ଦେଶରେ ନିରନ୍ତର ସ୍ଥାୟୀ ତଥା ସ୍ୱଳ୍ପ କାର୍ବନ (ଅଙ୍ଗାର) ଭିତ୍ତିକ ତାପଜ ବିଦ୍ୟୁତ ଶକ୍ତି ବିକାଶ ନିମନ୍ତେ ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ୱାକ୍ଷର (ଏମ୍.ଓ.ୟୁ) କୁ କେନ୍ଦ୍ର କ୍ୟାବିଟେନ ପିଛିଲା ଭାବେ ଅନୁମୋଦନ ଦେଇଛନ୍ତି । ଏହି କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।
ଏ ସଂପର୍କରେ କୁହାଯାଇଛି ଯେ, ହୋଇଥିବା ଏମ୍.ଓ.ୟୁ ବଳରେ ନିରନ୍ତର ସ୍ଥାୟୀ ତଥା ସ୍ୱଳ୍ପ କାର୍ବନ ଭିତ୍ତିକ ତାପଜ ବିଦ୍ୟୁତ ଶକ୍ତିର ବିକାଶ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଓ ସମସ୍ୟା ଦୂର ହୋଇପାରିବ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସି.ଇ.ଏ) ଏବଂ ଜାପାନ କୋଲ ଏନର୍ଜି ସେଣ୍ଟର (ଜେ.ସି.ଓ.ଏ.ଏଲ) ମଧ୍ୟରେ ପାରଷସ୍ପରୀକ ସହଯୋଗ ସୃଷ୍ଟି କରାଯିବ । ବର୍ତ୍ତମାନ ଥିବା ଏପରି ଶକ୍ତିକେନ୍ଦ୍ର ଏବଂ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି କେନ୍ଦ୍ର ପାଇଁ ଏହା କାମ କରିବ । ଏହି ଦୁଇ ସଂସ୍ଥା ମିଳିତ ଭାବେ ବିଦ୍ୟୁତ କେନ୍ଦ୍ର ଗୁଡିକୁ ତନଖି କଲା ପରେ ପଦକ୍ଷେପ ନେବେ । ଏଥିପାଇଁ ଆବଶ୍ୟକ ହେଉଥିବା ଅର୍ଥ ବ୍ୟବସ୍ଥା ମିଳିତ ଉଦ୍ୟମରେ ସ୍ଥିର ହେବ । ଉଭୟ ମଧ୍ୟରେ ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ଘଟିବ ବୋଲି କୁହାଯାଇଛି ।