ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଆଜି ରାତିରେ ସେ ଦିଲ୍ଲୀ ଅଭିମୁଖେ ଫେରିବା ପୂର୍ବରୁ ସେ ବ୍ୟାଂକକରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଭିଏତନାମ ପ୍ରଧାନମନ୍ତ୍ରୀ ନୁଏନ ସୁଆନ ଫୁକ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହିତ ବୈଠକରେ ମଧ୍ୟ ଯୋଗ ଦେବେ ।
ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ଭାଗିଦାରୀ ବା ଆରସିଇପିରେ ଭାରତ ପକ୍ଷରୁ ପ୍ରସ୍ତାବ ରଖିବେ । ଆରସିଇପି ହେଉଛି ଏକ ବ୍ୟାପକ ମୁକ୍ତ ବ୍ୟବସାୟିକ ବୁଝାମଣା, ଯେଉଁଥିରେ ଆସିଆନର 10ଟି ସଦସ୍ୟ ରାଷ୍ଟ୍ର ଏବଂ ଆସିଆନର ମୁକ୍ତ ବ୍ୟବସାୟିକ ବୁଝାମଣାର ଅଂଶୀଦାର-ଅଷ୍ଟ୍ରେଲିଆ, ଚୀନ, ଭାରତ, ଜାପାନ, କୋରିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଲୋଚନା କରାଯାଉଛି ।
ଭାରତ ଆରସିଇପି ବ୍ୟବସାୟିକ ବୁଝାମଣାରେ ସାମିଲ ନହେବା ନେଇ ରହିଥିବା ଧାରଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୂର କରିବେ । ବ୍ୟାଂକକ ପୋଷ୍ଟକୁ ଦେଇଥିବା ଏକ ବିସ୍ତୃତ ସାକ୍ଷାତକାରରେ ସେ କହିଥିଲେ ଯେ ବର୍ତ୍ତମାନର ଆରସିଇପି ଆଲୋଚନାର ବ୍ୟାପକ ଏବଂ ସନ୍ତୁଳିତ ପରିଣାମ ପ୍ରତି ଭାରତ ନିରନ୍ତର ସମର୍ପିତ, କିନ୍ତୁ ଭାରତ ଏହାର ସୁଖଦ ପରିଣାମ ଚାହିଁବ ।
ସେ କହିଥିଲେ ଯେ ଅସ୍ଥିର ବ୍ୟବସାୟିକ କ୍ଷତି ବିଷୟରେ ଭାରତର ଉଦବେଗକୁ ସମାଧାନ କରିବା ଗୁରୁତ୍ୱପୂର୍ଣ୍ଣ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ପକ୍ଷ ପାଇଁ ଲାଭଦାୟକ ଆରସିଇପି ଦ୍ୱାରା ଭାରତ ସହିତ ଆଲୋଚନାର ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥସାଧିତ ହୋଇପାରିବ ।
ଆରସିଇପି ଆଲୋଚନା 2012ରେ କାମ୍ବୋଡିଆରେ ଆରମ୍ଭ ହୋଇଥିଲା, ଯେଉଁଥିରେ ବସ୍ତୁ ଏବଂ ସେବାର ବ୍ୟବସାୟ, ନିବେଶ, ବଜାର ପହଁଚ, ଆର୍ଥିକ ସହଯୋଗ, ବୌଦ୍ଧିକ ସମ୍ପତ୍ତି ଏବଂ ଇ-କମର୍ସ ସାମିଲ ରହିଛି ।
Coming together for a better future for our planet.
— Narendra Modi (@narendramodi) November 4, 2019
Today’s East Asia Summit was characterised by fruitful deliberations on ways to mitigate various global challenges. pic.twitter.com/nNS7cTaeY6
Attended the meeting on RCEP in Bangkok earlier today. pic.twitter.com/7e0AI3u1pQ
— Narendra Modi (@narendramodi) November 4, 2019