ବୈଷୟିକ ଜଗତର ନେତା, ଆନ୍ତର୍ଜାତୀୟ ପ୍ରତିନିଧୀ ଏବଂ ବନ୍ଧୁଗଣ
ଏଲାରିଗୁ ନମସ୍କାରା ଭାରତକୁ ସ୍ୱାଗତ! ନମ୍ମ କନ୍ନଡ ନାଡିଗେ ସ୍ୱାଗତା, ନମ୍ମ ବେଙ୍ଗାଲୁରିଗେ ସ୍ୱାଗତା
ମୁଁ ପୁଣି ଥରେ ବେଙ୍ଗାଲୁରୁ ବୈଷୟିକ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଆନନ୍ଦିତ । ମୁଁ ନିଶ୍ଚିତ ଯେ ଆପଣ ସମସ୍ତେ କର୍ଣ୍ଣାଟକର ଲୋକ ଏବଂ ସଂସ୍କୃତିକୁ ଭଲ ପାଆନ୍ତି
ବନ୍ଧୁଗଣ,
ବେଙ୍ଗାଲୁରୁ ହେଉଛି ଜ୍ଞାନକୌଶଳ ଏବଂ ଚିନ୍ତାଧାରା ନେତୃତ୍ୱର ଘର । ଏହା ଏକ ଅନ୍ତର୍ଭୂକ୍ତି ସହର । ଏହା ମଧ୍ୟ ଏକ ସୃଜନଶୀଳ ସହର । ବହୁ ବର୍ଷ ଧରି ବେଙ୍ଗାଲୁରୁ ଭାରତର ନବସୃଜନ ମାନଦଣ୍ଡରେ ଏକ ନମ୍ବର ସ୍ଥାନରେ ରହିଛି ।
ବନ୍ଧୁଗଣ,
ଭାରତର ଜ୍ଞାନକୌଶଳ ଏବଂ ନବସୃଜନ ବିଶ୍ୱକୁ ପ୍ରଭାବିତ କରିସାରିଛି । କିନ୍ତୁ ଭବିଷ୍ୟତ ଆମର ବର୍ତ୍ତମାନ ଅପେକ୍ଷା ବହୁତ ବଡ ହେବ । କାରଣ ଭାରତରେ ଅଛି: ଅଭିନବ ଯୁବ ଶକ୍ତି ଏବଂ ଜ୍ଞାନକୌଶଳର ପ୍ରବେଶ ବୃଦ୍ଧି ।
ବନ୍ଧୁଗଣ,
ଭାରତର ଯୁବକମାନଙ୍କ ଶକ୍ତି ସାରା ବିଶ୍ୱରେ ଜଣାଶୁଣା । ସେମାନେ ବୈଷୟିକ ଜଗତୀକରଣ ଏବଂ ପ୍ରତିଭା ଜଗତୀକରଣକୁ ସୁନିଶ୍ଚିତ କରିଛନ୍ତି । ସ୍ୱାସ୍ଥ୍ୟସେବା, ପ୍ରବନ୍ଧନ, ଅର୍ଥ – ଆପଣ ଅନେକ ଡୋମେନକୁ ଆଗେଇ ନେଉଥିବା ଯୁବ ଭାରତୀୟଙ୍କୁ ପାଇବେ । ବିଶ୍ୱର ମଙ୍ଗଳ ପାଇଁ ଆମେ ଆମର ପ୍ରତିଭା ବ୍ୟବହାର କରୁଛୁ । ଏପରିକି ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଚଳିତ ବର୍ଷ ବିଶ୍ୱ ନବସୃଜନ ମାନଦଣ୍ଡରେ ଭାରତ ୪୦ ତମ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୧୫ ରେ, ଆମେ ୮୧ ମାନ୍ୟତା ପାଇଥିଲୁ! ୨୦୨୧ ପରଠାରୁ ଭାରତରେ ୟୁନିକର୍ଣ୍ଣ ଷ୍ଟାର୍ଟ ଅପ୍ ସଂଖ୍ୟା ଦ୍ୱିଗୁଣିତ ହୋଇଛି! ଆମେ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ହବ୍ । ଆମର ୮୧,୦୦୦ ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଅଛି । ସେଠାରେ ଶହ ଶହ ଆନ୍ତର୍ଜାତୀୟ କମ୍ପାନୀ ଅଛି ଯାହାର ଭାରତରେ ଆରଆଣ୍ଡଡି କେନ୍ଦ୍ର ଅଛି । ଏହା ଭାରତର ପ୍ରତିଭା ଯୋଗୁଁ ହୋଇଛି ।
ବନ୍ଧୁଗଣ,
ବୈଷୟିକ ସୁବିଧା ବୃଦ୍ଧି କରି ଭାରତୀୟ ଯୁବକମାନଙ୍କୁ ସଶକ୍ତ କରାଯାଉଛି । ଦେଶରେ ଏକ ମୋବାଇଲ୍ ଏବଂ ଡାଟା ବିପ୍ଳବ ଘଟୁଛି । ଗତ ୮ ବର୍ଷ ମଧ୍ୟରେ ବ୍ରଡବ୍ୟାଣ୍ଡ ସଂଯୋଗ ୬୦ ନିୟୁତରୁ ୮୧୦ ନିୟୁତକୁ ବୃଦ୍ଧି ପାଇଛି, ସ୍ମାର୍ଟଫୋନ ବ୍ୟବହାରକାରୀ ୧୫୦ ନିୟୁତରୁ ୭୫୦ ନିୟୁତରେ ପହଞ୍ଚିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଇଣ୍ଟରନେଟର ଅଭିବୃଦ୍ଧି ଦ୍ରୁତ ଅଟେ । ସୂଚନାର ପ୍ରଶସ୍ତ ରାସ୍ତା ସହିତ ଏକ ନୂତନ ଜନସଂଖ୍ୟା ସଂଯୋଗ ହେଉଛି ।
ବନ୍ଧୁଗଣ,
ଦୀର୍ଘ ସମୟ ଧରି, ଜ୍ଞାନକୌଶଳକୁ ଏକ ସ୍ୱତନ୍ତ୍ର ଡୋମେନ୍ ଭାବରେ ଦେଖାଯାଉଥିଲା । ଏହା କେବଳ ଉଚ୍ଚ ଓ ଧନିକମାନଙ୍କ ପାଇଁ ବୋଲି କୁହାଯାଉଥିଲା । କିନ୍ତୁ ଜ୍ଞାନକୌଶଳକୁ କିପରି ଗଣତାନ୍ତ୍ରିକ କରାଯିବ ତାହା ଭାରତ ଦର୍ଶାଇଛି । ଜ୍ଞାନକୌଶଳକୁ କିପରି ମାନବ ସ୍ପର୍ଶ ଦିଆଯାଇ ପାରିବ ତାହା ମଧ୍ୟ ଭାରତ ଦର୍ଶାଇଛି । ଭାରତରେ ଜ୍ଞାନକୌଶଳ ହେଉଛି ସମାନତା ଏବଂ ସଶକ୍ତିକରଣର ଶକ୍ତି । ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ପ୍ରାୟ ୨୦୦ ନିୟୁତ ପରିବାର ପାଇଁ ଏକ ସୁରକ୍ଷା ଢାଲ ଯୋଗାଇଥାଏ । ଏହାର ଅର୍ଥ ହେଉଛି ପ୍ରାୟ ୬୦୦ ନିୟୁତ ଲୋକ! ଏହି କାର୍ଯ୍ୟକ୍ରମ ଏକ ବୈଷୟିକ ପ୍ଲାଟଫର୍ମ ଉପରେ ଆଧାରିତ । ଭାରତ ବିଶ୍ୱର ସର୍ବବୃହତ କୋଭିଡ–୧୯ ଟିକା ଅଭିଯାନ ଚଳାଇଲା । ଏହା କୋୱିନ୍ ନାମକ ଏକ ବୈଷୟିକ–ଆଧାରିତ ପ୍ଲାଟଫର୍ମ ମାଧ୍ୟମରେ ପରିଚାଳିତ ହୋଇଥିଲା । ଆସନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରୁ ଶିକ୍ଷାକୁ ଯିବା ।
ମୁକ୍ତ ପାଠ୍ୟକ୍ରମର ସର୍ବ ବୃହତ ଅନଲାଇନ୍ ସଂଗ୍ରହାଳୟ ଗୁଡ଼ିକରେ ଭାରତ ଅଛି । ବିଭିନ୍ନ ବିଷୟଗୁଡ଼ିକରେ ହଜାର ହଜାର ପାଠ୍ୟକ୍ରମ ଉପଲବ୍ଧ । ୧୦ ନିୟୁତରୁ ଅଧିକ ସଫଳ ପ୍ରମାଣପତ୍ର ରହିଛି । ଏହା ସବୁ ଅନଲାଇନ୍ ଏବଂ ମାଗଣା କରାଯାଇଥାଏ । ଆମର ଡାଟା ଶୁଳ୍କ ବିଶ୍ୱରେ ସର୍ବନିମ୍ନ ସ୍ତରରେ ଅଛି । କୋଭିଡ–୧୯ ସମୟରେ, କମ୍ ଡାଟା ମୂଲ୍ୟ ଗରିବ ଛାତ୍ରମାନଙ୍କୁ ଅନଲାଇନ୍ ଶ୍ରେଣୀରେ ଯୋଗଦେବାରେ ସାହାଯ୍ୟ କଲା । ଏହା ବିନା ଦୁଇ ମୂଲ୍ୟବାନ ବର୍ଷ ସେମାନଙ୍କ ପାଇଁ ନଷ୍ଟହୋଇ ଯାଇଥାନ୍ତା ।
ବନ୍ଧୁଗଣ,
ଦାରିଦ୍ର ବିରୋଧି ଯୁଦ୍ଧରେ ଭାରତ ଜ୍ଞାନକୌଶଳକୁ ଅସ୍ତ୍ର ଭାବରେ କବ୍ୟବହାର କରୁଛି । ସ୍ୱାମୀତ୍ୱ ଯୋଜନା ଅଧୀନରେ, ଆମେ ଗ୍ରାମାଞ୍ଚଳର ଜମି ମ୍ୟାପିଂ କରିବା ପାଇଁ ଡ୍ରୋନ୍ ବ୍ୟବହାର କରୁଛୁ । ତା‘ପରେ, ସମ୍ପତ୍ତି କାର୍ଡ ଲୋକଙ୍କୁ ଦିଆଯାଏ । ଏହା ଜମି ବିବାଦକୁ ହ୍ରାସ କରିଥାଏ । ଏହା ମଧ୍ୟ ଗରିବ ଲୋକଙ୍କୁ ଆର୍ଥିକ ସେବା ଏବଂ ଋଣ ପାଇବାରେ ସାହାଯ୍ୟ କରେ । କୋଭିଡ–୧୯ ସମୟରେ, ଅନେକ ଦେଶ ଏକ ସମସ୍ୟା ସହ ସଂଘର୍ଷ କରୁଥିଲେ । ସେମାନେ ଜାଣିଥିଲେ ଲୋକମାନେ ସାହାଯ୍ୟ ଆବଶ୍ୟକ କରନ୍ତି । ସେମାନେ ଜାଣିଥିଲେ ଲାଭ ସ୍ଥାନାନ୍ତର ସାହାଯ୍ୟ କରିବ । କିନ୍ତୁ ଲୋକଙ୍କ ସୁବିଧା ନେବା ପାଇଁ ସେମାନଙ୍କର ଭିତ୍ତିଭୂମି ନଥିଲା । କିନ୍ତୁ ଜ୍ଞାନକୌଶଳ କିପରି ଭଲ ପାଇଁ ଏକ ଶକ୍ତି ହୋଇପାରିବ ବୋଲି ଭାରତ ଦର୍ଶାଇଛି । ଆମର ଜନ ଧନ ଆଧାର ମୋବାଇଲ୍ ଟ୍ରିନିଟି ଆମକୁ ସିଧାସଳଖ ଲାଭ ସ୍ଥାନାନ୍ତର କରିବାର ଶକ୍ତି ଦେଇଛି । ଲାଭ ପ୍ରାମାଣିକ ଏବଂ ଯାଞ୍ଚ ହୋଇଥିବା ହିତାଧିକାରୀଙ୍କ ନିକଟକୁ ସିଧାସଳଖ ଗଲା । କୋଟି କୋଟି ଟଙ୍କା ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି । କୋଭିଡ–୧୯ ସମୟରେ, ସମସ୍ତେ ଛୋଟ ବ୍ୟବସାୟ ପାଇଁ ଚିନ୍ତିତ ଥିଲେ । ଆମେ ସେମାନଙ୍କୁ ସାହାଯ୍ୟ କରିଥିଲୁ କିନ୍ତୁ ଆମେ ଗୋଟିଏ ପାଦ ଆଗକୁ ଯାଇଥିଲୁ । ବ୍ୟବସାୟ ପୁନଃ ଆରମ୍ଭ କରିବା ପାଇଁ ଆମେ ରାସ୍ତାପାଶ୍ୱର୍ ବିକ୍ରେତାମାନଙ୍କୁ ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଇବାରେ ସାହାଯ୍ୟ କଲୁ । ଯେଉଁମାନେ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରିବା ଆରମ୍ଭ କରନ୍ତି ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଏହା ସେମାନଙ୍କ ପାଇଁ ଡିଜିଟାଲ୍ କାରବାରକୁ ଏକ ଜୀବନ ପଥରେ ପରିଣତ କରୁଛି ।
ବନ୍ଧୁଗଣ,
ଏକ ସଫଳ ଇ–ବାଣିଜ୍ୟ ପ୍ଲାଟଫର୍ମ ଚଳାଉଥିବା ସରକାର ବିଷୟରେ ଆପଣ ଶୁଣିଛନ୍ତି କି? ଏହା ଭାରତରେ ଘଟିଛି । ଆମର ସରକାରୀ ଇ–ମାର୍କେଟପ୍ଲେସ୍ ଅଛି, ଯାହାକୁ ଜିଇଏମ୍ ମଧ୍ୟ କୁହାଯାଏ । ଏହା ଏକ ପ୍ଲାଟଫର୍ମ ଯେଉଁଠାରେ ଛୋଟ ବ୍ୟବସାୟୀ ଏବଂ ବ୍ୟବସାୟୀମାନେ ସରକାରଙ୍କ ଆବଶ୍ୟକତା ପୂରଣ କରନ୍ତି । ଜ୍ଞାନକୌଶଳ ଛୋଟ ବ୍ୟବସାୟକୁ ଏକ ବଡ ଗ୍ରାହକ ଖୋଜିବାରେ ସାହାଯ୍ୟ କରିଛି । ଏଥି ସହିତ ଏହା ଦୁର୍ନୀତିର ପରିସରକୁ ହ୍ରାସ କରିଛି । ସେହିଭଳି ଜ୍ଞାନକୌଶଳ ଅନଲାଇନ୍ ଟେଣ୍ଡର କରିବାରେ ସାହାଯ୍ୟ କରିଛି । ଏହା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିଛି ଏବଂ ସ୍ୱଚ୍ଛତା ବୃଦ୍ଧି କରିଛି । ଗତ ବର୍ଷ ଏହା ଏକ ଟ୍ରିଲିୟନ ଟଙ୍କାର କ୍ରୟ ମୂଲ୍ୟକୁ ମଧ୍ୟ ଛୁଇଁଛି ।
ବନ୍ଧୁଗଣ,
ନବସୃଜନ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯେତେବେଳେ ଏକୀକରଣ ଦ୍ୱାରା ସମର୍ଥିତ ହୁଏ, ଏହା ଏକ ଶକ୍ତି ହୋଇଯାଏ । ଶୂନ୍ୟତାକୁ ସମାପ୍ତ କରିବା, ତାଳମେଳ ସକ୍ଷମ କରିବା ଏବଂ ସେବା ସୁନିଶ୍ଚିତ କରିବା ପାଇଁ ଜ୍ଞାନକୌଶଳ ବ୍ୟବହୃତ ହେଉଛି । ଏକ ଅଂଶୀଦାର ପ୍ଲାଟଫର୍ମରେ, କୌଣସି ଶୂନ୍ୟତା ନାହିଁ । ଉଦାହରଣ ସ୍ୱରୂପ, ପିଏମ୍ ଗତି ଶକ୍ତି ଜାତୀୟ ମାଷ୍ଟରପ୍ଲାନକୁ ନିଅନ୍ତୁ । ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ଭିତ୍ତିଭୂମିରେ ୧୦୦ ଟ୍ରିଲିୟନରୁ ଅଧିକ ଟଙ୍କା ବିନିଯୋଗ କରୁଛି । ଯେକୌଣସି ଭିତ୍ତିଭୂମି ପ୍ରକଳ୍ପରେ ହିତାଧିକାରୀଙ୍କ ସଂଖ୍ୟା ବହୁତ । ପାରମ୍ପାରିକ ଭାବରେ, ଭାରତରେ ବଡ ପ୍ରକଳ୍ପଗୁଡିକ ପ୍ରାୟତଃ ବିଳମ୍ବ ହେଉଥିଲା । ଅତ୍ୟଧିକ ଖର୍ଚ୍ଚ, ଏବଂ ସମୟସୀମା ବଢିବା ସାଧାରଣ ଥିଲା । କିନ୍ତୁ ବର୍ତ୍ତମାନ, ଆମର ଗତି ଶକ୍ତି ଅଂଶୀଦାର ପ୍ଲାଟଫର୍ମ ଅଛି । କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗ ସମନ୍ୱୟ ରକ୍ଷା କରିପାରିବେ । ଅନ୍ୟଟି କଣ କରୁଛି ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଜାଣନ୍ତି । ପ୍ରକଳ୍ପ, ଜମି ବ୍ୟବହାର ଏବଂ ଅନୁଷ୍ଠାନ ସମ୍ବନ୍ଧୀୟ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ । ତେଣୁ, ପ୍ରତ୍ୟେକ ହିତାଧିକାରୀ ସମାନ ତଥ୍ୟ ଦେଖନ୍ତି । ଏହା ସମନ୍ୱୟକୁ ଉନ୍ନତ କରିଥାଏ ଏବଂ ସେଗୁଡିକ ଘଟିବା ପୂର୍ବରୁ ମଧ୍ୟ ସମସ୍ୟାର ସମାଧାନ କରିଥାଏ । ଏହା ଅନୁମୋଦନ ଏବଂ ମଞ୍ଜୁରୀକୁ ତ୍ୱରାନ୍ୱିତ କରୁଛି ।
ବନ୍ଧୁଗଣ,
ଭାରତରେ ଆଉ ନାଲି ଫିତାର ସ୍ଥାନ ନାହିଁ । ଏହା ନିବେଶକମାନଙ୍କ ପାଇଁ ରେଡ୍ କାର୍ପେଟ୍ ଭାବେ ଜଣାଶୁଣା । ଏହା ଏଫଡିଆଇ ସଂସ୍କାର ହେଉ, କିମ୍ବା ଡ୍ରୋନ୍ ନିୟମର ଉଦାରୀକରଣ, କିମ୍ବା ସେମିକଣ୍ଡକ୍ଟର କ୍ଷେତ୍ରରେ ପଦକ୍ଷେପ, କିମ୍ବା ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ପ୍ରୋତ୍ସାହନ ଯୋଜନା, କିମ୍ବା ବ୍ୟବସାୟ କରିବାର ସହଜତା ହେଉ ।
ବନ୍ଧୁଗଣ,
ଭାରତରେ ଅନେକ ଉତ୍କୃଷ୍ଟ କାରକ ଏକାଠି ହେଉଛନ୍ତି । ତୁମର ବିନିଯୋଗ ଏବଂ ଆମର ଉଦ୍ଭାବନ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବ । ତୁମର ବିଶ୍ୱାସ ଏବଂ ଆମର ବୈଷୟିକ ପ୍ରତିଭା ଅନେକ କିଛି କରିପାରେ । ମୁଁ ତୁମ ସମସ୍ତଙ୍କୁ ଆମ ସହିତ କାମ କରିବାକୁ ନିମନ୍ତ୍ରଣ କରୁଛି ଯେହେତୁ ଆମେ ଏହାର ସମସ୍ୟାର ସମାଧାନରେ ବିଶ୍ୱକୁ ଆଗେଇ ନେଉଛୁ । ମୁଁ ନିଶ୍ଚିତ ଯେ ବେଙ୍ଗାଲୁର ଟେକ୍ ସମ୍ମିଳନୀରେ ତୁମର ବିଚାର ବିମର୍ଶ ଫଳପ୍ରଦ ହେବ । ମୁଁ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।
HS
PM @narendramodi's video message at Bengaluru Tech Summit. Watch LIVE. https://t.co/mpQgSr1iSo
— PMO India (@PMOIndia) November 16, 2022
India's youth have ensured tech and talent globalisation. pic.twitter.com/qA8lxg3lGo
— PMO India (@PMOIndia) November 16, 2022
India has shown how to democratise technology. pic.twitter.com/5OizTVt79X
— PMO India (@PMOIndia) November 16, 2022
India is using technology as a weapon in the war against poverty. pic.twitter.com/VBTLu00bXa
— PMO India (@PMOIndia) November 16, 2022