ମଂଚ ଉପରେ ଥିବା ଅର୍ଥ ମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ଗଭର୍ଣ୍ଣର, ନାବାର୍ଡର ଅଧ୍ୟକ୍ଷ, ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଂଟି କର୍ପୋରେସନ୍ ଏବଂ ଦେଶର ବୃହତ୍ ବ୍ୟାଙ୍କିଂ ସମୂହର ଅଧିକାରୀଗଣ, ଭିନ୍ନ ଭିନ୍ନ ରାଜ୍ୟ ଗୁଡିକରେ ଅନେକ ସ୍ଥାନର ମନ୍ତ୍ରୀ ପରିଷଦରେ ଥିବା ମୋର ସହଯୋଗୀ, ସେଠାକାର ସାଂସଦ, ବିଧାୟକ ଏବଂ ସେଠାରେ ରହୁଥିବା ସମସ୍ତ ଜମାକର୍ତାଗଣ,
ଆମର ସମସ୍ତ ଜମାକର୍ତା ଭାଇ ଏବଂ ଭଉଣୀମାନେ,
ଆଜି ଦେଶର ବ୍ୟାଙ୍କିଂ କ୍ଷେତ୍ର ନିମନ୍ତେ ଏବଂ ଦେଶର କୋଟି କୋଟି ବ୍ୟାଙ୍କ ଆକାଉଂଟଧାରୀମାନଙ୍କ ନିମନ୍ତେ ଏକ ବହୁତ ମହତ୍ୱପୂର୍ଣ୍ଣ ଦିବସ ଅଟେ । ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିବା ଏକ ସମସ୍ୟାର କିଭଳି ସମାଧାନ ବାହାର କରାଗଲା, ଆଜିର ଦିନ ତାହାର ସାକ୍ଷୀ ଅଟେ । ଆଜିର ଆୟୋଜନର ଯେଉଁ ନାମ ଦିଆଗଲା ସେଥିରେ‘ଡିପୋଜିଟର୍ସ ଫାଷ୍ଟ’, ଜମାକର୍ତା ପ୍ରଥମେ ଭାବନାକୁ ସବୁଠାରୁ ଆଗରେ ରଖିବା, ଏବଂ ଏହାକୁ ଆହୁରି ସାର୍ଥକ କରୁଛି । ଗତ କିଛି ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଜମାକର୍ତାଙ୍କର ବର୍ଷ ବର୍ଷ ଧରି ଅଟକି ରହିଥିବା ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇ ସାରିଛି । ଏବଂ ଏହି ଅର୍ଥ ପାଖାପାଖି ୧୩୦୦ କୋଟି ଟଙ୍କାରୁ ଅଧିକ ଅଟେ । ବର୍ତମାନ ଏଠାରେ ଏହି କାର୍ଯ୍ୟକ୍ରମରେ ଏବଂ ଏହା ପରେ ମଧ୍ୟ ୩ ଲକ୍ଷ ଏବଂ ଏଭଳି ଜମାକର୍ତାଙ୍କର ବ୍ୟାଙ୍କରେ ଅଟକି ରହିଥିବା ସେମାନଙ୍କର ଟଙ୍କା ସେମାନଙ୍କ ଖାତାରେ ଜମା ହେବାର ଅଛି, ସେମାନଙ୍କ ଟଙ୍କା ସେମାନଙ୍କୁ ମିଳିବାର ଅଛି । ଏହା ସ୍ୱୟଂ ଏକ ଛୋଟ କଥା ନୁହେଁ ଏବଂ ବିଶେଷ କରି ଆମ ଦେଶରେ ଆମର ଯେଉଁ ମିଡିଆ ସହଯୋଗୀମାନେ ରହିଛନ୍ତି, ଆଜି ମୁଁ ସେମାନଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି । ଏବଂ ମୋର ଅନୁଭୂତି ହେଉଛି, ଯେତେବେଳେ ସ୍ୱଚ୍ଛତା ଅଭିଯାନ ଚାଲୁ ରଖିଥିଲି, ଗଣମାଧ୍ୟମର ବନ୍ଧୁମାନଙ୍କୁ ମୁଁ ଅନୁରୋଧ କରିଥିଲି, ଆଜି ମଧ୍ୟ ସେହିପରି ସେମାନେ ମୋତେ ସାହାଯ୍ୟ କରୁଛନ୍ତି । ଆଜି ମୁଁ ପୁଣିଥରେ ସେମାନଙ୍କୁ ଗୋଟିଏ ଅନୁରୋଧ କରୁଛି । ଆମେ ସମସ୍ତେ ଜାଣିଛେ ଯେ, ଯେତେବେଳେ କୌଣସି ବ୍ୟାଙ୍କ ବନ୍ଦ ହୋଇଯାଏ, ସେତେବେଳେ ଅନେକ ଦିନ ପର୍ଯ୍ୟନ୍ତ ଏହି ଖବର ଟେଲିଭିଜନ୍ ଏବଂ ଖବରକାଗଜରେ ବାହାରି ଥାଏ । ଏହା ଏକ ସ୍ୱାଭାବିକ କଥା ମଧ୍ୟ, ଘଟଣା ବି ସେହିଭଳି ହୋଇଥାଏ । ତାକୁ ନେଇ ବଡ – ବଡ ହେଡ୍ଲାଇନ୍ସ ମଧ୍ୟ ତିଆରି ହୋଇଯାଏ । ଏପରି ହେବା ସ୍ୱାଭାବିକ କଥା । ଦେଖନ୍ତୁ, ଆଜି ଯେତେବେଳେ ଦେଶ ଏକ ବହୁତ ବଡ଼ ଧରଣର ସଂସ୍କାର କରିଛି, ଏକ ବହୁତ ବଡ଼ ମଜଭୁତ ବ୍ୟବସ୍ଥା ଆରମ୍ଭ କରିଛି, ଜମାକର୍ତାମାନଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ଦିଆଯାଉଛି, ମୁଁ ଚାହୁଁଛି ଯେ, ତାହାର ମଧ୍ୟ ସେହିପରି ଚର୍ଚ୍ଚା ଗଣମାଧ୍ୟମରେ ହେଉ, ବାରମ୍ବାର ଏ ସମ୍ପର୍କିତ ଖବର ପ୍ରସାରଣ କରାଯାଉ । ଏଥିପାଇଁ ନୁହେଁ ଯେ, ମୋଦୀ ଏହା କରିଛି, ସେଥିପାଇଁ ଏମିତି କରିବାକୁ କହୁଛି । ଏହା ଏଇଥିପାଇଁ ଜରୁରୀ ଯେ, ଦେଶର ଜମାକର୍ତାମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହେଉ । ହୋଇପାରେ, କିଛି ଲୋକଙ୍କ ଭୁଲ୍ କାରଣରୁ, ଭୁଲ୍ ଅଭ୍ୟାସରୁ ବ୍ୟାଙ୍କ ବନ୍ଦ ହୋଇଯିବ । ତାହା ହୋଇପାରେ, କିନ୍ତୁ ଜମାକର୍ତାଙ୍କର ଟଙ୍କା ବୁଡିଯିବ ନାହିଁ । ଜମାକର୍ତା ମାନଙ୍କର ଟଙ୍କା ସୁରକ୍ଷିତ ରହିବ । ଏହି ବାର୍ତା ଦ୍ୱାରା ଦେଶର ଜମାକର୍ତାମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହେବ । ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଭରସା ଆସିବ, ଏବଂ ଏହା ବହୁତ ଜରୁରୀ ଅଟେ ।
ଭାଇ ଓ ଭଉଣୀମାନେ,
କୌଣସି ବି ଦେଶ ସମସ୍ୟାକୁ ଠିକ୍ ସମୟରେ ସମାଧାନ କରି ହିଁ ଦେଶକୁ ଭୟାବହ ପରିସ୍ଥିତିରୁ ରକ୍ଷା କରି ପାରିବ । କିନ୍ତୁ ଆପଣମାନେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ବର୍ଷ ବର୍ଷ ଧରି ଆମର ସେହି ପ୍ରବୃତି ରହିଛି ଯେ, କୌଣସି ସମସ୍ୟା ଆସିଲେ ତାହାକୁ ଟାଳି ଦିଆ ଯାଇଥାଏ । ଦରି/ ପାଲ ତଳେ ତାକୁ ଚାପି ରଖି ଦିଆ ଯାଇଥାଏ । ଆଜିର ନୂତନ ଭାରତ, ସମସ୍ୟା ଗୁଡିକର ସମାଧାନ ଉପରେ ଜୋର ଦେଇଥାଏ । ଆଜିର ଭାରତ ସମସ୍ୟାଗୁଡିକୁ ଟାଳି ଦେଉ ନାହିଁ । ଆପଣମାନେ ଟିକେ ମନେ ପକାନ୍ତୁ, ଯେ ଏକ ସମୟ ଥିଲା, ଯେତେବେଳେ କୌଣସି ବ୍ୟାଙ୍କ ଉପରେ ବିପତି ପଡ଼ୁଥିଲା, ସେତେବେଳେ ଜମାକର୍ତାମାନଙ୍କୁ ସେମାନଙ୍କ ନିଜର ଟଙ୍କା, ଯେଉଁ ଟଙ୍କା ସେମାନଙ୍କର ନିଜର, ଜମାକର୍ତା ମାନଙ୍କର ଟଙ୍କା ଅଟେ, ସେମାନଙ୍କ ନିଜର ଟଙ୍କା ପାଇବା ପାଇଁ ସେମାନଙ୍କୁ ନାକେଦମ୍ ହେବାକୁ ପଡୁଥିଲା । କେତେ ସମସ୍ୟା ଭୋଗିବାକୁ ପଡୁଥିଲା । ଏବଂ ସବୁଆଡେ ଯେପରି ହାହାକାର ସୃଷ୍ଟି ହୋଇ ଯାଉଥିଲା । ଏବଂ ଏହା ବହୁତ ସ୍ୱାଭାବିକ ମଧ୍ୟ ଥିଲା । କୌଣସି ବି ବ୍ୟକ୍ତି ବ୍ୟାଙ୍କରେ ଅନେକ ବିଶ୍ୱାସର ସହିତ ଟଙ୍କା ଜମା କରିଥାନ୍ତି । ବିଶେଷ କରି ଆମର ମଧ୍ୟବିତ ପରିବାର, ଯେଉଁମାନେ ନିର୍ଦ୍ଧାରିତ ବେତନ ପାଉଥିବା ବ୍ୟକ୍ତିବିଶେଷ, ନିର୍ଦ୍ଦିଷ୍ଟ ଆୟକାରୀ ବ୍ୟକ୍ତିବିଶେଷ, ସେହି ଲୋକମାନଙ୍କ ଜୀବନରେ ବ୍ୟାଙ୍କ କେବଳ ସେମାନଙ୍କର ଆଶା ଭରସା ହୋଇଥାଏ । କିନ୍ତୁ କିଛି ଲୋକଙ୍କ ଭୁଲ୍ ନିୟମ କାରଣରୁ ଯେତେବେଳେ ବ୍ୟାଙ୍କ ବନ୍ଦ ହୋଇ ଯାଇଥାଏ, ନା କେବଳ ବ୍ୟାଙ୍କରେ ସେହି ପରିବାରର ଟଙ୍କା ଅଟକି ରହିଥାଏ, ଅନ୍ୟ ପକ୍ଷରେ ଦେଖିବାକୁ ଗଲେ, ସେମାନଙ୍କର ସାରା ଜୀବନ ଯେମିତି ସେଠାରେ ଅଟକି ଯାଇଥାଏ । ସାରା ଜୀବନ ଯେପରି ଅନ୍ଧକାରମୟ ଅନୁଭୂତ ହୋଇଥାଏ । ଏବେ କ’ଣ କରିବା! ପୁଅ – ଝିଅମାନଙ୍କର କଲେଜ୍ର ଦେୟ କିପରି ପଇଠ କରିବା – କେଉଁଠାରୁ ଆଣିବା? ପୁଅ – ଝିଅଙ୍କର ବାହାଘର କରିବାର ଅଛି – ଟଙ୍କା କେଉଁଠୁ ଆସିବ? କୌଣସି ବୟସ୍କ ବ୍ୟକ୍ତିଙ୍କର ଚିକିତ୍ସା କରିବାର ଅଛି – ଟଙ୍କା କେଉଁଠାରୁ ଆସିବ? ଏବେ ଜଣେ ଭଉଣୀ ମୋତେ କହୁଥିଲେ, ଯେ କିପରି ତାଙ୍କ ପରିବାରରେ ହାର୍ଟ ଅପରେସନ କରାଇବାର ଥିଲା । କେମିତି ସମସ୍ୟା ଆସିଲା ଏବଂ ଏବେ କିଭଳି କାମ ହୋଇଗଲା । ଏଭଳି ପ୍ରଶ୍ନର ଆଗରୁ କିଛି ଉତର ନଥିଲା । ଲୋକମାନଙ୍କୁ ବ୍ୟାଙ୍କରୁ ସେମାନଙ୍କ ନିଜର ଟଙ୍କା ପ୍ରାପ୍ତ କରିବା ପାଇଁ, ବାହାର କରିବା ପାଇଁ ବର୍ଷ ବର୍ଷ ଲାଗି ଯାଉଥିଲା । ଆମର ଗରିବ ଭାଇ ଭଉଣୀମାନେ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନେ, ଆମର ମଧ୍ୟବିତ ଶ୍ରେଣୀର ଲୋକମାନେ ଦଶନ୍ଧି ଦଶନ୍ଧି ଧରି ଏଭଳି ସମସ୍ୟା ଭୋଗିଛନ୍ତି, ସହିଛନ୍ତି । ବିଶେଷ ରୂପରେ ସମବାୟ ବ୍ୟାଙ୍କଗୁଡିକ କ୍ଷେତ୍ରରେ ସମସ୍ୟା ଅଧିକରୁ ଅଧିକ ହୋଇ ଯାଉଥିଲା । ଆଜି ଯେଉଁ ଲୋକମାନେ ଭିନ୍ନ ଭିନ୍ନ ସହରମାନଙ୍କରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି, ସେମାନେ ଏହି ଯନ୍ତ୍ରଣା ଏବଂ ଏହି କଷ୍ଟକୁ ବହୁତ ଭଲ ରୂପେ ଉପଲବ୍ଧି କରିଛନ୍ତି । ଏହି ସ୍ଥିତିରେ ପରିବର୍ତନ ଆଣିବା ପାଇଁ, ଆମ ସରକାର ବହୁତ ସମ୍ବେଦନଶୀଳ ହୋଇ ନିଷ୍ପତି ନେଇଛି, ସଂସ୍କାର ଆଣିଛି, ଆଇନ୍ରେ ପରିବର୍ତନ କରିଛି । ଆଜିର ଏହି ଆୟୋଜନ, ସେହି ନିଷ୍ପତି ସମୂହର ଏକ ଫଳାଫଳ ଅଟେ । ଏବଂ ମୋର ଭଲ ଭାବରେ ମନେଅଛି ଯେ, ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ଏବଂ ବ୍ୟାଙ୍କରେ ଯେତେବେଳେ କିଛି ଅସୁବିଧା ସୃଷ୍ଟି ହୋଇ ଯାଉଥିଲା, ସେତେବେଳେ ଲୋକମାନେ ଆମ ତଂଟିକୁ ଧରୁଥିଲେ । ନିର୍ଣ୍ଣୟ ଭାରତ ସରକାରଙ୍କୁ କରିବାର ଥିଲା, କିମ୍ବା ସେହି ବ୍ୟାଙ୍କକୁ କରିବାର ଥିଲା, କିନ୍ତୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଧରୁଥିଲେ । କହୁଥିଲେ ଆମ ଟଙ୍କାର କିଛି ବ୍ୟବସ୍ଥା କର । ମୋତେ ସେ ସମୟରେ ଅନେକ ସମସ୍ୟା ଭୋଗିବାକୁ ପଡୁଥିଲା, ଏବଂ ସେମାନଙ୍କର ଯନ୍ତ୍ରଣା ମଧ୍ୟ ଖୁବ୍ ସ୍ୱାଭାବିକ ଥିଲା । ଏବଂ ସେହି ସମୟରେ ମୁଁ ଭାରତ ସରକାରଙ୍କୁ ବାରମ୍ବାର ଅନୁରୋଧ କରୁଥିଲି । ଯେ ଏକ ଲକ୍ଷ ଟଙ୍କାର ରାଶିକୁ ପାଂଚ ଲକ୍ଷ ଟଙ୍କା କରିବା ଉଚିତ୍ ଯାହା ଫଳରେ ଅଧିକରୁ ଅଧିକ ପରିବାରକୁ ଆମେ ସନ୍ତୁଷ୍ଟ କରି ପାରିବା । କିନ୍ତୁ ଛାଡନ୍ତୁ, ମୋ କଥା କେହି ରଖି ନଥିଲେ । ସେମାନେ କଲେନି ତ ଲୋକମାନେ କଲେ । ମୋତେ ଏହି ସ୍ଥାନକୁ ପଠେଇ ଦେଲେ । ମୁଁ ମଧ୍ୟ ସେମାନଙ୍କ କାମ କରିଦେଲି ।
ବନ୍ଧୁଗଣ,
ଆମ ଦେଶରେ ବ୍ୟାଙ୍କ ଜମକର୍ତାମାନଙ୍କ ନିମନ୍ତେ ବୀମା ବ୍ୟବସ୍ଥା ୬୦ ଦଶନ୍ଧିରେ ପ୍ରସ୍ତୁତ କରାଯାଇଥିଲା । ଅର୍ଥାତ୍ ସେହି ବ୍ୟବସ୍ଥାକୁ ମଧ୍ୟ ପାଖାପାଖି ୬୦ ବର୍ଷ ହୋଇ ଗଲାଣି । ପୂର୍ବରୁ ବ୍ୟାଙ୍କରେ ଜମା ଅର୍ଥ ଉପରେ ମାତ୍ର ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଂଟି ଥିଲା । ପୁଣି ଏହାକୁ ବୃଦ୍ଧି କରି ଏକ ଲକ୍ଷ ଟଙ୍କା କରି ଦିଆଯାଇଥିଲା । ଅର୍ଥାତ୍ ଯଦି ବ୍ୟାଙ୍କ ବନ୍ଦ ହୋଇଯାଏ, ତେବେ ଜମାକର୍ତାମାନଙ୍କୁ ମାତ୍ର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ମିଳୁଥିଲା, କିନ୍ତୁ ତାହା ମଧ୍ୟ ନିଶ୍ଚିତ ନଥିଲା ଯେ ତାହା କେବେ ମିଳିବ । ୮ -୮ ଏବଂ ୧୦- ୧୦ ବର୍ଷ ପର୍ଯ୍ୟନ୍ତ ମାମଲା ଝୁଲି ରହୁଥିଲା । ତାହାର କୌଣସି ସମୟ ସୀମା ନଥିଲା । ଗରିବ ଲୋକମାନଙ୍କ ଚିନ୍ତାକୁ ଉପଲବ୍ଧି କରି, ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ସମସ୍ୟାକୁ ଜାଣି ଆମେ ଏହି ଅର୍ଥର ପରିମାଣକୁ ୧ ଲକ୍ଷ ଟଙ୍କାରୁ ପାଂଚ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଦେଇଛୁ । ଅର୍ଥାତ୍ ଆଜିର ତାରିଖରେ ଯଦି କୌଣସି ବ୍ୟାଙ୍କ ବିପଦରେ ପଡିଲା, ତେବେ ଜମାକର୍ତାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ନିଶ୍ଚିତ ଭାବେ ଫେରସ୍ତ ମିଳିବ । ଏବଂ ଏହି ବ୍ୟବସ୍ଥାରେ ପ୍ରାୟ ୯୮ ପ୍ରତିଶତ ଲୋକଙ୍କ ବ୍ୟାଙ୍କ ଖାତା ସମ୍ପୂର୍ଣ୍ଣ ରୂପେ ସାମିଲ ହୋଇ ସାରିଛି । ଅର୍ଥାତ୍ ୨%ର ଅଳ୍ପ – ଅଳ୍ପ ରହିଯିବ । ୯୮ ପ୍ରତିଶତ ଲୋକଙ୍କର ଯେତିକି ଟଙ୍କା ରହିଛି, ତାହା ସମ୍ପୂର୍ଣ୍ଣ ରୂପେ ସାମିଲ ହୋଇ ସାରିଛି । ଏବଂ ଆଜି ଜମାକର୍ତାମାନଙ୍କ ପାଇଁ ପାଖାପାଖି, ଏହି ଅର୍ଥରାଶି ବହୁତ ବଡ ଅଟେ । ସ୍ୱାଧୀନତାର ୭୫ ବର୍ଷ ଚାଲିଛି । ଅମୃତ ମହୋତ୍ସବ ପାଳିତ ହେଉଛି । ଆମେ ଏ ଯେଉଁ ନିଷ୍ପତି ନେଉଛେ, ସେଥିରେ ୭୬ ଲକ୍ଷ କୋଟି ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଟେ । ଏଭଳି ବ୍ୟାପକ ସୁରକ୍ଷା କବଚ ତ ବିକଶିତ ଦେଶ ମାନଙ୍କରେ ମଧ୍ୟ ନାହିଁ ।
ବନ୍ଧୁଗଣ,
ଆଇନ୍ରେ ସଂଶୋଧନ କରି, ସଂସ୍କାର ଆଣି ଆଉ ଏକ ସମସ୍ୟାର ସମାଧାନ କରିବାର ଉଦ୍ୟମ କରାଯାଇଛି । ପୂର୍ବରୁ ଯେତେବେଳେ ଟଙ୍କା ଫେରସ୍ତ କରାଯିବାର କୌଣସି ସମୟ ସୀମା ନଥିଲା, ଏବେ ଆମ ସରକାର ଏଥିରେ ପରିବର୍ତନ ଆଣିଛି । ଆମ ସରକାରକୁ ଏହି କାର୍ଯ୍ୟକୁ ୯୦ ଦିନ ଅର୍ଥାତ୍ ୩ ମାସ ଭିତରେ ହିଁ ସମ୍ପୂର୍ଣ୍ଣ କରିବାକୁ ପଡିବ, ଏହା ଆଇନ୍ତଃ ନିଷ୍ପତି ନିଆଯାଇଛି । ଅର୍ଥାତ୍ ଆମେ ସବୁ ବିପଦକୁ ଆମ ନିଜ ମୁଣ୍ଡ ଉପରକୁ ନେଇଛୁ । କାରଣ ଏହି ଦେଶର ସାଧାରଣ ନାଗରିକ, ଏହି ଦେଶର ମଧ୍ୟବିତ ଶ୍ରେଣୀର ନାଗରିକ, ଏହି ଦେଶର ଗରିବ ଶ୍ରେଣୀକୁ ନେଇ ଆମେ ଚିନ୍ତା କରୁଛୁ । ଏହାର ଅର୍ଥ ହେଉଛି ଯେ, ଯଦି ବ୍ୟାଙ୍କ ଦୁର୍ବଳ ହୋଇ ଯାଉଛି, ବ୍ୟାଙ୍କ ଯଦି ବନ୍ଦ ହେବା ସ୍ଥିତିରେ ଅଛି, ତା’ହେଲେ ୯୦ ଦିନ ଭିତରେ ଜମାକର୍ତାମାନଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ମିଳିଯିବ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଇନ୍ରେ ସଂଶୋଧନ କରାଯିବାର ୯୦ ଦିନ ଭିତରେ ହିଁ ହଜାର ହଜାର ଜମାକର୍ତାଙ୍କର ଦାବିର ସମାଧାନ କରାଯାଇ ସାରିଛି ।
ବନ୍ଧୁଗଣ,
ଆମେ ସମସ୍ତେ ବଡ ବଡ ବିଦ୍ୱାନ ବ୍ୟକ୍ତି, ବୁଦ୍ଧିମାନ ବ୍ୟକ୍ତି, ଅର୍ଥଶାସ୍ତ୍ରୀମାନେ ନିଜ ନିଜ ଢଙ୍ଗରେ କଥାମାନ କହିଥାନ୍ତି । ମୁଁ ମୋ ନିଜର ସିଧାସଳଖ ଭାଷାରେ କହୁଛି । ପ୍ରତ୍ୟେକ ଦେଶ ନିଜର ପ୍ରଗତି ଚାହିଁଥାଏ, ପ୍ରତ୍ୟେକ ଦେଶ ନିଜର ବିକାଶ ଚାହିଁଥାଏ । କିନ୍ତୁ ଆମକୁ ଏ କଥା ମନେ ରଖିବାକୁ ହେବ ଯେ ଦେଶର ସମୃଦ୍ଧିରେ ବ୍ୟାଙ୍କଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଆଉ ବ୍ୟାଙ୍କ ଗୁଡ଼ିକର ସମୃଦ୍ଧି ପାଇଁ ଜମାକର୍ତାଙ୍କର ଅର୍ଥ ମଧ୍ୟ ସୁରକ୍ଷିତ ରହିବା ମଧ୍ୟ ସେତିକି ଜରୁରୀ । ଆମକୁ ବ୍ୟାଙ୍କକୁ ଚଳାଇ ରଖିବାକୁ ଅଛି ତ ଆମକୁ ଜମାକର୍ତାମାନଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ପଡ଼ିବ । ଆଉ ଆମେ ଏହି କାମ କରି ବ୍ୟାଙ୍କକୁ ମଧ୍ୟ ସୁରକ୍ଷିତ କରିଛୁ । ଆମର ବ୍ୟାଙ୍କଗୁଡ଼ିକ ଜମାକର୍ତାଙ୍କ ସହିତ ଆମ ଅର୍ଥ ବ୍ୟବସ୍ଥା ନିମନ୍ତେ ମଧ୍ୟ ଭରସାର ପ୍ରତୀକ । ଏହି ଭରସା, ଏହି ବିଶ୍ୱାସକୁ ସଶକ୍ତ କରିବା ନିମେନ୍ତ ବିଗତ ବର୍ଷ ଗୁଡିକରେ ଆମେମାନେ ନିରନ୍ତର ପ୍ରୟାସ କରି ଆସୁଛୁ । ବିଗତ ବର୍ଷ ମାନଙ୍କରେ ଅନେକ ଛୋଟ ଛୋଟ ସରକାରୀ ବ୍ୟାଙ୍କକୁ ବଡ ବଡ଼ ବ୍ୟାଙ୍କଗୁଡିକଙ୍କ ସହିତ ମିଶ୍ରଣ କରି, ସେମାନଙ୍କର ସାମର୍ଥ୍ୟ, ଦକ୍ଷତା ଏବଂ ସ୍ୱଚ୍ଛତାକୁ ସବୁ ଦିଗରୁ ସଶକ୍ତ କରାଯାଇଛି । ଯେତେବେଳେ ଆର୍ବିଆଇ, ସମବାୟ ବ୍ୟାଙ୍କ ଗୁଡିକର ତଦାରଖ କରିବ, ତାହା ଦ୍ୱାରା ସେଗୁଡ଼ିକଙ୍କ ପ୍ରତି ମଧ୍ୟ ସାଧାରଣ ଜମାକର୍ତାଙ୍କର ଭରସା ଆହୁରି ବଢ଼ିଯିବ । ଆମେ ସମବାୟ/ କୋ ଅପରେଟିଭ୍ର ଏକ ନୂତନ ବ୍ୟବସ୍ଥା କରିଛୁ, ନୂତନ ମନ୍ତ୍ରଣାଳୟ ତିଆରି କରିଛୁ । ଏହା ପଛରେ ମଧ୍ୟ ସମବାୟ ସଂସ୍ଥାଗୁଡିକୁ ସୁଦୃଢ଼ କରିବା ନିମନ୍ତେ ଆମର ଉଦ୍ଦେଶ୍ୟ ରହିଛି । ସମବାୟ ମନ୍ତ୍ରଣାଳୟ ରୂପରେ ବିଶେଷ ବ୍ୟବସ୍ଥା ତିଆରି ହେବା ଦ୍ୱାରା ମଧ୍ୟ ସମବାୟ ବ୍ୟାଙ୍କଗୁଡିକ ଅଧିକ ସଶକ୍ତ ହୋଇ ପାରିବେ ।
ବନ୍ଧୁଗଣ,
ଦଶନ୍ଧି ଦଶନ୍ଧି ଧରି ଦେଶରେ ଏହି ଧାରଣା ସୃଷ୍ଟି ହୋଇ ଯାଇଥିଲା ଯେ ବ୍ୟାଙ୍କ କେବଳ ଅଧିକ ଟଙ୍କା ଥିବା ଲୋକମାନଙ୍କ ପାଇଁ ହୋଇଥାଏ । ଲାଗୁଥିଲା, ସତେ ଯେମିତି ଏହା ଧନୀ ଲୋକ ମାନଙ୍କର ଘର । ଯାହା ପାଖରେ ଅଧିକ ଅର୍ଥ ଅଛି, ସେ ହିଁ ଟଙ୍କା ଜମା କରିଥାଏ । ଯାହାର ବଡ ବ୍ୟବସାୟ ରହିଛି, ତାଙ୍କୁ ଶୀଘ୍ର ଏବଂ ଅଧିକ ପରିମାଣର ଋଣ ମିଳିଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଉଥିଲା ଯେ ପେନ୍ସନ୍ ଏବଂ ବୀମା ଭଳି ସୁବିଧାସୁଯୋଗ ମଧ୍ୟ ସେହିମାନଙ୍କ ପାଇଁ , ଯେଉଁମାନଙ୍କ ପାଖରେ ଟଙ୍କା ଅଛି, ଧନ ଅଛି । ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ନିମନ୍ତେ ଏହା ଠିକ୍ ନଥିଲା । ନା ଏ ବ୍ୟବସ୍ଥା ଠିକ୍, ନା ଏଭଳି ଚିନ୍ତାଧାରା ଠିକ୍ ଅଟେ । ଆଉ ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ ମଧ୍ୟ ଆମେ ନିରନ୍ତର ପ୍ରୟାସ କରି ଚାଲିଛୁ । ଆଜି କୃଷକ, ଛୋଟ ଦୋକାନୀ, କୃଷିକ୍ଷେତ୍ରର ଶ୍ରମିକ, ନିର୍ମାଣ କ୍ଷେତ୍ରରେ ଏବଂ ଘର ଘର ବୁଲି କାମ କରୁଥିବା ଶ୍ରମିକ ବନ୍ଧୁମାନଙ୍କୁ ମଧ୍ୟ ଅବସରକାଳୀନ ପ୍ରାପ୍ୟ ସୁବିଧା ସହିତ ସଂଯୋଗ କରାଯାଉଛି । ଆଜି ଦେଶର କୋଟି କୋଟି ଗରିବ ବ୍ୟକ୍ତିଙ୍କୁ ୨- ୨ ଲକ୍ଷ ଟଙ୍କାର ଦୁର୍ଘଟଣା ଏବଂ ଜୀବନ ବୀମାର ସୁରକ୍ଷା କବଚର ସୁବିଧା ମିଳୁଛି । ପିଏମ୍ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ ପ୍ରାୟ ୩୭ କୋଟି ଦେଶବାସୀ ଏହି ସୁରକ୍ଷା କବଚର ବଳୟ ଭିତରକୁ ଆସି ସାରିଛନ୍ତି । ଅର୍ଥାତ୍ ଗୋଟିଏ ଦୃଷ୍ଟିରୁ ଏବେ ଦେଶର ଆର୍ôଥକ କ୍ଷେତ୍ରର, ଦେଶର ବ୍ୟାଙ୍କିଂ କ୍ଷେତ୍ରର ଉଚିତ୍ ଭାବରେ ଗଣତାନ୍ତ୍ରିକୀକରଣ ହୋଇଛି ।
ବନ୍ଧୁଗଣ,
ଆମର ଏଠାରେ ସମସ୍ୟା କେବଳ ବ୍ୟାଙ୍କ ଜମାଖାତା ବା ଆକାଉଂଟକୁ ନେଇ ନଥିଲା, ବରଂ ଦୂର – ଦୂରାନ୍ତର ଗ୍ରାମରେ ବ୍ୟାଙ୍କିଂ ସେବା ପହଂଚାଇବାର ସମସ୍ୟା ମଧ୍ୟ ଥିଲା । ଆଜି ଦେଶରେ ପାଖାପାଖି ସମସ୍ତ ଗ୍ରାମରେ ୫ କିଲୋମିଟର ସୀମା ଭିତରେ ବ୍ୟାଙ୍କ ଶାଖା କିମ୍ବା ବ୍ୟାଙ୍କିଂ କରେସ୍ପଣ୍ଡେଂଟ/ ବାର୍ତାବହଙ୍କର ସୁବିଧା ପହଂଚି ସାରିଛି । ସମଗ୍ର ଦେଶରେ ଆଜି ପ୍ରାୟ ୮ ଲକ୍ଷ ବ୍ୟାଙ୍କିଂ ଟଚ୍ ପଏଂଟ ରହିଛି । ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଆମେ ଦେଶରେ ବ୍ୟାଙ୍କିଙ୍ଗ ଏବଂ ଆର୍ôଥକ ସମାବେଶକୁ ନୂତନ ଶିଖର ଦେଶରେ ପହଂଚାଇଛୁ । ଆଜି ଭାରତର ସାଧାରଣ ନାଗରିକ ଯେତେବେଳେ ଚାହିୁଁଛି, ଯେଉଁଠାରେ ବି ଚାହୁଁଛି, ସପ୍ତାହର ସାତ ଦିନଯାକ, ଦିନର ୨୪ ଘଂଟାଯାକ, ଛୋଟ ଛୋଟ ଦେଣନେଣ ମଧ୍ୟ ଡିଜିଟାଲ୍ ମାଧ୍ୟମରେ କରିି ପାରୁଛି । କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଏ ସମ୍ପର୍କରେ ଭାବିବା ତ ଦୂରର କଥା, ଭାରତର ସାମର୍ଥ୍ୟ ଉପରେ ଅବିଶ୍ୱାସ କରୁଥିବା ଲୋକମାନେ ମଧ୍ୟ ଏ କଥାକୁ ଥଟ୍ଟା ପରିହାସରେ ଟାଳି ଦେଉଥିଲେ ।
ବନ୍ଧୁଗଣ,
ଭାରତର ବ୍ୟାଙ୍କ ମାନଙ୍କର ସାମର୍ଥ୍ୟ, ଦେଶର ନାଗରିକ ମାନଙ୍କର ସାମର୍ଥ୍ୟ ଯେପରି ବୃଦ୍ଧି ପାଇବ, ସେ ବାବଦରେ ଆମ ସରକାର ନିରନ୍ତର ଭାବେ କାମ କରି ଚାଲିଛି । କେହି କ’ଣ କେବେ ଭାବିଥଲା ଯେ, ଫେରିବାଲା, ଠେଲାଗାଡ଼ିରେ ବେପାର କରୁଥିବା ଲୋକ, ଫେରି – ପଟରୀବାଲା, ରାସ୍ତାକଡ଼ରେ ବେପାର କରୁଥିବା ଲୋକଙ୍କୁ ମଧ୍ୟ ବ୍ୟାଙ୍କରୁ ଋଣ ମିଳି ପାରିବ? ନା ସେମାନେ ବି କେବେ ଭାବିଥିଲେ, ନା ଆମେମାନେ ବି କେବେ ଭାବି ପାରିବା! କିନ୍ତୁ ଆଜି ମୁଁ ଅତି ସନ୍ତୁଷ୍ଟିର ସହିତ କହି ପାରୁଛି ଯେ, ଆଜି ଏହିଭଳି ଲୋକମାନଙ୍କୁ ସ୍ୱନିଧି ଯୋଜନାରେ ଋଣ ଉପଲବ୍ଧ ହେଉଛି ଏବଂ ସେମାନେ ମଧ୍ୟ ନିଜର ବ୍ୟବସାୟକୁ ବଢ଼ାଉଛନ୍ତି । ଆଜି ମୁଦ୍ରା ଯୋଜନା, ଦେଶର ସେହି କ୍ଷେତ୍ର ସମୂହ, ସେହି ପରିବାରମାନଙ୍କୁ ବି ସ୍ୱରୋଜଗାର ସହିତ ସଂଯୋଗ କରୁଛି, ଯେଉଁମାନେ କେବେ ବି ଏ ସମ୍ପର୍କରେ ଚିନ୍ତା ସୁଦ୍ଧା କରି ନଥିଲେ । ଆପଣମାନେ ସମସ୍ତେ ଏହା ମଧ୍ୟ ଜାଣିଛନ୍ତି ଯେ ଆମର ଏଠାରେ ନାମମାତ୍ର ଚାଷୀ, ଆମ ଦେଶରେ ୮୫ ପ୍ରତିଶତ କୃଷକ ହେଉଛନ୍ତି ନାମମାତ୍ର ଚାଷୀ, ଯେଉଁମାନଙ୍କ ପାଖରେ ଖୁବ୍ କମ୍ ଜମି ରହିଛି । ଏତେ ସଂଖ୍ୟକ ବ୍ୟାଙ୍କ ହେବା ସତ୍ୱେ ଆମର ଛୋଟ୍ର ଚାଷୀମାନେ ବଜାରରୁ ତୃତୀୟ ପକ୍ଷଙ୍କଠାରୁ ବହୁତ ଅଧିକ ସୁଧ ହାରରେ ଋଣ ନେବା ପାଇଁ ବାଧ୍ୟ ହେଉଥିଲେ । ଆମେ ଏହିଭଳି କୋଟି କୋଟି ଚାଷୀଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛୁ ଏବଂ ଏହାର ପରିସରକୁ ଆମେ ମଧ୍ୟ ପଶୁପାଳକ ଏବଂ ମାଛଧରାଳୀମାନଙ୍କ ପର୍ଯ୍ୟନ୍ତ ବଢ଼ାଇ ଦେଇଛୁ । ଆଜି ବ୍ୟାଙ୍କ ଗୁଡିକରୁ ମିଳୁଥିବା ଏହି ଲକ୍ଷ ଲକ୍ଷ କୋଟି ଟଙ୍କାର ସହଜ ଏବଂ ଶସ୍ତା ଋଣ ଏହି ବନ୍ଧୁ ମାନଙ୍କର ଜୀବନକୁ ସହଜ କରି ପାରିଛି ।
ବନ୍ଧୁଗଣ,
ଅଧିକରୁ ଅଧିକ ଦେଶବାସୀଙ୍କୁ ଯଦି ବ୍ୟାଙ୍କ ସହିତ ଯୋଡିବାର ଅଛି, ବ୍ୟାଙ୍କ ଋଣ ସହଜରେ ଉପଲବ୍ଧ କରାଇବାର ଅଛି, ଯଦି ଡିଜିଟାଲ୍ ବ୍ୟାଙ୍କିଂ, ଡିଜିଟାଲ୍ ଦେୟର ଦ୍ରୁତ ଗତିରେ ସମ୍ପ୍ରସାରିତ କରିବାର ଅଛି, ଏମିତି ଅନେକ ଉପାୟ ଅଛି ଯାହା ୧୦୦ ବର୍ଷର ସବୁଠାରୁ ବଡ ବିପଦ ସମୟରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଚାରୁ ରୂପେ ଚଳାଇବା ନିମନ୍ତେ ସାହାଯ୍ୟ କରିଛି । ମୁଁ ବ୍ୟାଙ୍କର ପ୍ରତ୍ୟେକ ବନ୍ଧୁଙ୍କୁ ସଙ୍କଟ ସମୟରେ ଲୋକମାନଙ୍କୁ ଅସହାୟ ଭାନେ ଛାଡିଦେଇ ନ ଥିବାରୁ, ସେମାନଙ୍କର ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ସାବାସୀ ପ୍ରଦାନ କରୁଛି । ଯେତେବେଳେ ବିଶ୍ୱର ସମର୍ଥ ଦେଶମାନେ ନିଜର ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ଭାରତ ଦେଶର ପ୍ରାୟ ସବୁ ବର୍ଗଙ୍କ ନିକଟରେ ସିଧାସଳଖ ସାହାଯ୍ୟ ପହଂଚାଉ ଥିଲା । ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁ ସାମର୍ଥ୍ୟ ବିଗତ ବର୍ଷ ମାନଙ୍କରେ ଆମେ ବିକଶିତ କରିଛୁ, ସେହି ଆତ୍ମବିଶ୍ୱାସ କାରଣରୁ ଦେଶବାସୀଙ୍କ ଜୀବନ ବଂଚାଇବା ପାଇଁ ସରକାର ବଡ ବଡ ନିଷ୍ପତି ନେଇ ପାରିଛନ୍ତି । ଆଜି ଆମର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ଉନ୍ନତ ହେବାରେ ଲାଗିଛି, ତାହା ସହିତ ଆମେ ସମସ୍ତେ ଭବିଷ୍ୟତ ନିମନ୍ତେ ବହୁତ ସକାରାତ୍ମକ ସଙ୍କେତ ଦେଖି ପାରୁଛେ ।
ଭାଇ ଓ ଭଉଣୀମାନେ,
ଆର୍ôଥକ ଅନ୍ତର୍ଭୁକ୍ତିକରଣ ଏବଂ ସହଜରେ ଋଣ ଉପଲବ୍ଧତାର ସବୁଠାରୁ ବେଶୀ ଲାଭ ଯଦି ହୋଇଛି, ତେବେ ଆମ ଭଉଣୀମାନଙ୍କୁ ହୋଇଛି, ଆମ ମାଆମାନଙ୍କୁ ହୋଇଛି, ଆମ ଝିଅମାନଙ୍କୁ ହୋଇଛି । ଏହା ଦେଶର ଦୁର୍ଭାଗ୍ୟ ଥିଲା ଯେ ସ୍ୱାଧୀନତାର ଏତେ ଦଶନ୍ଧି ପର୍ଯ୍ୟନ୍ତ ଆମର ଅଧିକାଂଶ ଭଉଣୀ – ଝିଅମାନେ ଏହି ଲାଭରୁ ବଂଚିତ ରହିଥିଲେ । ସ୍ଥିତି ଏମିତି ଥିଲା ଯେ, ମା’ – ଭଉଣୀମାନେ ସେମାନଙ୍କର ସ୍ୱଳ୍ପ ଜମା ପୁଞ୍ଜିକୁ ରୋଷେଇ ଘରେ ରାସନ ଡବା ଭିତରେ ରଖୁଥିଲେ । ସେମାନଙ୍କ ପାଇଁ ଟଙ୍କା ରଖିବା ଜାଗା ସେହିସବୁ ସ୍ଥାନ ଥିଲା, ଶସ୍ୟ ଭିତରେ ରଖିବା, କିଛି ଲୋକ ତ ଏହାର ବି ପରିହାସ କରୁଥିଲେ । ଯେଉଁ ଜମା ପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ତିଆରି କରାଯାଇଛି, ତାହାର ଉପଯୋଗ ଦେଶର ଅଧା ଲୋକ କରି ପାରୁ ନଥିଲେ, ଯାହା ଆମ ପାଇଁ ବହୁତ ଚିନ୍ତାର ବିଷୟ ଥିଲା । ଜନଧନ ଯୋଜନା କାର୍ଯ୍ୟକାରୀ ହେବା ପଛରେ ଏହି ଚିନ୍ତା ସମାଧାନର ମଧ୍ୟ ମୁଖ୍ୟ ଭୂମିକା ଥିଲା । ଆଜି ଏହାର ସଫଳତା ସମସ୍ତଙ୍କ ସାମ୍ନାରେ ବିଦ୍ୟମାନ । ଜନଧନ ଯୋଜନା ଅଧୀନରେ ଖୋଲା ଯାଇଥିବା କୋଟି କୋଟି ବ୍ୟାଙ୍କ ଜମା ଖାତା ମଧ୍ୟରୁ ଅଧାରୁ ଅଧିକ ବ୍ୟାଙ୍କ ଜମା ଖାତା ଆମ ମାଆ – ଭଉଣୀ ମାନଙ୍କର ଅଟେ; ମହିଳା ମାନଙ୍କର ଅଟେ । ଏହି ଜମା ଖାତା ଗୁଡ଼ିକର ମହିଳା ମାନଙ୍କର ଆର୍ôଥକ ସଶକ୍ତିକରଣ ଉପରେ ଯେଉଁ ପ୍ରଭାବ ପଡିଛି, ତାହା ଆମେ ନିକଟରେ ପ୍ରକାଶିତ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଦେଖିବାକୁ ପାଇଛେ । ଏହି ସର୍ଭେ କରାଯିବା ବେଳକୁ ଦେଶରେ ପାଖାପାଖି ୮୦ ପ୍ରତିଶତ ମହିଳାଙ୍କ ପାଖରେ ନିଜର ବ୍ୟାଙ୍କ ଜମା ଖାତା ରହିଥିଲା । ସବୁଠାରୁ ବଡ କଥା ହେଲା, ଯେତେ ବ୍ୟାଙ୍କ ଆକାଉଂଟ ସହରୀ ମହିଳାମାନଙ୍କ ପାଇଁ ଖୋଲାଯାଇଛି, ପାଖାପାଖି ସେତିକି ସଂଖ୍ୟକ ଜମା ଖାତା ଗ୍ରାମୀଣ ମହିଳାମାନଙ୍କ ନିମନ୍ତେ ମଧ୍ୟ ହୋଇ ସାରିଛି । ଏହା ଦର୍ଶାଇଛି ଯେ ଯେତେବେଳେ ଭଲ ଯୋଜନା କାର୍ଯ୍ୟକାରୀ କରା ଯାଇଥାଏ, ସେତେବେଳେ ସମାଜରେ ଯେଉଁସବୁ ଅସମାନତା ରହିଥାଏ, ସେସବୁକୁ ଦୂର କରିବାରେ ମଧ୍ୟ ବହୁତ ବଡ ସାହାଯ୍ୟ ମିଳିଥାଏ । ନିଜର ବ୍ୟାଙ୍କ ଜମା ଖାତା ରହିବା ଫଳରେ ମହିଳାମାନଙ୍କ ମଧ୍ୟରେ ଆର୍ôଥକ ସଚେତନତା ବୃଦ୍ଧି ପାଇଛି, ପରିବାରରେ ଆର୍ଥିକ ନିଷ୍ପତି ନେବାରେ ସେମାନଙ୍କର ଭାଗିଦାରୀରେ ମଧ୍ୟ ବ୍ୟାପକତା ଦେଖା ଦେଇଛି । ଏବେ ପରିବାର ଯଦି କୌଣସି ନିଷ୍ପତି ନେଉଛି, ତେବେ ମାଆ – ଭଉଣୀଙ୍କୁ ବସାଇ ସେମାନଙ୍କର ମତାମତ ମଧ୍ୟ ନେଉଛି ।
ବନ୍ଧୁଗଣ,
ମୁଦ୍ରା ଯୋଜନାରେ ମଧ୍ୟ ପାଖାପାଖି ୭୦ ପ୍ରତିଶତ ଲାଭାର୍ଥୀ ମହିଳା ଅଟନ୍ତି । ଆମର ଏକଥା ମଧ୍ୟ ଅନୁଭବ ହୋଇଛି ଯେ ଯେତେବେଳେ ମହିଳାମାନଙ୍କୁ ଋଣ ଦିଆଯାଏ, ତାହାକୁ ଫେରାଇବା କ୍ଷେତ୍ରରେ ସେମାନଙ୍କର ଟ୍ରାକ୍ ରେକର୍ଡ ମଧ୍ୟ ପ୍ରଶଂସନୀୟ ଅଟେ । ଯଦି ସେମାନଙ୍କ ପାଇଁ ବୁଧବାର ଦିନ ଟଙ୍କା ଜମା କରିବାର ଶେଷ ତାରିଖ ଅଛି, ତେବେ ସେମାନେ ତାହା ଆଗରୁ ସୋମବାର ଦିନ ଟଙ୍କା ଜମା କରି ଦେଇଥାନ୍ତି । ସେହିଭଳି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଛି । ଏକ ପ୍ରକାର ଟଙ୍କାଏ – ଟଙ୍କାଏ କରି ଆମର ମାଆ ଏବଂ ଭଉଣୀମାନେ ଟଙ୍କା ଜମା କରି ଦେଇଥାନ୍ତି । ମୋର ବିଶ୍ୱାସ ଯେ, ସମସ୍ତଙ୍କର ପ୍ରୟାସ ଯୋଗୁଁ, ସମସ୍ତଙ୍କର ଭାଗିଦାରୀ ଯୋଗୁଁ, ଆର୍ôଥକ ସଶକ୍ତିକରଣର ଏହି ଅଭିଯାନ ବହୁତ ଦ୍ରୁତ ବେଗରେ ଆଗକୁ ବଢ଼ିବ । ଏବଂ ଆମେ ସମସ୍ତେ ଏହାକୁ ଆଗକୁ ବଢ଼େଇବା ।
ବନ୍ଧୁଗଣ,
ଆଜି ସମୟର ଆବଶ୍ୟକତା ହେଉଛି, ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ର, ଦେଶର ଲକ୍ଷ୍ୟକୁ ପ୍ରାପ୍ତ କରିବା କ୍ଷେତ୍ରରେ ପୂର୍ବାପେକ୍ଷା ସକ୍ରିୟତାର ସହିତ କାମ କରୁ । ଆଜାଦୀ କା ଅମୃତ ମହୋତ୍ସବରେ ପ୍ରତ୍ୟେକ ବ୍ୟାଙ୍କ ଶାଖା, ୭୫ ବର୍ଷ ମଧ୍ୟରେ ଯାହା କରିଛନ୍ତି, ସେହି ସମସ୍ତ ରେକର୍ଡକୁ ପଛରେ ପକାଇ ତାହାକୁ ଆଉ ଦେଢ଼ ଗୁଣା, ଦୁଇ ଗୁଣା କରିବାର ଲକ୍ଷ୍ୟ ନେଇ ଚାଲନ୍ତୁ । ଦେଖନ୍ତୁ ସ୍ଥିତିରେ ପରିବର୍ତନ ହେଉଛି କି ନାହିଁ । ପୁରୁଣା ଅନୁଭବ କାରଣରୁ, ଋଣ ଦେବା ନେଇ ଆପଣ ମାନଙ୍କର ଯେଉଁସବୁ ସମସ୍ୟା ରହିଛି, ଏବେ ସେଥିରୁ ବାହାରକୁ ବାହାରି ଆସିବା ଉଚିତ୍ । ଦେଶର ଦୂର ଦୂରାନ୍ତ ଅଂଚଳରେ, ଗାଁ – ପଡ଼ାରେ ବହୁତ ସଂଖ୍ୟାରେ ଦେଶବାସୀ, ନିଜର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ବ୍ୟାଙ୍କ ସହିତ ଯୋଡି ହେବାକୁ ଚାହୁଁଛନ୍ତି । ଯଦି ଆପଣମାନେ ଆଗକୁ ଆସି ଲୋକମାନଙ୍କୁ ସାହାଯ୍ୟ କରିବେ, ତେବେ ଅଧିକରୁ ଅଧିକ ଲୋକଙ୍କର ଆର୍ଥିକ ଶକ୍ତି ମଧ୍ୟ ବଢ଼ିବ ଏବଂ ସେଥିରେ ଆପଣ ମାନଙ୍କର ନିଜର ସାମର୍ଥ୍ୟ ମଧ୍ୟ ବୃଦ୍ଧି ହେବ । ଆପଣଙ୍କର ଏହି ପ୍ରୟାସ, ଦେଶକୁ ଆତ୍ମନିର୍ଭର କରିବାରେ, ଆମର ଲଘୁ ଉଦ୍ୟୋଗୀ, ମଧ୍ୟମ ବର୍ଗର ଯୁବ ଗୋଷ୍ଠୀଙ୍କୁ ଆଗକୁ ବଢ଼ାଇ ନେବାରେ ସାହାଯ୍ୟ କରିବ । ବ୍ୟାଙ୍କ ଏବଂ ଜମାକର୍ତା ମାନଙ୍କର ଭରସା ନୂତନ ଶିଖର ଛୁଇଁବ ଏବଂ ଆଜିର ଏହି ଅବସର କୋଟି କୋଟି ଜମାକର୍ତାଙ୍କ ମଧ୍ୟରେ ଏକ ନୂତନ ବିଶ୍ୱାସ ସୃଷ୍ଟି କରିବାର ଅବସର ଅଟେ । ଏବଂ ଏଥିରେ ବ୍ୟାଙ୍କର ବିପଦ ମୁଣ୍ଡାଇବାର ସାମର୍ଥ୍ୟ/ ରିସ୍କ ଟେକିଂ କାପାସିଟି ଅନେକ ଗୁଣରେ ବୃଦ୍ଧି ପାଇ ପାରିବ । ଏବେ ବ୍ୟାଙ୍କମାନଙ୍କ ନିମନ୍ତେ ମଧ୍ୟ ସୁଯୋଗ ଅଛି, ଜମାକର୍ତାମାନଙ୍କ ନିମନ୍ତେ ମଧ୍ୟ ସୁଯୋଗ ରହିଛି । ଏଭଳି ଶୁଭ ଅବସରରେ ମୋର ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭ କାମନା । ବହୁତ ବହୁତ ଶୁଭ କାମନା! ଧନ୍ୟବାଦ!
SSP
Speaking at the “Depositors First: Guaranteed Time-bound Deposit Insurance Payment up to Rs. 5 Lakh” programme. https://t.co/rIGzweiEiV
— Narendra Modi (@narendramodi) December 12, 2021
आज देश के लिए बैंकिंग सेक्टर के लिए और देश के करोड़ों बैंक अकाउंट होल्डर्स के लिए बहुत महत्वपूर्ण दिन है।
— PMO India (@PMOIndia) December 12, 2021
दशकों से चली आ रही एक बड़ी समस्या का कैसे समाधान निकाला गया है, आज का दिन उसका साक्षी बन रहा है: PM @narendramodi
आज के आयोजन का जो नाम दिया गया है उसमें Depositors First की भावना को सबसे पहले रखना, इसे और सटीक बना रहा है।
— PMO India (@PMOIndia) December 12, 2021
बीते कुछ दिनों में एक लाख से ज्यादा Depositors को बरसों से फंसा हुआ उनका पैसा वापस मिला है।
ये राशि 1300 करोड़ रुपए से भी ज्यादा है: PM @narendramodi
कोई भी देश समस्याओं का समय पर समाधान करके ही उन्हें विकराल होने से बचा सकता है।
— PMO India (@PMOIndia) December 12, 2021
लेकिन वर्षों तक एक प्रवृत्ति रही की समस्याओं को टाल दो।
आज का नया भारत, समस्याओं के समाधान पर जोर लगाता है, आज भारत समस्याओं को टालता नहीं है: PM @narendramodi
हमारे देश में बैंक डिपॉजिटर्स के लिए इंश्योरेंस की व्यवस्था 60 के दशक में बनाई गई थी।
— PMO India (@PMOIndia) December 12, 2021
पहले बैंक में जमा रकम में से सिर्फ 50 हजार रुपए तक की राशि पर ही गारंटी थी।
फिर इसे बढ़ाकर एक लाख रुपए कर दिया गया था: PM @narendramodi
यानि अगर बैंक डूबा, तो Depositors को, जमाकर्ताओं को सिर्फ एक लाख रुपए तक ही मिलने का प्रावधान था।
— PMO India (@PMOIndia) December 12, 2021
ये पैसे भी कब मिलेंगे, इसकी कोई समय सीमा नहीं तय थी।
गरीब की चिंता को समझते हुए, मध्यम वर्ग की चिंता को समझते हुए हमने इस राशि को बढ़ाकर फिर 5 लाख रुपए कर दिया: PM @narendramodi
कानून में संसोधन करके एक और समस्या का समाधान करने की कोशिश की है।
— PMO India (@PMOIndia) December 12, 2021
पहले जहां पैसा वापसी की कोई समयसीमा नहीं थी, अब हमारी सरकार ने इसे 90 दिन यानि 3 महीने के भीतर अऩिवार्य किया है।
यानि बैंक डूबने की स्थिति में भी, 90 दिन के भीतर जमाकर्ताओं को उनका पैसा वापस मिल जाएगा: PM
देश की समृद्धि में बैंकों की बड़ी भूमिका है।
— PMO India (@PMOIndia) December 12, 2021
और बैंकों की समृद्धि के लिए Depositors का पैसा सुरक्षित होना उतना ही जरूरी है।
हमें बैंक बचाने हैं तो Depositors को सुरक्षा देनी ही होगी: PM @narendramodi
बीते वर्षों में अनेक छोटे सरकारी बैंकों को बड़े बैंकों के साथ मर्ज करके, उनकी कैपेसिटी, कैपेबिलिटी और ट्रांसपेरेंसी, हर प्रकार से सशक्त की गई है।
— PMO India (@PMOIndia) December 12, 2021
जब RBI, को-ऑपरेटिव बैंकों की निगरानी करेगा तो, उससे भी इनके प्रति सामान्य जमाकर्ता का भरोसा और बढ़ेगा: PM @narendramodi
हमारे यहां समस्या सिर्फ बैंक अकाउंट की ही नहीं थी, बल्कि दूर-सुदूर तक गांवों में बैंकिंग सेवाएं पहुंचाने की भी थी।
— PMO India (@PMOIndia) December 12, 2021
आज देश के करीब-करीब हर गांव में 5 किलोमीटर के दायरे में बैंक ब्रांच या बैंकिंग कॉरस्पोंडेंट की सुविधा पहुंच चुकी है: PM @narendramodi
आज भारत का सामान्य नागरिक कभी भी, कहीं भी, सातों दिन, 24 घंटे, छोटे से छोटा लेनदेन भी डिजिटली कर पा रहा है।
— PMO India (@PMOIndia) December 12, 2021
कुछ साल पहले तक इस बारे में सोचना तो दूर, भारत के सामर्थ्य पर अविश्वास करने वाले लोग इसका मज़ाक उड़ाते फिरते थे: PM @narendramodi
ऐसे अनेक सुधार हैं जिन्होंने 100 साल की सबसे बड़ी आपदा में भी भारत के बैंकिंग सिस्टम को सुचारु रूप से चलाने में मदद की है।
— PMO India (@PMOIndia) December 12, 2021
जब दुनिया के समर्थ देश भी अपने नागरिकों तक मदद पहुंचाने में संघर्ष कर रहे थे, तब भारत ने तेज़ गति से देश के करीब-करीब हर वर्ग तक सीधी मदद पहुंचाई: PM
जनधन योजना के तहत खुले करोड़ों बैंक अकाउंट्स में से आधे से अधिक महिलाओं के ही हैं।
— PMO India (@PMOIndia) December 12, 2021
इन बैंक अकाउंट्स का महिलाओं के आर्थिक सशक्तिकरण पर जो असर हुआ है, वो हमने हाल में आए नेशनल फैमिली हेल्थ सर्वे में भी देखा है: PM @narendramodi
बैंकिंग सेक्टर में Depositors First की भावना को सबसे पहले रखना मौजूदा सरकार की प्राथमिकता रही है। बीते कुछ दिनों में एक लाख से ज्यादा Depositors को बरसों से फंसा पैसा वापस मिला है। करीब 3 लाख ऐसे और Depositors को भी उनका पैसा वापस मिलने जा रहा है, ये अपने आप में बड़ी बात है। pic.twitter.com/o7FEMBZlvA
— Narendra Modi (@narendramodi) December 12, 2021
आज का नया भारत समस्याओं के समाधान पर जोर लगाता है, समस्याओं को टालता नहीं है। pic.twitter.com/5kjATtgT5k
— Narendra Modi (@narendramodi) December 12, 2021
पहले बैंक में जमा रकम में से सिर्फ 50 हजार रुपये तक की राशि पर ही गारंटी थी। फिर इसे बढ़ाकर एक लाख रुपये कर दिया गया था। गरीब और मध्यम वर्ग की चिंता को समझते हुए हमने इसे 5 लाख रुपये कर दिया है। इतना व्यापक सुरक्षा कवच तो विकसित देशों में भी नहीं है। pic.twitter.com/Z8TpQr9ME6
— Narendra Modi (@narendramodi) December 12, 2021
Financial Inclusion और Ease of Access to Credit का सबसे बड़ा लाभ अगर हुआ है, तो हमारी बहनों और बेटियों को हुआ है। pic.twitter.com/B96v8vZ38U
— Narendra Modi (@narendramodi) December 12, 2021