Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ରପ୍ତାନି-ଆମଦାନୀ ବ୍ୟାଙ୍କର ପୁନଃପୁଞ୍ଜିକରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


 

 

ଭାରତୀୟ ରପ୍ତାନି-ଆମଦାନୀ ବ୍ୟାଙ୍କ (ଏକଜିମ ବ୍ୟାଙ୍କ)ର ପୁନଃପୁଞ୍ଜିକରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏହାର ବିବରଣୀ ନିମ୍ନରେ ଦିଆଗଲା:-

  1. ଭାରତୀୟ ରପ୍ତାନି-ଆମଦାନୀ ବ୍ୟାଙ୍କରେ ନୂଆ ପୁଞ୍ଜି ବିନିଯୋଗ କରିବା ଲାଗି ଭାରତ ସରକାର 6,000 କୋଟି ଟଙ୍କାର ପୁନଃପୁଞ୍ଜିକରଣ ବଣ୍ଡ ଜାରି କରିବେ ।
  2. 2018-19 ଆର୍ଥିକ ବର୍ଷରେ 4,500 କୋଟି ଟଙ୍କା ଏବଂ 2019-20 ଆର୍ଥିକ ବର୍ଷରେ 1,500 କୋଟି ଟଙ୍କାର ଦୁଇଟି କିସ୍ତି ଜରିଆରେ ଇକ୍ୟୁଟି ବିନିଯୋଗ କରାଯିବ ।
  3. କ୍ୟାବିନେଟ ଏକ୍ଜିମ ବ୍ୟାଙ୍କର ଅଧିକୃତ ପୁଞ୍ଜିକୁ 10,000 କୋଟି ଟଙ୍କାରୁ ବୃଦ୍ଧି କରି 20,000 କୋଟି ଟଙ୍କା କରିବାକୁ ଅନୁମୋଦନ କରିଛନ୍ତି । ପୁନଃପୁଞ୍ଜିକରଣ ବଣ୍ଡ ରାଷ୍ଟ୍ରାୟାତ ବ୍ୟାଙ୍କଗୁଡ଼ିକୁ ଜାରି କରାଯିବ ।

ପ୍ରମୁଖ ପ୍ରଭାବ :

-ଏକଜିମ ବ୍ୟାଙ୍କ ଭାରତ ପାଇଁ ପ୍ରମୁଖ ରପ୍ତାନି ଋଣ ଏଜେନ୍ସି ।

-ଏକଜିମ ବ୍ୟାଙ୍କରେ ପୁଞ୍ଜି ବିନିଯୋଗ ଦ୍ୱାରା ଏହା ପର୍ଯ୍ୟାପ୍ତ ପୁଞ୍ଜି ଅନୁପାତକୁ ବଢ଼ାଇବା ଏବଂ ଏଥିସହିତ ଅଧିକ କ୍ଷମତା ସହିତ ଭାରତୀୟ ରପ୍ତାନି ଲାଗି ଆବଶ୍ୟକ ସହାୟତା ଦେବାରେ ସମର୍ଥ ହେବ ।

-ନୂଆ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତୀୟ ବୟନ ଉଦ୍ୟୋଗଗୁଡ଼ିକୁ ଆବଶ୍ୟକ ସହାୟତା ଦେବା, ରିହାତି ଅର୍ଥଲଗାଣ ଯୋଜନା

(ସିଏଫଏସ)ରେ ସମ୍ଭାବ୍ୟ ପରିବର୍ତ୍ତନ, ଭାରତର ସକ୍ରିୟ ବୈଦେଶିକ ନୀତି ଏବଂ ରଣନୈତିକ ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଭବିଷ୍ୟତରେ ନୂଆ ଋଣ ମଞ୍ଜୁରି ପତ୍ର (ଏଲଓସି)ର ସମ୍ଭାବନା ଭଳି ନୂତନ ପ୍ରୟାସକୁ ପ୍ରୋତ୍ସାହନ ମିଳିବ ।

 

**********