Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୃହତ ବନ୍ଦରଗୁଡ଼ିକରେ ପିପିପି ଢାଂଚାର ପ୍ରକଳ୍ପ ପାଇଁ ସଂଶୋଧିତ ରିହାତି ଚୁକ୍ତି ମଡେଲକୁ କ୍ୟାବିନେଟ ମଞ୍ଜୁରି


ବନ୍ଦର ପ୍ରକଳ୍ପଗୁଡ଼ିକୁ ଅଧିକ ନିବେଶକ-ସହଯୋଗୀ କରିବା ଏବଂ ବନ୍ଦର କ୍ଷେତ୍ରରେ ନିବେଶ ପରିବେଶକୁ ଅଧିକ ଆକର୍ଷଣୀୟ କରବା ଲାଗି ଚୁକ୍ତି ରିହାତି ମଡେଲ (ଏମସିଏ)ରେ ସଂଶୋଧନ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି  ।

ପ୍ରମୁଖ ବୈଶିଷ୍ଟ୍ୟ :

ଏମସିଏରେ ଏହି ସଂଶୋଧନ ଫଳରେ ରାଜପଥ କ୍ଷେତ୍ରରେ ରହିଥିବା ବ୍ୟବସ୍ଥା ଭଳି ବିବାଦ ସମାଧାନ ବ୍ୟବସ୍ଥା- ‘ସୋସାଇଟିଜ ଫର ଏଫର୍ଡେବଲ ରିଡ୍ରେସାଲ ଅଫ ଡିସପ୍ୟୁଟ୍ସ (ପୋର୍ଟସ)’ ଗଠନ କରାଯିବ  ।

ସଂଶୋଧିତ ଏମସିଏର ଅନ୍ୟ ପ୍ରମୁଖ ବିଶେଷତ୍ୱଗୁଡ଼ିକ ନିମ୍ନରେ ଦିଆଗଲା-:

  1. ବାଣିଜ୍ୟିକ ଅପରେସନ ତାରିଖର 2 ବର୍ଷ ପୂରଣ ହେବା ପରଠାରୁ ଡେଭଲପର୍ସମାନଙ୍କୁ ସେମାନଙ୍କ 100% ଇକ୍ୟୁଇଟି ବିନିବେଶ କରି ବାହାରିବାର ସୁଯୋଗ ଦିଆଯିବ । ଏହା ରାଜପଥ କ୍ଷେତ୍ରରେ ଏମସିଏ ବ୍ୟବସ୍ଥା ଭଳି ।

2.ରିହାତିଧାରୀଙ୍କୁ ଅତିରିକ୍ତ ଭୂମି ବ୍ୟବସ୍ଥା ଅଧୀନରେ, ପ୍ରସ୍ତାବିତ ଅତିରିକ୍ତ ଜମି ଉପରେ ଲାଗୁ ହେଉଥିବା ଦର ଅନୁଯାୟୀ ଜମିର ଭଡ଼ା 200%ରୁ ହ୍ରାସ କରି 120% କରିଦିଆଯାଇଛି ।

  1. ରିହାତିଧାରୀମାନେ ପ୍ରତି ମେଟ୍ରିକ ଟନ ମାଲ/କାର୍ଗୋ/ଟିଇୟୁ ଅନୁଯାୟୀ ରୟାଲିଟି ପଇଠ କରିବେ ଯାହାକି ବାର୍ଷିକ ଡବ୍ଲ୍ୟୁପିଆଇ ପରିବର୍ତ୍ତନ କ୍ରମ ଉପରେ ଆଧାରିତ ହୋଇଥିବ । ବର୍ତ୍ତମାନ ନିଲାମୀ ସମୟରେ ଉଲ୍ଲେଖ କରାଯାଉଥିବା, ବୃହତ ବନ୍ଦର ପ୍ରାଧୀକରଣ (ଟିଏଏମପି)ଙ୍କ ଅନୁମୋଦନ ଅନୁଯାୟୀ ଅପଫ୍ରଣ୍ଟ ମାନକ ଟାରିଫ ଆଧାରରେ ହିସାବ କରାଯାଉଥିବା ମୋଟ ରାଜସ୍ୱ ପ୍ରତିଶତ ସହ ସମାନ ରୟାଲିଟି ଆଦାୟ କରାଯିବାର ବ୍ୟବସ୍ଥା ରହିଛି । ତେବେ ନୂଆ ବ୍ୟବସ୍ଥା ଏହି ପୁରୁଣା ବ୍ୟବସ୍ଥା ବଦଳରେ କାର୍ଯ୍ୟ କରିବ  ।
  2. ସିଲିଂ ଟାରିଫ ଉପରେ ରାଜସ୍ୱ ଅଂଶଧନ ଦିଆଯିବା ଏବଂ ଆର୍ଥିକ ରିହାତିକୁ ଅଣଦେଖା କରାଯିବା ନେଇ ସରକାରୀ ଘରୋଇ ଭାଗିଦାରୀ (ପିପିପି) ଅପରେଟରମାନେ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଥିଲେ । ତେବେ ନୂଆ ବ୍ୟବସ୍ଥା ଦ୍ୱାରା ସେମାନଙ୍କ ଅଭିଯୋଗର ସମାଧାନ କରାଯାଇପାରିବ । ଏଥିପୂର୍ବରୁ ଟିଏଏମପି ଦ୍ୱାରା ଷ୍ଟୋରେଜ ଚାର୍ଜ ଧାର୍ଯ୍ୟ କରାଯିବା ଏବଂ ଷ୍ଟୋରେଜ ଚାର୍ଜ ଉପରେ ରାଜସ୍ୱ ଅଂଶଧନ ଆଦାୟ କରାଯିବା ନେଇ ଯେଉଁ ଅଭିଯୋଗ ଆସୁଥିବା ତାହାର ମଧ୍ୟ ସମାଧାନ ହୋଇପାରିବ ।
  3. ରିହାତିଧାରୀମାନେ ମୁକ୍ତ ଭାବେ ଉଚ୍ଚ କ୍ଷମତାସମ୍ପନ୍ନ ସରଞ୍ଜାମ/ସୁବିଧା/ପ୍ରଯୁକ୍ତି ନିୟୋଜନ କରିପାରିବେ । ଫଳରେ ଉଚ୍ଚ ଉତ୍ପାଦକତା ଏବଂ ଉନ୍ନତ ବିନିଯୋଗ ଏବଂ/କିମ୍ବା ପ୍ରକଳ୍ପ ପରିସମ୍ପତିର ବ୍ୟୟମୂଲ୍ୟ ହ୍ରାସ ପାଇଁ ବହୁମୂଲ୍ୟ ଇଞ୍ଜିନିୟରିଂର ଉପଯୋଗ କରିପାରିବେ ।
  4. “ପ୍ରକୃତ ପ୍ରକଳ୍ପ ବ୍ୟୟ” ସ୍ଥାନରେ “ମୋଟ ପ୍ରକଳ୍ପ ବ୍ୟୟ” କାର୍ଯ୍ୟକାରୀ ହେବ ।
  5. ନୂଆ ସଂଜ୍ଞା “ଆଇନରେ ପରିବର୍ତ୍ତନ”ରେ ନିମ୍ନଲିଖିତ ବ୍ୟବସ୍ଥା ରହିବ

କ) ଟିଏଏମପି ନିର୍ଦ୍ଦେଶ/ଗାଇଡଲାଇନ, ପରିବେଶ ଆଇନ ଏବଂ ଶ୍ରମ ଆଇନରୁ ଆସୁଥିବା ପରିସ୍ଥିତି ଏବଂ ମାନକ ଲାଗୁ ଏବଂ

ଖ) ରିହାତିଧାରୀଙ୍କ କ୍ଷତିପୂରଣ ପାଇଁ ନୂଆ ଟିକସ, ଶୁଳ୍କ ଲାଗୁ ଏବଂ ବୃଦ୍ଧି ଆଦି  । ପ୍ରକଳ୍ପ ପ୍ରଭାବିତ ହେଲେ ରିହାତିଧାରୀମାନଙ୍କୁ  ନୂଆ ଟିକସ, ଶୁଳ୍କ ଆଦିର ବୃଦ୍ଧି ପାଇଁ କ୍ଷତିପୂରଣ ପ୍ରଦାନ କରାଯିବ  । ତେବେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ / ବୃଦ୍ଧି ହେଉଥିବା  ପ୍ରତ୍ୟକ୍ଷ କର ପାଇଁ ରିହାତି ମିଳିବ ନାହିଁ  ।

8.ସିଓଡି ପୂର୍ବରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପାଇଁ ବ୍ୟବସ୍ଥା କରାଯାଇଛି  । ଏହାଦ୍ୱାରା ବିଧିବଦ୍ଧ ସମ୍ପୂର୍ଣ୍ଣ ପ୍ରମାଣପତ୍ର ମିଳିବା ପୂର୍ବରୁ ଅଧିକାଂଶ ପ୍ରକଳ୍ପ ପାଇଁ ବନ୍ଦରଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଉଥିବା ପରିସମ୍ପତିର ସୁବିନିଯୋଗ ହୋଇପାରିବ  ।

  1. ପ୍ରକଳ୍ପ ପାଇଁ ପାଣ୍ଠି ଉପଲବ୍ଧତାରେ ବୃଦ୍ଧି କରିବା ଲାଗି ରିହାତିଧାରୀମାନଙ୍କୁ କମମୂଲ୍ୟର ଦୀର୍ଘକାଳୀନ ପାଣ୍ଠି ଉପଲବ୍ଧ କରାଯିବା ଉଦ୍ଦେଶ୍ୟରେ ପୁନଃପାଣ୍ଠିଯୋଗାଣ ବ୍ୟବସ୍ଥା କରାଯାଇଛି  ।
  2. ବର୍ତ୍ତମାନର ରିହାତିଧାରୀଙ୍କ ବିବାଦର ସମାଧାନ ଲାଗି ସାରୋଦ-ପୋର୍ଟସର ବ୍ୟବସ୍ଥାକୁ ସମ୍ପ୍ରସାରଣ କରାଯିବ । ଏଥିସହିତ ରିହାତିଧାରୀ ଏବଂ ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଅତିରିକ୍ତ ଚୁକ୍ତି ସ୍ୱାକ୍ଷର କରାଯିବ ।
  3. ବନ୍ଦର ବ୍ୟବହାରକାରୀଙ୍କ ପାଇଁ ଏକ ଅଭିଯୋଗ ପୋର୍ଟାଲ ଖୋଲାଯିବ ।
  4. ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ଲାଗି ଏକ ଅନୁଧ୍ୟାନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯିବ ।

ଗତ 20 ବର୍ଷ ଧରି ବନ୍ଦର କ୍ଷେତ୍ରରେ ପିପିପି ପ୍ରକଳ୍ପଗୁଡ଼ିକର ପରିଚାଳନାର ଅଭିଜ୍ଞତା ଏବଂ ବର୍ତ୍ତମାନର ଏମସିଏରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ଲାଗି ଏହି ସଂଶୋଧାନ ପାଇଁ ପ୍ରସ୍ତାବ ଆଗତ କରାଯାଇଛି । ଅଂଶୀଦାରମାନଙ୍କ ସହିତ ଦୀର୍ଘ ଆଲୋଚନା ପରେ ଏମସିଏରେ ଏହି ସଂଶୋଧନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି  ।

 

**********