ଭାରତ ଓ କାମ୍ବୋଡିଆ ମଧ୍ୟରେ ନିବେଶ ବୃଦ୍ଧି ସକାଶେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମାକୁ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (27.07.2016) ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବ ଗୃହୀତ ହୋଇଛି । ଏହି ରାଜିନାମା ଅନୁସାରେ କୌଣସି ଗୋଟିଏ ରାଷ୍ଟ୍ର ଅନ୍ୟ ଦେଶରେ ନିବେଶ ପାଇଁ ପ୍ରୋତ୍ସାହନ ଓ ସୁରକ୍ଷା ପ୍ରଦାନ କରାଯିବ ଯଦ୍ୱାରା ଦ୍ୱିପାକ୍ଷିକ ନିବେଶ ତ୍ୱରାନ୍ୱିତ ହେବ । ଏଥିଲାଗି ଉଭୟ ରାଷ୍ଟ୍ର ପ୍ରତିପକ୍ଷ ନିବେଶକଙ୍କ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବେ ଏବଂ ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ନିବେଶ ଗ୍ରହଣ କରିବେ ।
ଭାରତୀୟ ମଡେଲ BIT ଯାହାକି 2015 ଡିସେମ୍ବର ମାସରେ ଗୃହୀତ ହୋଇଛି, ତଦନୁସାରେ ଏହା ପ୍ରଥମ ଦ୍ୱିପାକ୍ଷିକ ନିବେଶ ରାଜିନାମା ।