ଭାରତୀୟ ଦୂରସଂଚାର ସେବା ଗ୍ରୁପ ‘ଏ’ କ୍ୟାଡରର ସମୀକ୍ଷା ନିଷ୍ପତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (୨୧.୧୨.୨୦୧୬) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।
ପ୍ରସ୍ତାବରେ ୫ଟି ମୁଖ୍ୟ ବିଶେଷତାକୁ ପ୍ରାଧାନ୍ୟ ଦିଆଯାଇଛି । ସେଥିମଧ୍ୟରେ ଦୂରସଂଚାର ମହାନିର୍ଦ୍ଦେଶକଙ୍କର ଏକ ଶୀର୍ଷ ସ୍ତରୀୟ ପଦବୀ ସୃଷ୍ଟ କରାଯିବ । ଡ୍ୟୁଟି ପୋଷ୍ଟଗୁଡିକର ସଂଖ୍ୟା ୮୫୩ ସ୍ଥିର ରଖାଯିବା ସହ ୩୧୦ଟି ପଦବୀ ଡେପୁଟେସନ ପାଇଁ ସଂରକ୍ଷିତ ରଖାଯାଇଛି ଯାହା ଆଇଟିଏସ ଅଧିକାରୀମାନଙ୍କୁ ଅନ୍ୟ ବିଭାଗ/ସଂସ୍ଥାଗଡିକୁ ପଠାଯିବ । ଏକ ସ୍ୱତନ୍ତ୍ର diminishing reserve ଭାବେ ବିଏସଏନଏଲ/ ଏମଟିଏନଏଲରେ ଆଇଟିଏସ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ ସହିତ କ୍ୟାଡର ସଂଖ୍ୟା ବର୍ତ୍ତମାନର ୧୬୯୦ ରେ ସୀମିତ ରଖାଯାଇଛି ।
ଏହି ଅନୁମୋଦନ ବିଏସଏନଏଲ ଏବଂ ଏମଟିଏନଏଲ ସହିତ ଦୂରସଂଚାର ବିଭାଗର ମୁଖ୍ୟାଳୟରେ ଏବଂ କାର୍ଯ୍ୟକାରୀ ଆବଶ୍ୟକତା ଆଧାରରେ କ୍ୟାଡର ସଂରଚନାକୁ ସୁଦୃଢ କରିବା କ୍ଷେତ୍ରରେ ସହାୟକ ହେବ । ଏହା ମଧ୍ୟ ବିଏସଏନଏଲ/ ଏମଟିଏନଏଲରେ କୁଶଳୀ ମାନବ ସମ୍ବଳର ଆବଶ୍ୟକତାକୁ ପୁରା କରିପାରିବ । ଏହା ଆଇଟିଏସ ଅଧିକାରୀମାନଙ୍କର ପଦୋନ୍ନତି ଜନିତ ନିଶ୍ଚଳତା (Stagnation) କୁ ହ୍ରାସ କରିପାରିବ ।