Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନ ମେଟ୍ରୋ ରେଳ ସୁରକ୍ଷା ଆୟୋଗଙ୍କ ମଣ୍ଡଳ ଗଠନ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି


 

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନ ‘ମେଟ୍ରୋ ରେଳ (ପରିଚାଳନା ଏବଂ ତଦାରଖ) ଅଧିନିୟମ, 2002ରେ ପରିକଳ୍ପିତ ରେଳ ସୁରକ୍ଷା ଆୟୋଗରେ ମେଟ୍ରୋ ରେଳ ସୁରକ୍ଷା କାର୍ଯ୍ୟ ସମ୍ପାଦନ ନିମନ୍ତେ (ସମସ୍ତ ସହାୟକ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହିତ) ମେଟ୍ରୋ ରେଳ ସୁରକ୍ଷା ଆୟୁକ୍ତଙ୍କ ଏକ ମଣ୍ଡଳ କାର୍ଯ୍ୟାଳୟ ସୃଷ୍ଟି କରାଯିବ । ଏହି ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

କ୍ୟାବିନେଟ ବର୍ତ୍ତମାନର ଦୁଇଜଣ ରେଳ ସୁରକ୍ଷା ଆୟୁକ୍ତଙ୍କୁ (ସିଆରଏସ) ଦୁଇଟି ମଣ୍ଡଳର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିବା ପ୍ରସ୍ତାବକୁ ମଧ୍ୟ ଅନୁମତି ଦେଇଛନ୍ତି । ଏମାନେ ବର୍ତ୍ତମାନର ଅଧିକାର କ୍ଷେତ୍ର ଭିତରେ ନିଜର ଅଧିକାରକୁ ପ୍ରୟୋଗ କରିପାରିବେ । ଏହି ମଣ୍ଡଳ ସିଏଆରଏସ, ନୂଆଦିଲ୍ଲୀଙ୍କ ଅଧିକାର କ୍ଷେତ୍ର ଅଧୀନରେ ରହିବ ନାହିଁ ।

ମେଟ୍ରୋ ରେଳ ସୁରକ୍ଷାର ଆୟୁକ୍ତ ପଦବୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନ ରେଳ ସୁରକ୍ଷା ଆୟୋଗରେ ଏଚଜି (ବେତନ ସ୍ତର 15)ରେ ରହିବ । ଗୋଟିଏ ମଣ୍ଡଳ କାର୍ଯ୍ୟାଳୟ ନିମନ୍ତେ ବେତନ ଉପରେ ଆନୁମାନିକ ବ୍ୟୟ ବାର୍ଷିକ ପାଖାପାଖି 59,39,040 ଟଙ୍କା ହେବ । ସଂଗଠନର ପ୍ରାରମ୍ଭିକ ପ୍ରତିଷ୍ଠା ବ୍ୟତୀତ ମଣ୍ଡଳ କାର୍ଯ୍ୟାଳୟ ନିମନ୍ତେ ସମ୍ଭାବ୍ୟ ବ୍ୟୟ ବାର୍ଷିକ ପ୍ରାୟ 7,50,000 ଟଙ୍କା  ହେବ ।

ଏହି ପଦବୀଗୁଡ଼ିକର ସୃଷ୍ଟି ଦ୍ୱାରା ବର୍ତ୍ତମାନ ଏବଂ ଆଗାମୀ ବିଭିନ୍ନ ରେଳ ପ୍ରକଳ୍ପ ସମ୍ବନ୍ଧରେ ଯାତ୍ରୀ ସୁରକ୍ଷା ଏବଂ ମେଟ୍ରୋ ରେଳ ପରିଚାଳନା ସମ୍ବନ୍ଧୀୟ ପ୍ରସଙ୍ଗ ପ୍ରତି ଧ୍ୟାନ ଦିଆଯିବା ସୁନିଶ୍ଚିତ ହୋଇପାରିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନ ରେଳ ସୁରକ୍ଷା ଆୟୋଗରେ ‘ମେଟ୍ରୋ ରେଳ (ପରିଚାଳନା ଏବଂ ତଦାରଖ) ଅଧିନିୟମ, 2002’ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହା ହେବ ।

କାର୍ଯ୍ୟାନ୍ୱୟନ ନୀତି ଏବଂ ଲକ୍ଷ୍ୟ :-

ମେଟ୍ରୋ ରେଳ ସୁରକ୍ଷାର ଆୟୁକ୍ତ ପଦବୀକୁ ୟୁପିଏସସି ପରାମର୍ଶରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଆଗ୍ରହୀ ଅଧିକାରୀମାନଙ୍କ ନାମାଙ୍କନ ମାଧ୍ୟମରେ ଭାରତୀୟ ରେଳବାଇ ଇଞ୍ଜିନିୟରିଂ ସେବା (ଆଇଆରଏସଇ, ଆଇଆରଏସଇଇ, ଆଇଆରଏସଏସଇ, ଆରଏସଏମଇ) କ୍ୟାଡର ଏବଂ ଆଇଆରଟିଏସରୁ ପୂରଣ କରାଯିବ  । ଏହା ପ୍ରାରମ୍ଭିକ ଭାବେ ରେଳ ସୁରକ୍ଷା ଆୟୋଗରେ ରେଳ ସୁରକ୍ଷା ଆୟୁକ୍ତଙ୍କ ପାଇଁ ଥିବା ନିୟମ ଅନୁଯାୟୀ ହେବ । ପଦବୀ ପୂରଣ ପ୍ରକ୍ରିୟା ଦୁଇ ମାସ ଭିତରେ ଆରମ୍ଭ କରିଦିଆଯିବ ।

ମେଟ୍ରୋ ରେଳବାଇ ସୁରକ୍ଷା ଉପାୟୁକ୍ତ (ଡେପୁଟୀ ସିଏମଆରଏସ) ଏବଂ ସହାୟକ କର୍ମଚାରୀଙ୍କ ପଦବୀର ସୃଷ୍ଟି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ସମ୍ମୁଖରେ ଉପସ୍ଥାପନ କରାଯିବ । ଅନୁମୋଦନ ଲାଭ ହେବା ପରେ, ପଦବୀ ସୃଷ୍ଟି ନିମନ୍ତେ ଆଦେଶ ତୁରନ୍ତ ଜାରି କରିଦିଆଯିବ ।