Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ଯୋଗଦା ସତସଙ୍ଗ ସୋସାଇଟିର ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ମାରକୀ ଡାକଟିକେଟ ଉନ୍ମୋଚନ

ଭାରତୀୟ ଯୋଗଦା ସତସଙ୍ଗ ସୋସାଇଟିର ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ମାରକୀ ଡାକଟିକେଟ ଉନ୍ମୋଚନ

ଭାରତୀୟ ଯୋଗଦା ସତସଙ୍ଗ ସୋସାଇଟିର ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ମାରକୀ ଡାକଟିକେଟ ଉନ୍ମୋଚନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଯୋଗଦା ସତସଙ୍ଗ ସୋସାଇଟିର ଶତବାର୍ଷିକୀ ଅବସରରେ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଏକ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ୱାମୀ ପରମହଂସ ଯୋଗାନନ୍ଦଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପରମହଂସ ଯୋଗାନନ୍ଦଙ୍କ ପ୍ରଦର୍ଶିତ ମାର୍ଗ କେବଳ ମୁକ୍ତିର ମାର୍ଗ ନୁହେଁ ବରଂ ଅନ୍ତର୍ଯାତ୍ରାର ମାର୍ଗ ବୋଲି ସେ କହିଥିଲେ ।

ସ୍ୱାମୀ ପରମହଂସ ଯୋଗାନନ୍ଦ ତାଙ୍କର ବାଣୀ ଓ ଆଦର୍ଶର ପ୍ରଚାର ପାଇଁ ଭାରତ ଛାଡିଥିଲେ ମଧ୍ୟ ଦେଶ ସହିତ ତାଙ୍କର ଆତ୍ମା ସର୍ବଦା ସଂଯୁକ୍ତ ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଅଧ୍ୟାତ୍ମବାଦ ହେଉଛି ଭାରତର ଶକ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ କିଛି ଲୋକ ଏହି ଅଧ୍ୟାତ୍ମବାଦକୁ ଧର୍ମ ସହ ଯୋଡି ଦେଉଛନ୍ତି । ତେବେ ଦୁଇଟି ଯାକ ବିଷୟ ସମ୍ପୂର୍ଣ୍ଣ ଭିନ୍ନ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ।

******