Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ଆନ୍ତର୍ଜାତିକ ସିବେଡ୍ ପ୍ରାଧିକରଣ ମଧ୍ୟରେ ଚୁକ୍ତି ସମ୍ପ୍ରସାରଣକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଭାରତ ସରକାରଙ୍କ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଓ ଆନ୍ତର୍ଜାତିକ ସିବେଡ୍ ପ୍ରାଧିକରଣ(ଆଇଏସ୍ଏ) ମଧ୍ୟରେ ଚୁକ୍ତି ଅବଧି ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି । 2017 ରୁ 2022 ମସିହା ପର୍ଯ୍ୟନ୍ତ ଆଉ 5 ବର୍ଷ ପାଇଁ ବିଭିନ୍ନ ପ୍ରକାରର ଧାତୁ ପିଣ୍ଡର ଅନ୍ୱେଷଣ ନିମନ୍ତେ ଏହି ଚୁକ୍ତି ଅବଧି ବୃଦ୍ଧି ପାଇଛି । ପୂର୍ବରୁ ରହିଥିବା ଚୁକ୍ତି 2017 ମାର୍ଚ୍ଚ 24 ତାରିଖରେ ଶେଷ ହେବ ।

ଚୁକ୍ତି ଅବଧି ସମ୍ପ୍ରସାରଣ ଦ୍ୱାରା ଆବଣ୍ଟିତ ଭାରତ ମହାସାଗରର କେନ୍ଦ୍ରୀୟ ଅଞ୍ଚଳରେ ନାନାଦି ଧାତୁ ପିଣ୍ଡର ଅନ୍ୱେଷଣ କରିବା ପାଇଁ ଭାରତକୁ ମିଳିଥିବା ସ୍ୱତନ୍ତ୍ର ଭାବେ ଅଧିକାର ଜାରି ରହିବ । ଯାହା ଜାତୀୟ ପରିସୀମା ବାହାରେ ବାଣିଜ୍ୟିକ ସମ୍ବଳ ଓ ରଣନୀତିକ ମୂଲ୍ୟବୋଧର ନୂଆ ସୁଯୋଗ ସୃଷ୍ଟି କରିବ । ଏହା ଭାରତ ପାଇଁ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ହେବା ସହ ଭାରତ ମହାସାଗରରେ ଭାରତର ଉପସ୍ଥିତିକୁ ବୃଦ୍ଧି କରିବ, ଯେଉଁଠି ଅନ୍ୟ ଆନ୍ତର୍ଜାତିକ ଶକ୍ତିମାନେ ସକ୍ରିୟ ଅଛନ୍ତି ।