ଭାରତୀୟ ଡାକ ବିଭାଗ ଏବଂ ଭିଏତନାମ ପୋଷ୍ଟ ମିଳିତ ଭାବେ ପରସ୍ପରର ଡାକ ଟିକଟ ଜାରି କରିବେ । ଏ ସଂକ୍ରାନ୍ତ ପ୍ରସ୍ତାବ ଓ ବୁଝାମଣା ନେଇ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା ।
ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ “ପ୍ରାଚୀନ ସ୍ଥାପତ୍ୟ” ବିଷୟ ପ୍ରସଙ୍ଗକୁ ନେଇ ଉଭୟ ଦେଶ ଡାକ ଟିକଟମାନ ମିଳିତ ଭାବେ ଜାରି କରିବେ । ଚଳିତ ବର୍ଷ ଜାନୁୟାରୀ 25 ତାରିଖରେ ମିଳିତ ଡାକ ଟିକଟଗୁଡିକ ଉନ୍ମୋଚିତ ହୋଇଥିଲା ।
ଏହି ମିଳିତ ଡାକ ଟିକଟରେ ଭାରତର ସାଞ୍ଚି ସ୍ତୂପ ଏବଂ ଭିଏତନାମାର ପୋ-ମିନ ପାଗୋଡା ଅନ୍ତର୍ଭୁକ୍ତ । ଏଠାରେ ସୂଚନା ଦିଆଯାଇପାରେ ଯେ, ଦୁଇ ଦେଶ ମଧ୍ୟରେ ମିଳିତ ଭାବେ ପ୍ରାଚୀନ ସ୍ଥାପତ୍ୟ ଆଧାରିତ ସ୍ମାରକୀ ଡାକ ଟିକଟ ଜାରି କରିବା ଲାଗି 18, ଡିସେମ୍ବର 2017ରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା ।
****