Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଏବଂ ବେଲାରୁସ ମଧ୍ୟରେ ବେସାମରିକ ତଥା ବ୍ୟବସାୟିକ ପ୍ରସଙ୍ଗରେ ଏମଏଲଏଟି ଘେନି ସ୍ୱାକ୍ଷରିତ ରାଜିନାମାକୁ କେନ୍ଦ୍ର କ୍ୟାବିନେଟର ସ୍ୱୀକୃତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ବେଲାରୁସ ମଧ୍ୟରେ ବେସାମରିକ ତଥା ବ୍ୟବସାୟିକ ପ୍ରସଙ୍ଗରେ ପାରସ୍ପରିକ ଆଇନଗତ ସହାୟତା(ଏମଏଲଏଟି) ଆଦାନପ୍ରଦାନ ଘେନି ସ୍ୱାକ୍ଷରିତ ରାଜିନାମାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଛି ।

ଏହି ରାଜିନାମା କାର୍ଯ୍ୟକାରୀ ହେବା ପରେ ଉଭୟ ରାଷ୍ଟ୍ର ବେସାମରିକ ତଥା ବ୍ୟବସାୟିକ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଆଇନଗତ ସହାୟତା ଯୋଗାଇଦେବେ । ଏଭଳି ପ୍ରସ୍ତାବ ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ । ସେମାନେ ଲିଙ୍ଗଗତ, ଶ୍ରେଣୀ ଅବା ଆୟ ନିର୍ବିଶେଷରେ ପରସ୍ପରଙ୍କୁ ଆଇନଗତ ସହାୟତା ପ୍ରଦାନ କରିବେ ।

*****