ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଭାରତ ଏବଂ କୋରିଆ ମଧ୍ୟରେ ପରସ୍ପର ମାନ୍ୟତା ପ୍ରମାଣ ପତ୍ର ଉପରେ ହସ୍ତାକ୍ଷରକୁ ଅନୁମୋଦନ କରାଯାଇଛି । ଏହା 1978 ସଂଶୋଧିତ 1/10 ଅଧିନିୟମ ଅନୁଯାୟୀ ନାବିକମାନଙ୍କ ପାଇଁ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଶିକ୍ଷଣର ମାନ ଉପରେ ପର୍ଯ୍ୟବେସିତ ।
ଏହି ବୁଝାମଣା ହସ୍ତାକ୍ଷର ହେଲେ ନୌଶିକ୍ଷା ଏବଂ ପ୍ରଶିକ୍ଷଣ ସହିତ ନାବିକମାନଙ୍କର ଦକ୍ଷତା ପ୍ରମାଣପତ୍ର, ପ୍ରଶିକ୍ଷଣ ନଥି ପ୍ରମାଣପତ୍ର, ଅନୁମୋଦନ ଏବଂ ମେଡିକାଲ ଫିଟନେସ ପ୍ରମାଣପତ୍ର ଅନ୍ୟ ଦେଶର ସରକାର ପ୍ରଦାନ କରିବେ । ଏସଟିସିଡବ୍ଲୁ ସମ୍ମିଳନୀର 1/10 ଅଧିନିୟମ ଆଧାରରେ ଏହା କରାଯାଇଛି ଯାହା ଏହି ଦୁଇ ଦେଶ ମଧ୍ୟରେ ନାବିକମାନଙ୍କର ପ୍ରଶିକ୍ଷଣ, ପ୍ରମାଣପତ୍ର ଏବଂ ପରିଚାଳନା ଆଦି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ ।