ଚେକ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମାନ୍ୟ ଶ୍ରୀ ଆଣ୍ଡ୍ରେଜ ବାବିସ 2019 ଜାନୁଆରୀ 17ରୁ 19 ପର୍ଯ୍ୟନ୍ତ ଭାରତକୁ ଆନୁଷ୍ଠାନିକ ଗସ୍ତରେ ଆସିଛନ୍ତି । ତାଙ୍କ ସାଙ୍ଗରେ ଆସିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀମତି ମାର୍ତା ନୋଭାକୋଭା ଏବଂ ଏକ ବୃହତ୍ ବ୍ୟବସାୟିକ ପ୍ରତିନିଧି ଦଳ । ଗୁଜରାଟ ବୈଶ୍ୱିକ ଉଦ୍ୟୋଗ ସମ୍ମିଳନୀରେ ଚେକ ଗଣରାଜ୍ୟ ଏକ ଅଂଶୀଦାର ଥିଲାବେଳେ ଚେକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ବାବିସ ।
ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ବାବିସ ଜାନୁଆରୀ 18 ତାରିଖରେ ଏକ ଦ୍ୱିପାକ୍ଷିକ ବୈଠକରେ ବିଚାର ବିମର୍ଶ କରିଥିଲେ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଏବଂ ଆଂଚଳିକ ବିଷୟ ସହିତ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟ ସମସ୍ତ ବିଷୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀଙ୍କର ତୀକ୍ଷ୍ନ ଅନ୍ତର୍ଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଭାରତୀୟ ଅର୍ଥନୀତିର ଦୃତ ପ୍ରଗତି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶର ବ୍ୟାପକ ସୁଯୋଗକୁ ପ୍ରଶଂସା କରିଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ଭାରତର ରାଷ୍ଟ୍ରପତିଙ୍କ ଚେକ ଗଣାରାଜ୍ୟ ଗସ୍ତ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ବାବିସ ସ୍ମରଣ କରିଥିଲେ, ଯେଉଁ ସମୟରେ ଦ୍ୱିପାକ୍ଷିକ ସହଯୋଗକୁ ନେଇ ଅନେକ ବୁଝାମଣା ସ୍ୱାକ୍ଷର କରାଯାଇଥିଲା ।
ଓଜନ ଦାର ମେସିନ ଏବଂ ସୂକ୍ଷ୍ମ ଇଂଜିନିୟରିଂ ନିର୍ମାଣ କ୍ଷେତ୍ରରେ ଚେକ ଗଣରାଜ୍ୟର ବିଶେଷ ଦକ୍ଷତା ରହିଛି । ତେଣୁ ବିଶେଷ କରି ପ୍ରତିରକ୍ଷା, ଅଟୋମେଟିଭ ଏବଂ ରେଳ କ୍ଷେତ୍ରରେ ଭାରତୀୟ ବଜାର ପ୍ରଦାନ କରୁଥିବା ପର୍ଯ୍ୟାପ୍ତ ସୁଯୋଗର ଲାଭ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ଚେକ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।
ଚେକ ପ୍ରଧାନମନ୍ତ୍ରୀ ଏହାର ମର୍ଯ୍ୟାଦାଜନକ ଗବେଷଣା ଏବଂ ବିକାଶ ପରିଷଦ ପାଇଁ ଜଣେ ଭାରତୀୟ ବୈଜ୍ଞାନିକଙ୍କ ମନୋନୟନ ଲାଗି ଆମନ୍ତ୍ରଣ କରିଥିଲେ । ଏହି ପରିଷଦ ଅନେକ ପ୍ରଖ୍ୟାତ ଗବେଷକମାନଙ୍କୁ ସ୍ୱାଗତ କରିଥାଏ ଏବଂ ପ୍ରଧାନମନ୍ତ୍ରୀ ନିଜେ ଏହାର ମୁଖ୍ୟ ଅଛନ୍ତି ।
ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ପାରମ୍ପରିକ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଶଂସା କରିଥିଲେ ଏବଂ ଏହି ସମ୍ପର୍କକୁ ଏକ ଉଚ୍ଚସ୍ତରକୁ ନେଇଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମାମିସ ନୂଆଦିଲ୍ଲୀଠାରେ ଜାନୁଆରୀ 9 ତାରିଖରେ ଭାରତର ରାଷ୍ଟ୍ରପତିଙ୍କୁ ଭେଟିବେ । କେତେକ ଚେକ କମ୍ପାନୀ ଗସ୍ତ କରିବା ପାଇଁ ଏବଂ ପୁନେର ସିମ୍ବାୟୋସିସ ବିଶ୍ୱବିଦ୍ୟାଳୟରେ ଏକ ୟୁରୋପୀୟ ଅଧ୍ୟୟନ କେନ୍ଦ୍ର ଉଦଘାଟନ କରିବା ପାଇଁ ସେ ମଧ୍ୟ ପୁନେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
**********
Mr. Andrej Babiš, the Prime Minister of the Czech Republic and I held wide-ranging talks in Gandhinagar. His presence at the Vibrant Gujarat Summit is a great gesture. We discussed bilateral cooperation in defence, transportation and manufacturing. pic.twitter.com/ttVYVcc5Ca
— Narendra Modi (@narendramodi) January 18, 2019