ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ‘ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ୱାସ’ ସଂକଳ୍ପ ସହିତ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ଲଗାତାର ପ୍ରୟାସ କରି ଆସୁଛି । ଏହି ଉଦ୍ଦେଶ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟକରିବା ପରିସ୍ଥିତି ବିଲ, 2019ର ସଂହିତାକୁ ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହା ମାଧ୍ୟମରେ ବିଲରେ ଶ୍ରମିକମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳୀର ପରିସ୍ଥିତି ସମ୍ବନ୍ଧୀୟ ବ୍ୟବସ୍ଥା ଗୁଡ଼ିକୁ ବର୍ତ୍ତମାନ ତୁଳନାରେ ଅନେକ ଗୁଣରେ ଉନ୍ନତ କରାଯାଇପାରିବ ।
ନୂତନ ସଂହିତା ମାଧ୍ୟମରେ 13ଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଶ୍ରମ ଆଇନର ନିମ୍ନଲିଖିତ ବ୍ୟବସ୍ଥାଗୁଡ଼ିକୁ ଏକ ସଙ୍ଗେ ମିଶାଇ, ସରଳ ଓ ଯୁକ୍ତିସଂଗତ କରାଯାଇଛି :
• କାରଖାନା ଅଧିନିୟମ 1948;
• ଖଣି ଆଇନ 1952, ବନ୍ଦର ଶ୍ରମିକ (ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ) ଆଇନ, 1986;
• ଭବନ ଓ ଅନ୍ୟ ନିର୍ମାଣ କାର୍ଯ୍ୟ (ନିଯୁକ୍ତି ନିୟମ ଏବଂ ସେବା ସର୍ତ ଆଇନ) ଆଇନ 1996
• ବଗିଚା ଶ୍ରମିକ ଆଇନ 1951;
• ଠିକା ଶ୍ରମିକ (ନିୟନ୍ତ୍ରଣ ଏବଂ ଉଚ୍ଛେଦ) ଆଇନ, 1970;
• ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଏବଂ ସେବା ସର୍ତ) ଆଇନ 1979;
• କାର୍ଯ୍ୟରତ ସାମ୍ବାଦିକ ଏବଂ ଅନ୍ୟ ସମ୍ବାଦପତ୍ର କର୍ମଚାରୀ (ସେବା ସର୍ତ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା) ଆଇନ 1955;
• କାର୍ଯ୍ୟରତ ସାମ୍ବାଦିକ (ନିର୍ଦ୍ଧାରିତ ବେତନ ଦର) ଆଇନ 1958;
• ମୋଟର ପରିବହନ କର୍ମଚାରୀ ଆଇନ 1961;
• ବିକ୍ରୟ ପ୍ରୋତ୍ସାହନ କର୍ମଚାରୀ (ସେବା ସର୍ତ) ଆଇନ 1976;
• ବିଡ଼ି ଓ ସିଗାରେଟ ଶ୍ରମିକ (ନିଯୁକ୍ତି ସର୍ତ) ଆଇନ 1966 ଏବଂ
• ସିନେମା କର୍ମଚାରୀ ଓ ସିନେମା ଥିଏଟର କର୍ମଚାରୀ ଆଇନ 1981 ।
• ନୂତନ ସଂହିତା ଲାଗୁ ହେବା ପରେ ଉପରୋକ୍ତ ସମସ୍ତ ଆଇନ ଏହି ସଂହିତାରେ ମିଶିଯିବ ଏବଂ ପୃଥକ ଭାବେ ଏଗୁଡ଼ିକର ଅସ୍ତିତ୍ୱ ରହିବ ନାହିଁ ।
ଲାଭ :
ସୁରକ୍ଷା, ସ୍ୱାସ୍ଥ୍ୟ ସୁବିଧା ଏବଂ କର୍ମସ୍ଥଳୀରେ କାର୍ଯ୍ୟ କରିବା ଲାଗି ସ୍ଥିତି ଉନ୍ନତ ହେଲେ ଶ୍ରମିକମାନଙ୍କ କଲ୍ୟାଣ ସାଧିତ ହେବା ସହିତ ଦେଶର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । ଦେଶରେ ଉନ୍ନତ ଶ୍ରମଶକ୍ତି ଅଧିକ ଉତ୍ପାଦନକାରୀ ହେବ ତଥା କର୍ମସ୍ଥଳୀରେ ସୁରକ୍ଷାର ଉତମ ବ୍ୟବସ୍ଥା ହେବା ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବ । ଯାହା କର୍ମଚାରୀଙ୍କ ସହିତ ନିଯୁକ୍ତିଦାତାଙ୍କ ପାଇଁ ମଧ୍ୟ ଲାଭଜନକ ହେବ । ଦେଶର ଶ୍ରମଶକ୍ତି ଲାଗି ସୁସ୍ଥ ଏବଂ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଉପଲବ୍ଧ କରାଇବା ଉଦେ୍ଦଶ୍ୟରେ ନୂତନ ଶ୍ରମ ସଂହିତାର ପରିଧିକୁ ବର୍ତ୍ତମାନର 9ଟି ବଡ଼ ଶିଳ୍ପ କ୍ଷେତ୍ରରୁ ବୃଦ୍ଧି କରାଯାଇ 10 କିମ୍ବା ଏହାଠାରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିବା ସମସ୍ତ ଶିଳ୍ପ ପ୍ରତିଷ୍ଠାନରେ ଲାଗୁ କରାଯାଇଛି ।
**********