Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି


ମହାମହିମ ରାଷ୍ଟ୍ରପତି ମିସେଲ ତେମେର, ଗଣମାଧ୍ୟମ ପ୍ରତିନିଧି ଏବଂ ବନ୍ଧୁଗଣ,

ବ୍ରାଜିଲ ରାଷ୍ଟ୍ରପତି ମିସେଲ ତେମେରଙ୍କୁ ଭାରତରେ ସ୍ଵାଗତ କରି ମୁଁ ନିଜକୁ ସମ୍ମାନିତ ମନେ କରୁଛି । ତାଙ୍କର ପ୍ରଥମ ଭାରତ ଗସ୍ତରେ ଗୋଆର ପ୍ରଚଳିତ ପୋର୍ତ୍ତୁଗୀଜ ସାଂସ୍କୃତିକ ଐତିହ୍ୟ ଅଂଶବିଶେଷ ହୋଇପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଭୌଗଳିକ କ୍ଷେତ୍ରାନୁଯାୟୀ ଭିନ୍ନ ହୋଇଥିଲେ ମଧ୍ୟ, ଭାରତ ଓ ବ୍ରାଜିଲ ଗଣତନ୍ତ୍ରର ନୀତି, ଆଇନଗତ ବ୍ୟବସ୍ଥା, ପରସ୍ପର ସହଯୋଗୀ ହୋଇଥିବା ବେଳେ ବିକାଶ, ଶାନ୍ତି ଏବଂ ସମୃଦ୍ଧିର ଉଚ୍ଚାଭିଳାଷ ରଖିଛନ୍ତି। ଜଣେ ଅଗ୍ରଣୀ ସାମ୍ବିଧାନିକ ବିଶେଷଜ୍ଞ ଭାବେ ରାଷ୍ଟ୍ରପତି ତେମେର ଏହା ଉପଲବ୍ଧି କରିଥାନ୍ତି ଏବଂ ପ୍ରଶଂସା ବି କରିଥାନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ଦଶନ୍ଧି ଧରି ଥିବା ଗୁରୁତ୍ଵପୂର୍ଣ୍ଣ ଭାଗୀଦାରିତାର ପ୍ରତୀକ ଭାବେ ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନିଆଯାଇପାରେ। ଏହି ଦଶ ବର୍ଷ ମଧ୍ୟରେ ବିଶ୍ଵରେ ବହୁ ପରିବର୍ତ୍ତନ ଆସିଛି। ଭାରତ ଓ ବ୍ର।ଜିଲ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ଅପେକ୍ଷାକୃତ କମ ହୋଇପାରିଛି। ପ୍ରତି ସ୍ତରରେ ଆମେ ପାରସ୍ପରିକ ଭାବ ବୃଦ୍ଧି କରିପାରିଛୁ। ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗକୁ ଦୁଇ ଦେଶ ପାଇଁ ଥିବା ଦ୍ଵିପାକ୍ଷିକ ପ୍ରସଙ୍ଗରେ ରୂପାନ୍ତରିତ କରିବା ଦିଗରେ ହାତ ମିଳାଇପାରିଛୁ। 2014 ମସିହାର ମୋର ବ୍ରାଜିଲ ଗସ୍ତକୁ ମୁଁ ଏବେ ଉଦ୍ଦୀପନାର ସହ ମନେ ପକାଇପାରୁଛି। ମୁଁ ଦାୟିତ୍ଵ ଗ୍ରହଣ କରିବା ପରେ ଏସିଆ ବାହାରକୁ ଏହା ଥିଲା ମୋର ପ୍ରଥମ ଗସ୍ତ। ବ୍ରାଜିଲରେ ଥିବା ଆମ ବନ୍ଧୁମାନଙ୍କର ଭାରତ ପ୍ରତି ଥିବା ଉଦ୍ଦୀପନାକୁ ମୁଁ ସମ୍ପୁର୍ଣ୍ଣ ଭାବେ ଅନୁଭବ କରିପାରିଥିଲି। ମହାମହିମ ରାଷ୍ଟ୍ରପତି ତାଙ୍କର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରିବା ପରେ ଲାଟିନ ଆମେରିକା ବାହାରକୁ ପ୍ରଥମ ରାଷ୍ଟ୍ର ଭାବେ ଭାରତ ଗସ୍ତ କରିବାକୁ ପସନ୍ଦ କରିଛନ୍ତି। ଆପଣଙ୍କ ଗସ୍ତ ଦୁଇ ରାଷ୍ଟ୍ରର ଦ୍ଵିପାକ୍ଷିକ ସମ୍ପର୍କକୁ ପ୍ରତିଫଳିତ କରୁଛି। ଆଜି ସକାଳର ଫଳପ୍ରଦ ଆଲୋଚନାରୁ ଏହା ସୁସ୍ପଷ୍ଟ।

ବନ୍ଧୁଗଣ,

ରାଷ୍ଟ୍ରପତି ତେମେର ଏବଂ ମୁଁ ଦ୍ଵିପାକ୍ଷିକ ସହଯୋଗକୁ ସମ୍ପୁର୍ଣ୍ଣ ଭାବେ ସମୀକ୍ଷା କରିଛୁ। ବିକାଶର ସମ୍ଭାବ୍ୟତାକୁ ଲକ୍ଷ୍ୟ କରି ଆମେ ସହଯୋଗକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀତାକୁ ଦୃଢ଼ୀକରଣ କରିବା ଆମର ଲକ୍ଷ୍ୟ। ଲାଟିନ ଆମେରିକାରେ ବ୍ରାଜିଲ ଆମର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅର୍ଥନୈତିକ ସହଯୋଗୀ। ମୁଁ ଅତ୍ୟନ୍ତ ଆନନ୍ଦର ସହ ଏହି ସୂଚନା ଦେଉଛି ଯେ ଭାରତ ଓ ବ୍ରାଜିଲ ଦ୍ଵିପାକ୍ଷିକ ନିବେଶ ବୁଝାମଣାର ଚିଠା ଚୂଡ଼ାନ୍ତ କରିଛନ୍ତି। ଦ୍ଵିପାକ୍ଷିକ ବ୍ୟବସାୟ ଏବଂ ନିବେଶକୁ ଏହା ଆବଶ୍ୟକ ଅନୁଯାୟୀ ତ୍ଵରାନ୍ୱିତ କରିବ। ବ୍ରାଜିଲର ଘରୋଇ ଅର୍ଥନୈତିକ କାର୍ଯ୍ୟସୂଚୀକୁ ପୁନରୁଜ୍ଜୀବିତ କରିବାକୁ ରାଷ୍ଟ୍ରପତି ତେମେର ଅଗ୍ରାଧିକାର ଦେଉଥିବା ଆମେ ଲକ୍ଷ୍ୟ କରିଛୁ। ଏହି କ୍ଷେତ୍ରରେ ଭାରତ ଗୁରୁତ୍ଵପୂର୍ଣ୍ଣ ସହଯୋଗୀ ହୋଇପାରିବ। ବ୍ରାଜିଲର କମ୍ପାନୀମାନଙ୍କୁ ଭାରତ ଆସି ନିବେଶ କରିବା ସହ ଦୀର୍ଘକାଳୀନ ବ୍ୟବସାୟିକ ସହଯୋଗୀ ହେବାକୁ ମୁଁ ଅନୁରୋଧ କରୁଛି। ରାଷ୍ଟ୍ରପତି ତେମେର ଏବଂ ମୁଁ ଏବେ ଆମ ସିଇଓ ମାନଙ୍କୁ ଭେଟି ସେମାନଙ୍କ ମତ ଶୁଣିଛୁ। ବାସ୍ତବ ସହଯୋଗକୁ ଆଗେଇ ନେବା ଦିଗରେ ସେମାନେ ନେଉଥିବା ପଦକ୍ଷେପକୁ ମୁଁ ପ୍ରୋତ୍ସାହନ ଦେଇଛି। ଆମେ ଏହାକୁ ସମ୍ପୁର୍ଣ୍ଣ ଭାବେ ସମର୍ଥନ କରୁଛୁ।

ଭାରତୀୟ କମ୍ପାନି ଓ ଉତ୍ପାଦକୁ ବ୍ରାଜିଲରେ ଅଧିକ ବଜାର ଏବଂ ନିବେଶ ସୁଯୋଗ ଦେବାକୁ ମୁଁ ରାଷ୍ଟ୍ରପତି ତେମେରଙ୍କ ସହଯୋଗ ଲୋଡ଼ିଛି। ରାଷ୍ଟ୍ରପତିଙ୍କ ତେମେରଙ୍କୁ ସକରାତ୍ମକ ସଯତ୍ନ ଭାବନା ପ୍ରତି ମୁଁ କୃତଜ୍ଞ। ନିଶା ନିୟନ୍ତ୍ରଣ, କୃଷି ଗବେଷଣା ଏବଂ ସାଇବର ନିରାପତ୍ତା ଆଦି ନୂତନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଆମେ ନିଷ୍ପତ୍ତି ନେଇଛୁ। ଗୁରୁତ୍ଵପୂର୍ଣ୍ଣ ଆନ୍ତର୍ଜାତିକ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଦୃଢ଼ ତଥା ତ୍ଵରାନ୍ୱିତ କରିବାକୁ ମଧ୍ୟ ରାଷ୍ଟ୍ରପତି ତେମେର ଓ ମୁଁ ନିଷ୍ପତ୍ତି ନେଇଛୁ। ଆମ କାର୍ଯ୍ୟଧାରାର ଢଙ୍ଗ ଓ ମନୋବୃତ୍ତିରେ ସାମଞ୍ଜସ୍ୟ ଅଛି। ଜାତିସଂଘ, ଜି-20, ଜି-4, ଡବ୍ଲ୍ୟୁଟିଓ, ବ୍ରିକ୍ସ ଏବଂ ଆଇବିଏସ୍ଏ ଭଳି ଗୁରୁତ୍ଵପୂର୍ଣ୍ଣ ପ୍ଲାଟଫର୍ମରେ ଆମେ ଏକ ହୋଇ କାମ କରିବୁ।

ମହାମହିମ,

ଆତଙ୍କବାଦ ବିରୋଧରେ ଭାରତ ଲଢ଼େଇକୁ ବ୍ରାଜିଲର ସମର୍ଥନକୁ ମୁଁ ପ୍ରଗାଢ଼ ପ୍ରଶଂସା କରୁଛି। ବିନା କୌଣସି ପାତରଅନ୍ତର ଓ ମତାନ୍ତରରେ ବିଶ୍ଵ ଏହି କ୍ଷେତ୍ରରେ ଏକ ହୋଇ ଲଢ଼େଇ କରିବା ଉଚିତ ବୋଲି ଆମେ ଅନୁଭବ କରୁଛୁ। ଜାତିସଂଘରେ ଆନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ବ୍ୟାପକୁ ଚୁକ୍ତିନାମା (ସିସିଆଇଟି)କୁ ଗ୍ରହଣ କରିବା ଦିଗରେ ବ୍ରାଜିଲ ଓ ଭାରତ ଏକତ୍ର ହୋଇ କାର୍ଯ୍ୟ କରିବେ। ପରମାଣୁ ଯୋଗାଣକାରୀ ଗୋଷ୍ଠୀ(NSG)ରେ ଭାରତର ସଦସ୍ୟତା ଦାବିକୁ ବୁଝିପାରିଥିବାରୁ ବ୍ରାଜିଲକୁ ଆମେ ଧନ୍ୟବାଦ ଜଣାଉଛୁ ।

ମହାମହିମ, ବନ୍ଧୁଗଣ,

ଉଭୟ ଦ୍ଵିପାକ୍ଷିକ ଏବଂ ବହୁପାକ୍ଷିକ କ୍ଷେତ୍ରରେ ଭାରତ ଓ ବ୍ରାଜିଲ ସହଯୋଗର ସମ୍ଭାବନାରୁ ଉତ୍ତମ ଫଳ ପାଇବାକୁ ଆମେ ଉତ୍ସୁକ। ଏହାକୁ ହାସଲ କରିବା ଦିଗରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରପତି ତେମେରଙ୍କ ଗସ୍ତ ସୁବର୍ଣ୍ଣ ସୁଯୋଗ ଆଣିଛି। ଯାହାକି ସେମାନେ ପୋର୍ତ୍ତୁଗୀଜ ଭାଷାରେ କୁହନ୍ତି, – “A uniao faz a forca” – ଅର୍ଥ ଆମର ଐକ୍ୟ ଆମକୁ ଦୃଢ଼ କରିବ।