Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଇଟାଲୀ ଭର୍ଚୁଆଲ ଦ୍ୱିପାକ୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତ-ଇଟାଲୀ ଭର୍ଚୁଆଲ ଦ୍ୱିପାକ୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ମହାମହିମ,

ନମସ୍କାର,

ଆପଣଙ୍କର ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ଧନ୍ୟବାଦ

କୋଭିଡ-19 ଯୋଗୁଁ ଯାହା ଆପଣ​‌ କହିଲେ ମୋତେ ମେମାସରେ ମୋର ଇଟାଲୀ ଗସ୍ତକୁ ସ୍ଥଗିତ ରଖିବାକୁ ପଡିଥିଲା ଭଲ କଥା ହେଉଛି ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ସାକ୍ଷାତ କରି ପାରିଛୁ ସର୍ବପ୍ରଥମେ ଇଟାଲୀରେ କରୋନା ଭୂତାଣୁ ଦ୍ଵାରା ହୋଇଥିବା କ୍ଷତି ପାଇଁ ମୋ ତରଫରୁ ଏବଂ ଭାରତର ସମସ୍ତ ନାଗରିକଙ୍କ ତରଫରୁ ମୁଁ ସମବେଦନା ଜଣାଉଛି ଯେତେବେଳେ ବିଶ୍ଵର  ଅନ୍ୟ ଦେଶମାନେ କରୋନା ଭୂତାଣୁକୁ ଜାଣିବାକୁ ଚେଷ୍ଟା କରୁଥିଲେ, ବୁଝିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଆପଣ ଏହି ବିପର୍ଯ୍ୟୟ ସହିତ ସଂଘର୍ଷ କରୁଥିଲେ

ଆପଣ ସମ୍ପୂର୍ଣ୍ଣ ସଫଳତାର ସହିତ ଏକ ଅତ୍ୟନ୍ତ କଷ୍ଟଦାୟକ ସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କଲେ ଏବଂ ସାରା ଦେଶକୁ ସଂଗଠିତ କଲେ ମହାମାରୀର ସେହି ପ୍ରଥମ ମାସରେ ଇଟାଲୀର ସଫଳତା ଆମ ସମସ୍ତଙ୍କୁ ପ୍ରେରଣା ଦେଲା ଆପଣଙ୍କ ଅନୁଭବ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିଛି

ମହାମହିମ,

ଆପଣଙ୍କ ଭଳି  ମୁଁ ମଧ୍ୟ ଭାରତ ଏବଂ ଇଟାଲୀ ମଧ୍ୟରେ ସମ୍ପର୍କକୁ ଆହୁରି ବ୍ୟାପକ ଏବଂ ଗଭୀର କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ 2018ରେ ଟେକ୍ ସମ୍ମିଳନୀ ପାଇଁ ଆପଣଙ୍କର ଭାରତ ଗସ୍ତ ଏବଂ ଆମର ସାକ୍ଷାତ ଆଲୋଚନା ଅନେକ ଦିଗକୁ ସ୍ପର୍ଶ କରିଛି, ଭାରତର ଲୋକଙ୍କ ମନରେ ମଧ୍ୟ ଇଟାଲୀ ପ୍ରତି ଏକ ନୂତନ ଜିଜ୍ଞାସା ସୃଷ୍ଟି ହୋଇଛି ଏହା ଖୁସିର ଖବର ଯେ, 2018ରେ ଆମର ଆଲୋଚନା ପରେ, ପାରସ୍ପରିକ ଆଦାନପ୍ରଦାନରେ ବହୁତ ଗତି ଅସିଛି

ମୁଁ ଏହା ଜାଣି ଖୁସି ଯେ ଇଟାଲୀର ସଂସଦ ଗତ ବର୍ଷ ଭାରତଇଟାଲୀ ବନ୍ଧୁତା ଗୋଷ୍ଠୀ ଗଠନ କରିଛି ମୁଁ ଆଶା କରୁଛି ଯେ କୋଭିଡର ସ୍ଥିତି ସୁଧାରିବା ପରେ, ଆମେ ଇଟାଲୀର ସଂସଦ ସଦସ୍ୟମାନଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇବୁ

ମହାମହିମ,

ଏହା ସ୍ପଷ୍ଟ ଯେ, କୋଭିଡ-19 ମହାମାରୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇ ରହିବ ଆମ ସମସ୍ତଙ୍କୁ ଏହି ନୂତନ ବିଶ୍ଵ ଲାଗି, କରୋନା ପରର ବିଶ୍ଵ ପାଇଁ ନିଜକୁ ଖାପଖୁଆଇ ଚଳିବାକୁପଡିବ, ଏଥିରୁ ସୃଷ୍ଟି ହୋଇଥିବା ଆହ୍ଵାନ ଏବଂ ସୁଯୋଗ ପାଇଁ ଆମ ସମସ୍ତଙ୍କୁ ଏକ ନୂତନ ଉପାୟରେ ପ୍ରସ୍ତୁତ ହେବାକୁ ପଡିବ

ମୋର ବିଶ୍ଵାସ ଯେ, ଆଜିର ଆଲୋଚନା ଆମର ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ କରିବ, ପାରସ୍ପରିକ ବୁଝାମଣା ବୃଦ୍ଧି ପାଇବ ଏବଂ ସହଯୋଗର ନୂତନ କ୍ଷେତ୍ର ସୃଷ୍ଟି କରିବାରେ ସହାୟକ ହେବ

*****