Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ଭେଟେନାରୀ କାଉନସିଲକୁ 2 ଏକର ଜମି ଆବଂଟନ ପ୍ରସ୍ତାବକୁ କେବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (05.10.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ନୂଆଦିଲ୍ଳୀର ଭାରତୀୟ କୃଷି ଗବେଷଣା ସଂସ୍ଥାନ(ଆଇଏଆରଆଇ)ର 2 ଏକର ଜମିକୁ 99 ବର୍ଷିଆ ଲିଜ୍ ଆଧାରରେ ଭେଟେନାରୀ କାରଉନ୍ସିଲ ଅଫ୍ ଇଣ୍ଡିଆ(ଭିସିଆଇ) ଦେବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ପ୍ରତିବର୍ଷ ବର୍ଗମିଟର ପିଛା 1 ଟଙ୍କା ହାରରେ ମୋଟ 8,01,278 ଟଙ୍କା ଲିଜ୍ ଭଡ଼ା ମିଳିବ ।

ଭେଟେନାରୀ କାଉନ୍ସିଲ ଦ୍ୱାରା ନିଜର ଗତିବିଧିକୁ ବ୍ୟାପକ କରି ପଶୁସମ୍ପଦ ବିଜ୍ଞାନ କ୍ଷେତ୍ରର ସବିଶେଷ ଗବେଷଣା ତଥ୍ୟ ସହାୟତାରେ କାର୍ଯ୍ୟରତ ଭେଟେନାରୀ ପେଷାଦାରଙ୍କ ପାଇଁ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ଦ୍ୱାରା ଦକ୍ଷତା ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ସୁବିଧା ଦ୍ୱାରା ଭେଟେନାରୀ କାଉନ୍ସିଲ ଅତିରିକ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବ ଓ ଦେଶର ଗ୍ରାମୀଣ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଫାଇଦା ମିଳିବ ।