Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଏହି ବୁଝାମଣାପତ୍ର 15 ଜାନୁଆରୀ, 2018ରେ ଆଇନ ଏବଂ ନ୍ୟାୟ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସେବା ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦଙ୍କ ଶ୍ରୀଲଙ୍କା ଗସ୍ତ ଅବସରରେ ସ୍ୱାକ୍ଷରିତ ହୋଇଥିଲା ।

ଇ-ଗଭର୍ଣ୍ଣାନ୍ସ, ଏମ ଗଭର୍ଣ୍ଣାନ୍ସ, ଇ-ପବ୍ଲିକ ସର୍ଭିସେସ ଡେଲିଭେରୀ, ସାଇବର ସୁରକ୍ଷା, ସଫ୍ଟୱେର ଟେକ୍ନୋଲଜି ପାର୍କ, ଷ୍ଟାର୍ଟ-ଅପ ଇକୋ ସିଷ୍ଟମ ଆଦି କ୍ଷେତ୍ରରେ ଘନିଷ୍ଠ ସହଯୋଗକୁ ପ୍ରୋତ୍ସାହନ ଦେବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ।

ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଉପରେ ଉଭୟ ପକ୍ଷର ପ୍ରତିନିଧିମାନଙ୍କୁ ନେଇ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରାଯିବ । ଆଇସିଟି କ୍ଷେତ୍ରରେ B2Bଏବଂ G2G ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦିଆଯିବ ।

 

**********