ଭାରତରେ ନିବେଶ କରିବା ସହ ଆମ ଯୁବାଶକ୍ତିଙ୍କୁ ଉପଯୋଗ କରିବାକୁ ବିଶ୍ୱକୁ ଆହ୍ୱାନ କରୁଛି : ପ୍ରଧାନମନ୍ତ୍ରୀ
୧୨ ଫେବୃଆରୀ, ପିଆଇବି ଦିଲ୍ଲୀ
ଭାରତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାରେ ଉଲ୍ଲେଖନୀୟ ପ୍ରଗତି କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଜନହିତରେ ଏହାର ଉପଯୋଗ ହେଉଛି । ପ୍ରଧାନମନ୍ତ୍ରୀ ଭାରତରେ ନିବେଶ କରିବା ସହ ଆମ ଯୁବାଶକ୍ତିଙ୍କୁ ଉପଯୋଗ କରିବାକୁ ବିଶ୍ୱକୁ ଆହ୍ୱାନ କରିଛନ୍ତି ।
ଗୁଗଲ ଏବଂ ଆଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କ ସହ ସାକ୍ଷାତରେ ସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଏକ୍ସ ରେ ଶ୍ରୀ ପିଚାଇଙ୍କ ପୋଷ୍ଟ ର ପ୍ରତିକ୍ରିୟାରେ କହିଛନ୍ତି;
“ଆପଣଙ୍କୁ ଭେଟି ଖୁସି ଲାଗୁଛି @sundarpichai ଭାରତ ଏଆଇ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ଏବଂ ଜନହିତରେ ତାହାର ଉପଯୋଗ କରୁଛି । ଭାରତରେ ନିବେଶ କରିବା ସହ ଆମ ଯୁବାଶକ୍ତିଙ୍କୁ ଉପଯୋଗ କରିବାକୁ ବିଶ୍ୱକୁ ଆମେ ଆହ୍ୱାନ କରୁଛୁ ।”
SR
Glad to have met you @sundarpichai. India is making remarkable strides in AI, leveraging it for public good. We urge the world to come and invest in our nation and bet on our Yuva Shakti! https://t.co/VHMUj0eUGs
— Narendra Modi (@narendramodi) February 12, 2025