ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ଜଟାଉନର ମନୁମେଣ୍ଟ ଗାର୍ଡେନରେ ଥିବା ଇଣ୍ଡିଆନ ଆରାଇଭାଲ ମନୁମେଣ୍ଟ (ଭାରତୀୟ ଆଗମନ ସ୍ମାରକ) ବୁଲି ଦେଖିଛନ୍ତି । ତାଙ୍କ ସହ ଏହି ଅବସରରେ ଗୁୟାନାର ପ୍ରଧାନମନ୍ତ୍ରୀ ବ୍ରିଗେଡ଼ିୟର(ଅବସରପ୍ରାପ୍ତ) ମାର୍କ ଫିଲିପ୍ସ ଉପସ୍ଥିତ ଥିଲେ । ଟାସା ଡ୍ରମ ବାଦକଙ୍କ ଏକ ଦଳ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆରାଇଭାଲ ମନୁମେଣ୍ଟରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଇ ଗୁୟାନାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଲାଗି ପ୍ରବାସୀ ଭାରତୀୟମାନେ କରିଥିବା ସଂଗ୍ରାମ ଓ ଏ ଦିଗରେ ଥିବା ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିଥିଲେ । ସ୍ମାରକରେ ସେ ଏକ ବେଲ ପତ୍ର ଚାରା ରୋପଣ କରିଥିଲେ ।
ସ୍ମାରକଟି ୧୮୩୮ ମସିହାରେ ଭାରତରୁ ପ୍ରବାସୀମାନଙ୍କୁ ଧରି ଗୁୟାନା ଆସିଥିବା ପ୍ରଥମ ଜାହାଜର ଏକ ପ୍ରତିକୃତି । ୧୯୯୧ରେ ଭାରତ ପକ୍ଷରୁ ଗୁୟାନାବାସୀଙ୍କ ଉପହାର ଭାବେ ଏହା ପ୍ରଦାନ କରାଯାଇଥିଲା ।
SR