ମାନ୍ୟଗଣ୍ୟ,
ନମସ୍କାର !
ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ମୁଁ ଆପଣ ମାନଙ୍କୁ ସ୍ୱାଗତ କରୁଛି ।
ଗତ ୨ ଦିନ ମଧ୍ୟରେ, ଏହି ସମ୍ମିଳନୀ, ଯାହା ବର୍ତ୍ତମାନ ସୁଦ୍ଧା ଗ୍ଲୋବାଲ ସାଉଥ୍ର ସର୍ବ ବୃହତ ଭର୍ଚୁଆଲ୍ ସମାବେଶରେ ୧୨୦ ରୁ ଅଧିକ ବିକାଶଶୀଳ ଦେଶ ଗୁଡିକୁ ଅଂଶଗ୍ରହଣ କରି ଥିବାର ଦେଖିବାକୁ ମିଳିଛି ।
ଏହି ଉଦ୍ଯାପନୀ ଅଧିବେଶନରେ ମୁଁ ଆପଣ ମାନଙ୍କ ସହିତ ନିଜକୁ ପାଇ ଭାଗ୍ୟବାନ୍ ମନେ କରୁଛି ।
ମାନ୍ୟଗଣ୍ୟ,
ବିଶେଷ କରି ଆମ ବିକାଶଶୀଳ ଦେଶ ମାନଙ୍କ ପାଇଁ ଗତ ୩ ବର୍ଷ ବହୁତ କଠିନ ରହିଛି ।
କୋଭିଡ୍ ମହାମାରୀର ଆହ୍ୱାନ, ଇନ୍ଧନ, ସାର ଏବଂ ଖାଦ୍ୟଶସ୍ୟର ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ଭୂ – ରାଜନୈତିକ ତିକ୍ତତା ବୃଦ୍ଧି ଆମର ବିକାଶର ପ୍ରୟାସକୁ ପ୍ରଭାବିତ କରିଛି ।
ତଥାପି, ଏକ ନୂତନ ବର୍ଷର ଆରମ୍ଭ ହେଉଛି ନୂତନ ଆଶା ପାଇଁ ଏକ ସମୟ । ତେଣୁ ମୁଁ ପ୍ରଥମେ ଆପଣ ସମସ୍ତଙ୍କୁ ଏକ ଆନନ୍ଦମୟ, ସୁସ୍ଥ, ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସଫଳ ୨୦୨୩ ବର୍ଷ ପାଇଁ ମୋର ଶୁଭେଚ୍ଛା ଜଣାଉଛି ।
ମାନ୍ୟଗଣ୍ୟ,
ଆମେ ସମସ୍ତେ ଜଗତୀକରଣର ନୀତିକୁ ପ୍ରଶଂସା କରୁଛୁ । ଭାରତ ତା’ର ଦର୍ଶନ ଅନୁସାରେ ସର୍ବଦା ବିଶ୍ୱକୁ ଗୋଟିଏ ପରିବାର ଭାବରେ ଦେଖି ଆସିଛି ।
ତଥାପି, ବିକାଶଶୀଳ ଦେଶମାନେ ଏମିତି ଏକ ଜଗତୀକରଣ ଚାହୁଁଛନ୍ତି ଯାହା ଜଳବାୟୁ ସଙ୍କଟ କିମ୍ବା ଋଣ ସଙ୍କଟ ସୃଷ୍ଟି କରୁ ନଥିବ ।
ଆମେ ଏମିତି ଏକ ଜଗତୀକରଣ ଚାହୁଁଛୁ ଯାହା ଟିକା ବିତରଣରେ ଅସମାନତା କିମ୍ବା ଅତି – କେନ୍ଦ୍ରିକ ବିଶ୍ୱ ସ୍ତରୀୟ ଯୋଗାଣ ଶୃଙ୍ଖଳା ଆଡକୁ ନେଇ ନଯାଏ ।
ଆମେ ଏମିତି ଏକ ଜଗତୀକରଣ ଚାହୁଁଛୁ ଯାହା ସମଗ୍ର ମାନବତା ପାଇଁ ସମୃଦ୍ଧି ଏବଂ କଲ୍ୟାଣ ଆଣିଥାଏ । ସଂକ୍ଷେପରେ, କହିବାକୁ ଗଲେ ଆମେ ଏକ ‘ମାନବ – କେନ୍ଦ୍ରିକ ଜଗତୀକରଣ’ ଚାହୁଁ ।
ମାନ୍ୟଗଣ୍ୟ,
ଅନ୍ତର୍ଜାତୀୟ ବିକାଶର ବୃଦ୍ଧି ପାଉଥିବା ବିଭାଜନକୁ ନେଇ ଆମେ ବିକାଶଶୀଳ ଦେଶମାନେ ମଧ୍ୟ ଚିନ୍ତିତ ଅଛନ୍ତି ।
ଏହି ଭୂ – ରାଜନୈତିକ ତିକ୍ତତା ଆମ ବିକାଶର ପ୍ରାଥମିକତା ଉପରେ ରହିଥିବା ଧ୍ୟାନ ଠାରୁ ଆମକୁ ବିଭ୍ରାନ୍ତ କରେ ।
ଏହି ସମସ୍ୟା ଗୁଡିକ ଖାଦ୍ୟ, ଇନ୍ଧନ, ସାର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଗୁଡିକରର ଅନ୍ତର୍ଜାତୀୟ ମୂଲ୍ୟରେ ତୀବ୍ର ପରିବର୍ତ୍ତନ ଘଟାଇଥାନ୍ତି ।
ଏହି ଭୂ – ରାଜନୈତିକ ବିଭାଜନକୁ ସମାଧାନ କରିବା ପାଇଁ, ଆମେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ବ୍ରେଟନ୍ ଉଡ୍ସ ଅନୁଷ୍ଠାନ ସମେତ ପ୍ରମୁଖ ଆନ୍ତର୍ଜାତିକ ଅନୁଷ୍ଠାନ ଗୁଡ଼ିକର ଏକ ଜରୁରୀକାଳୀନ ମୌଳିକ ସଂସ୍କାର ଆବଶ୍ୟକ କରୁ ।
ଏହି ସଂସ୍କାର ଗୁଡିକ ବିକାଶଶୀଳ ଦେଶର ଚିନ୍ତାଧାରାକୁ ସ୍ୱର ଦେବା ଉପରେ ଧ୍ୟାନ ଦେବା ଉଚିତ ଏବଂ ଏକବିଂଶ ଶତାବ୍ଦୀର ବାସ୍ତବତାକୁ ପ୍ରତିଫଳିତ କରିବା ଉଚିତ୍ ।
ଭାରତର ଜି – ୨୦ ଅଧ୍ୟକ୍ଷତା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଶ୍ୱିକ ଦକ୍ଷିଣ ଭାଗର ବିଚାର ଗୁଡିକୁ ସ୍ୱର ଦେବାକୁ ଚେଷ୍ଟା କରିବ ।
ମାନ୍ୟଗଣ୍ୟ,
ନିଜର ବିକାଶ ସହଭାଗୀତାରେ, ଭାରତର ଆଭିମୁଖ୍ୟ ପରାମର୍ଶ ଭିତ୍ତିକ, ଫଳାଫଳ ଭିତ୍ତିକ, ଚାହିଦା ଆଧାରିତ, ଜନ – କେନ୍ଦ୍ରିକ ଏବଂ ଏହା ସହଭାଗୀ ଦେଶର ସାର୍ବଭୌମତ୍ୱକୁ ସମ୍ମାନିତ କରିଥାଏ ।
ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ବୈଶ୍ୱି ଦକ୍ଷିଣ ଅଂଚଳରେ ଥିବା ଦେଶ ଗୁଡିକୁ ପରସ୍ପରର ବିକାଶ ଅନୁଭୂତିରୁ ଅନେକ କିଛି ଶିଖିବାକୁ ପଡିବ ।
ମୁଁ ଏହା ଘୋଷଣା କରି ଖୁସି ଯେ , ଭାରତ ଏକ “ଗ୍ଲୋବାଲ୍- ସାଉଥ୍ ସେଂଟର ଅଫ୍ ଏକ୍ସଲେନ୍ସ’/ ବୈଶ୍ୱିକ ଦକ୍ଷିଣ ଭାଗ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ ।
ଏହି ଅନୁଷ୍ଠାନ ଆମର ଯେକୌଣସି ଦେଶର ବିକାଶ ସମାଧାନ କିମ୍ବା ସର୍ବୋତ୍ତମ – କାର୍ଯ୍ୟ ବ୍ୟବସ୍ଥା ଉପରେ ଗବେଷଣା କରିବ, ଯାହାକୁ ବୈଶ୍ୱିକ ଦକ୍ଷିଣ ଭାଗର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଲାଗୁ କରା ଯାଇପାରିବ ଏବଂ କାର୍ଯ୍ୟକାରୀ କରା ଯାଇପାରିବ ।
ଏକ ଉଦାହରଣ ସ୍ୱରୂପ, ଇଲେକ୍ଟ୍ରୋନିକ୍ ଦେୟ ପ୍ରଦାନ, ସ୍ୱାସ୍ଥ୍ୟ, ଶିକ୍ଷା କିମ୍ବା ଇ- ଶାସନ ଭଳି କ୍ଷେତ୍ର ଗୁଡିକରେ ଭାରତ ଦ୍ୱାରା ବିକଶିତ ହୋଇଥିବା ଡିଜିଟାଲ୍ ସାର୍ବଜନିନ ସାମଗ୍ରୀ ଅନ୍ୟାନ୍ୟ ବିକାଶଶୀଳ ଦେଶ ପାଇଁ ଉପଯୋଗୀ ହୋଇପାରେ ।
ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ଆଣବିକ ଶକ୍ତି ଭଳି କ୍ଷେତ୍ରରେ ମଧ୍ୟ ଭାରତ ବହୁତ ବଡ ସଫଳତା ହାସଲ କରିଛି । ଅନ୍ୟ ବିକାଶଶୀଳ ଦେଶ ମାନଙ୍କ ସହିତ ଆମର ପାରଦର୍ଶିତା ବଂଟନ କରିବା ପାଇଁ ଆମେ ଏକ ‘ଗ୍ଲୋବାଲ୍ – ସାଉଥ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଦକ୍ଷେପ’ ଆରମ୍ଭ କରିବୁ ।
କୋଭିଡ୍ ମହାମାରୀ ସମୟରେ ଭାରତର ‘ଭ୍ୟାକ୍ସିନ୍ ମୈତ୍ରୀ’ ପଦକ୍ଷେପ ମାଧ୍ୟମରେ ୧୦୦ ରୁ ଅଧିକ ଦେଶ ମାନଙ୍କୁ ଭାରତରେ ପ୍ରସ୍ତୁତ ଟିକା ଯୋଗାଇ ଦିଆ ଯାଇଥିଲା ।
ମୁଁ ବର୍ତ୍ତମାନ ଏକ ନୂତନ ‘ଆରୋଗ୍ୟ ମୈତ୍ରୀ’ ପ୍ରକଳ୍ପ ଘୋଷଣା କରିବାକୁ ଚାହୁଁଛି । ଏହି ପ୍ରକଳ୍ପ ଅଧୀନରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମାନବିକ ସଙ୍କଟ ଦ୍ୱାରା ପ୍ରଭାବିତ ଯେକୌଣସି ବିକାଶଶୀଳ ଦେଶକୁ ଭାରତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇବ ।
ମାନ୍ୟଗଣ୍ୟ,
ଆମର କୂଟନୈତିକ ସ୍ୱରର ସମନ୍ୱୟ ପାଇଁ, ମୁଁ ଆମର ବୈଦେଶିକ ମନ୍ତ୍ରଣାଳୟର ଯୁବ ଅଧିକାରୀ ମାନଙ୍କୁ ଏକାଠି ଯୋଡିବା ନିମନ୍ତେ ଏକ ‘ବୈଶ୍ୱିକ ଦକ୍ଷିଣ ଭାଗ ଯୁବ କୂଟନୀତିଜ୍ଞ ମଂଚ’ ନିମନ୍ତେ ପ୍ରସ୍ତାବ ଦେଉଛି ।
ବିକାଶଶୀଳ ଦେଶର ଛାତ୍ର ମାନଙ୍କ ପାଇଁ ଭାରତରେ ଉଚ୍ଚଶିକ୍ଷା ନିମନ୍ତେ ଭାରତ ‘ଗ୍ଲୋବାଲ୍-ସାଉଥ୍ ସ୍କଲାରସିପ୍ / ବୈଶ୍ୱିକ ଦକ୍ଷିଣ ଭାଗ ମେଧା ବୃତ୍ତି ମଧ୍ୟ ଆରମ୍ଭ କରିବ ।
ମାନ୍ୟଗଣ,
ଆଜିର ଅଧିବେଶନର ବିଷୟବସ୍ତୁ ଭାରତର ପ୍ରାଚୀନ ଜ୍ଞାନ ଦ୍ୱାରା ଅନୁପ୍ରାଣିତ ।
ଋକ୍ ବେଦର ଏକ ପ୍ରାର୍ଥନା ଏଡା କହିଥାଏ ଯେ , ମାନବତା ପାଇଁ ଜ୍ଞାନ ସର୍ବ ପୁରାତନ ପାଠ ।
ସଙ୍ଗଛଧ୍ୱଂ ସମ୍ବଦଧ୍ୱଂ ସଂ ୱ ଜାନତାମ୍ ।
ଯାହାର ଅର୍ଥ: ଆସନ୍ତୁ ଏକାଠି ହେବା, ଏକା ସହିତ କହିବା ଏବଂ ଆମର ମନ ସଦ୍ଭାବନାରେ ପୂର୍ଣ୍ଣ ରହୁ ।
କିମ୍ବା ଅନ୍ୟ ଅର୍ଥରେ, ‘ସ୍ୱରରେ ଏକତା, ଉଦ୍ଦେଶ୍ୟର ଏକତା’ ।
ଏହି ଭାବନାରେ, ମୁଁ ଆପଣ ମାନଙ୍କର ମତାମତ ଏବଂ ପରାମର୍ଶ ଶୁଣିବା ନିମନ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛି ।
ଧନ୍ୟବାଦ!
SSP
Addressing concluding session of the "Voice of Global South Summit." https://t.co/7fxVTZaol9
— Narendra Modi (@narendramodi) January 13, 2023
We all appreciate the principle of globalisation.
— PMO India (@PMOIndia) January 13, 2023
India’s philosophy has always seen the world as one single family. pic.twitter.com/7kBhcuHRWM
We urgently need a fundamental reform of the major international organisations. pic.twitter.com/pUvfrY2sHq
— PMO India (@PMOIndia) January 13, 2023
India will establish a "Global-South Center of Excellence." pic.twitter.com/GO4LEyJYN5
— PMO India (@PMOIndia) January 13, 2023
‘Aarogya Maitri’ project will provide essential medical supplies to any developing country affected by natural disasters or humanitarian crisis. pic.twitter.com/5Ekbpv85rA
— PMO India (@PMOIndia) January 13, 2023