Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେଙ୍ଗଲୁରୁ ଠାରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ବେଙ୍ଗଲୁରୁ ଠାରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗଲୁରୁ ଠାରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପବିତ୍ର ଜଳ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ଚାରା ମଧ୍ୟ ରୋପଣ କରିଛନ୍ତି ।

ବେଙ୍ଗଲୁରୁର ବିକାଶ ପାଇଁ ସହରର ସଂସ୍ଥାପକ ନାଦପ୍ରଭୁ କେମ୍ପେଗୌଡାଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ପ୍ରତିମୂର୍ତ୍ତି ନିର୍ମିତ ହୋଇଛି । ଷ୍ଟାଚ୍ୟୁ ଅଫ ୟୁନିଟି ପାଇଁ ପ୍ରସିଦ୍ଧି ହାସଲ କରିଥିବା ରାମ ଭି ସୂତାରଙ୍କ ପରିକଳ୍ପନା ଓ ସ୍ଥାପତ୍ୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ୯୮ ଟନ କାଂସ୍ୟ ଓ ୧୨୦ ଟନ ଇସ୍ପାତ ବ୍ୟବହୃତ ହୋଇଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବେଙ୍ଗଲୁରୁ ନିର୍ମାଣରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ଭୂମିକା ଅତୁଳନୀୟ । ସର୍ବଦା ଜନକଲ୍ୟାଣକୁ ପ୍ରାଥମିକତା ଦେଉଥିବା ଜଣେ ଦୂରଦ୍ରଷ୍ଟା ଭାବେ ସେ ସ୍ମରଣୀୟ ହୋଇରହିବେ । ବେଙ୍ଗଲୁରୁ ଠାରେ ଷ୍ଟାଚ୍ୟୁ ଅଫ ପ୍ରସ୍ପରିଟି ଉନ୍ମୋଚିତ ଗୌରବାନ୍ୱିତ ।” 

ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥାୱରଚାନ୍ଦ ଗେହଲତ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ । 

 

SR