ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (27.07.2016) ଟେଲିଫୋନ ଯୋଗେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଶ୍ରୀମତୀ ମେ’ ନୂତନ ଭାବେ ଗ୍ରହଣ କରିଥିବା ଦାୟିତ୍ୱ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଗତ ନଭେମ୍ବରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବ୍ରିଟେନ୍ ଗସ୍ତ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି ପ୍ରତିବଦ୍ଧତା ପ୍ରକଟ କରିଥିଲେ । ବିଭିନ୍ନ ଆନ୍ତର୍ଜାତିକ ଅନୁଷ୍ଠାନରେ ଭାରତକୁ ବ୍ରିଟେନର ସମର୍ଥନ ନେଇ ସେ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀମତୀ ମେ’ଶ୍ରୀ ମୋଦୀଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି । ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ଏବଂ ବୈଶ୍ଵିକ ଚାଲେଞ୍ଜଗୁଡିକର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସହ ସେ ଘନିଷ୍ଠ ଭାବେ କାର୍ଯ୍ୟ କରିବେ ବୋଲି ଏହି ଅବସରରେ ଶ୍ରୀମତୀ ମେ କହିଥିଲେ ।
On Tuesday, PM @narendramodi had a telephonic conversation with PM @theresa_may. He congratulated PM May on assuming her new responsibility.
— PMO India (@PMOIndia) 27 July 2016
PM @narendramodi recalled his visit to UK last November & affirmed India’s commitment to further strengthen the strategic partnership.
— PMO India (@PMOIndia) 27 July 2016
Prime Minister @narendramodi also appreciated UK’s consistent support to India in various global fora.
— PMO India (@PMOIndia) 27 July 2016