Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତକୁ ଆନ୍ତର୍ଜାତିକ ମଧ୍ୟସ୍ଥତାର କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ


•  ନୂଆଦିଲ୍ଲୀ ଆନ୍ତର୍ଜାତିକ ମଧ୍ୟସ୍ଥତା କେନ୍ଦ୍ର ବିଲ, 2019କୁ କ୍ୟାବିନେଟର ଅନୁମୋଦନ

ମାର୍ଚ୍ଚ 2, 2019ରେ ନୂଆଦିଲ୍ଲୀ ଆନ୍ତର୍ଜାତିକ ମଧ୍ୟସ୍ଥତା କେନ୍ଦ୍ରକୁ ସ୍ଥାନାନ୍ତରିତ ହେବ ଆନ୍ତର୍ଜାତିକ ବିକଳ୍ପ ବିବାଦ ସମାଧାନ ଆନ୍ତର୍ଜାତିକ କେନ୍ଦ୍ର

ଅଧ୍ୟାଦେଶର ସ୍ଥାନ ନେବ ବିଲ, ସଂସଦର ଆଗାମୀ ଅଧିବେଶନରେ ଆଗତ ହେବ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ହେଉଛି ଭାରତକୁ ଆନ୍ତର୍ଜାତିକ ମଧ୍ୟସ୍ଥତା କେନ୍ଦ୍ରରେ ପରିଣତ କରିବା । ଘରୋଇ ଏବଂ ଆନ୍ତର୍ଜାତିକ ମଧ୍ୟସ୍ଥତାକୁ ଆନୁଷ୍ଠାନିକ କରିବା ପାଇଁ ଏକ ସ୍ୱାଧୀନ ଓ ସ୍ୱାୟତ୍ତ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଏହା ହେଉଛି ଏ ଦିଗରେ ଏକ ପଦକ୍ଷେପ ।

 

ସଂସଦର ଆଗାମୀ ଅଧିବେଶନରେ ଆଗତ କରାଯିବା ପାଇଁ ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମିଟି ନୂଆଦିଲ୍ଲୀ ଆନ୍ତର୍ଜାତିକ ମଧ୍ୟସ୍ଥତା କେନ୍ଦ୍ର (ଏନଡିଆଇଏସି) ବିଲ, 2019କୁ ଅନୁମୋଦନ କରିଛନ୍ତି ।

 

ପ୍ରଭାବ:

ସରକାର, ଏହାର ଏଜେନ୍ସି ଏବଂ ବିବାଦଗ୍ରସ୍ତ ପକ୍ଷଙ୍କ ପାଇଁ ଏହି ଆନୁଷ୍ଠାନିକ ମଧ୍ୟସ୍ଥତା କେନ୍ଦ୍ର ଅନେକ ଭାବେ ଲାଭପ୍ରଦ ହେବ । ଏହାଫଳରେ ଭାରତରେ ଉନ୍ନତ ବିଶେଷଜ୍ଞ ଉପଲବ୍ଧ ହେବେ ଏବଂ ଆବଶ୍ୟକ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଏହା ଭାରତକୁ ଆନୁଷ୍ଠାନିକ ଭାବେ ମଧ୍ୟସ୍ଥତାର ଏକ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ ।

 

ତାତ୍ପର୍ଯ୍ୟ:

ଏହି ବିଲରେ ନୂଆଦିଲ୍ଲୀରେ ଏକ ସ୍ୱାଧୀନ ତଥା ସ୍ୱାୟତ୍ତ ଆନୁଷ୍ଠାନିକ ମଧ୍ୟସ୍ଥତା କେନ୍ଦ୍ର ପ୍ରତିଷ୍ଠା କରିବାର ବ୍ୟବସ୍ଥା ରହିବ ତଥା ଆନ୍ତର୍ଜାତିକ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର (ଆଇସିଏଡିଆର)ର କାର୍ଯ୍ୟଧାରାକୁ ମାର୍ଚ୍ଚ 2, 2019 ପରଠାରୁ ଏଠାକୁ ସ୍ଥାନାନ୍ତରିତ କରିବା ।

 

ପ୍ରୟୋଗ :

ଭାରତକୁ ଏକ ଆନ୍ତର୍ଜାତିକ ମଧ୍ୟସ୍ଥତା କେନ୍ଦ୍ରରେ ପରିଣତ କରିବା ପାଇଁ ତଥା ଏକ ସ୍ୱାଧୀନ ଓ ସ୍ୱାୟତ ଘରୋଇ ଏବଂ ଆନ୍ତର୍ଜାତିକ ମଧ୍ୟସ୍ଥତା କେନ୍ଦ୍ର ସୃଷ୍ଟି ପାଇଁ ଏହି ବିଲ 2.3.2019ରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିବା ନୂଆଦିଲ୍ଲୀ ଆନ୍ତର୍ଜାତିକ ମଧ୍ୟସ୍ଥତା କେନ୍ଦ୍ର ଅଧ୍ୟାଦେଶ, 2019ର ସ୍ଥାନ ନେବ ।