Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ବେଟୀ ବଚାଓ ବେଟୀ ପଢ଼ାଓ’ ଯୋଜନା ଲକ୍ଷାଧିକ ଲୋକଙ୍କୁ ପ୍ରେରଣା ଦେବା ସହ ମହିଳାମାନଙ୍କୁ ଭାରତର ପ୍ରଗତିରେ ଅଗ୍ରଣୀ ସ୍ଥାନ ଦେଇପାରିଛି: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ‘ବେଟୀ ବଚାଓ ବେଟୀ ପଢ଼ାଓ’ ଯୋଜନା ଲକ୍ଷାଧିକ ଲୋକଙ୍କୁ ପ୍ରେରଣା ଦେବା ସହ ମହିଳାମାନଙ୍କୁ ଭାରତର ପ୍ରଗତିରେ ଅଗ୍ରଣୀ ସ୍ଥାନ ଦେଇପାରିଛି । ସେ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଲିଖିତ ଲେଖରେ ଏହା ବର୍ଣ୍ଣନା କରାଯାଇଛି କି ଭାରତରେ ମହିଳାମାନେ କିପରି ପରିବର୍ତ୍ତନକାରୀ, ଉଦ୍ୟମୀ ଏବଂ ନେତ୍ରୀ ଭାବେ ଆଗକୁ ଆସିପାରିଛନ୍ତି ।

ଏକ୍ସ ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ @Annapurna4BJP  ଭାରତରେ ମହିଳାମାନେ କିପରି ପରିବର୍ତ୍ତନକାରୀ, ଉଦ୍ୟମୀ ଏବଂ ନେତ୍ରୀ ଭାବେ ଆଗକୁ ଆସିପାରିଛନ୍ତି ତାହା ଉଲ୍ଲେଖ କରିଛନ୍ତି । ‘ବେଟୀ ବଚାଓ ବେଟୀ ପଢ଼ାଓ’ #BetiBachaoBetiPadhao ଯୋଜନା ଲକ୍ଷାଧିକ ଲୋକଙ୍କୁ ପ୍ରେରଣା ଦେବା ସହ ମହିଳାମାନଙ୍କୁ ଭାରତର ପ୍ରଗତିରେ ଅଗ୍ରଣୀ ସ୍ଥାନ ଦେଇପାରିଛି ।”

SR