Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ତ୍ରୟୋଦଶ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଶ୍ରୀ ଏମ୍ ଭେଙ୍କେୟା ନାଇଡ଼ୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ତ୍ରୟୋଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଏମ୍ ଭେଙ୍କେୟା ନାଇଡ଼ୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଏମ୍ ଭେଙ୍କେୟା ନାଇଡ଼ୁ ଗାରୁଙ୍କୁ ଅଭିନନ୍ଦନ ।
ଦଳ ଏବଂ ସରକାରରେ ଏମ୍ ଭେଙ୍କେୟା ନାଇଡ଼ୁଙ୍କ ସହିତ କାମ କରିବାର ସ୍ମୃତି ଏବେ ବି ମୋ ମନରେ ପୂରି ରହିଛି । ଆମ ସମ୍ପର୍କର ଏହି ମୁହୂର୍ତ୍ତକୁ ମୁଁ ସବୁବେଳେ ଉପଭୋଗ କରିବି ।

ମୋର ଦୃଢ଼ ବିଶ୍ୱାସ ଯେ ଏମ୍ ଭେଙ୍କେୟା ନାଇଡ଼ୁ ଜଣେ ଅଧ୍ୟବସାୟୀ ଏବଂ ଉତ୍ସର୍ଗୀକୃତ ଉପରାଷ୍ଟ୍ରପତି ଭାବେ ଦେଶର ସେବା କରିବେ, ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ରହିବେ ।”

******