ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଘଟୁଥିବା ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ଅନ୍ୟାନ୍ୟ ସାଇକୋଟ୍ରପିକ ଦ୍ରବ୍ୟ ବ୍ୟବହାରକୁ ରୋକିବା ନିମନ୍ତେ ଦୁଇଦେଶ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ କେନ୍ଦ୍ର କ୍ୟାବିନେଟ ସ୍ଵୀକୃତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉଭୟ ଦେଶ ମଧ୍ୟରେ ଏଭଳି ଦ୍ରବ୍ୟର ବ୍ୟାପକ ଚୋରା କାରବାର ହେଉଥିବା ନଜରକୁ ଆସିଛି । ତେଣୁ ଏହାକୁ ରୋକିବା ନିମନ୍ତେ ଉଭୟ ରାଷ୍ଟ୍ର ପରସ୍ପରକୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଓ ସହଯୋଗ ଯୋଗାଇଦେବେ । ଏହାଦ୍ଵାରା ଏଭଳି ତତ୍ତ୍ଵ ଓ କାରବାର ରୋକାଯିବାର ଏକ ଆନୁଷ୍ଠାନିକ ବ୍ୟବସ୍ଥାର ବିକାଶ ଘଟିବ । ଏହି ବ୍ୟବସ୍ଥାର କାର୍ଯ୍ୟକାରୀ ହେଲେ ଉଭୟ ଦେଶଙ୍କ ମଧ୍ୟରେ ଚୋରା ନିଶା ଓ ମାଦକ ଦ୍ରବ୍ୟ କାରବାର ଯଥେଷ୍ଟ ମାତ୍ରାରେ ରୋକାଯାଇପାରିବ ।