Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ଦେଶ ମଧ୍ୟରେ କ୍ଷେତ୍ରୀୟ ବିମାନ ଚଳାଚଳ ସହଭାଗୀତା ଲାଗି ବୁଝାମଣାପତ୍ରରେ ସ୍ୱାକ୍ଷର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବ୍ରିକ୍ସ ଦେଶଗୁଡ଼ିକରେ ଆଞ୍ଚଳିକ ବିମାନ ଚଳାଚଳ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି ।

ପ୍ରମୁଖ ବିଶେଷତ୍ୱ :

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଲାଗି ସଂସ୍ଥାଗତ ଢାଞ୍ଚା ପ୍ରତିଷ୍ଠା କରାଯିବା ଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକୁ ଲାଭ ମିଳିପାରିବ । ସହଯୋଗ ପାଇଁ ନିମ୍ନଲିଖିତ କ୍ଷେତ୍ର ଚିହ୍ନଟ କରାଯାଇଛି :

• କ୍ଷେତ୍ରୀୟ ସେବାରେ ସାର୍ବଜନୀନ ନୀତି ଏବଂ ଶ୍ରେଷ୍ଠ ବ୍ୟବହାର

• କ୍ଷେତ୍ରୀୟ ବିମାନ ବନ୍ଦର ।

• ବିମାନ ବନ୍ଦର ଭିତ୍ତିଭୂମି ପରିଚାଳନା ଏବଂ AIR ନେଭିଗେସନ ସେବା ।

• ନିୟାମକ ଏଜେନ୍ସିଗୁଡ଼ିକ ମଧ୍ୟରେ ବୈଷୟିକ ସହଯୋଗ ।

• ନବସୃଜନ

• ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବାର୍ତ୍ତାଳାପ ସହିତ ପରିବେଶ ନିରନ୍ତରତା ।

• ଯୋଗ୍ୟତା ଏବଂ ପ୍ରଶିକ୍ଷଣ

• ପାରସ୍ପରିକ ଭାବେ ନିର୍ଦ୍ଧାରିତ ଅନ୍ୟ କ୍ଷେତ୍ର

ପ୍ରଭାବ :

ଏହି ବୁଝାମଣା ପତ୍ରରେ ଭାରତ ଏବଂ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବେସାମରିକ ବିମାନ ଚଳାଚଳ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟ, ନିବେଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନ-ପ୍ରଦାନ ବୃଦ୍ଧି କରିବାର କ୍ଷମତା ରହିଛି ।