Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ମାଳଦ୍ୱୀପ ଭିସା ପରିଚାଳନା ସୁବିଧା ସମ୍ବନ୍ଧୀୟ ବୁଝାମଣାକୁ କ୍ୟାବିନେଟର ପିଛିଲା ଭାବେ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ 2018 ଡିସେମ୍ବରରେ ସ୍ୱାକ୍ଷରିତ ଭିସା ପରିଚାଳନାର ସୁବିଧା ସମ୍ବନ୍ଧୀୟ ବୁଝାମଣାକୁ ପିଛିଲା ଭାବେ ମଞ୍ଜୁରି ମିଳିଛି ।

ଭିସା ପରିଚାଳନାର ସୁବିଧା ସମ୍ବନ୍ଧୀୟ ବୁଝାମଣା ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ସ୍ୱାକ୍ଷର ହୋଇଥିଲା । ଭାରତ ଓ ମାଳଦ୍ୱୀପ ମଧ୍ୟରେ ଲୋକଙ୍କ ପାରସ୍ପରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ହେଉଛି ଏହି ବୁଝାମଣାର ଉଦ୍ଦେଶ୍ୟ । ଏହାଫଳରେ ଦୁଇ ଦେଶର ନାଗରିକଙ୍କୁ ପର୍ଯ୍ୟଟନ, ଚିକିତ୍ସା, ଶିକ୍ଷା ସମେତ କାରବାର ଓ ନିଯୁକ୍ତି ପାଇଁ ପରସ୍ପର ରାଷ୍ଟ୍ରକୁ ଯିବାଆସିବା ସହଜ ହୋଇଯିବ । ଏହି ବୁଝାମଣା ପର୍ଯ୍ୟଟନ, ଚିକିତ୍ସା ଓ ସୀମିତ ବ୍ୟବସାୟିକ ଉଦ୍ଦେଶ୍ୟରେ 90 ଦିନର ଭିସାମୁକ୍ତ ଯାତ୍ରା ସୁବିଧା ପ୍ରଦାନ କରିବ । ଏହାସହିତ ପରସ୍ପର ଅଂଚଳରେ ନିଯୁକ୍ତି ପାଇବାକୁ ପ୍ରୟାସ କରୁଥିବା ଛାତ୍ରଛାତ୍ରୀଙ୍କୁ ଏଭଳି ଭିସାମୁକ୍ତ ପ୍ରବେଶକୁ ସହଜରେ ମେଡିକାଲ ଭିସା ସହ ଛାତ୍ରଛାତ୍ରୀଙ୍କ ଆଶ୍ରିତଙ୍କ ପାଇଁ ପରିବର୍ତ୍ତିତ କରିବାର ମଧ୍ୟ ପ୍ରାବଧାନ ରହିଛି ।

 

**********