Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ କାନାଡା ମିଳିତ ଭାବେ ଜାରି କରିବେ ଦିପାବଳୀ ସ୍ମାରକୀ ଡାକ ଟିକଟ


ଭାରତ ଓ କାନାଡା ମିଳିତ ଭାବେ ଦିପାବଳୀ ବିଷୟବସ୍ତୁ ଆଧାରିତ ଡାକ ଟିକଟ ଜାରି କରିବେ । ଆସନ୍ତା ସେପ୍ଟେମ୍ବର 21 ତାରିଖରେ ଦୁଇ ଦେଶରେ ଏହି ଦିପାବଳୀ ସ୍ମାରକୀ ଡାକ ଟିକଟ ଜାରି ପାଇଁ ଭାରତର ଡାକ ବିଭାଗ ଏବଂ କାନାଡା ପୋଷ୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରୀତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକକୁ ଏହି ବିଷୟରେ ବିସ୍ତୃତ ଭାବେ ଅବଗତ କରାଯାଇଛି ।

ଗଣତନ୍ତ୍ର, ସାମାଜିକ ବିବିଧତା, ସମାନ ନ୍ୟାୟ, ଆଇନ ଆଧାରିତ ଶାସନ ଆଦି ପ୍ରସଙ୍ଗ ଉପରେ ସମାନ ମୂଲ୍ୟବୋଧକୁ ନେଇ ଭାରତ ଓ କାନାଡାର ଦ୍ୱିପାକ୍ଷିକ ସମ୍ବନ୍ଧ କ୍ରମେ ପରିବ୍ୟାପ୍ତ ହେଉଛି । କାନାଡାରେ ଭାରତୀୟ ବଂଶୋଦ୍ଭବମାନଙ୍କ ସଂଖ୍ୟା ବୃଦ୍ଧି ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବଢ଼ୁଥିବାରୁ ଏହା ଦ୍ୱିପାକ୍ଷିକ ସମ୍ବନ୍ଧକୁ ମଜବୁତ କରିବା ଦିଗରେ ମଧ୍ୟ ସହାୟକ ହୋଇଛି ।

କାନାଡାରେ ଭାରତୀୟ ବଂଶୋଦ୍ଭବ ଏବଂ କ୍ରମବର୍ଦ୍ଧିଷ୍ଣୁ ପ୍ରବାସୀ ଭାରତୀୟଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦେଶ ପକ୍ଷରୁ ଆଗାମୀ ଦିପାବଳୀ ପାଇଁ ଏକ ଧାର୍ମୀକ ସ୍ମାରକୀ ସ୍ୱରୂପ ପ୍ରସ୍ତାବିତ ଡାକ ଟିକଟ ଉନ୍ମୋଚନ ଓ ଜାରି କରାଯିବ ।

****