ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ 2021ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ବୈଠକର ବିଷୟବସ୍ତୁ ‘India@75: Government and Business working together for AatmaNirbhar Bharat’ (ଇଣ୍ଡିଆ @ 75 : ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଏବଂ ବ୍ୟବସାୟ ଜଗତ ମିଳିତ ଭାବେ କାର୍ଯ୍ୟରତ) ଉପରେ ଆଲୋଚନା କରି ସେମାନେ ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ ବିଷୟରେ ମତାମତ ଓ ପରାମର୍ଶ ଦେଇଥିଲେ।
ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର 75ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।
ଭାରତର ବିକାଶ ଓ ସାମର୍ଥ୍ୟ ପାଇଁ ରହିଥିବା ବିଶ୍ୱାସପୂର୍ଣ୍ଣ ପରିବେଶର ସମ୍ପୂର୍ଣ୍ଣ ଲାଭ ଉଠାଇବା ଲାଗି ସେ ଉଦ୍ୟୋଗ ଜଗତକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସରକାରଙ୍କ ଦୃଷ୍ଟିକୋଣରେ ଆସିଥିବା ପରିବର୍ତ୍ତନ ଏବଂ ବର୍ତ୍ତମାନର ବ୍ୟବସ୍ଥାରେ କାର୍ଯ୍ୟ କରିବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଉଳ୍ଲେଖ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ନୂତନ ଭାରତ ନୂତନ ବିଶ୍ୱ ସହ ସାଥୀ ହୋଇ ଚାଲିବା ଲାଗି ପ୍ରସ୍ତୁତ। ଏକଦା ବିଦେଶୀ ନିବେଶକୁ ନେଇ ଶଙ୍କାଗ୍ରସ୍ତ ଥିବା ଭାରତ ଏବେ ସବୁପ୍ରକାରର ନିବେଶକୁ ସ୍ୱାଗତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନୁରୂପ ଭାବେ, ପୂର୍ବରୁ ଥିବା ଟିକସ ନୀତି ନିବେଶକମାନଙ୍କ ମଧ୍ୟରେ ନିରାଶା ଉତ୍ପନ୍ନ କରୁଥିଲା। ହେଲେ ଏବେ ସେହି ଭାରତରେ ବିଶ୍ୱର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କର୍ପୋରେଟ ଟିକସ ବ୍ୟବସ୍ଥା ଓ ଫେସଲେସ ଟିକସ ପ୍ରଣାଳୀ ରହିଛି। ଅତୀତର ନାଲିଫିତା ପ୍ରଶାସନ ବ୍ୟବସ୍ଥା ଆଉ ନାହିଁ। ଭାରତ ଏବେ ବ୍ୟବସାୟିକ ସୁଗମତା ସୂଚକାଙ୍କରେ ଅନେକ ସୋପାନ ଉନ୍ନତି କରି ସାରିଛି। ସେହିପରି ଭାବେ ଅନେକ ଶ୍ରମ ଆଇନର ଜାଲକୁ ଏବେ 4ଟି ଶ୍ରମ ସଂହିତା ରୂପରେ ଯୁକ୍ତିସଂଗତ କରି ଦିଆଯାଇଛି। ପୂର୍ବରୁ କୃଷିକୁ କେବଳ ଜୀବିକାର ସାଧନ ବୋଲି ବିବେଚନା କରାଯାଉଥିଲା। ଏବେ ସଂସ୍କାର ମାଧ୍ୟମରେ ଏହି କ୍ଷେତ୍ରକୁ ବଜାର ସହିତ ଯୋଡ଼ାଯାଉଛି। ଏହାର ଫଳସ୍ୱରୂପ ଭାରତରେ ରେକର୍ଡ ଏଫଡିଆଇ ଏବଂ ଏଫପିଆଇ ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ସର୍ବକାଳୀନ ଉଚ୍ଚତମ ସ୍ତରରେ ରହିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଯାହାକିଛି ବିଦେଶୀ, ତାହା ଉନ୍ନତ ବୋଲି ବିବେଚନା କରାଯାଉଥିଲା। ଏହି ମାନସିକତାର ପରିଣାମ କ’ଣ ହେଲା, ତାହା ଆପଣଙ୍କ ଭଳି ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଭଲ ଭାବେ ଜାଣନ୍ତି। ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଆମର ନିଜ ବ୍ରାଣ୍ଡ ମଧ୍ୟ, ଯାହାକୁ ଆମେ ଅନେକ ପରିଶ୍ରମ କରି ଛିଡ଼ା କରିଥିଲୁ, ସେଗୁଡ଼ିକୁ ବିଦେଶୀ ନାମରେ ହିଁ ପ୍ରଚାରିତ କରାଯାଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଆଜି ଦେଶବାସୀଙ୍କ ଭାବନା ଭାରତରେ ନିର୍ମିତ ଉତ୍ପାଦ ସହିତ ରହିଛି। ସେ କହିଥିଲେ ଯେ କମ୍ପାନୀ ଭାରତୀୟ ହେବା ଜରୁରି ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ, ଭାରତରେ ନିର୍ମିତ ଉତ୍ପାଦକୁ ହିଁ ଆପଣାଇବାକୁ ଚାହୁଁଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେତେବେଳେ ଭାରତୀୟ ଯୁବପିଢ଼ି ମୈଦାନକୁ ଓହ୍ଲାଉଛନ୍ତି, ସେମାନଙ୍କ ମନରେ ପୂର୍ବ ଭଳି ଦ୍ୱନ୍ଦ୍ୱ ରହୁନାହିଁ। ସେମାନେ କଠିନ ପରିଶ୍ରମ କରିବା, ସାହସିକ ପଦକ୍ଷେପ ଗ୍ରହଣ କରିବା ଏବଂ ପରିଣାମ ହାସଲ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଦେଶର ଯୁବପିଢ଼ି ଏହା ଅନୁଭବ କଲେଣି ଯେ ସେମାନେ ଯେଉଁଠି ଅଛନ୍ତି, ସେମାନେ ତାହାର ହକଦାର ଅଟନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତର ଷ୍ଟାର୍ଟଅପରେ ଏପରି ଆତ୍ମବିଶ୍ୱାସ ଆଜି ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛଅ ବର୍ଷ ପୂର୍ବରୁ ଭାରତରେ ତିନି ଚାରିଟି ୟୁନିକର୍ଣ୍ଣ ଥିଲା, କିନ୍ତୁ ଆଜି ଏଗୁଡ଼ିକର ସଂଖ୍ୟା 60 ହୋଇଯାଇଛି। ଏଗୁଡ଼ିକ ମଧ୍ୟରୁ 21ଟି ୟୁନିକର୍ଣ୍ଣ ଭାରତରେ ପ୍ରତ୍ୟେକ ସ୍ତରରେ ହେଉଥିବା ପରିବର୍ତ୍ତନକୁ ଦର୍ଶାଉଛନ୍ତି। ସେହିସବୁ ଷ୍ଟାର୍ଟଅପଗୁଡ଼ିକ ପାଇଁ ନିବେଶକମାନଙ୍କର ଅଭୂତପୂର୍ଣ୍ଣ ସମର୍ଥନ ମିଳୁଛି ଏବଂ ଭାରତ ପାଖରେ ବିକାଶର ଅସାଧାରଣ ସୁଯୋଗ ରହିଛି ବୋଲି ଏହା ସଙ୍କେତ ଦେଉଛି।
ଆମର ଉଦ୍ୟୋଗ ଜଗତ ପ୍ରତି ଦେଶର ବିଶ୍ୱାସ ରହିଛି। ଏହାର ପରିଣାମ ଫଳରେ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜନେସ ଏବଂ ସହଜ ଜୀବନ ଧାରଣ ବା ଇଜ ଅଫ ଲିଭିଂରେ ସୁଧାର ଆସିଛି। କମ୍ପାନୀ ଆଇନରେ କରାଯାଇଥିବା ପରିବର୍ତ୍ତନ ଏହାକୁ ପ୍ରମାଣିତ କରୁଛି।
ପ୍ରଧାନମନ୍ତ୍ରୀ ଏଥିପ୍ରତି ଜୋର ଦେଇ କହିଥିଲେ ଯେ ସରକାର କଠିନ ସଂସ୍କାର ଆଣିବା ଲାଗି ସକ୍ଷମ କାରଣ ଏ ସରକାରଙ୍କ ପାଇଁ କାରଣ ଏ ସରକାରଙ୍କ ପାଇଁ ସଂସ୍କାର ବାଧ୍ୟବାଧକତା ନୁହେଁ ପ୍ରତିବଦ୍ଧତାର ବିଷୟ। ସେ ସଂସଦ ଅଧିବେଶନ ସମୟରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ ଫ୍ୟାକ୍ଟରିଂ ନିୟାମକ ସଂଶୋଧନ ବିଲ ରହିଛି ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସହଜରେ ଋଣ ମିଳିବାରେ ସହାୟତା ମିଳିପାରିବ। ଅନ୍ୟପକ୍ଷରେ ଜମା ବୀମା ଓ ଋଣ ଗ୍ୟାରେଂଟି ନିଗମ ସଂଶୋଧନ ବିଲ କ୍ଷୁଦ୍ର ଜମାକାରୀଙ୍କ ହିତକୁ ସୁରକ୍ଷିତ ରଖିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଉପାୟ ଫଳରେ ସରକାରଙ୍କ ପ୍ରୟାସକୁ ପ୍ରୋତ୍ସାହନ ମିଳିପାରିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଅତୀତର ତ୍ରୁଟିକୁ ସୁଧାରି ପୁରୁଣାକାଳିଆ ଟିକସ ବ୍ୟବସ୍ଥାକୁ ସମାପ୍ତ କରିଛନ୍ତି। ଉଦ୍ୟୋଗ ଜଗତ ନିକଟରୁ ମିଳିଥିବା ପ୍ରଶଂସାକୁ ଦେଖିଲେ ଏହି ପଦକ୍ଷେପ ସରକାର ଓ ଉଦ୍ୟୋଗ ଜଗତ ମଧ୍ୟରେ ବିଶ୍ୱାସକୁ ସୁଦୃଢ଼ କରିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଏପରି ଏକ ସରକାର ଅଛି ଯାହା ରାଷ୍ଟ୍ର ହିତରେ ସବୁଠୁ ବଡ଼ ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ। ସେ ଏଥିପ୍ରତି ଜୋର ଦେଇ କହିଥିଲେ ଯେ ଜିଏସଟି ଏତେ ବର୍ଷ ଧରି ଅଟକି ରହିଥିଲା କାରଣ ପୂର୍ବର ସରକାର ରାଜନୈତିକ ରିସ୍କ ନେବାର ସାହସ ଜୁଟାଇ ପାରୁନଥିଲା। ସେ କହିଥିଲେ ଯେ ଆମେ କେବଳ ଜିଏସଟି ଲାଗୁ କରିନାହୁଁ ବରଂ ଆଜି ଆମେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ମଧ୍ୟ ସମସ୍ତେ ଦେଖିପାରୁଛନ୍ତି।
*******
P.S.
Addressing the #CIIAnnualSession2021. Watch. https://t.co/HU8zczBL6g
— Narendra Modi (@narendramodi) August 11, 2021
CII की ये बैठक इस बार 75वें स्वतंत्रता दिवस के माहौल में, आज़ादी के अमृत महोत्सव के बीच हो रही है।
— PMO India (@PMOIndia) August 11, 2021
ये बहुत बड़ा अवसर है, भारतीय उद्योग जगत के नए संकल्पों के लिए, नए लक्ष्यों के लिए।
आत्मनिर्भर भारत अभियान की सफलता का बहुत बड़ा दायित्व, भारतीय उद्योगों पर है: PM @narendramodi
आज का नया भारत, नई दुनिया के साथ चलने के लिए तैयार है, तत्पर है।
— PMO India (@PMOIndia) August 11, 2021
जो भारत कभी विदेशी निवेश से आशंकित था, आज वो हर प्रकार के निवेश का स्वागत कर रहा है: PM @narendramodi
एक समय था जब हमें लगता था कि जो कुछ भी विदेशी है, वही बेहतर है।
— PMO India (@PMOIndia) August 11, 2021
इस psychology का परिणाम क्या हुआ, ये आप जैसे industry के दिग्गज भलीभांति समझते हैं।
हमारे अपने brand भी, जो हमने सालों की मेहनत के बाद खड़े किए थे, उनको विदेशी नामों से ही प्रचारित किया जाता था: PM @narendramodi
आज स्थिति तेज़ी से बदल रही है।
— PMO India (@PMOIndia) August 11, 2021
आज देशवासियों की भावना, भारत में बने प्रॉडक्ट्स के साथ है।
कंपनी भारतीय हो, ये जरूरी नहीं, लेकिन आज हर भारतीय, भारत में बने प्रॉडक्ट्स को अपनाना चाहता है: PM @narendramodi
आज भारत के युवा जब मैदान में उतरते हैं, तो उनमें वो हिचक नहीं होती।
— PMO India (@PMOIndia) August 11, 2021
वो मेहनत करना चाहते हैं, वो रिस्क लेना चाहते हैं, वो नतीजे लाना चाहते हैं।
Yes, We belong to this place- ये भाव आज हम अपने युवाओं में देख रहे हैं।
इसी प्रकार का आत्मविश्वास आज भारत के Startups में है: PM
हमारी industry पर देश के विश्वास का ही नतीजा है कि आज ease of doing business बढ़ रहा है, और ease of living में इजाफा हो रहा है।
— PMO India (@PMOIndia) August 11, 2021
Companies act में किए गए बदलाव इसका बहुत बड़ा उदाहरण हैं: PM @narendramodi
आज देश में वो सरकार है जो राष्ट्र हित में बड़े से बड़ा risk उठाने के लिए तैयार है।
— PMO India (@PMOIndia) August 11, 2021
GST तो इतने सालों तक अटका ही इसलिए क्योंकि जो पहले सरकार में वो political risk लेने की हिम्मत नहीं जुटा पाए।
हमने न सिर्फ GST लागू किया बल्कि आज हम record GST collection होते देख रहे हैं: PM