଫ୍ରିକୀୟ ରାଷ୍ଟ୍ରମାନଙ୍କ ସହ ଦୀର୍ଘକାଳୀନ ତଥା ନିୟମିତ ସଂପର୍କ ବୃଦ୍ଧି ସକାଶେ ଅନୁସୃତ 10 ସୂତ୍ରୀ ନିୟମାବଳୀ ଆଧାରରେ ଏବଂ ଜାପାନର “ଗୁଣାତ୍ମକ ଭିତ୍ତିଭୂମି ପ୍ରୟାସ ଲାଗି ସହଭାଗିତା ସଂପ୍ରସାରଣ” ନୀତି ଓ ଟିଆଇସିଏଡ଼ି-VI ନାଇରୋବି ଘୋଷଣାନାମା ଅନୁସାରେ ଉଭୟ ରାଷ୍ଟ୍ର ଆୟୋଜକ ରାଷ୍ଟ୍ରର ସରକାରଙ୍କ ସହ ଅଧିକ ଆଲୋଚନା ପ୍ରସ୍ତାବକୁ ସ୍ୱାଗତ କରିବା ସହ ସେଥିପ୍ରତି ସେମାନଙ୍କ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏହାଦ୍ୱାରା ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସଂଯୋଗ ବିକାଶ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଲାଗି ଏକ ଦୃଶ୍ୟମାନ ସହଯୋଗର ବିକାଶ ଘଟିପାରିବ । ତେଣୁ ଭାରତ ଓ ଜାପାନ ଏଭଳି ନିର୍ଦ୍ଦିଷ୍ଟ ସହଯୋଗ ପାଇଁ ଚିହ୍ନଟ କରାଯାଇଥିବା କ୍ଷେତ୍ରକୁ ସ୍ୱାଗତ କରିଛନ୍ତି, ତେବେ ନିମ୍ନରେ ସୂଚୀତ କ୍ଷେତ୍ର ଏଥିରେ ସାମିଲ ଥିଲେ ସୁଦ୍ଧା ତାହା ସେତିକିରେ ସୀମିତ ନୁହେଁ:
2.1) ଶ୍ରୀଲଙ୍କାରେ ସହଯୋଗ, ଯଥା ଏଲଏନଜି ସଂପର୍କୀତ ଭିତ୍ତିଭୂମିର ବିକାଶ;
2.2) ମିଆଁମାରରେ ସହଯୋଗ, ଯଥା ରାଖିରେ ରାଜ୍ୟରେ ବାସଗୃହ ନିର୍ମାଣ, ଶିକ୍ଷା ଓ ବିଦ୍ୟୁତିକରଣ ଆଦି ପ୍ରକଳ୍ପର ବିକାଶ କ୍ଷେତ୍ରରେ ଉତ୍ତମ ସମନ୍ୱୟ ରକ୍ଷା;
2.3) ବାଂଲାଦେଶରେ ବିକାଶମୂଳକ କାର୍ଯ୍ୟକ୍ରମରେ ସହଯୋଗ, ଯଥା, ରାମଗଡ଼ଠାରୁ ବରାୟାଘାଟ ପର୍ଯ୍ୟନ୍ତ ସଡ଼କମାନଙ୍କୁ ଚାରିଲେନ ବିଶିଷ୍ଟ କରାଯିବା, ସେଥି ମଧ୍ୟରେ ଥିବା ପୋଲଗୁଡ଼ିକର ପୁନଃନିର୍ମାଣ, ରୋଲିଂ ଷ୍ଟକ ଯୋଗାଟ ଓ ଯମୁନା ନଦୀ ଉପରେ ଥିବା ଯମୁନା ରେଳ ପୋଲର ନିର୍ମାଣ ଭଳି ବିକାଶ କାର୍ଯ୍ୟକ୍ରମ; ଏବଂ
2.4) ଆଫ୍ରିକାରେ ସହଯୋଗ, ଯଥା କେନିଆରେ ଏକ ଏସଏମଇ ବିକାଶ ଆଲୋଚନାଚକ୍ରର ଆୟୋଜନ କରିବା ଏବଂ କେନିଆରେ କ୍ୟାନସର ହସ୍ପିଟାଲର ବିକାଶ ଘଟାଇବା ସକାଶେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ଲୋଡ଼ିବା ।
3) ଉଭୟରାଷ୍ଟ୍ର ମାନବ ସମ୍ବଳର ବିକାଶ, ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟସେବା, ଜୀବନ ଜୀବିକା, ଜଳ, ପରିମଳ ଓ ଡ଼ିଜିଟାଲ ସ୍ପେସ୍ କ୍ଷେତ୍ରରେ ସହଯୋଗ ବୃଦ୍ଧିର ଗୁରୁତ୍ୱକୁ ସ୍ୱୀକାର କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଣ ସମସ୍ତଙ୍କୁ ଉପଲବ୍ଧ କରାଇବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଛନ୍ତି । ସେହିଭଳି ଦୁଇ ଦେଶ ଆଫ୍ରିକା ସମେତ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ରାଷ୍ଟ୍ରର ନାଗରିକମାନଙ୍କୁ ସେମାନଙ୍କର ବିକାଶ ଆକାଂକ୍ଷା ସାକାର କରିବା ଦିଗରେ ସହଯୋଗ କରିବାକୁ ସହମତ ହୋଇଛନ୍ତି ।
4) ଅଧିକନ୍ତୁ, ଉଭୟ ରାଷ୍ଟ୍ର ଭାରତ-ଜାପାନ ବ୍ୟବସାୟିକ ପ୍ଲାଟଫର୍ମ ସ୍ଥାପନ ଦିଗରେ କାର୍ଯ୍ୟ କରିବେ ଯଦ୍ୱାରା ଭାରତ ଓ ଜାପାନର ବ୍ୟବସାୟିକ ସଂସ୍ଥାମାନଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟର ବାତାବରଣ ସଂପ୍ରସାରିତ ହୋଇପାରିବ ଓ ତାହା ଏହି କ୍ଷେତ୍ରରେ ଶିଳ୍ପ କରିଡ଼ର ବିକାଶ ଘଟାଇବା ତଥା ଶିଳ୍ପ ନେଟୱାର୍କ ସ୍ଥାପନରେ ସହାୟକ ହେବ । ଏହି ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ନେକ୍ସି ଓ ଇସିଜିସି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ସ୍ୱାଗତ କରିଛନ୍ତି ଯାହାକି ଏହି କ୍ଷେତ୍ରରେ ଭାରତ- ଜାପାନ ବ୍ୟବସାୟିକ ପ୍ରକଳ୍ପର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
(5) ଉଭୟ ଭାରତ ଓ ଜାପାନ ବିଶ୍ୱାସ କରନ୍ତି ଯେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସେମାନଙ୍କର ବିକାଶ ସହଯୋଗ ଏହି କ୍ଷେତ୍ରର ଲୋକମାନଙ୍କ ପାଇଁ ସମାନତାର ସହ, ସକାରାତ୍ମକ ଓ ପ୍ରଗତିଶୀଳ ପରିବର୍ତ୍ତନର ଦ୍ୱାର ଉନ୍ମୁକ୍ତ କରିବ ତଥା ଆଫ୍ରିକାର ସାମାଜିକ- ଆର୍ଥିକ ବିକାଶ ଦିଗରେ ସହାୟକ ହେବ ।
ଏକ୍ଟ ଇଷ୍ଟ ଫୋରମରେ ଭାରତ- ଜାପାନ ସହଯୋଗ
(1) ଭାରତର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ହେଉଛି ଭାରତର ‘ଏକ୍ଟ ଇଷ୍ଟ ନୀତି’ର ପ୍ରମୁଖ କ୍ଷେତ୍ର । ଏହି କ୍ଷେତ୍ରର ଆସିଆନ ରାଷ୍ଟ୍ରମାନଙ୍କ ସହ ଏକ ପାରମ୍ପରିକ ତଥା ଐତିହାସିକ ସଂପର୍କ ରହିଆସିଛି ଏବଂ ଆସିଆନ ରାଷ୍ଟ୍ରମାନଙ୍କ ସହ ନିବିଡ଼ ସଂପର୍କ ରକ୍ଷା କ୍ଷେତ୍ରରେ ଏହା ଏକ ସ୍ପ୍ରିଙ୍ଗ ବୋର୍ଡ଼ ଭାବେ କାର୍ଯ୍ୟ କରିପାରିବ । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ସହ ସଂଯୋଗ ବୃଦ୍ଧି କରାଗଲେ ତାହା ପ୍ରତିବେଶୀ ରାଷ୍ଟ୍ରମାନଙ୍କ ସହ ସଂଯୋଗ ସ୍ଥାପନ ପାଇଁ ମଧ୍ୟ ବିଶେଷ ସୁଯୋଗ ସୃଷ୍ଟି କରିବ ଯାହାକି ଏକାନ୍ତ ଜରୁରୀ । ଏହା ଦ୍ୱାରା ଉଭୟ ରାଷ୍ଟ୍ର ସେମାନଙ୍କର ସାମର୍ଥ୍ୟକୁ ହାସଲ କରିପାରିବେ । ଏ ସଂପର୍କରେ ଉଭୟ ଭାରତ ଓ ଜାପାନ ସେମାନଙ୍କର ମନୋଭାବକୁ ସ୍ପଷ୍ଟ କରିବା ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ତାହା ସେମାନଙ୍କର ଭିଜନ ଘୋଷଣାନାମାରେ ପ୍ରକଟିତ ହୋଇଛି ।
(2) ଗତବର୍ଷ ଏକ୍ଟ ଇଷ୍ଟ ଫୋରମ ଗଠିତ ହୋଇଥିଲା ଏବଂ ତାହା ଉତ୍ତର ପୂର୍ବାଞ୍ଚଳରେ ଭାରତ- ଜାପାନ ସହଯୋଗର ବାହକ ଭାବେ ପ୍ରମାଣିତ ହୋଇଛି । ଅକ୍ଟୋବର 8 ତାରିଖ ଦିନ ଏହାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇ ସେଥିରୁ ନିମ୍ନୋକ୍ତ ନିର୍ଯ୍ୟାସ ବାହାରିଥିଲା:
(2.1) କାର୍ଯ୍ୟକ୍ରମ ପ୍ରବର୍ତ୍ତନର କ୍ଷେତ୍ର ସଂପ୍ରସାରଣ
ମେଘାଳୟ ଉତ୍ତର-ପୂର୍ବ ସଂଯୋଗୀକରଣ
ପ୍ରଥମ ପର୍ଯ୍ୟାୟ : ତୁରା- ଦାଲୁ ( ଜାତୀୟ ରାଜପଥ- 51)
ଦ୍ଵିତୀୟ ପର୍ଯ୍ୟାୟ : ସିଲଂ- ଡ଼କି ( ଜାତୀୟ ରାଜପଥ- 50)
ମିଜୋରାମ ଉତ୍ତର-ପୂର୍ବ ସଂଯୋଗୀକରଣ
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ: ଆଇଜଲ- ତୁଇପାଙ୍ଗ (ଜାତୀୟ ରାଜପଥ-54)
ସିକିମ: ଜୈବ ବିବିଧତା ସଂରକ୍ଷଣ ଓ ଜଙ୍ଗଲ ପରିଚାଳନା
ନାଗାଲାଣ୍ଡ: ଜଙ୍ଗଲ ସୁରକ୍ଷା ଓ ଜୀବନଜୀବିକାର ଉନ୍ନତିକରଣ
2.2) ଜାପାନ ଓ ଭାରତ ନିମ୍ନୋକ୍ତ କ୍ଷେତ୍ରରେ ଆଗକୁ ଅଗ୍ରସର ହେବାକୁ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି:
ଏଡ଼ିବି ସହଯୋଗରେ ଗେଲେଫୁ- ଦାଲୁ କରିଡ଼ର କାର୍ଯ୍ୟ ସଂପୂର୍ଣ୍ଣ କରିବା ଓ ସେଥି ମଧ୍ୟରେ ଧୁବ୍ରି/ ଫୁଲବାରୀ ପୋଲ ପ୍ରକଳ୍ପ ସାମିଲ ଯାହାକି ସାକାର ହେଲେ ଏହା ଭାରତର ଦୀର୍ଘତମ ନଦୀପୋଲ ହେବ, ଏବଂ ତୃତୀୟ ପର୍ଯ୍ୟାୟ ଉତ୍ତର-ପୂର୍ବ ରୋଡ଼ ନେଟୱାର୍କ ସଂଯୋଗୀକରଣ ଉନ୍ନୟନ ପ୍ରକଳ୍ପ
ଜିଲ୍ଲାର ମୁଖ୍ୟ ସଡ଼କ (ଏମଡ଼ିଆର) ଏବଂ ଅନ୍ୟାନ୍ୟ ଜିଲ୍ଲା ସଡ଼କ (ଓଡ଼ିଆର) ମାନଙ୍କର ବିକାଶ ଯାହା କି ସେ କ୍ଷେତ୍ରର ସାମାଜିକ-ଆର୍ଥିକ ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ତାହାର ବିକାଶ କଥା ଚିନ୍ତା କରାଯାଉଛି ।
“ଉମିଆମ- ଉପତୁର ତୃତୀୟ ପର୍ଯ୍ୟାୟ ଜଳବିଦ୍ୟୁତ ଶକ୍ତି କେନ୍ଦ୍ରର ଉନ୍ନତିକରଣ ଓ ଆଧୁନିକୀକରଣ ପ୍ରକଳ୍ପ” ସକାଶେ ଓଡ଼ିଏର ଋଣ ଯୋଗାଣ ।
ତ୍ରିପୁରାରେ ଦୀର୍ଘକାଳୀନ ଜଙ୍ଗଲ ପରିଚାଳନା ଓ ମେଘାଳୟରେ ଅନୁରୂପ ପ୍ରକଳ୍ପ ବିଷୟ ଚିନ୍ତାକରି ଦେଖାଯାଉଛି ।
(2.3) କୌଶଳ ଓ ଧନ୍ଦାମୂଳକ ପ୍ରୟାସ:
“ଜାପାନ- ଭାରତ ଉତ୍ତର ପୂର୍ବାଞ୍ଚଳ ବାଉଁଶ ପ୍ରକଳ୍ପ ଉପକ୍ରମ” ଆରମ୍ଭ କରିବା ସକାଶେ ଯାହାରକି ଏହି କ୍ଷେତ୍ରରେ ବାଉଁଶର ଉନ୍ନତିକରଣ ଉପରେ ବିଶେଷ ପ୍ରଭାବ ପଡ଼ିବ ସେ ଦିଗରେ ଉଦ୍ୟମ କରାଯାଉଛି । ବାଉଁଶର ଶୈଳ୍ପିକ ଉପଯୋଗ ଏବଂ ବାଉଁଶ ଜଙ୍ଗଲ ପରିଚାଳନା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ପ୍ରଥମ “ଉତ୍ତର- ପୂର୍ବାଞ୍ଚଳ ବାଉଁଶ କର୍ମଶାଳା” କାର୍ଯ୍ୟକାରୀ କରାଯାଉଛି ।
ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ଜାପାନୀ ଭାଷା ଶିକ୍ଷାର ପ୍ରସାର ନିମନ୍ତେ ଯାହାକି ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଅଂଶବିଶେଷ ଏବଂ ତଦନୁସାରେ ଭାରତର 100ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାପାନୀ ଭାଷାଶିକ୍ଷାର ସାର୍ଟିଫିକେଟ ପାଠ୍ୟକ୍ରମର ବିକାଶ ଘଟାଯିବାକୁ ସ୍ଥିର କରାଯାଇଛି, ସେ ଦିଗରେ ପ୍ରୟାସ ଜାରି ରହିଛି । ଏଭଳି ପାଠ୍ୟକ୍ରମ ପ୍ରତି ଆସାମର କଟନ ବିଶ୍ୱବିଦ୍ୟାଳୟ ଏବଂ ଗୁଆହାଟୀ ବିଶ୍ୱବିଦ୍ୟାଳୟ ମେଘାଳୟର ଇଇଏଲୟୁ ତଥା ନାଗାଲାଣ୍ଡର ଏନଆଟି-ଏନ ଦେଖାଇଥିବା ଆଗ୍ରହକୁ ଫୋରମ ସ୍ୱାଗତ କରିଛି । ଏଥିପାଇଁ ଜାପାନ ସରକାର ଜାପାନୀ ଭାଷା ଶିକ୍ଷକ ତାଲିମ କେନ୍ଦ୍ର ଜରିଆରେ ଉପଯୁକ୍ତ ସହାୟତା ଯୋଗାଇ ଦେବା ସକାଶେ ପ୍ରସ୍ତୁତ ଅଛି । ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରୁ ଏପରି ଅଧିକ ପ୍ରସ୍ତାବ ଆସିଲେ ତାହାକୁ ସ୍ୱାଗତ କରାଯିବ ।
ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ କୌଶଳ ତାଲିମ ପ୍ରଦାନ ଏବଂ ସେଥିରେ କେୟାର-ଗିଭରମାନଙ୍କ ସକାଶେ ଜାପାନୀ ଭାଷା ଶିକ୍ଷା ସାମିଲ, ଏଭଳି ତାଲିମ ଗ୍ରହଣକାରୀମାନଙ୍କୁ ଜାପାନ ଭ୍ରମଣ କରି ଟିଆଇଟିପି (ଟେକ୍ନିକାଲ ଇଣ୍ଟର୍ଣ୍ଣ ଟ୍ରେନିଂ ପ୍ରୋଗ୍ରାମ) ଅଧୀନରେ ଅଧିକ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ଏସିଆ ସ୍ୱାସ୍ଥ୍ୟ ଓ ନିରାମୟ ଉପକ୍ରମ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଷ୍ଟ୍ର ମଧ୍ୟରେ ଏଭଳି ସହଯୋଗ ବୃଦ୍ଧି ପାଇଁ ଏହା ଅବସର ପ୍ରଦାନ କରିବ ।
2.4) ବିପର୍ଯ୍ୟୟ ପରିଚାଳନା
ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ସକ୍ରିୟ ଓ ସୁଦୃଢ଼ ଭିତ୍ତିଭୂମିର ବିକାଶ ସକାଶେ ଜାପାନର ଅବଦାନ ଓ ପାର୍ବତ୍ୟ କ୍ଷେତ୍ରର ରାଜମାର୍ଗରେ ଦକ୍ଷତା ବିକାଶ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯିବ ।
ଜାପାନ- ଭାରତ ବିପର୍ଯ୍ୟୟ ରିସ୍କ ହ୍ରାସ କର୍ମଶାଳା ମାଧ୍ୟମରେ ପାରସ୍ପରିକ ଜ୍ଞାନ ବିନିମୟ
ଜେଆଇସିଏ ଜ୍ଞାନ ସହଯୋଗ କାର୍ଯ୍ୟକ୍ରମ (ଗୋଷ୍ଠୀ ଓ କ୍ଷେତ୍ର ଉପରେ ପ୍ରାଧାନ୍ୟ ପ୍ରଦାନ)ର ଉପଯୁକ୍ତ ବିନିଯୋଗ ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ କାର୍ଯ୍ୟରତ ଅଧିକାରୀମାନେ ଆବଶ୍ୟକ ତାଲିମ ପାଇପାରିବେ ।
3. ଭାରତର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ଏହିସବୁ କ୍ଷେତ୍ରରେ ଭବିଷ୍ୟତରେ ସହଯୋଗର କ୍ଷେତ୍ର ବୃଦ୍ଧି ସକାଶେ ଆଉ କି କି ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଇପାରିବ ତାହା ଫୋରମ ସମୀକ୍ଷା କରି ଦେଖିବ ।
ଭାରତ- ଜାପାନ ଆର୍ଥିକ ଏବଂ ଓଡ଼ିଏ ସହଯୋଗ
ଭାରତର ସାମାଜିକ, ଆର୍ଥିକ ବିକାଶ କ୍ଷେତ୍ରରେ ଜାପାନର ଓଡିଏର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପୂର୍ବକ ଭାରତ ଜାପାନର ଏହି ନିରବଚ୍ଛିନ୍ନ ସହଯୋଗକୁ ଭୂୟସୀ ପ୍ରଶଂସା କରିଛି । ଏହା ଦୁଇଦେଶର ସଂପର୍କର ପ୍ରତୀକ ବୋଲି ଭାରତ କହିଛି । ଏହି ପରିପ୍ରେକ୍ଷୀରେ ଭାରତ ଓ ଜାପାନ ନିମ୍ନରେ ପ୍ରଦତ୍ତ ଜାପାନୀ ସହାୟତାକୁ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛି ।
ଜାପାନର ଦରିଆପାରି ଉନ୍ନୟନ ସହାୟତା(ODA)ଋଣ
2017 ସେପ୍ଟେମ୍ବରରେ ଅନୁଷ୍ଠିତ ଶିଖର ବୈଠକ ଠାରୁ ଆଜି ପର୍ଯ୍ୟନ୍ତ ନିମ୍ନଲିଖିତ ପ୍ରକଳ୍ପ ପାଇଁ ଓଡିଏ ଋଣ ଯୋଗାଇ ଦେଇଛି ।
ତ୍ରୟୋଦଶ ଶିଖର ବୈଠକ କାଳରେ ନିମ୍ନଲିଖିତ ପ୍ରକଳ୍ପ ଯେଉଁଥିରେ କି ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପ (2) ସାମିଲ । ସେହିସବୁ ପ୍ରକଳ୍ପ ସଂପର୍କରେ ସ୍ୱାକ୍ଷରିତ ବୁଝାପଣାପତ୍ର ହସ୍ତାନ୍ତର କରାଯାଇଛି ।
ଏହା ବ୍ୟତୀତ ଭାରତ ତାର ଆଶା ପୋଷଣ କରିଛି ଯେ ଭାରତରେ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ସକାଶେ ଓଡିଏ ଋଣର ଆବଶ୍ୟକତା ରହିଛି । ଯାହା ଯଥାଶୀଘ୍ର ଓଡିଏ ଯୋଗାଇ ଦେବ । ସେହିଭଳି ମହାରାଷ୍ଟ୍ରର ନାଗପୁରଠାରେ ନାଗ ନଦୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ରୋକିବା ନିମନ୍ତେ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ, ମଧ୍ୟପ୍ରଦେଶରେ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପ, ମେଘାଳୟରେ ଗୋଷ୍ଠୀ ଜଙ୍ଗଲର ପୃଷ୍ଠଭୂମି ଓ ଜଳ ପରିଚାଳନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଭାରତ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଯେ ଭାରତ ଓ ଜାପାନର ସଂପୃକ୍ତ ଅଧିକାରୀମାନେ ଭାରତରେ ଏସଡିଜିକୁ ପ୍ରୋତ୍ସାହନ ଦେବାଲାଗି ଓଡିଏ ଋଣ ମାଧ୍ୟମରେ ସହଯୋଗ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି ।
ବାରଣାସୀ ସମ୍ମିଳନୀ କେନ୍ଦ୍ର
ବାରଣାସୀଠାରେ ଏକ ଅନ୍ତରାଷ୍ଟ୍ରୀୟ ସହଯୋଗ ଓ ସମ୍ମିଳନୀ କେନ୍ଦ୍ର ସ୍ଥାପନ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ପ୍ରଗତିରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ସ୍ୱାଗତ କରିଛନ୍ତି । ଏହି କେନ୍ଦ୍ର ଭାରତ ଓ ଜାପାନର ବନ୍ଧୁତାର ନମୁନା ଭାବେ ବିବେଚିତ ହେବ । ଜାପାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅତିରିକ୍ତ ସହାୟତା ପାଇଁ ଭାରତ ଜାପାନକୁ ସାଧୁବାଦ ଜଣାଇଛି ।
ଟ୍ରାଫିକ ଭିଡ଼ ଓ ସହରାଞ୍ଚଳ ପରିବେଶରେ ଉନ୍ନତି ପାଇଁ ଅନୁଦାନ ସହାୟତା
ବେଙ୍ଗାଲୁରୁଠାରେ 2017 ଡିସେମ୍ବର ମାସରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ଅତ୍ୟାଧୁନିକ ଟ୍ରାଫିକ ସୂଚନା ଓ ପରିଚାଳନା ବ୍ୟବସ୍ଥା ପ୍ରକଳ୍ପ କାର୍ଯ୍ୟକାରୀ କରିବା ସକାଶେ ସହାୟତା ରାଶି ଯୋଗାଇ ଦେବା ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ର ହସ୍ତାନ୍ତରକୁ ଭାରତ ସ୍ୱାଗତ କରିଛି ।
ଭାରତ-ଜାପାନ ରେଳ ସହଯୋଗ
ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ବ୍ୟବସ୍ଥା
ଭାରତରେ ରେଳ ସଂଯୋଗୀକରଣ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବା ଏବଂ ହାଇସ୍ପିଡ୍ ରେଳ ବ୍ୟବସ୍ଥା ପ୍ରଚଳନ ସକାଶେ ଭାରତ ଓ ଜାପାନ ସହଯୋଗ ଲାଗି ସହମତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପ (MAHSR) କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପର ଗୁରୁତ୍ୱକୁ ଉପଲବ୍ଧି କରି ଏକ ମିଳିତ କମିଟି ବୈଠକରେ ଏହାକୁ ଅତି ଉଚ୍ଚସ୍ତରରେ ସମୀକ୍ଷା କରି ଦେଖାଯାଉଛି । ଅଧୁନା ଏହି କମିଟିରେ ଭାରତ ପକ୍ଷରୁ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଏବଂ ଜାପାନ ପକ୍ଷରୁ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସ୍ୱତନ୍ତ୍ର ଉପଦେଷ୍ଟା ଡକ୍ଟର ହୀରୋଟୋ ଓଜୁମି ସହ ଅଧ୍ୟକ୍ଷ ଅଛନ୍ତି ।
ଏମ୍ଏଏଚ୍ଏସ୍ଆର ଉପରେ ଗଠିତ ଯୁଗ୍ମ ବୈଠକ କମିଟିର ଅଷ୍ଟମ ବୈଠକ 2018 ସେପ୍ଟେମ୍ବର 17 ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥିର କରାଯାଇଛି ଯେ ଏହି ପ୍ରକଳ୍ପରେ ଦ୍ରୁତ ପ୍ରଗତି ହୋଇଚାଲିଛି । ଉଭୟପକ୍ଷ ଅତ୍ୟାଧୁନିକ ପାରସ୍ପରିକ ସହଯୋଗ ବ୍ୟବସ୍ଥା ଓ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ନିମନ୍ତେ ସମାନୁପାତିକ ସହଯୋଗ ଜାରି ରଖିବେ । ଜାପାନର ଭୂମି, ଭିତ୍ତିଭୂମି, ପରିବହନ ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କେଇଚି ଇସି ଏବଂ ଭୂମି, ଭିତ୍ତିଭୂମି, ପରିବହନ ଓ ପର୍ଯ୍ୟଟନର ସଂସଦୀୟ ଉପମନ୍ତ୍ରୀ ଶ୍ରୀ ମାସାତୋଷି ଆଖିମୋଟୋ ଯଥାକ୍ରମେ 2017 ଡିସେମ୍ବର ଓ 2018 ମେ ମାସରେ ଭାରତ ପରିଦର୍ଶନରେ ଆସି ଏମ୍ଏଏଚ୍ଏସ୍ଆର ପ୍ରକଳ୍ପର ପ୍ରଗତି ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଏହାବ୍ୟତୀତ ସେମାନେ ଷ୍ଟେସନ ଅଞ୍ଚଳର ଉନ୍ନତୀକରଣ ଯଥା ଆପ୍ରୋଚ୍ ରୋଡ୍, ଷ୍ଟେସନ ପ୍ଲାଜା ଏବଂ ମଲ୍ଟି ମଡେଲ ସମନ୍ୱୟ ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି ।
ଏହି ଶିଖର ବୈଠକ ବେଳେ ଉଭୟପକ୍ଷ ମଧ୍ୟରେ ଏମ୍ଏଏଚ୍ଏସ୍ଆର ପ୍ରକଳ୍ପ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ଜାପାନୀ ଓଡିଏ ଋଣ ଯୋଗାଣ ସକାଶେ ସ୍ୱାକ୍ଷରିତ ନୋଟ୍ ଓ ବୁଝାମଣାପତ୍ର ହସ୍ତାନ୍ତର କରାଯାଇଛି । 2018 ସେପ୍ଟେମ୍ବର ମାସରେ ଜାଇକାର ଆକଳନ ଅଭିଯାନ ଶେଷ ହୋଇଛି ଏବଂ ଜାଇକା ଓ ଡିଏଇ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜାପାନୀ ଓଡିଏ ଋଣ ପାଇଁ ସ୍ୱାକ୍ଷରିତ ଋଣ ରାଜିନାମା 28 ସେପ୍ଟେମ୍ବର, 2018ରେ ସ୍ୱାକ୍ଷରିତ ହୋଇଛି ।
ବର୍ତ୍ତମାନ ସ୍ଥିତି : ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ହାଇସ୍ପିଡ୍ ରେଳ ନିଗମ ଲିମିଟେଡ୍ (ଏନ୍ଏଚ୍ଏସ୍ଆରସିଏଲ୍)କୁ ଏଜେନ୍ସି ଭାବେ ଚୟନ କରାଯାଇଛି । ଇତିମଧ୍ୟରେ ପ୍ରକଳ୍ପର ଚୂଡ଼ାନ୍ତ ସ୍ଥାନ ନିର୍ଦ୍ଧାରଣ ସର୍ଭେ ସଂପୂର୍ଣ୍ଣ ହୋଇଛି । ଚୂଡ଼ାନ୍ତ ବୁଝାମଣା ଭିତ୍ତିରେ ସମସ୍ତ ପ୍ରକାର ଅଣ୍ଡରଗ୍ରାଉଣ୍ଡ ଓ ଓଭରହେଡ୍ ସାଧନର ଚିହ୍ନଟ କରାଯାଇଛି । ଇତି ମଧ୍ୟରେ ଭୂମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ନିର୍ମାଣାଧୀନ ହାଇସ୍ପିଡ୍ ରେଳପ୍ରକଳ୍ପ ପାଇଁ ଆବଶ୍ୟକ । ଏହି କାର୍ଯ୍ୟ 2018 ଡିସେମ୍ବର ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଇତିମଧ୍ୟରେ 487 କିଲୋମିଟର ମଧ୍ୟରୁ 328 କିଲୋମିଟରର ଯୁଗ୍ମ ମାପ ସର୍ଭେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ସମଗ୍ର ପ୍ରକଳ୍ପ ଯେଉଁଥିରେ କି ହାଇସ୍ପିଡ୍ ରେଳ ତାଲିମ ପ୍ରତିଷ୍ଠାନ ସାମିଲ, ତାହାକୁ 26ଟି ରାଜିନାମା ପ୍ୟାକେଜରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ 4ଟି ପ୍ୟାକେଜ୍ କାର୍ଯ୍ୟ ପ୍ରଦାନ କରାଯାଇ ସାରିଛି । ଏକ ମଲ୍ଟି ମଡେଲ ପରିବହନ ସମନ୍ୱୟ ଯୋଜନା ଯାହାକି ଏକ ସ୍ମାର୍ଟ ଓ ଦୀର୍ଘସ୍ଥାୟୀ ସମନ୍ୱୟ ପରିବହନ ନେଟୱାର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତାହା ଏବେ ସମସ୍ତ 12ଟି ଷ୍ଟେସନରେ କାର୍ଯ୍ୟକାରୀ ହେଉଛି । ଜାଇକା ଦ୍ୱାରା ରେଳ ମନ୍ତ୍ରଣାଳୟ ଏନ୍ଏଚ୍ଏସ୍ଆରସିଏଲ୍ ଏବଂ ଜାପାନୀ କନ୍ସଲଟାଣ୍ଟ ଫାର୍ମ ଜେଭି ମଧ୍ୟରେ ସାଧାରଣ ପରାମର୍ଶ ସମ୍ବନ୍ଧୀୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଏହି ପ୍ରକଳ୍ପର ସମୟ ସୂଚୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି ବିବେଚନା କରାଯାଉଛି ।
ପଶ୍ଚିମାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡର (ଡିଏଫସି)
ପଶ୍ଚିମ କ୍ଷେତ୍ର ଡିଏଫସି ଏକ 1,522 କିଲୋମିଟର ବ୍ୟାପ୍ତ ଦୀର୍ଘ କରିଡର । ଯାହା ଜବାହାରଲାଲ ନେହେରୁ ବନ୍ଦର ଟର୍ମିନାଲ (ଜେଏନପିଟି) ଠାରୁ ଦାଦ୍ରୀ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ଫଳରେ ମୁମ୍ବାଇ ଓ ଦିଲ୍ଲୀ ମାର୍ଗରେ ଟ୍ରାଫିକ ଜାମକୁ ଯଥେଷ୍ଟ ମାତ୍ରାରେ ଏଡାଯାଇପାରିବ । ଜାଇକା ଫଣ୍ଡିଂରେ ଏବେ ଏହା କାର୍ଯ୍ୟକାରୀ କରାଯାଉଛି ।
ବର୍ତ୍ତମାନର ସ୍ଥିତି : ଡିଏଫସି ଇତି ମଧ୍ୟରେ 48 ପ୍ରତିଶତ ସିଭିଲ ପ୍ୟାକେଜ ଓ ଟ୍ରାକ୍ ବିଛା କାର୍ଯ୍ୟ ପ୍ରଗତି ହାସଲ କରିପାରିଛି । ଅନ୍ୟ ଅର୍ଥରେ 802 କିଲୋମିଟରର ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏବେ ସୁଦ୍ଧା 99 ପ୍ରତିଶତ ଭୂମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ଏବଂ 33,130 କୋଟି (ଜେପିୱାଇ 523 ବିଲିୟନ) ଟଙ୍କାର ଟେଣ୍ଡର ପ୍ରଦାନ କରାଯାଇଛି । 15 ଅଗଷ୍ଟ 2018 ତାରିଖ ଦିନ ଏହି ରେଳପଥରେ ଭାରତୀୟ ରେଳବାଇର ଏକ ମାଲବାହୀ ଟ୍ରେନର ପରୀକ୍ଷାମୂଳକ ଯାତ୍ରା ସମ୍ପନ୍ନ କରାଯାଇଛି । 190 କିଲୋମିଟର ଦୈର୍ଘ୍ୟ ଆଟେଲି-ଫୁଲେରା ସେକ୍ସନରେ ଏହା ସମ୍ପନ୍ନ ହୋଇଛି । ଉତ୍ତର-ପଶ୍ଚିମ ରେଳବାଇର ଜୟପୁର ଡିଭିଜନରେ ଏହି ସେକ୍ସନ ଆସୁଛି । ଜାତୀୟ ରାଜଧାନୀ କ୍ଷେତ୍ର ଏବଂ ମୁମ୍ବାଇ ମଧ୍ୟରେ ଏହା ଅବସ୍ଥିତ । ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଓ ପରିବର୍ତ୍ତନ ସୃଷ୍ଟିକାରୀ ପ୍ରୟାସ ବୋଲି ହେତୁ କରାଯାଉଛି ।
ଭବିଷ୍ୟତର ସହଯୋଗ
1.ମେକ୍ ଇନ୍ ଇଣ୍ଡିଆ : ଏମ୍ଏଚ୍ଏସ୍ଆର ପ୍ରକଳ୍ପର ଉଦ୍ଦେଶ୍ୟରେ ଥିବା ମେକ୍ ଇନ୍ ଇଣ୍ଡିଆକୁ ବାସ୍ତବ ରୂପ ଦେବା ସକାଶେ ଡିଆଇପିପି, ଜାପାନ ଦୂତାବାସ, ଏମ୍ଏଚ୍ଏସ୍ଆରସିଏଲ୍, ଏମ୍ଏଲ୍ଆଇଟି ଓ ଏମ୍ଇଟିଆଇକୁ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏହି ଟାସ୍କଫୋର୍ସଙ୍କ ସୁପାରିସ ଅନୁସାରେ ସେମାନଙ୍କୁ ଚାରୋଟି ଉପଗୋଷ୍ଠୀ ଯଥା- ସିଭିଲ ୱାର୍କ, ଟ୍ରାକ୍ ୱାର୍କ, ଇଲେକ୍ଟ୍ରିକାଲ ୱାର୍କ (ସିଗନାଲ ଓ ଟେଲିକମ୍ ସମେତ) ଏବଂ ରୋଲିଂ ଷ୍ଟକରେ ବିଭାଜିତ କରାଯାଇଛି । ମୋଟ 24 ସେଟ୍ ରେଳ ମଧ୍ୟରୁ 6 ସେଟ୍ ରେଳ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ନିର୍ମାଣ କରାଯିବ ।
2. ତାଲିମ : ଏକ ନୂତନ ହାଇସ୍ପିଡ୍ ରେଳ ତାଲିମ ପ୍ରତିଷ୍ଠାନ ଗୁଜରାଟର ଭଦୋଦରାସ୍ଥିତ ଭାରତୀୟ ରେଳବାଇର ଜାତୀୟ ଏକାଡେମୀଠାରେ ସ୍ଥାପନ କରାଯାଉଛି । ଜାପାନୀ ଓଡିଏ ଋଣଦ୍ୱାରା ଜାଇକା ମାଧ୍ୟମରେ ଏହି ପ୍ରତିଷ୍ଠାନ ସ୍ଥାପନ କରାଯିବ । ଏଥିପାଇଁ ତିନୋଟି କଣ୍ଟ୍ରାକ୍ଟ ମଧ୍ୟରୁ ଏଯାବତ୍ ଦୁଇଟି କଣ୍ଟ୍ରାକ୍ଟ ଦିଆଯାଇ ସାରିଛି । ତାଲିମ ପ୍ରତିଷ୍ଠାନ ପାଇଁ ଶେଷ ଟେଣ୍ଡରଟି 2018 ଜୁଲାଇ ମାସରେ ଟେଣ୍ଡର ଆହ୍ୱାନ କରାଯାଇଛି ଏବଂ ତାହା ଡିସେମ୍ବର 2018 ସୁଦ୍ଧା ଚୂଡ଼ାନ୍ତ କରାଯିବ । ତାଲିମ ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଛି । ଏବଂ ତାହା 2020 ଡିସେମ୍ବର ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବ । ହାଇସ୍ପିଡ୍ ରେଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ପର୍ଯ୍ୟାପ୍ତ ମାନବସମ୍ବଳ ସୃଷ୍ଟି କରିବା ଲାଗି 480 ଜଣ ରେଳବାଇ କର୍ମଚାରୀ ଏବଂ ଏନ୍ଏଚ୍ଏସଆରସିଏଲର 120 ଜଣ ଅଧିକାରୀଙ୍କୁ 2018 ଓ 2019ରେ ଆବଶ୍ୟକ ତାଲିମ ଦିଆଯିବ । ଜେସିଏମର ସପ୍ତମ ସମୀକ୍ଷା ବୈଠକ ବେଳେ ଏହା ସ୍ଥିର କରାଯାଇଛି । ଭାରତୀୟ ରେଳବାଇର 287 ଜଣ ଯୁବ ଅଧିକାରୀଙ୍କୁ ଇତି ମଧ୍ୟରେ ତାଲିମ ପ୍ରଦାନ କରାଯାଇସାରିଛି । ସେମାନେ 2017-18ରେ ଜାପାନରେ ହାଇସ୍ପିଡ୍ ରେଳ ପ୍ରକଳ୍ପ ସଂପର୍କରେ ତାଲିମ ଗ୍ରହଣ କରିଛନ୍ତି । ଜାପାନ ସରକାର ସେ ଦେଶର ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରତିବର୍ଷ ଭାରତୀୟ ରେଳବାଇର ଯୁବ ଅଧିକାରୀମାନଙ୍କ ପାଇଁ ମାଷ୍ଟର ଡିଗ୍ରୀ ଗ୍ରହଣ ଲାଗି 20ଟି ଲେଖାଏଁ ସିଟ୍ ସଂରକ୍ଷିତ ରଖିଛନ୍ତି । ଏବେ 2019 ବର୍ଷ ପାଇଁ ଜାପାନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ 17ଜଣ ଅଧିକାରୀ ମାଷ୍ଟର ପ୍ରୋଗ୍ରାମରେ ନାମ ଲେଖାଇଛନ୍ତି । ଏଥିପାଇଁ 20ଟି ଆସନ ଲାଗି ଆବେଦନପତ୍ର ଆହ୍ୱାନ କରାଯାଇଛି ।
3.
ଭିତ୍ତିଭୂମି ଓ ପ୍ରଯୁକ୍ତି ଉନ୍ନତିକରଣ ସହଯୋଗ : ଭାରତ ସରକାର ଏବେ ରେଳ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି । ସେହି ମର୍ମରେ ଏହି କ୍ଷେତ୍ରରେ ସର୍ବଶ୍ରେଷ୍ଠ କାର୍ଯ୍ୟଦକ୍ଷତା ସକାଶେ ଭାରତ ଜାପାନ ସହ ସହଯୋଗ କରୁଛି । ଜାଇକା ପ୍ରଯୁକ୍ତି ସହଯୋଗ ଅଧୀନରେ ଜାପାନର ଏକ ନିରାପତ୍ତା ବିଶେଷଜ୍ଞ ଗୋଷ୍ଠୀ ଭାରତୀୟ ରେଳବାଇ କର୍ତ୍ତୃପକ୍ଷଙ୍କୁ ରେଳ ୱେଲଡିଂ କାର୍ଯ୍ୟାନ୍ୱୟନ ଓ ନିରାପତ୍ତା ପରିଚାଳନା ସଂପର୍କରେ କ୍ଷେତ୍ର ପରିଦର୍ଶନ ସହ ପରାମର୍ଶ ଦେଇଛନ୍ତି । ‘ଭାରତୀୟ ରେଳବାଇ ନିରାପତ୍ତାର କ୍ଷମତା ବିକାଶ ପ୍ରକଳ୍ପ’ ଶୀର୍ଷକ ଏକ ପ୍ରଯୁକ୍ତି ସହଯୋଗର ବିକାଶ ଘଟାଯାଉଛି । ଭାରତୀୟ ରେଳବାଇ ଓ ଭାରତୀୟ ସମର୍ପିତ ମାଲ ପରିବହନ କରିଡର କର୍ପୋରେସନ ଲିମିଟେଡ୍ ମିଳିତ ଭାବେ ରେଳ ନେଟୱାର୍କର ଟ୍ରାକ୍ ରକ୍ଷଣାବେକ୍ଷଣ, ରେଳ ଧାରଣା ୱେଲଡିଂ ପ୍ରଯୁକ୍ତି ଓ ରୋଲିଂ ଷ୍ଟକ ରକ୍ଷଣାବେକ୍ଷଣ ଜନିତ ନିରାପତ୍ତା ଉନ୍ନତିକରଣ କାର୍ଯ୍ୟ ସଂପାଦନ କରିବେ ।
ମେକ୍ ଇନ୍ ଇଣ୍ଡିଆରେ ଭାରତ-ଜାପାନ ସହଯୋଗ
“ଜାପାନ-ଭାରତ ନିବେଶ ସଂପ୍ରସାରଣ ମାର୍ଗଦର୍ଶିକା” ଆଧାରରେ ଏମ୍ଇଟିଆଇ ଏବଂ ଡିଆଇପିପି ଘନିଷ୍ଠ ସହଯୋଗର ସହ କାର୍ଯ୍ୟ କରିବା ଲାଗି 2017 ସେପ୍ଟେମ୍ବର ମାସରେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଚଳିତବର୍ଷ ଜୁଲାଇ ମାସରେ ଗୁଜରାଟର ଅହମ୍ମଦାବାଦସ୍ଥିତ ଜେଟ୍ରୋ ପକ୍ଷରୁ ଏକ ବ୍ୟବସାୟିକ ସହାୟକ କେନ୍ଦ୍ର ଖୋଲାଯାଇଛି । ଏହାବ୍ୟତୀତ ଜାପାନ ଓ ଭାରତରେ ବିଭିନ୍ନ ପ୍ରକାର ନିବେଶକୁ ପ୍ରୋତ୍ସାହନ ଦେବା ସକାଶେ କର୍ମଶାଳାମାନ ଆୟୋଜନ କରାଯାଇଛି ।
2018 ଅକ୍ଟୋବର 29 ତାରିଖ ଦିନ ବେସରକାରୀ ସେକ୍ଟର ନିବେଶ ପ୍ରକଳ୍ପମାନଙ୍କ ସଂପର୍କରେ ପ୍ରସ୍ତାବ ଆଗତ ହୋଇଥିଲା ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ 60ଟି ଜାପାନୀ କମ୍ପାନୀଙ୍କ ପ୍ରଦର୍ଶନ ପରିଦର୍ଶନ କରିଥିଲେ । ଏହିସବୁ କମ୍ପାନୀମାନେ ଭାରତରେ ନିବେଶ କରିବା ସହ ରେଳ ପରିବହନ କାର୍ଯ୍ୟରେ ସହାୟକ ହେବେ । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମେକ୍ ଇନ୍ ଇଣ୍ଡିଆକୁ ଅଟୋମୋବାଇଲ୍, ଇସ୍ପାତ, ଇଲେକ୍ଟ୍ରୋନିକ୍ସ, ଆଇଓଟି ଏବଂ ଏଆଇ, ରସାୟନିକ, ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି କ୍ଷେତ୍ରରେ ଯଥେଷ୍ଟ ପ୍ରୋତ୍ସାହନ ମିଳିବ । ଏଥିରେ ମୋଟ ନିବେଶର ପରିମାଣ ପ୍ରାୟ 280 ବିଲିୟନ ୟେନ ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି । ଏହାଦ୍ୱାରା ଭାରତରେ ପ୍ରାୟ 29 ହଜାର ଅତିରିକ୍ତ କର୍ମସଂସ୍ଥାନ ସୃଷ୍ଟି ହେବାର ଆଶା କରାଯାଉଛି ।
ଜାପାନୀ ଶିଳ୍ପ ଟାଉନସିପ (ଜେଆଇଟି) ପରିପ୍ରେକ୍ଷୀରେ ଏମଇଟିଆଇ ଏବଂ ଡ଼ିଆଇପିପି ପରସ୍ପର ମଧ୍ୟରେ ପ୍ରଗତି ରିପୋର୍ଟ ଆଦାନପ୍ରଦାନ କରି ସେମାନଙ୍କର ପ୍ରବର୍ତ୍ତନ କାର୍ଯ୍ୟ ପ୍ରଗତି ଏବଂ ଜେଆଇଟିର ପ୍ରମୁଖ ସଫଳତା ସଂପର୍କରେ ଆଲୋଚନା କରିଛନ୍ତି । ଏହା କେବଳ ଭିତ୍ତିଭୂମି ବିକାଶ, ପ୍ରସାରଣ କାର୍ଯ୍ୟକ୍ରମ, ଆର୍ଥିକ ପ୍ରୋତ୍ସାହନ ମଧ୍ୟରେ ସୀମିତ ରହିନାହିଁ ଅପରନ୍ତୁ ଇଜ ଅଫ ଡ଼ୁଇଂ ବିଜିନେସ ଏବଂ ମାନବ ସମ୍ବଳ ବିକାଶ ଆଦି ସଂପର୍କରେ ସୁଦ୍ଧା ଆଲୋଚନା କରାଯାଇଛି ।
ଏକ ନୂତନ ପ୍ରୟାସ ଭାବେ, ଏମଇଟିଆଇ ଏବଂ ଡ଼ିଆପିପି “ଅତ୍ୟାଧୁନିକ ସିଙ୍ଗଲ ୱିଣ୍ଡୋ ମଡ଼େଲ”ର ବିକାଶ ଦିଗରେ ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ ସକାଶେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭାରତର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ନୀତିଗତ କ୍ଷେତ୍ରରେ ସକଳ ପ୍ରକାର ପ୍ରଶାସନିକ ବିଧି ବ୍ୟବସ୍ଥାକୁ ସୁସଙ୍ଗତ କରିବା ଯାହାକି ଭାରତରେ ତଥା ଭାରତ ବାହାରେ କାର୍ଯ୍ୟକାରୀ ହେଉଥିବା ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ହୋଇଥିବ ସେଭଳି ଦକ୍ଷତା ବୃଦ୍ଧି ଲାଗି ଉଭୟ ସରକାର ସହମତ ହୋଇଛନ୍ତି । ଏହା ଫଳରେ ଭାରତରେ ଇଜ ଅଫ ଡ଼ୁଇଂ ବିଜିନେସ ପ୍ରକ୍ରିୟା ସରଳୀକୃତ ହୋଇପାରିବ ।
“ଲଜିଷ୍ଟିକ୍ସ ଡ଼ାଟା ବ୍ୟାଙ୍କ ପ୍ରକଳ୍ପ” ଯାହାକି ଏକ ଡ଼ିଏମଆଇସି ପ୍ରକଳ୍ପ ଭାବେ ପରିଗଣିତ ତାହା ସକ୍ରିୟ ଲଜିଷ୍ଟିକ୍ସ/ଯୋଗାଣ ଚେନକୁ ସୁଦୃଢ଼ କରିବାରେ ସହାୟକ ହେବ । ଏହା ଫଳରେ ଆନ୍ତର୍ଜାତିକ ସାମୁଦ୍ରିକ କଣ୍ଟେନର ପରିବହନ ବ୍ୟବସ୍ଥା ସୁଗମ ହେବ ଏବଂ ସେଥିରେ ଆରଏଫଆଇଡ଼ି ଟ୍ୟାଗ ବ୍ୟବହାର କରାଯିବ ଯାହା ସଂପୃକ୍ତ ବନ୍ଦର/ ଇନଲାଣ୍ଡ ବ୍ୟବସ୍ଥାରେ କାର୍ଯ୍ୟକାରୀ କରାଯିବ । ଏହା ବ୍ୟବସାୟିକ ବାତାବରଣରେ ଉନ୍ନତି ଘଟାଇବାରେ ବିଶେଷ ଭାବେ ସହାୟକ ହେବ ।
କୌଶଳ ବିକାଶରେ ଭାରତ-ଜାପାନ ସହଯୋଗ
ଭାରତରେ ଉତ୍ପାଦନ ଭିତ୍ତିଭୂମିର ଅଭିବୃଦ୍ଧିର ଢାଞ୍ଚା ସୃଷ୍ଟି କରିବା ସକାଶେ ଆଗାମୀ 10 ବର୍ଷ ମଧ୍ୟରେ 30,000 ଲୋକଙ୍କୁ ତାଲିମ ପ୍ରଦାନ କରାଯିବ । 2016 ମସିହାରେ, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡ଼ିଇ) ଏବଂ ଜାପାନର ଆର୍ଥିକ ବାଣିଜ୍ୟ ଓ ଶିଳ୍ପ (ଏମଇଟିଆଇ)ଏକ ସହଯୋଗ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହା ଉତ୍ପାଦନ କୌଶଳ ହସ୍ତାନ୍ତରଣ ପ୍ରୋତ୍ସାହନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଯଦ୍ୱାରା ଭାରତର ବିଭିନ୍ନ ଫ୍ଲାଗସିପ କାର୍ଯ୍ୟକ୍ରମ ଯଥା, “କୌଶଳ ବିକାଶ” ଓ “ମେକ ଇନ ଇଣ୍ଡିଆ” ଭଳି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ । ଏହି ସହଯୋଗ ବୁଝାମଣାପତ୍ର ଜରିଆରେ ଭାରତରେ କାର୍ଯ୍ୟରତ ଜାପାନୀ କମ୍ପାନୀମାନେ କୌଶଳ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଏବଂ ସେମାନେ ଭାରତରେ ଜାପାନ ଭାରତ ଉତ୍ପାଦନ ପ୍ରତିଷ୍ଠାନ (ଜେଆଇଏମ) ଓ ଜାପାନ ଦ୍ୱାରା ସ୍ୱୀକୃତ ପାଠ୍ୟକ୍ରମ (ଜେଇସି) ପ୍ରବର୍ତ୍ତନ କରୁଛନ୍ତି ।
ଇତି ମଧ୍ୟରେ ଜେଆଇଏମ ପ୍ରତିଷ୍ଠା କରାଯାଇଛି ଏବଂ ତାହା ଭବିଷ୍ୟତର ଜାପାନୀ ଢାଞ୍ଚାର ଉତ୍ପାଦନ ପଦ୍ଧତିଯୁକ୍ତ ସପ ଫ୍ଲୋର ଲିଡ଼ରଙ୍କୁ ତାଲିମ ପ୍ରଦାନ କରିବେ । ସେମାନେ କେତେକ ଗୁରୁତପୂର୍ଣ୍ଣ ପଦ୍ଧତି ଯଥା କାଇଜେନ ଏବଂ 5 ଏସ ଭଳି କାର୍ଯ୍ୟଧାରା ଅବଲମ୍ବନ କରିପାରିବେ । 2017 ମସିହାରେ ପାଞ୍ଚଟି ଜାପାନୀ କମ୍ପାନୀ ଯଥା ସୁଜୁକି (ଗୁଜରାଟ), ଦାଇକିନ (ରାଜସ୍ଥାନ), ୟାମାହା (ତାମିଲନାଡ଼ୁ), ଟୋୟୋଟା ଓ ହିତାଚି (କର୍ଣ୍ଣାଟକ)ରେ ଜେଆଇଏମ ପ୍ରତିଷ୍ଠା କରିବା ସକାଶେ ନେତୃତ୍ୱ ନେଇଥିଲେ । ସେହିଭଳି 2018 ମସିହାରେ ଆରେଷ୍ଟି କମ୍ପାନୀ ବୱାଲ (ହରିଆନା), ଟୋୟୋଟା ସୁସୋ କମ୍ପାନ ମଣ୍ଡଲ (ଗୁଜରାଟ) ଏବଂ ତେରୁମୋ କମ୍ପାନୀ ଥିରୁବନନ୍ତପୁରମ (କେରଳ) ଠାରେ ଜେଆଇଏମ ସ୍ଥାପନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସେହିଭଳି କେତେକ ବଛା ବଛା ଇଞ୍ଜିନିୟରିଂ କଲେଜରେ ଜେଇସିମାନ ଆରମ୍ଭ କରାଯାଇଛି ଏବଂ ତାହା ମାଧ୍ୟମରେ ମିଡ଼ିଲ ମ୍ୟାନେଜମେଣ୍ଟ ଇଞ୍ଜନିୟରମାନଙ୍କୁ ଉତ୍ପାଦନ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି । 2017 ମସିହାରେ ମେଡ଼େନ୍ସା କର୍ପୋରେସନ ଶକ୍ତି ଟ୍ରାନ୍ସଫର୍ମେସନ ଏବଂ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ଜେଇସି ସ୍ଥାପନ କରିଥିଲା ଏବଂ ଏହାପରେ ମିତସୁବିଶି ଇଲେକ୍ଟ୍ରିକ , 2018 ମସିହାରେ ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜମାନଙ୍କରେ ଫ୍ୟାକ୍ଟ୍ରି ଅଟୋମେସନ ପାଠ୍ୟକ୍ରମ ଲାଗି ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରିଛି ।
2017 ମସିହା ଅକ୍ଟୋବର ମାସରେ ଭାରତର କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଟେକ୍ନିକାଲ ଇଣ୍ଟର୍ଣ୍ଣ ତାଲିମ କାର୍ଯ୍ୟକ୍ରମ (ଟିଆଇଟିପି) ସକାଶେ ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରଣାଳୟ, ନ୍ୟାୟ ମନ୍ତ୍ରଣାଳୟ, ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା । ଏହା ଦ୍ୱାରା ଦ୍ୱିପାକ୍ଷିକ ସହଯୋଗ ମାଧ୍ୟମରେ ତଥା ଜାପାନର ସଂଶୋଧିତ ଇଣ୍ଟର୍ଣ୍ଣ ତାଲିମ ଆଇନ ମାଧ୍ୟମରେ ଟିଆଇଟିପିର ଉପଯୁକ୍ତ ପ୍ରବର୍ତ୍ତନ ଓ ଢାଞ୍ଚା ଗଠନ କରାଯାଇପାରିବ । 2018 ମସିହା ମାର୍ଚ୍ଚ ମାସ ସୁଦ୍ଧା ଭାରତ ପ୍ରଥମ ରାଉଣ୍ଡ ଏକ୍ରେଡ଼ିଟେସନରେ 23ଟି ସେଣ୍ଡିଂ ସଂସ୍ଥାଙ୍କୁ ସ୍ୱୀକୃତି ପ୍ରଦାନ କରିଛି ଏବଂ ସେମାନେ ଜାପାନର ପ୍ରଯୁକ୍ତି ଇଣ୍ଟର୍ଣ୍ଣ ତାଲିମ ସଂସ୍ଥା (ଓଟିଆଟି) ଦ୍ୱାରା ସ୍ୱୀକୃତି ଲାଭ କରିଛନ୍ତି । ଏହା ଫଳରେ ଟିଆଇଟିପିର ସହଯୋଗ ବୁଝାମଣା ପତ୍ର ଅନୁସାରେ ସେମାନଙ୍କୁ ଇଣ୍ଟର୍ଣ୍ଣ ଭାବେ ଗ୍ରହଣ କରାଯାଇଛି । 2018 ମସିହା ଜୁଲାଇ ଠାରୁ ସେପ୍ଟେମ୍ବର ମଧ୍ୟରେ ସିଆଇଆଇ ଦ୍ୱାରା 15ଜଣିଆ ପ୍ରଥମ ଭାରତୀୟ ଦଳ ତାଲିମ ପାଇଛନ୍ତି ଯାହାଙ୍କୁ ଗୋଟିଏ ଜାପାନୀ କମ୍ପାନୀରେ ଟିଆଇଟିପି ଢାଞ୍ଚାରେ ତାଲିମ ଲାଭ କରିବା ସକାଶେ ଗ୍ରହଣ କରାଯାଇଛି । ଅଦ୍ୟାବଧି, ଟିଆଇଟିପି ଅଧୀନରେ ଭାରତରୁ ଜାପାନକୁ 17ଜଣ ଟେକ୍ନିକାଲ ଇଣ୍ଟର୍ଣ୍ଣ ଯିବାର ସୁଯୋଗ ପାଇଛନ୍ତି ।
ସେହିଭଳି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଟିଆଇଟିପି କର୍ମଶାଳା (ଫେବୃୟାରୀ 2018) ଏବଂ ନାଗୋୟାଠାରେ (ସେପ୍ଟେମ୍ବର 2018) ଟିଆଇଟିପି ଉପରେ ଅନୁଷ୍ଠିତ ଇଣ୍ଡିଆ ସେମିନାର କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇସାରିଛି ଏବଂ ସେଥିରେ ଜାତୀୟ କୌଶଳ ବିକାଶ କର୍ପୋରେସନ ଏବଂ ଜେଆଇଟିସିଓ ସହଭାଗୀ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜାପାନୀ ଆବଶ୍ୟକତା ପୂରଣ କରିବା ନିମନ୍ତେ କୁଶଳୀ ଇଣ୍ଟର୍ଣ୍ଣ ଯୋଗାଇବାକୁ ଭାରତର ସାମର୍ଥ ପ୍ରଦର୍ଶିତ ହୋଇଛି । ଏ ଦିଗରେ ଭାରତୀୟ ଉଦ୍ୟୋଗୀଙ୍କୁ ସଚେତନ କରିବା ଏବଂ ଟିଆଇଟିପିରେ ଥିବା ସୁଯୋଗ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଛି ।
ଭବିଷ୍ୟତର ସହଯୋଗ
(a) ଜାପାନ ଓ ଭାରତ ଭାରତରେ ଜେଆଇଏମ/ ଜେଇସି ମାଧ୍ୟମରେ ସେମାନଙ୍କର କୌଶଳ ବିକାଶ କାର୍ଯ୍ୟକ୍ରମ ଜାରି ରଖିବେ ଏବଂ ତଦନୁସାରେ “ସ୍କିଲ ଇଣ୍ଡିଆ” ଓ “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମକୁ ସେମାନଙ୍କର ଅବଦାନ ଯଥାରୀତି ଜାରି ରଖିବେ ।
(b) ଜାପାନୀ ଭାଷା ଯେଉଁଥିରେ କି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର କେୟାର-ଗିଭରମାନଙ୍କ ଟିଆଇଟିପି ଅଧୀନରେ ତାଲିମ ସାମିଲ ସେମାନଙ୍କ ଜାପାନ ଗସ୍ତ ସାମିଲ ତାହା ମାଧ୍ୟମରେ ଉଭୟ ଜାପାନ ଓ ଭାରତ କୌଶଳ ବିକାଶ ତାଲିମକୁ ପ୍ରେତ୍ସାହନ ଜାରି ରଖିବେ । ଏହା ଏସିଆ ସ୍ୱାସ୍ଥ୍ୟ ଓ ନିରାମୟ ପ୍ରୟାସ ମାଧ୍ୟମରେ ଦୁଇ ଦେଶର ସହଯୋଗକୁ ଅଧିକ ବ୍ୟାପକ କରିବ ।
ଡିଜିଟାଲ ସହଭାଗୀତା କ୍ଷେତ୍ରରେ ଭାରତ- ଜାପାନ ସହଯୋଗ
ବର୍ତ୍ତମାନର ପ୍ରଯୁକ୍ତି ଯୁଗରେ ଏହି ଧାରାକୁ ଆଗକୁ ଆଗେଇ ନେବାରେ ଏବଂ ଜାପାନର “ସୋସାଇଟି 5.0” ଏବଂ ଭାରତର ଫ୍ଲାଗସିପ କାର୍ଯ୍ୟକ୍ରମମାନ ଯଥା, “ଡ଼ିଜିଟାଲ ଇଣ୍ଡିଆ”, “ସ୍ମାର୍ଟ ସିଟି”,ଏବଂ “ଷ୍ଟାର୍ଟ ଅପ ଇଣ୍ଡିଆ” ଯାହାକି “ଇଜ ଅଫ ଲିଭିଂ”କୁ ସୁଗମ କରିବ ସେମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ତଥା ଉଭୟ କିଭଳି ପରସ୍ପରର ପରିପୂରକ ହୋଇପାରିବ ସେ ଦିଗରେ ଦୁଇ ଦେଶ ଆଗାମୀ ପିଢ଼ିର ପ୍ରଯୁକ୍ତି ଯଥା କୃତ୍ରିମ ପ୍ରଜ୍ଞା (ଏଆଇ) ଏବଂ ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ଇତ୍ୟାଦି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । ଏହି ପରିପ୍ରେକ୍ଷୀରେ ଜାପାନର ଅର୍ଥବ୍ୟବସ୍ଥା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ (ଏମଇଟିଆଇ) ଏବଂ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ 2018 ମସିହା ସୁଦ୍ଧା ସେମାନଙ୍କର ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ (ଜେଡ଼ବ୍ଲୁଜି) ମାଧ୍ୟମରେ ଛଅ ରାଉଣ୍ଡ ଆଲୋଚନା ସଂପୂର୍ଣ୍ଣ କରିସାରିଛନ୍ତି । 2018ରେ ଅନୁଷ୍ଠିତ ଭାରତ-ଜାପାନ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ନୂଆଦିଲ୍ଲୀ ବୈଠକରେ ଆଇସିଟି ସେକ୍ଟରରେ ସହଯୋଗ ସକାଶେ ଭାରତର ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ଜାପାନର ଆଭ୍ୟନ୍ତରୀଣ ବ୍ୟାପାର ଓ ଯୋଗାଯୋଗ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗର ଏକ ଯୁଗ୍ମ ବିବରଣୀ ସ୍ୱାକ୍ଷରିତ ହୋଇଛି ।
ଏହି ପରିପ୍ରେକ୍ଷୀରେ, ଦୁଇ ପ୍ରଧାନମନ୍ତ୍ରୀ ସାମଗ୍ରିକ “ଭାରତ- ଜାପାନ ଡ଼ିଜିଟାଲ ସହଭାଗୀତା”କୁ ସ୍ୱାଗତ କରିଛନ୍ତି ଯାହାକି ମେଇତି ଭାରତ ଏବଂ ଏମଇଟିଆଇ, ଜାପାନ ମଧ୍ୟରେ ସହଯୋଗର ବୁଝାମଣା ପତ୍ର ଭାବେ ସ୍ୱାକ୍ଷରିତ ହୋଇଥିଲା । ଏହି ସହଯୋଗ ବୁଝାମଣା ପତ୍ର ଆଇସିଟି (ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି) କ୍ଷେତ୍ରରେ ବର୍ତ୍ତମାନର ସହଯୋଗକୁ ବୃଦ୍ଧି କରିବା ଏବଂ ଭବିଷ୍ୟତର ସହଯୋଗ କ୍ଷେତ୍ର ଖୋଜିବା ଓ ତାହାର ସଂପ୍ରସାରଣ ପାଇଁ ଉଦ୍ଦିଷ୍ଟ । ପୁନଶ୍ଚ, ଏଥିରେ “ଡ଼ିଜିଟାଲ ପ୍ରଯୁକ୍ତି”କୁ ଅଗ୍ରାଧିକାର ପ୍ରଦାନ କରାଯାଇଛି ଏବଂ ଭାରତ-ଜାପାନ “ଷ୍ଟାର୍ଟ ଅପ ହବ”ର ସମ୍ଭାବନାକୁ ସଂପ୍ରସାରଣ ପାଇଁ ପ୍ରୟାସ କରାଯିବ ।
ଭାରତ ଓ ଜାପାନ ମଧ୍ୟରେ ଷ୍ଟାର୍ଟ ଅପ୍ ହବ : ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସାକାର କରିବା ସକାଶେ ଯାହାକି 2017 ମସିହାରେ ଭାରତ-ଜାପାନ ବାର୍ଷିକ ଶିଖର ବୈଠକ ଅବସରରେ ହୋଇଥିବା ଯୁଗ୍ମ ଘୋଷଣାନାମାରେ ପ୍ରତିଫଳିତ ହୋଇଥିଲା, ତଦନୁସାରେ ଏକ ଭାରତ- ଜାପାନ ଷ୍ଟାର୍ଟ ଅପ ହବ ପ୍ରତିଷ୍ଠା କରାଯିବାକୁ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ମେ ମାସରେ ଜାପାନର ଏମଇଟିଆଇ ମନ୍ତ୍ରୀ ସେକୋଙ୍କ ଭାରତ ଗସ୍ତ ଅବସରରେ ବେଙ୍ଗାଲୁରୁର ଜେଟ୍ରୋଠାରେ ଜାପାନ- ଭାରତ ଷ୍ଟାର୍ଟ ଅପ ପ୍ରୟାସ ମାଧ୍ୟମରେ ଏକ ଷ୍ଟାର୍ଟ ଅପ ହବ ସ୍ଥାପନ କରାଯିବା ସକାଶେ ଉଭୟ ପକ୍ଷ ଏକ ମିଳିତ ବିବୃତି ଜାରି କରିଥିଲେ । ଏହି ଷ୍ଟାର୍ଟ ଅପ ବେଙ୍ଗାଲୁରୁ ଠାରେ ସ୍ଥାପିତ ହେବା ଦ୍ୱାରା ସଂପୃକ୍ତ ଷ୍ଟାର୍ଟ ଅପ ଓ ଫାର୍ମମାନଙ୍କ ମଧ୍ୟରେ ଅଧିକ ସହଯୋଗ ସ୍ଥାପନ ହୋଇପାରିବ ଏବଂ ଭାରତୀୟ ଷ୍ଟାର୍ଟ ଅପ ମାନେ ଜାପାନ ବଜାରରେ ସେମାନଙ୍କର ବ୍ୟବସାୟ ସକାଶେ ଅଧିକ କ୍ଷେତ୍ର ସନ୍ଧାନ କରିପାରିବେ । ପୁଣି ସମ୍ଭାବ୍ୟ ଜାପାନୀ ନିବେଶକାରୀମାନେ ଭାରତରେ ଏହି କ୍ଷେତ୍ରରେ ନିବେଶ ସକାଶେ ଅଧିକ ସୁଯୋଗ ପାଇପାରିବେ । ଏହା ଅତିରିକ୍ତ, ଜାପାନ- ଭାରତ ଷ୍ଟାର୍ଟଅପ ହବ ପ୍ଲାଟଫର୍ମ ଯାହାକି ଇନଭେଷ୍ଟ ଇଣ୍ଡିଆ ଦ୍ୱାରା ସ୍ଥାପନ କରାଯାଇଛି ତାହା ଏହି କାର୍ଯ୍ୟ ସଂପାଦନ କରିପାରିବ ।
ପ୍ରତିଭାମାନଙ୍କ ସକାଶେ ସୁଯୋଗ : ଭାରତ ଓ ଜାପାନ ମଧ୍ୟରେ ପ୍ରତିଭାମାନଙ୍କ ଆଦାନ ପ୍ରଦାନର ସୁଯୋଗ ସକାଶେ ତଥା ପ୍ରତିଯୋଗୀତା ମନୋଭାବ ଓ ଉଭୟ ଦେଶ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଅଭିଜ୍ଞତାର ଆଦାନ ପ୍ରଦାନ ନିମନ୍ତେ ଭାରତ ଓ ଜାପାନ ପ୍ରୟାସୀ ହେବେ । ଏହି ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ, ଆଇ-ଜେଡ଼ିପି ଏହି କ୍ଷେତ୍ରରେ ଥିବା ବ୍ୟବସ୍ଥାକୁ ଜାରି ରଖିବା ଓ ତାହାର ସଂପ୍ରସାରଣ ଲାଗି ତାଲିମ ସୁଯୋଗ ସୃଷ୍ଟି ଓ ଇଂଟର୍ଣ୍ଣସିପ କାର୍ଯ୍ୟକ୍ରମମାନ ଆୟୋଜନ କରିବା, କର୍ମସଂସ୍ଥାନ ମେଳା (ଜାପନ କ୍ୟାରିଅର ଫେୟାର), ଅତି ଉଚ୍ଚ ଭାରତୀୟ ପେଶାଦାର (ଯଥା ଜାପାନୀ “ଗ୍ରୀନ କାର୍ଡ଼” ଓ ଅତି ଉଚ୍ଚ ଭିସାଧାରୀମାନଙ୍କ ସକାଶେ) ମାନଙ୍କ ଲାଗି ଜେଇସି ପାଠ୍ୟକ୍ରମକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ଫାର୍ମ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ।
ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ: ଭାରତର ନୀତି ଆୟୋଗ ଯାହାକି ଭାରତରେ ଏଆଇ ଗବେଷଣା କ୍ଷେତ୍ରରେ ଜାତୀୟ କାର୍ଯ୍ୟକ୍ରମମାନଙ୍କୁ ଆଗକୁ ଆଗେଇ ନେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ଏବଂ ଏମଇଟିଆଇ ମଧ୍ୟ ଯେ ଯୋଗସୂତ୍ର ସ୍ଥାପନ ସକାଶେ “ସୋସାଇଟି 5.0” ଅଧୀନରେ ଉନ୍ନତ ପ୍ରଯୁକ୍ତିର ପ୍ରସାରଣ ଉଦ୍ଦେଶ୍ୟରେ ଭାରତର ନୀତି ଆୟୋଗ ଏବଂ ଏମଇଟିଆଇ ଜାପାନ ଏକ ମିଳିତ ଉଦ୍ଦ୍ୟେଶିକାରେ ସ୍ୱାକ୍ଷର କରିଛନ୍ତି । କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ସହଯୋଗ ସକାଶେ ଏହା ଉଦ୍ଦିଷ୍ଟ ଯାହାକି ନିର୍ଦ୍ଦିଷ୍ଟ ଭାବେ କେତେକ ଆନୁଷ୍ଠାନିକ ସହଯୋଗ ଯଥା ଜାପାନର ଆର୍ଟିଫିସିଆଲ ଇଂଟେଲିଜେନ୍ସ ରିସର୍ଚ୍ଚ ସେଣ୍ଟର ଅଫ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଏଡ଼ଭାନ୍ସଡ଼ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଏଣ୍ଡ ଟେକ୍ନୋଲଜି ଏବଂ ଭାରତର ଆଇଆଇଟି ହାଇଦ୍ରାବାଦ ମଧ୍ୟରେ ସହଯୋଗ ପାଇଁ ଆପାତତଃ ସ୍ଥିରୀକୃତ ହୋଇଛି ।
ନିରାପତ୍ତା ସୁଯୋଗ ଥିବା ଆଇସିଟି ପ୍ରକଳ୍ପ: ଦେଶପାଇଁ ଆବଶ୍ୟକ ଥିବା ନିରାପଦ ଓ ଅତ୍ୟାଧୁନିକ ପ୍ରଯୁକ୍ତିକୁ ଦୃଷ୍ଟିରେ ରଖି, ଏହି ସହଭାଗୀତା ମାଧ୍ୟମରେ, ଭାରତ ଓ ଜାପାନ ନିରାପତ୍ତା କ୍ଷେତ୍ରରେ ସେମାନଙ୍କର ସହଯୋଗ ବୃଦ୍ଧି ସକାଶେ ବିଚାର କରିବାକୁ ସ୍ଥିର କରିଛନ୍ତି । ତଦନୁସାରେ ସେମାନେ ଭବିଷ୍ୟତର ଡ଼ିଜିଟାଲ ଭିତ୍ତିଭୂମି ନିରାପତ୍ତା, ଟେଲିକମ ନିରାପତ୍ତା ଜନିତ ଢ଼ାଞ୍ଜାର ନିରାପତ୍ତା ଉପରେ ଗୁରୁତ୍ୱ ଆରୋପ କରିବେ । ଚେନ୍ନାଇ ଠାରୁ ଆଣ୍ଡାମାନ ଦ୍ୱୀପପୁଞ୍ଜ ମଧ୍ୟରେ ଭାରତର ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ) ଓ ଜାପାନର ଏନଇସି ଦ୍ୱାରା ବିଛାଯାଉଥିବା ସମୁଦ୍ର ଭୂତଳ ସବମେରିନ ଅପ୍ଟିକାଲ ଫାଇବର କେବଲ କାର୍ଯ୍ୟକ୍ରମକୁ ଉଭୟ ନେତା ସ୍ୱାଗତ କରିଛନ୍ତି ।ଏହାର ଷ୍ଟ୍ରାଟେଜିକ ଗୁରୁତ୍ୱକୁ ଉପଲବ୍ଧ କରି ସବମେରିନ କେବଲ ପ୍ରକଳ୍ପର ବ୍ୟାପକ ସଂପ୍ରସାରଣ ଲାଗି ଅଧିକ ସହଯୋଗ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ।
ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ: ଭାରତ ଓ ଜାପାନ ଉଭୟ ପକ୍ଷଙ୍କ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ସେମାନଙ୍କର ସହଭାଗୀତା ବୃଦ୍ଧି କରିବେ ଯେଉଁଥିରେ ଇଲେକ୍ଟ୍ରେନିକ୍ସ ସିଷ୍ଟମ ଡ଼ିଜାଇନ କ୍ଷେତ୍ରରେ କାର୍ଯ୍ୟରତ ଭାରତୀୟ ଓ ଜାପାନୀ କମ୍ପାନୀମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ କରାଯିବ । ସେମାନେ ସଫ୍ଟୱେର ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ଦୀର୍ଘସୂତ୍ରୀ ବଜାର ଚାହିଦା ଥିବା କ୍ଷେତ୍ରରେ ହିଁ ସହଭାଗୀ ହେବେ ।
ଡିଜିଟାଲ କର୍ପୋରେଟ ସହଭାଗୀତା: ଭାରତ ଓ ଜାପାନ ମଧ୍ୟରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ କର୍ପୋରେଟ ଏବଂ ବ୍ୟବସାୟିକ ସଂପର୍କ ବୃଦ୍ଧି ଦିଗରେ ଭାରତ ଓ ଜାପାନ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି କରିବେ । ମେଚିଂ ଇଭେଣ୍ଟ, ବିଭିନ୍ନ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ଗସ୍ତ ଏବଂ ଭାରତର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ସରକାରୀ ଉଦ୍ୟୋଗ ବିଏସଏନଏଲ ଏବଂ ଜାପାନର ଏନଟିଟି-ଏଟି ମଧ୍ୟରେ ଏହି ପରିପ୍ରେକ୍ଷୀରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଟେଲିଯୋଗାଯୋଗ କ୍ଷେତ୍ରରେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ସ୍ଥାପନ କରାଯିବା ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ । ଭାରତ ପକ୍ଷରୁ ନେସନାଲ ଆସୋସିଏସନ ଅଫ ସଫ୍ଟୱେର ଏଣ୍ଡ ସର୍ଭିସେସ କମ୍ପାନିଜ (ନାସକମ ) ଏବଂ ହିରୋସିମା ସରକାରୀ ପରଫେକଚର ଏହି ପରିପ୍ରେକ୍ଷୀରେ ଜାପାନରେ ପ୍ରଥମ “ଆଇଟି କରିଡ଼ର” ସ୍ଥାପନ କରିଛନ୍ତି । ଜାପାନ ପକ୍ଷରୁ ସେ ଦେଶର ବାତାବରଣକୁ କିଭଳି ଭାବେ ପ୍ରତିପକ୍ଷ ରାଷ୍ଟ୍ରରେ ସୁଦୃଢ଼ କରାଯାଇ ବିଶ୍ୱ ବଜାରସ୍ତରୀୟ କରାଯାଇପାରିବ ଏବଂ ଏହାର ଭାରତୀୟ ସଫ୍ଟୱେର ଇକୋସିଷ୍ଟମ ସହ ସମନ୍ୱୟ ରକ୍ଷା କରାଯାଇପାରିବ ସେ ଦିଗରେ ପ୍ରୟାସ ଜାରି ରହିବ ।
କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଖାଦ୍ୟ ନିରାପତ୍ତା, ଜଙ୍ଗଲ ଓ ମତ୍ସ୍ୟଚାଷ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ
କ. କୃଷି
1. ଏମଏଏଫଏଫ ଏବଂ ଏମଓଏଏଫଡ଼ବ୍ଲୁ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ବୁଝାମଣାପତ୍ର ଆଧାରରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ।
(a) 2016 ମସିହା ନଭେମ୍ବର 11 ତାରିଖ ଦିନ (ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ କରିଥିଲେ) ଏହି ସହଯୋଗ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା
(aa) 2017 ନଭେମ୍ବର 6 ତାରିଖ ଦିନ ଏହି ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା (ବିଶ୍ୱ ଖାଦ୍ୟ ଭାରତ (ଡ଼ବ୍ଲୁଏଫଆଇ) 2017 ପରେ)
(b) ସହଯୋଗର ତିନୋଟି କ୍ଷେତ୍ର ଚିହ୍ନଟ
c) କୃଷି ଉତ୍ପାଦିକା
d) ଖାଦ୍ୟ ପ୍ରକ୍ରିୟାକରଣ
e) ମତ୍ସ୍ୟଚାଷ
f) “ଜାପାନ ଦ୍ୱାରା ଭାରତରେ ନିବେଶ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଯାହାକି କୃଷି ଓ ମତ୍ସ୍ୟଚାଷ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ”
ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ଆଲୋଚନା ଆଧାରରେ ( କୃଷି ମନ୍ତ୍ରଣାଳୟ, ଜଙ୍ଗଲ ଓ ମତ୍ସ୍ୟଚାଷ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ) ହୋଇଥିବା ଆଲୋଚନାରେ ଭାରତରେ କିଭଳି କୃଷି ଓ ମତ୍ସ୍ୟଚାଷ କ୍ଷେତ୍ରରେ ନିବେଶ ବୃଦ୍ଧି କରାଯାଇପାରିବ ତାହା ଉପରେ ବିଚାର ବିମର୍ଶ କରାଯାଇଥିଲା ଏବଂ “କୃଷି ଓ ମତ୍ସ୍ୟଚାଷ କ୍ଷେତ୍ରରେ ଜାପାନ ଦ୍ୱାରା ଭାରତରେ ନିବେଶ ବୃଦ୍ଧି କାର୍ଯ୍ୟକ୍ରମ” ଶୀର୍ଷକ ଏକ ରାଜିନାମା ଅକ୍ଟୋବର 29, 2018 ତାରିଖରେ ସ୍ୱାକ୍ଷରିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମର ପ୍ରଥମ ନିବେଶ ଉଦାହରଣ ସ୍ୱରୂପ ଆଇଏସଇ ଫୁଡ଼ର ତେଲଙ୍ଗାନା ମେଗା ପ୍ରକଳ୍ପକୁ ଜାପାନ- ଭାରତ ଫୁଡ଼ ବିଜିନେସ କାଉନସିଲ ଦ୍ୱାରା ପଞ୍ଜିକୃତ କରାଯାଇଛି ।
2. କୃଷି ଉତ୍କର୍ଷ କେନ୍ଦ୍ର କ୍ଷେତ୍ରରେ ଭାରତ- ଜାପାନ ସହଯୋଗ
ଏମଏଏଫଏଫ ଏବଂ ଏମଓଏଏଫଡ଼ବ୍ଲୁ ମଧ୍ୟରେ ଆଲୋଚନା କରାଯାଇ କିଭଳି ଭାରତରେ ଜାପାନୀ ପ୍ରଯୁକ୍ତିର ଉପଯୋଗ କରାଯାଇ ଭାରତର କୃଷି ଉତ୍ପାଦିକା ବୃଦ୍ଧି କରାଯାଇପାରିବ ସେହି ବିଷୟରେ ବିଚାର କରାଯାଇଛି ।
ସେଥିମଧ୍ୟରୁ ଗୋଟିଏ ଧାରଣ ହେଲା ଭାରତ- ଜାପାନ କୃଷି ଉକ୍ରର୍ଷ କେନ୍ଦ୍ର ସ୍ଥାପନ ଯେଉଁଠାରେ କି ଜାପାନୀ ପ୍ରଯୁକ୍ତିକୁ ପ୍ରଦର୍ଶିତ, ପ୍ରସାରିତ କରାଯିବ ଏବଂ ସେହି ପ୍ରଯୁକ୍ତି ଉପଯୋଗରେ ଉତ୍ପାଦିତ ଅମଳକୁ ବିକ୍ରୟ କରାଯିବ ।
4. ଗବେଷଣା ସହଯୋଗ
(a) ଜାପାନ ଆନ୍ତର୍ଜାତିକ କୃଷି ବୈଜ୍ଞାନିକ ଗବେଷଣା କେନ୍ଦ୍ର (ଜେଆଇଆରସିଏଏସ) ଏବଂ ଭାରତର ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ମଧ୍ୟରେ ମିଳିତ ଗବେଷଣା ପାଇଁ ଫେବୃୟାରୀ 9, 2018 ତାରିଖ ଦିନ ସ୍ୱାକ୍ଷରିତ ବୁଝାମଣା ପତ୍ର
(aa) ଏହାର ପ୍ରଥମ ବୈଠକ ଜୁନ 15, 2018 ତାରିଖ ଦିନ କେରଳ ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ (କ) ସୁଲଭ ସବସରଫେସ ଡ଼୍ରେନେଜ କୃଷି ପ୍ରଯୁକ୍ତି ଏବଂ ଲବଣାକ୍ତ ଜଳ ଦ୍ୱାରା ପ୍ରଭାବିତ ଜମିରେ ଜଳସେଚନର ପ୍ରଯୁକ୍ତିର ଉପଯୋଗ ଓ ପୋଷଣୀୟ ଉତ୍ପାଦନ, ଏବଂ (ଖ)କ୍ଷେତ୍ରୀୟ ଭାବେ ଗୃହୀତ ଲୁଣିଜଳ ସହନଶୀଳ ଫସଲର ବିକାଶ କ୍ଷେତ୍ରରେ ସହଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା ।
5: ଖାଦ୍ୟ ପ୍ରକ୍ରିୟାକରଣ
1. ୱାର୍ଲ୍ଡ ଫୁଡ଼ ଇଣ୍ଡିଆ 2017
ୱାର୍ଲ୍ଡ ଫୁଡ଼ ଇଣ୍ଡିଆ 2017 ରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ଭାବେ ଯୋଗ ଦେଇଥିଲା ଏବଂ ଜାପାନର କୃଷି, ଜଙ୍ଗଲ ଓ ମତ୍ସ୍ୟଚାଷ ବିଭାଗ ମନ୍ତ୍ରୀ ଶ୍ରୀ ତାନିଆଇ ଜାପାନ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 60 ଟି ଜାପାନୀ କମ୍ପାନୀ ସାମିଲ ହୋଇଥିଲେ ।
2. ଏମଏଏଫଏଫ ଏବଂ ଏମଓଏଫପିଆଇ ମଧ୍ୟରେ ସହଯୋଗ ବୁଝାମଣା ପତ୍ର
(a) ଉଭୟ ଜାପାନ ଓ ଭାରତର ନେତୃବର୍ଗଙ୍କ ଉପସ୍ଥିତିରେ 2018 ଅକ୍ଟୋବର 29 ତାରିଖ ଦିନ ଏମଏଏଫଏଫ ଏବଂ ଏମଓଏଫପିଆଇ ମଧ୍ୟରେ ସହଯୋଗ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।
3. ଏମଓଏଫପିଆଇ ଏବଂ ଜାପାନୀ କମ୍ପାନୀମାନଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
(a) 2018 ମାର୍ଚ୍ଚ 13 ତାରିଖ ଦିନ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଏବଂ ଜାପାନୀ କମ୍ପାନୀ (ଆଇଏସଇ ଫୁଡ଼) ମଧ୍ୟରେ ପ୍ରଥମ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
(aa) ସେହିପରି ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଏବଂ ଜାପାନୀ କମ୍ପାନୀ (Kagome and Nissan Steel) ମଧ୍ୟରେ 29 ଅକ୍ଟୋବର 2018ରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
4. ଜାପାନରେ ଭାରତୀୟ ଉତ୍ପାଦର ଚାହିଦା ସଂପର୍କରେ ଅଧ୍ୟୟନ କରିବେ ଖାଦ୍ୟ କମ୍ପାନୀ ସଂଘ
(a) ଏମଏଏଫଏଫ ବିଶ୍ୱ ଖାଦ୍ୟ ମୂଲ୍ୟ ଶୃଙ୍ଖଳର ବିକାଶ ଦିଗରେ କାର୍ଯ୍ୟ କରୁଛି ଏବଂ ସରକାରୀ- ଘରୋଇ ପରିଷଦର ଭାରତୀୟ ଉପକମିଟି ଏମଏଏଫଏଫ 2018 ମାର୍ଚ୍ଚ ମାସରେ ଜିଏଫଭିସିର ପ୍ରସାର ଦିଗରେ କାର୍ଯ୍ୟ କରୁଛି । ଏହି ପରିଷଦରେ ପ୍ରାୟ 400 କମ୍ପାନୀ ସଦସ୍ୟ ଅଛନ୍ତି ।
(aa) 2018 ମାର୍ଚ୍ଚରେ ଜାପାନ ଭାରତ ଖାଦ୍ୟ ବ୍ୟବସାୟିକ ପରିଷଦ ଗଠନ କରାଯାଇଛି ।
5: ଖାଦ୍ୟ ନିରାପତ୍ତା
ଏଫଏସଏସଏଆଇ ଏବଂ ଜାପାନ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ବୁଝାମଣା
ଭାରତୀୟ ଖାଦ୍ୟ ନିରାପତ୍ତା ଓ ଷ୍ଟାଣ୍ଡାର୍ଡ଼ ପ୍ରାଧିକରଣ (ଏଫଏସଏସଏଆଇ) ଏବଂ ଜାପାନ ସରକାରଙ୍କ ଖାଦ୍ୟ ନିରାପତ୍ତା କମିଶନ, ଖାଉଟି ବ୍ୟାପାର ଏଜେନ୍ସି, ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରଣାଳୟ ଓ ଏମଏଏଫଏଫ ମଧ୍ୟରେ 2018 ଅକ୍ଟୋବର 29 ତାରିଖ ଦିନ ଏକ ସହଯୋଗ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
6 : ଜଙ୍ଗଲ ବିଭାଗ
ଜାପାନର ଏମଏଏଫଏଫ ଏବଂ ଭାରତ ସରକାରଙ୍କ ପର୍ଯ୍ୟାବରଣ, ଜଙ୍ଗଲ, ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ସକାଶେ ସହଯୋଗ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
(a) ଜାପାନ ସରକାରଙ୍କ ଏମଏଏଫଏଫ ଏବଂ ଭାରତ ସରକାରଙ୍କ ପର୍ଯ୍ୟାବରଣ, ଜଙ୍ଗଲ, ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟରେ 2015 ଡ଼ିସେମ୍ବର 11 ତାରିଖ ଦିନ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ସକାଶେ ସହଯୋଗ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ସହଯୋଗର ସାତଟି କ୍ଷେତ୍ର ଚିହ୍ନଟ-
a) ଉଭୟ ରାଷ୍ଟ୍ରର ତାଲିମ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ମାନବ ସମ୍ବଳ ବିକାଶ ଓ ଆନୁଷ୍ଠାନିକ ଆଦାନ ପ୍ରଦାନ ସକାଶେ ସହମତି
b) ପୋଷଣୀୟ ଜଙ୍ଗଲ ପରିଚାଳନା
c) ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଜଙ୍ଗଲ ବିପର୍ଯ୍ୟୟ ରୋକିବା କାର୍ଯ୍ୟ ସଂପ୍ରସାରରଣ
d) ଜୈବ ବିବିଧତାର ସଂରକ୍ଷଣ
e) ଜଙ୍ଗଲ ସଂପଦର ସଫଳ ବିନିଯୋଗ
f) ଜଙ୍ଗଲ, ଜଙ୍ଗଲଜାତ ପଦାର୍ଥ ଓ ପ୍ରଯୁକ୍ତି ସଂପର୍କୀତ ନୀତିର ସଂପ୍ରସାରଣ
g) ଜଙ୍ଗଲ କ୍ଷେତ୍ର ସଂପର୍କରେ ଉପଯୁକ୍ତ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ
(h) 2018 ଜୁଲାଇ 23 ତାରିଖରେ ଅନୁଷ୍ଠିତ ତୃତୀୟ ଯୁଗ୍ମ କାର୍ଯ୍ୟକାରୀ ବୈଠକରେ 2018 ଠାରୁ 2022 ମସିହା ପର୍ଯନ୍ତ “ଭାରତ- ଜାପାନ ଜଙ୍ଗଲ ଓ ଜଙ୍ଗଲ ସଂପର୍କୀତ ସହଯୋଗ” ପାଇଁ ସହମତ
7: ମତ୍ସ୍ୟଚାଷ
(1) ଭାରତକୁ ମାନବୀୟ ଉପଭୁକ୍ତି ସକାଶେ ମତ୍ସ୍ୟଚାଷ ଓ ମତ୍ସ୍ୟଜାତ ଉତ୍ପାଦ ରପ୍ତାନି ନିମନ୍ତେ ମାର୍ଚ୍ଚ, 2018 ରେ ସାର୍ଟିଫିକେଟ ହାସଲ
(2) 2018 ଅକ୍ଟୋବର ମାସରେ ଜାପାନରୁ ଭାରତକୁ ବାଗଦା ଚିଙ୍ଗୁଡ଼ି ଖାଦ୍ୟ/ଚିଙ୍ଗୁଡ଼ି ଖାଦ୍ୟ/ ମତ୍ସ୍ୟ ଖାଦ୍ୟ ରପ୍ତାନି ସକାଶେ ସାର୍ଟିଫିକେଟ ହାସଲ
8: ଏମଏଏଫଏଫ ଏବଂ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଘରୋଇ କମ୍ପାନୀମାନଙ୍କ ଦ୍ୱାରା ସଂପାଦିତ କେତେକ କାର୍ଯ୍ୟ କ୍ଷେତ୍ରରେ ସହଯୋଗ
(1) ଆନ୍ଧ୍ର ପ୍ରଦେଶ ରାଜ୍ୟ (ଏପି ଷ୍ଟେଟ)
(a) ଏମଏଏଫଏଫ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାରଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ସଂପର୍କୀତ ଶିଳ୍ପ କ୍ଷେତ୍ରରେ ସହଯୋଗ ନିମନ୍ତେ 2016 ଜୁଲାଇ 30 ତାରିଖରେ ସ୍ୱାକ୍ଷରିତ ସହଯୋଗ ବୁଝାମଣା ପତ୍ର
(b) ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତି ସକାଶେ ଏମଏଏଫଏଫ ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ 2018 ଫେବୃୟାରୀ 25 ତାରିଖ ଦିନ ସ୍ୱାକ୍ଷରିତ ସହଯୋଗ ବୁଝାମଣାପତ୍ର
(b) ଆନ୍ଧ୍ର ପ୍ରଦେଶ ରାଜ୍ୟରେ କୋଲ୍ଡ ଚେନର ମାଷ୍ଟର ପ୍ଲାନ ପ୍ରସ୍ତୁତି ସକାଶେ 2018 ଜୁଲାଇ ମାସରେ ଅଧ୍ୟୟନ
(2) ମହାରାଷ୍ଟ୍ର ରାଜ୍ୟ
(a) ଏମଏଏଫଏଫ ଏବଂ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ମଧ୍ୟରେ 2018 ଅକ୍ଟୋବର 29 ତାରିଖ ଦିନ ସ୍ୱାକ୍ଷରିତ ସହଯୋଗ ବୁଝାମଣା ପତ୍ର
(3) ଉତ୍ତର ପ୍ରଦେଶ ରାଜ୍ୟ
(a) ଏମଏଏଫଏଫ ଏବଂ ଉତ୍ତର ପ୍ରଦେଶ ରାଜ୍ୟ ସରକାରଙ୍କ ମଧ୍ୟରେ 2018 ଅକ୍ଟୋବର 26 ତାରିଖ ଦିନ ସ୍ୱାକ୍ଷରିତ ସହଯୋଗ ବୁଝାମଣା ପତ୍ର
ଜାପାନ ଅନ୍ତରାଷ୍ଟ୍ରୀୟ ସହଯୋଗ ଏଜେନ୍ସି (ଜେଆଇସିଏ)
(1) ‘ଆନ୍ଧ୍ରପ୍ରଦେଶ ଜଳସେଚନ ଓ ଜୀବନ ଜୀବିକା ଉନ୍ନୟନ ପ୍ରକଳ୍ପ (ପର୍ଯ୍ୟାୟ-2)’
ଜାଇକା ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ 2017 ଡିସେମ୍ବର 13 ତାରିଖ ଦିନ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
(2) ‘ହିମାଚଳପ୍ରଦେଶ ଜଙ୍ଗଲ, ପ୍ରାକୃତିକ ବ୍ୟବସ୍ଥା ପରିଚାଳନା ଓ ଜୀବନ ଜୀବିକା ଉନ୍ନୟନ ପ୍ରକଳ୍ପ’ ଜାଇକା ଏବଂ ଏଲ୍ଏ ସ୍ଥିତ ଭାରତୀୟ ଦୂତାବାସଠାରେ 2018 ମାର୍ଚ୍ଚ 29 ତାରିଖ ଦିନ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।
(3) ‘ସମବାୟ ଦୁଗ୍ଧ ଉନ୍ନୟନ ସେକ୍ଟର ମାଧ୍ୟମରେ ଜୀବନ ଜୀବିକା ଉନ୍ନତି ପ୍ରକଳ୍ପ । ଏଥିପାଇଁ 2018 ଜୁଲାଇ ମାସରୁ ଜାଇକା ତାର ପ୍ରସ୍ତୁତି ସର୍ଭେ କାର୍ଯ୍ୟ ଆରମ୍ଭ କରିଛି ।
ଭାରତ-ଜାପାନ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗ
ଭାରତ ଓ ଜାପାନ ଗତ ଏକ ଦଶନ୍ଧି ମଧ୍ୟରେ ନିଜର ନିରାପତ୍ତା ସଂପର୍କିତ ସହଭାଗିତା ବିକାଶ ଘଟାଇବାରେ ପର୍ଯ୍ୟାପ୍ତ ଉନ୍ନତି କରିଛନ୍ତି । 2008 ମସିହାରେ ଭାରତ-ଜାପାନ ମଧ୍ୟରେ ନିରାପତ୍ତା ସହଯୋଗ ନିମନ୍ତେ ଏକ ମିଳିତ ଘୋଷଣାନାମା ଜାରି କରାଯାଇଥିଲା । ଉଭୟ ରାଷ୍ଟ୍ର ସେମାନଙ୍କର ଦ୍ୱିପାକ୍ଷିକ ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗକୁ ପ୍ରତିଷ୍ଠିତ ବ୍ୟବସ୍ଥା, ଯେଉଁଥିରେ କି ବାର୍ଷିକ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା, ପ୍ରତିରକ୍ଷା ନୀତି ଆଲୋଚନା, ଜାତୀୟ ନିରାପତ୍ତା ଉପଦେଷ୍ଟା ସ୍ତରୀୟ ଆଲୋଚନା, ଅଧିକାରୀ ସ୍ତରୀୟ ଆଲୋଚନା, ପ୍ରତ୍ୟେକ ବିଭାଗର ଅଧିକାରୀ ଓ ତଟରକ୍ଷୀବାହିନୀ ସ୍ତରୀୟ ଆଲୋଚନା ଏବଂ ସର୍ବୋପରି ଉଭୟ ରାଷ୍ଟ୍ରର ତିନିବାହିନୀ ଓ ତଟରକ୍ଷୀମାନଙ୍କ ମଧ୍ୟରେ ମିଳିତ ସମରାଭ୍ୟାସ ଆଦି ସାମିଲ । ସେଥିପାଇଁ ସହମତି ଘଟିଥିଲା । ଉଭୟ ରାଷ୍ଟ୍ର ମାଲାବାର ସମରାଭ୍ୟାସକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରନ୍ତି ଏବଂ ନିୟମିତ ପାସେଜ୍ ସମରାଭ୍ୟାସ (ପାସେକ୍ସ) ଏବଂ ଅନ୍ୟ ମିଳିତ ସମରାଭ୍ୟାସ, ଯେଉଁଥିରେ ପ୍ରଥମ ଆତଙ୍କବାଦ ନିରୋଧୀ ସମରାଭ୍ୟାସ ସାମିଲ ଓ ଏଥିରେ ଜାପାନ ସ୍ଥଳ ଆତ୍ମରକ୍ଷା ବାହିନୀ ଓ ଭାରତୀୟ ସେନା ଅଂଶଗ୍ରହଣ କରିଥିଲେ ତଥା ଜାପାନ ଆକାଶ ବାହିନୀ ଆତ୍ମ ପ୍ରତିରକ୍ଷା ବଳ ପର୍ଯ୍ୟବେକ୍ଷକ ରୂପେ କୋପ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ । ତାହାକୁ ଉଭୟପକ୍ଷ ସ୍ୱାଗତ କରିଛନ୍ତି । ଅନ୍ୟ ସମଭାବାପନ୍ନ ରାଷ୍ଟ୍ରମାନଙ୍କ ଏ ଦିଗରେ ସହଯୋଗକୁ ସ୍ୱାଗତ କରାଯାଇଛି ।
ଭାରତ ଓ ଜାପାନ ମଧ୍ୟରେ ସାମୁଦ୍ରିକ ନିରାପତ୍ତା ସହଯୋଗରେ ବୃଦ୍ଧି ଘଟିଛି । ଏହାର କ୍ଷେତ୍ରକୁ ବ୍ୟାପକ କରିବା ନିମନ୍ତେ ସାମୁଦ୍ରିକ କ୍ଷେତ୍ର ସଚେତନତା ଏବଂ ପାରସ୍ପରିକ ଲଜିଷ୍ଟିକ ସହଯୋଗ ଯାହାକି ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ପାଇଁ ଯଥେଷ୍ଟ ସହାୟକ ହେବ ସେ ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି । ତ୍ରୟୋଦଶ ଶିଖର ବୈଠକ ଅବସରରେ ଉଭୟ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନା ଏବଂ ଜାପାନର ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ମଧ୍ୟରେ ସ୍ୱାକ୍ଷରିତ ନିବିଡ଼ ସହଯୋଗ ବ୍ୟବସ୍ଥା ପ୍ରବର୍ତ୍ତନ ଏବଂ ଅଧିଗ୍ରହଣ ତଥା କ୍ରସ୍ ସର୍ଭିସିଂ ରାଜିନାମା ସଂପର୍କିତ ଆଲୋଚନା ଆରମ୍ଭକୁ ସ୍ୱାଗତ କରିଛନ୍ତି । ଏହି ଦୁଇଟି କ୍ଷେତ୍ରରେ ସ୍ୱାକ୍ଷରିତ ସହଯୋଗ ଉଭୟ ଦେଶ ମଧ୍ୟରେ ଷ୍ଟ୍ରାଟେଜି ସଂପର୍କକୁ ଆହୁରି ନିବିଡ଼ କରିବ । ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତି ଜନିତ ସହଯୋଗର ପର୍ଯ୍ୟାପ୍ତ ସୁଯୋଗ ଓ କ୍ଷେତ୍ର ରହିଛି, ଯାହାକି ଭବିଷ୍ୟତରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗଭୀର କରିବ ।
ଢାଞ୍ଚା ଗଠନ ସମ୍ଭାବନା
ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ସହଯୋଗ 2008 ମସିହାରେ ସ୍ୱାକ୍ଷରିତ ନିରାପତ୍ତା ସହଯୋଗ ଜନିତ ମିଳିତ ଘୋଷଣାନାମାରୁ ହିଁ ଗଡ଼ି ଆସୁଛି । ପୁନଶ୍ଚ 2004 ମସିହାରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ସହଯୋଗ ଓ ଆଦାନପ୍ରଦାନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତି ହସ୍ତାନ୍ତର ନିମନ୍ତେ ସ୍ୱାକ୍ଷରିତ ରାଜିନାମା ଏବଂ ଗୁପ୍ତ ସାମରିକ ସୂଚନା ସୁରକ୍ଷା ନିରାପତ୍ତା ବ୍ୟବସ୍ଥା ସଂପର୍କିତ ରାଜିନାମା-2015 ଉଭୟ ରାଷ୍ଟ୍ରଙ୍କ ସହଯୋଗକୁ ଅଧିକ ମଜଭୁତ କରିଛି ।
2018 ମସିହା ଅକ୍ଟୋବର ମାସରେ ଭାରତୀୟ ନୌସେନା ଏବଂ ଜେଏନ୍ଏସଡିଏଫ୍ ମଧ୍ୟରେ ନିବିଡ଼ ସହଯୋଗ ଏବଂ ପ୍ରବର୍ତ୍ତନ ବ୍ୟବସ୍ଥା ଲାଗି ରାଜିନାମା ସ୍ୱାକ୍ଷରିତ ହୋଇଛି ।
ଏହା ମିଳିତ ସମରାଭ୍ୟାସ ପାଇଁ ସାଧନ ଓ ଢାଞ୍ଚା ସ୍ଥାପନ କରିବା ସହ ସୂଚନା ଆଦାନ ପ୍ରଦାନ ପାଇଁ ବ୍ୟବସ୍ଥା କରିଛି । ଏହା ସାମୁଦ୍ରିକ ନିରାପତ୍ତା ଏବଂ ଏମଡିଏର ସଂପ୍ରସାରଣ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ କ୍ଷେତ୍ର ପ୍ରସ୍ତୁତ କରିଛି । ଏଥିରେ ଜାହାଜ ଚଳାଚଳ ଜନିତ ସୂଚନା ଓ ତଥ୍ୟ ଆଦାନପ୍ରଦାନ ସାମିଲ ।
ବର୍ତ୍ତମାନର ସ୍ଥିତି
2006 ମସିହା ମେ ମାସରେ ଭାରତ ଓ ଜାପାନ ମଧ୍ୟରେ ସର୍ବୋଚ୍ଚ ବାର୍ଷିକ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାର ଶେଷ ବୈଠକ 2018 ଅଗଷ୍ଟ ମାସରେ ଭାରତରେ ଅନୁଷ୍ଠିତ ହୋଇଛି । ପ୍ରତିରକ୍ଷା ନୀତି ଜନିତ ଆଲୋଚନା 2007 ମସିହା ଏପ୍ରିଲ ମାସରେ ଟୋକିଓଠାରେ ଅନୁଷ୍ଠିତ ହୋଇଥିଲା । ଡିପିଡିର ଷଷ୍ଠ ସଂସ୍କରଣ ଏବଂ 2+2 ଆଲୋଚନାର ପଞ୍ଚମ ସଂସ୍କରଣ 2018 ଜୁନ୍ ମାସରେ ନୂଆଦିଲ୍ଲୀଠାରେ ସମ୍ପନ୍ନ ହୋଇଛି ।
ଏବେ ଦୁଇଦେଶ ମଧ୍ୟରେ ତିନିବାହିନୀ ମଧ୍ୟରେ ସର୍ଭିସ ଷ୍ଟାଫ୍ ପର୍ଯ୍ୟାୟ କଥାବାର୍ତ୍ତା ଅନୁଷ୍ଠିତ ହେଉଛି । ସପ୍ତମ ଭାରତୀୟ ନୌସେନା ଓ ଜେଏମ୍ଏସଡିଏଫ ଷ୍ଟାଫ୍ ଆଲୋଚନା ନୂଆଦିଲ୍ଲୀଠାରେ 2018 ଜାନୁଆରୀ ମାସରେ ସମ୍ପନ୍ନ ହୋଇଛି । ଭାରତୀୟ ଆକାଶବାହିନୀ ଓ ଜେଏଏସଡିଏଫ୍ ଅଧିକାରୀସ୍ତରୀୟ ଆଲୋଚନା 2018 ଜୁନ୍ ମାସରେ ନୂଆଦିଲ୍ଲୀଠାରେ ଶେଷ ହୋଇଛି । ଭାରତୀୟ ସ୍ଥଳସେନା ଓ ଜାପାନ ଜେଜିଏସଡିଏଫ୍ ଅଧିକାରୀସ୍ତରୀୟ ଆଲୋଚନାର ପଞ୍ଚମ ସଂସ୍କରଣ 2019 ମସିହାର ପ୍ରାରମ୍ଭରେ ଭାରତରେ ଅନୁଷ୍ଠିତ ହେବ । ସପ୍ତଦଶ ଭାରତୀୟ ତଟରକ୍ଷୀବାହିନୀ ଓ ଜାପାନ ତଟରକ୍ଷୀ ବାହିନୀସ୍ତରୀୟ ବୈଠକ 2018 ଜାନୁଆରୀ ମାସରେ ନୂଆଦିଲ୍ଲୀଠାରେ ଶେଷ ହୋଇଛି ।
ମିଳିତ ସମରାଭ୍ୟାସ
ଭାରତ ଓ ଜାପାନ ମଧ୍ୟରେ ଉଚ୍ଚମାନର ସମରାଭ୍ୟାସ ଅନୁଷ୍ଠିତ ହେଉଛି । ଭାରତୀୟ ନୌସେନା ଓ ଜେଏମ୍ଏସଡିଏଫ୍ ମଧ୍ୟରେ ମାଲାବାର୍ ତ୍ରିମୁଖୀ ସମରାଭ୍ୟାସ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ । 2018 ଜୁନ୍ ମାସରେ ଗଉମ ଉପକୂଳରେ ମାଲାବାର 2018 ସମରାଭ୍ୟାସ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟ ଅନେକ ରାଷ୍ଟ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଦେଖିବାକୁ ମିଳିଥିଲା । ସେହିଭଳି 5 ବର୍ଷ ବ୍ୟବଧାନରେ 2018 ଅକ୍ଟୋବର ମାସରେ ବିଶାଖାପାଟଣା ଉପକୂଳରେ ଜିମେକ୍ସ-18 ଦ୍ୱିପାକ୍ଷିକ ନୌସମରାଭ୍ୟାସ ସମ୍ପାଦିତ ହୋଇଛି । ଏଥିରେ ଜାପାନର ହେଲିକପ୍ଟର ବିଧ୍ୱଂସକ କାଗା ଅଂଶଗ୍ରହଣ କରିଥିଲା । ଭାରତୀୟ ନୌବହର ଓ ଜେଏମ୍ଏସଡିଏଫ୍ ଜାହାଜ ପରସ୍ପର ରାଷ୍ଟ୍ରର ବନ୍ଦର ଭ୍ରମଣ ବେଳେ ପାସେକ୍ସ ନିୟମିତ ଭାବେ ସମ୍ପାଦନ କରାଯାଇଥାଏ । 2017 ମସିହା ଅକ୍ଟୋବର ମାସରେ ଜାପାନର ପଶ୍ଚିମ କିଉସୁ ଉପକୂଳରେ ଏବଂ ପଶ୍ଚିମ ଭାରତ ଉପକୂଳରେ 2017 ସେପ୍ଟେମ୍ବର ମାସରେ ପାସେକ୍ସ ଅନୁଷ୍ଠିତ ହୋଇଛି । ସେହିଭଳି ଆଉ ଦୁଇଟି ପାସେକ୍ସ 2018 ଜାନୁଆରୀ ଜାପାନ ସାଗରରେ ଏବଂ 2018 ମେ ମାସରେ ବିଶାଖାପାଟଣା ଉପକୂଳରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ନୌସେନା ପି-81 ଏବଂ ଜେଏମଏସଡିଏଫ ପି-3ସି ମଧ୍ୟରେ ପ୍ରଥମ ଏୟାର ସବମେରିନ୍ ନିରୋଧୀ ସମରାଭ୍ୟାସ ଗୋଆ ଉପକୂଳରେ 2017 ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଥିଲା । ଚୋରା କାରବାର ନିରୋଧୀ ଅପରେସନ ଆଡେନ ଉପସାଗରରେ ନିୟୋଜିତ ଥିବା ଜେଏମଏସଡିଏଫ ଲଢୁଆ ବିମାନ ସ୍ୱଦେଶ ପ୍ରତ୍ୟାବର୍ତ୍ତନବେଳେ ଏହି ସମରାଭ୍ୟାସ କରାଯାଇଥିଲା । ଏହାପରେ 2018 ମେ ମାସରେ ଗୋଆ ଉପକୂଳରେ ଜେଏମଏସଡିଏଫ ପି-1 ଏବଂ ଭାରତୀୟ ନୌସେନା ପି-81 ମଧ୍ୟରେ ଏୟାର ଏଏସଡବ୍ଲ୍ୟୁ ସମରାଭ୍ୟାସ ସଂପାଦନ କରାଯାଇଥିଲା । ଭାରତ ଓ ଜାପାନ ପ୍ରଥମ ଆତଙ୍କବାଦ ନିରୋଧୀ ସମରାଭ୍ୟାସ 2018 ନଭେମ୍ବର ମାସରେ ଅନୁଷ୍ଠିତ ହେବ । ଏଥିରେ ଜେଜିଏସଡିଏଫ ଏବଂ ଭାରତୀୟ ସ୍ଥଳସେନା ଅଂଶଗ୍ରହଣ କରିବେ । 2017 ନଭେମ୍ବର ମାସରେ ଜାପାନ ଓ ଆମେରିକା ମଧ୍ୟରେ ମିଳିତ ସମନ୍ୱିତ ଆପାତକାଳୀନ ଡ୍ରିଲ (ଟ୍ରେକ୍ସ-17) ଅନୁଷ୍ଠିତ ହୋଇଥିଲା । ଏହି ସମରାଭ୍ୟାସରେ ଭାରତୀୟ ସ୍ଥଳସେନା ପର୍ଯ୍ୟବେକ୍ଷକଭାବେ ସାମିଲ ହୋଇଥିଲା । ସେହିଭଳି 2018 ଜୁଲାଇ ମାସରେ ଭାରତୀୟ ନୌସେନା ମାଇନ୍ ଏବଂ ବିସ୍ଫୋରକ ଦ୍ରବ୍ୟ ଠାବକାରୀ ସମରାଭ୍ୟାସରେ ଅଂଶଗ୍ରହଣ କରିଥିଲା । ଏହାବ୍ୟତୀତ ଉଭୟ ରାଷ୍ଟ୍ରର ତିନିବାହିନୀ ମଧ୍ୟରେ ମାନବୀୟ ସହାୟତା ଓ ଆପାତକାଳୀନ ରିଲିଫ, ଶାନ୍ତି ପ୍ରତିଷ୍ଠା, ହେଲିକପ୍ଟର ପରିବହନ ଏବଂ ପାଣିପାଗ ଜନିତ ପ୍ରାକ୍ ସୂଚନା କ୍ଷେତ୍ରରେ ବିଶେଷଜ୍ଞସ୍ତରୀୟ ଭାବ ଆଦାନପ୍ରଦାନ ଓ କାର୍ଯ୍ୟର ବ୍ୟାପକ କ୍ଷେତ୍ର ରହିଛି । ଏହି ପରିପ୍ରେକ୍ଷୀରେ 2018 ଜାନୁଆରୀ ମାସରେ ଆଇସିଜି ଏବଂ ଜେସିଜି ମଧ୍ୟରେ ଚେନ୍ନାଇ ଉପକୂଳରେ ଏକ ମିଳିତ ସମରାଭ୍ୟାସ ଅନୁଷ୍ଠିତ ହୋଇଛି ।
ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତି ସହଯୋଗ
2018 ଏପ୍ରିଲ ମାସରେ ଚେନ୍ନାଇଠାରେ ପ୍ରତିରକ୍ଷା ଏକ୍ସପୋ-18 ଆୟୋଜନ କରାଯାଇଥିଲା । ଏଥିରେ ଜାପାନର ପ୍ରତିରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରକାର ଅଧିଗ୍ରହଣ, ପ୍ରଯୁକ୍ତି ଓ ଲଜିଷ୍ଟିକ୍ ଏଜେନ୍ସି ଅଂଶଗ୍ରହଣ କରିଥିଲେ ।
2014 ମସିହାରେ ଗଠିତ ପ୍ରତିରକ୍ଷା ସରଞ୍ଜାମ ଓ ପ୍ରଯୁକ୍ତି ସହଯୋଗ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (ଜେଡବ୍ଲ୍ୟୁଜି-ଡିଇଟିସି) ଗଠନ କରାଯାଇଛି । ଏହି ଗୋଷ୍ଠୀର ଚତୁର୍ଥ ବୈଠକ 2018 ମସିହା ଜୁଲାଇ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି । ସେହିଭଳି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଏଟିଏଲ୍ଏ ଭିଜୁଆଲ ସ୍ଲାମ୍ ଭିତ୍ତିକ ଜିଏମଏସଏସ ଉନ୍ନୟନ ପ୍ରଯୁକ୍ତି ଯାହାକି ୟୁଜିଜି/ରୋବଟିକ୍ସ ପାଇଁ ଆବଶ୍ୟକ । ସେ ସଂପର୍କରେ ପ୍ରକଳ୍ପ ବ୍ୟବସ୍ଥାକରଣ ସଂକ୍ରାନ୍ତ ସହଯୋଗ ଗବେଷଣା ଆଲୋଚନା ଅନୁଷ୍ଠିତ ହୋଇଛି ।
ଭାରତ ଓ ଜାପାନ ମଧ୍ୟରେ ପ୍ରଥମ ଥରପାଇଁ ପ୍ରତିରକ୍ଷା ଶିଳ୍ପ ଫୋରମ ଅନୁଷ୍ଠିତ ହୋଇଛି । 2017 ସେପ୍ଟେମ୍ବର ମାସରେ ଟୋକିଓଠାରେ ତୃତୀୟ ଜେଡବ୍ଲ୍ୟୁଜି- ଡିଇଟିସି ଆୟୋଜିତ ହୋଇଛି । ଏହାପରେ ଚତୁର୍ଥ ଜେଡବ୍ଲ୍ୟୁଜି- ଡିଇଟିସି ବୈଠକର ପୃଷ୍ଠଭୂମିରେ ଉଭୟ ଦେଶର ବ୍ୟବସାୟ ସଂସ୍ଥାଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଛି । ଏହାର ପରିଣାମ ସ୍ୱରୂପ ଜାପାନର ପ୍ରତିରକ୍ଷା କମ୍ପାନୀମାନେ ବେଙ୍ଗାଲୁରୁସ୍ଥିତ ଭାରତୀୟ ପ୍ରତିରକ୍ଷା ସଂସ୍ଥାନ ପରିଦର୍ଶନ କରିଛନ୍ତି । ଏହି କାର୍ଯ୍ୟ ପ୍ରତିରକ୍ଷା ଉତ୍ପାଦନ ବିଭାଗ ଏବଂ ଏଟିଏଲ୍ଏ ସୌଜନ୍ୟରେ ସମ୍ପନ୍ନ ହୋଇଛି ।
ବିପର୍ଯ୍ୟୟ ଆପଦ ପ୍ରଶମନ କ୍ଷେତ୍ରରେ ଭାରତ-ଜାପାନ ସହଯୋଗ
ଭାରତ ଓ ଜାପାନ ବିଶ୍ୱର ଦୁଇ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଷ୍ଟ୍ର । ଏହି ପ୍ରସଙ୍ଗକୁ ବିଚାର କରି ଉଭୟ ଦେଶ ମଧ୍ୟରେ ବିପର୍ଯ୍ୟୟ ଆଶଙ୍କା ପ୍ରଶମନ କ୍ଷେତ୍ରରେ ସହଯୋଗ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ପ୍ରବର୍ତ୍ତନ ଓ ସେସବୁର ତତ୍ ପରବର୍ତ୍ତୀ ଅନୁଧ୍ୟାନ ସଂପର୍କିତ ଆଲୋଚନା ଜାପାନର ସେଣ୍ଡାଇ ଫ୍ରେମୱାର୍କ ଆଧାରରେ 2018 ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଛି । ଏଥିରେ ଜାପାନ ଓ ଭାରତ ସମେତ ଅନ୍ୟ 20ଟି ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହାପରେ ଭାରତ ପକ୍ଷରୁ ଆୟୋଜିତ ଅନ୍ତରାଷ୍ଟ୍ରୀୟ କର୍ମଶାଳାରେ ଏସୀୟ ରାଷ୍ଟ୍ରର ମନ୍ତ୍ରୀସ୍ତରୀୟ ସମ୍ମିଳନୀ 2016 ନଭେମ୍ବର ମାସରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ବିପର୍ଯ୍ୟୟ ଭିତ୍ତିଭୂମି ସୁଦୃଢୀକରଣ କ୍ଷେତ୍ରରେ ଭାରତ ଅନ୍ୟ ରାଷ୍ଟ୍ର ଏବଂ ଅଂଶୀଦାରମାନଙ୍କ ସହ ସାମିଲ ହେବାକୁ ଆଗ୍ରହୀ ।
2017 ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତ ସମୟରେ ବିପର୍ଯ୍ୟୟ ଭିତ୍ତିଭୂମି ସୁଦୃଢିକରଣ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗର ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରାଯାଇଥିଲା । ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଉଭୟପକ୍ଷଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଯୋଗ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଭାରତ ପକ୍ଷରୁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନ ସରକାରଙ୍କ କ୍ୟାବିନେଟ୍ କାର୍ଯ୍ୟାଳୟ ମଧ୍ୟରେ ସ୍ୱାକ୍ଷରିତ ଏହି ବିପର୍ଯ୍ୟୟ ଭିତ୍ତିଭୂମି ସୁଦୃଢିକରଣ ରାଜିନାମାରେ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ନିରାକରଣ, ପ୍ରତିରୋଧ, ପୁନର୍ବାସ ଓ ପୁନର୍ଗଠନ ସକାଶେ ଉଭୟ ରାଷ୍ଟ୍ର ପରସ୍ପରଙ୍କୁ ସହଯୋଗ କରିବେ ବୋଲି ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଭାରତ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମ୍ଏ) ନୋଡାଲ ଏଜେନ୍ସି ଭାବେ ଏହି ବୁଝାମଣାପତ୍ରକୁ ପ୍ରବର୍ତ୍ତନ କରିବା ଲାଗି ଚୟନ କରାଯାଇଥିଲା । ଏହି ଚୁକ୍ତିନାମାର ସର୍ତ୍ତ ଅନୁସାରେ ଜାପାନ ଓ ଭାରତ ଡିଆରଆର ପ୍ରସଙ୍ଗରେ କର୍ମଶାଳାର ଆୟୋଜନ ପାଇଁ ସହମତ ହୋଇଥିଲେ । ତଦନୁସାରେ 2018 ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ଏକ ଡିଆରଆର କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ 6ଟି ଅଧିବେଶନରେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରାକ୍ ସୂଚନା ବ୍ୟବସ୍ଥା ଏବଂ ବେସରକାରୀ ଉଦ୍ୟୋଗଙ୍କ ଦ୍ୱାରା ଏହାର ମୁକାବିଲା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ଜାପାନର ‘ଉତ୍ତମ ଭାବେ ପୁନଃର୍ନିମାଣ’ ପଦକ୍ଷେପ ସଂପର୍କରେ ଜାପାନୀ କର୍ମକର୍ତ୍ତାମାନେ ସେମାନଙ୍କ ଅନୁଭୂତି ବାଣ୍ଟିବାକୁ ସହମତ ହୋଇଥିଲେ । କର୍ମଶାଳା ଅବସରରେ ଏହି କ୍ଷେତ୍ରରେ ପ୍ରାକ୍ ସୂଚନା ବ୍ୟବସ୍ଥା ସଂପର୍କିତ ଜାପାନୀ ପ୍ରଯୁକ୍ତି ଓ ସେମାନଙ୍କର ଅନୁଭୂତି ପ୍ରଦର୍ଶିତ ହୋଇଥିଲା । ଏହି କର୍ମଶାଳା ଆଧାରରେ ଭୂମିକମ୍ପ ପ୍ରାକ୍ ସୂଚନା ଓ ସତର୍କ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ଭାବନା ଆକଳନ ପ୍ରସଙ୍ଗରେ ବିଶେଷ ଭାବେ ବିଶେଷଜ୍ଞମାନେ ସେମାନଙ୍କ ଅନୁଭୂତି ଓ କାର୍ଯ୍ୟଶୈଳୀ ସଂପର୍କରେ ଆଲୋଚନା କରିଥିଲେ । ଜନସଚେତନତା ବୃଦ୍ଧିପାଇଁ ଏକ ନମୁନା ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା । ଏ କ୍ଷେତ୍ରରେ ଆଗାମୀ ଦିନରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ ।
2018 ମସିହା ଅକ୍ଟୋବର 15 ତାରିଖ ଦିନ ଟୋକିଓଠାରେ ଏ ସଂପର୍କିତ ଦ୍ୱିତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ତିନୋଟି ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା । ସେଗୁଡ଼ିକ ହେଲା – (1) ଅଭ୍ୟାସ ଓ ତାଲିମ (2) ପାଣିପାଗ ସଂପର୍କିତ ଆପଦ ସୂଚନା “2018 ମସିହାରେ ଉଭୟ ଦେଶରେ ଅନେକଗୁଡ଼ିଏ ଜଟିଳ ବାତ୍ୟା ଓ ବନ୍ୟା ସଂଘଟିତ ହୋଇଥିବା ପରିପ୍ରେକ୍ଷୀରେ, ଏବଂ (3) ପ୍ରାକ୍ ସୂଚନା ବ୍ୟବସ୍ଥା, ଯାହାକି ନୀତି ଓ ପ୍ରଯୁକ୍ତି ଆଧାରରେ ନିର୍ଦ୍ଧାରଣ କରାଯିବ ।
ଡିଆରଆର ପାଇଁ ପ୍ରଯୁଜ୍ୟ ଜାପାନର ଓଡିଏ : ଉପରୋକ୍ତ ସହଯୋଗ କ୍ଷେତ୍ର ବ୍ୟତୀତ ଜାପାନ ଭାରତକୁ ଏହାର ନିର୍ଭରଯୋଗ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବୈଷୟିକ ସହଯୋଗ ଯୋଗାଇ ଆସୁଛି । ସେହିଭଳି ପାର୍ବତ୍ୟ କ୍ଷେତ୍ରରେ ଥିବା ରାଜପଥର ବିକାଶ ଦିଗରେ ପୋଷଣୀୟ ସହଯୋଗ କରିଆସୁଛି ।
ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଭାରତ-ଜାପାନ ସହଯୋଗ
ସମ୍ଭାବ୍ୟ ଢାଞ୍ଚା
ଭାରତ-ଜାପାନ ବିଜ୍ଞାନ ଓ ପ୍ରଯୁକ୍ତି (ଏସ୍ଏଣ୍ଡଟି) ସହଯୋଗ 1985 ମସିହାରେ ସ୍ୱାକ୍ଷରିତ ଆନ୍ତଃ ସରକାରୀ ସ୍ତରୀୟ ରାଜିନାମା ଦ୍ୱାରା ଆନୁଷ୍ଠାନିକ ଭାବେ ପୁଷ୍ଟ ହୋଇଛି । ଦ୍ୱିପାକ୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ କ୍ଷେତ୍ରରେ 1993 ମସିହାରେ ଗଠିତ ଭାରତ-ଜାପାନ ବିଜ୍ଞାନ ପରିଷଦ (ଆଇଜେଏସସି) ଏହାକୁ ଆଗକୁ ଆଗେଇ ନେବାରେ ଅଧିକ ସହାୟକ ହୋଇଛି । ଏହି ଦୁଇ ସହଯୋଗ ରାଜିନାମା ମାଧ୍ୟମରେ ଅଦ୍ୟାବଧି 19ଟି ବୈଠକ, 250ଟି ମିଳିତ ସହାୟକ ପ୍ରକଳ୍ପ, ଉଭୟ ଦେଶ ମଧ୍ୟରେ 1600 ବୈଜ୍ଞାନିକଙ୍କ ଆଦାନପ୍ରଦାନ, 65ଟି ସମ୍ପାନ/କର୍ମଶାଳା ଏବଂ 9ଟି ଏସୀୟ ଶୈକ୍ଷିକ ସମ୍ପାନ ଓ 10ଟି ରମଣ ନିଜୁସୀମା ବକ୍ତୃତାର ଆୟୋଜନ କରାଯାଇସାରିଛି ।
2006 ମସିହାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦୁଇଦେଶ ମଧ୍ୟରେ ଏକ ମୂଲ୍ୟ ଭିତ୍ତିକ ସହଭାଗୀତା ଆଧାରିତ ପାରସ୍ପରିକ ତଥା ଜାପାନ ସୋସାଇଟି ଫର୍ ପ୍ରମୋଶନ ଅଫ୍ ସାଇନ୍ସ (ଜେଏସପିଏସ୍) ଏବଂ ଜାପାନ ସାଇନ୍ସ ଏଣ୍ଡ ଟେକ୍ନୋଲଜି ଏଜେନ୍ସି (ଜେଏସଟି) ଯାହାକି ଶିକ୍ଷା, ସଂସ୍କୃତି, କ୍ରୀଡ଼ା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ସମାନ ପାଣ୍ଠି ବିନିଯୋଗ ଦ୍ୱାରା କାର୍ଯ୍ୟକାରୀ ହୋଇଆସୁଛି । ସେହି ଦିନଠାରୁ ଉଭୟ ଦେଶ ମଧ୍ୟରେ ଅନେକ ଆନୁଷ୍ଠାନିକ/ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହିସବୁ ବୁଝାମଣାପତ୍ର ଜୀବ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ହାଇ ଏନର୍ଜୀ ଫିଜିକ୍ସ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି, ବାୟୋ ଟେକ୍ନୋଲଜି, ସ୍ୱାସ୍ଥ୍ୟସେବା, ହେଭି ଆୟନ ରେଡିଓ ଥେରାପି, ମିଥେନ ହାଇଡ୍ରେଟ୍, ରୋବୋଟିକ୍ସ, ବିକଳ୍ପ ଶକ୍ତିଉତ୍ସ, ସାମୁଦ୍ରିକ ଓ ଭୂବିଜ୍ଞାନ ଏବଂ ପ୍ରଯୁକ୍ତି, ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି । ଉଭୟ ଦେଶର ଅନେକ ସଂସ୍ଥା ଏହି ଚୁକ୍ତିନାମା ଅନୁସାରେ କାର୍ଯ୍ୟ କରିଆସୁଛନ୍ତି ।
ସାମ୍ପ୍ରତିକ ପଦକ୍ଷେପ
ଗବେଷଣା ଓ ଶିକ୍ଷା ସହଭାଗୀତା
(1) ଭାରତର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ, ସିଏସ୍ଆଇଆର ମାଧ୍ୟମରେ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ପିଲାନି ଏବଂ ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ଗବେଷଣା ସହଯୋଗ, ଶିକ୍ଷାବିତ୍ ଓ ଶିକ୍ଷା ସମ୍ବନ୍ଧୀୟ ଆଦାନପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । (ଡିସେମ୍ବର-2017) ।
(2) ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ଏବଂ ଭାରତର ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ବିଟ୍ସ, ପିଲାନୀ) ପରସ୍ପର ମଧ୍ୟରେ ଶିକ୍ଷାବିତ୍ ଓ ଶିକ୍ଷା ସମ୍ବନ୍ଧୀୟ ଆଦାନ ପ୍ରଦାନ ସକାଶେ ଶିକ୍ଷା ଓ ଶୈକ୍ଷିକ ଆଦାନପ୍ରଦାନ ବୁଝାମଣା କ୍ଷେତ୍ରରେ ହସ୍ତାକ୍ଷର କରିଛନ୍ତି । (ଡିସେମ୍ବର-2017)
(3) ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ଏବଂ ଭାରତର ଆଇଆଇଟି ମୁମ୍ବାଇ ମଧ୍ୟରେ ଶିକ୍ଷାବିତ ଓ ଶିକ୍ଷା ସମ୍ବନ୍ଧୀୟ ଆଦାନପ୍ରଦାନ ନିମନ୍ତେ ଏକ ଶୈକ୍ଷିକ ଓ ଶିକ୍ଷା ସଂକ୍ରାନ୍ତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । (ଜାନୁୟାରୀ-2018) ।
(4) ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ଏବଂ ଭାରତର ଶିବପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଏଣ୍ଡ ଟେକ୍ନୋଲଜି ମଧ୍ୟରେ ଶିକ୍ଷାବିତ୍ ଓ ଶୈକ୍ଷିକ ଭାବ ଆଦାନପ୍ରଦାନ ନିମନ୍ତେ ଏକ ବୁଝାମଣାପତ୍ର ସମ୍ପନ୍ନ ହୋଇଛି । (ଜାନୁଆରୀ-2018) ।
(5) ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ଏବଂ ସିଏସଆଇଆର-ସେଣ୍ଟ୍ରାଲ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ଛାତ୍ର ବିନିମୟ ସକାଶେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । (ଜାନୁଆରୀ-2018) ।
(6) ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଏମ୍ ଅହମ୍ମଦାବାଦ ମଧ୍ୟରେ ଛାତ୍ର ଆଦାନପ୍ରଦାନ ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । (ଏପ୍ରିଲ-2018) ।
(7) ଭାରତର ଆଇଆଇଟି ଦିଲ୍ଲୀ ଏବଂ ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାବିତ୍ ଓ ଶୈକ୍ଷିକ ଆଦାନପ୍ରଦାନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି (ମେ-2018) ।
(8) ଆଇଆଇଟି ହାଇଦ୍ରାବାଦ ଏବଂ ଜାପାନର ହିରୋସୀମା ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାବିତ୍ ଓ ଶୈକ୍ଷିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି (ଅକ୍ଟୋବର – 2018) ।
ଅଧିକ ପ୍ରୟାସ
ଉଭୟ ପକ୍ଷ ଆଗାମୀ ଦିନରେ ଜଳବାୟୁ ପୂର୍ବାନୁମାନ, ମହାସାଗରୀୟ ଚଳନ ପୂର୍ବାନୁମାନ ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ମିଳିତ ଗବେଷଣା ସକାଶେ ପ୍ରସ୍ତାବ ରଖିଛନ୍ତି । ଭାରତ-ଜାପାନ ଯୁଗ୍ମ ବିଜ୍ଞାନାଗାର ଗବେଷଣା କାର୍ଯ୍ୟକ୍ରମ, ଯାହାକି ଜେଏସଟି ଏବଂ ଡିଏସଟି ମଧ୍ୟରେ ଆଇସିଟି କ୍ଷେତ୍ରରେ କରାଯାଉଛି, ସେଥିଘେନି ଉଭୟ ପକ୍ଷ ସେମାନଙ୍କର କାର୍ଯ୍ୟକ୍ରମ ଓ ସହଯୋଗକୁ ଆଗକୁ ଆଗେଇ ନେବା ଦିଗରେ ଚିନ୍ତା କରୁଛନ୍ତି । ସେହିଭଳି ଇସ୍ରୋ ଏବଂ ଜାକ୍ସା ମଧ୍ୟରେ ଚନ୍ଦ୍ରପୃଷ୍ଠର ଅକ୍ଷୀୟ ଅନୁସନ୍ଧାନ ଅଭିଯାନ କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ ନିମନ୍ତେ ସେମାନଙ୍କର ଅଭିଯାନ ଜାରି ରଖିବା ଲାଗି ସହମତ ହୋଇଛନ୍ତି । 2020 ଦଶକ ପ୍ରାରମ୍ଭରେ ଏହି ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ ପାଇଁ ଉଭୟପକ୍ଷ ସହମତ ହୋଇଛନ୍ତି ।
ଭାରତରେ ଜାପାନୀ ଭାଷା ଶିକ୍ଷା ପ୍ରୋତ୍ସାହନ କାର୍ଯ୍ୟକ୍ରମ
(1) ଗତ କିଛିବର୍ଷ ମଧ୍ୟରେ ପେଶାଦାରୀ ଅଧିକାରୀମାନଙ୍କ କ୍ଷେତ୍ରରେ ଜାପାନୀ ଭାଷା ଶିକ୍ଷା ପାଇଁ କ୍ରମାଗତ ଭାବେ ଦାବି ହୋଇ ଆସୁଥିବାରୁ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ଦ୍ୱୟ ଏହାର ଆବଶ୍ୟକତାକୁ ଉପଲବ୍ଧି କରି ଭାରତରେ ଜାପାନୀ ଭାଷା ଶିକ୍ଷାର ସଂପ୍ରସାରଣ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସହଯୋଗ ଲାଗି ସହମତ ହୋଇଛନ୍ତି ।
(2) ଜାପାନ ପ୍ରଧାନମନ୍ତ୍ରୀଙ୍କ 2017 ସେପ୍ଟେମ୍ବର 14 ତାରିଖର ଭାରତ ଗସ୍ତକାଳରେ ଭାରତରେ ଜାପାନୀ ଭାଷା ଶିକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ସହଯୋଗ ବୁଝାମଣାପତ୍ରର ସର୍ତ୍ତାନୁସାରେ ଭାରତରେ ଜାପାନୀ ଭାଷା ଶିକ୍ଷକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ସେଠାରେ 1 ହଜାର ଜାପାନୀ ଭାଷା ଶିକ୍ଷକଙ୍କୁ ତାଲିମ ଦିଆଯିବ । ଏହାବ୍ୟତୀତ ଆଗାମୀ 5 ବର୍ଷ ମଧ୍ୟରେ ଭାରତରେ ଶହେଟି ନୂତନ ଜାପାନୀ ଭାଷା ପାଠ୍ୟକ୍ରମ ଆରମ୍ଭ କରାଯିବ ।
(3) ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତରେ ଥିବା ଜାପାନ ଦୂତାବାସ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ଏଥିରେ ଜାପାନ ଫାଉଣ୍ଡେସନ, ମାନବସମ୍ବଳ ମନ୍ତ୍ରଣାଳୟ, ୟୁଜିସି, ଜେଏନ୍ୟୁ-ଏଚଆରଡିସି, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ, ପରିବାର ଓ କଲ୍ୟାଣ ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସିଏସଆଇଆର ସହଯୋଗ କରୁଛନ୍ତି ।
(4) ଏହି ବୁଝାମଣାପତ୍ରକୁ ଆଗକୁ ଆଗେଇ ନେବା ଦିଗରେ ଜାପାନୀ ଭାଷା ଶିକ୍ଷକ ତାଲିମ କେନ୍ଦ୍ର 2018 ଜୁଲାଇ 23 ତାରିଖ ଦିନ ନୂଆଦିଲ୍ଲୀଠାରେ ସ୍ଥାପନ କରାଯାଇଛି । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ମାନବସମ୍ବଳ ବିକାଶ କେନ୍ଦ୍ରଠାରେ ଏହାର ଅସ୍ଥାୟୀ କେନ୍ଦ୍ର କାର୍ଯ୍ୟ କରୁଛି । ଏହି କେନ୍ଦ୍ରକୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭି.କେ.ସିଂ ଏବଂ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ଶ୍ରୀ କେନଜୀ ହିରାମାତସୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜଗଦୀଶ କୁମାର ଏବଂ ଭାରତୀୟ ପକ୍ଷରୁ ଅନ୍ୟ ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଜାପାନ ପକ୍ଷରୁ ଜାପାନ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଟୋମୋ ୟୁକି ସାକୁରାଇ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।
(5) ଏହାର ପ୍ରଥମ ତାଲିମ କାର୍ଯ୍ୟକ୍ରମ 360 ଘଣ୍ଟାର ହେବ । ଏହାକୁ 3 ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ । 2018 ଜୁଲାଇ 23 ତାରିଖଠାରୁ ଏହା ଆରମ୍ଭ କରାଯାଇଛି, ଯାହା ଜାପାନୀ ଭାଷା ଜାଣିଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ । ସେମାନେ ଜାପାନୀ ଭାଷା ଦକ୍ଷତା ପରୀକ୍ଷାରେ ଏନ୍-ଥ୍ରୀ ସ୍ତର ହାସଲ କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ 2018 ଅକ୍ଟୋବର 12 ତାରିଖରେ ସଫଳତାର ସହ ସଂପୂର୍ଣ୍ଣ ହୋଇଛି । ଏଥିରେ ପ୍ରାରମ୍ଭିକ ଏବଂ ମଧ୍ୟବର୍ତ୍ତୀସ୍ତରର ଜାପାନ ଭାଷା ଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେମାନଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ପଦ୍ଧତି ଏବଂ ଶ୍ରେଣୀକକ୍ଷ ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ଅବଗତ କରାଯାଇଛି । ମୋଟ 25 ଜଣ ପ୍ରଶିକ୍ଷାର୍ଥୀ ଏହି ପାଠ୍ୟକ୍ରମରେ ଉତୀର୍ଣ୍ଣ ହୋଇଛନ୍ତି । ଅନ୍ୟପକ୍ଷରେ ଏକ 5 ଦିନିଆ ତାଲିମ ପାଠ୍ୟକ୍ରମ ଏବଂ ଦୁଇଦିନିଆ ତାଲିମ ପାଠ୍ୟକ୍ରମ ଯଥାକ୍ରମେ 2018 ସେପ୍ଟେମ୍ବର 12 ତାରିଖଠାରୁ 16 ତାରିଖ ପର୍ଯ୍ୟନ୍ତ ଶାନ୍ତିନିକେତନଠାରେ ଏବଂ 2018 ଅକ୍ଟୋବର 26-27 ତାରିଖରେ ବେଙ୍ଗାଲୁରୁଠାରେ ସମ୍ପନ୍ନ ହୋଇଛି ।
******************