ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ଦିବସ ଅବସରରେ ବିହାରର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ବିହାରର ସମୃଦ୍ଧ ଐତିହ୍ୟ, ଭାରତୀୟ ଇତିହାସକୁ ଏହାର ଅବଦାନ ଏବଂ ରାଜ୍ୟର ବିକାଶ ଦିଗରେ ରାଜ୍ୟବାସୀଙ୍କର ନିରନ୍ତର ଭାବନାକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ବୀର ଏବଂ ମହାନ ଆତ୍ମାଙ୍କ ପବିତ୍ର ଭୂମି ବିହାରର ସମସ୍ତ ଭାଇ-ଭଉଣୀଙ୍କୁ ବିହାର ଦିବସ ଅବସରରେ ଢେର ଶୁଭକାମନା । ଭାରତୀୟ ଇତିହାସକୁ ଗୌରବାନ୍ୱିତ କରୁଥିବା ଆମାର ଏହି ପ୍ରଦେଶ ଆଜି ନିଜର ବିକାଶ ଯାତ୍ରାରେ ଯେଉଁ ପର୍ଯ୍ୟାୟ ଦେଇ ଗତି କରୁଛି, ଏଥିରେ ଏହାର ପରିଶ୍ରମୀ ଓ ପ୍ରତିଭାଶାଳୀ ବିହାରବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଆମର ସଂସ୍କୃତି ଓ ପରମ୍ପରାର କେନ୍ଦ୍ରବିନ୍ଦୁ ରହିଥିବା ଆମର ଏହି ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ଆମେ କୌଣସି ପ୍ରଚେଷ୍ଟାକୁ ହାତଛଡ଼ା କରିବୁ ନାହିଁ ।”
SR
वीरों और महान विभूतियों की पावन धरती बिहार के अपने सभी भाई-बहनों को बिहार दिवस की ढेरों शुभकामनाएं। भारतीय इतिहास को गौरवान्वित करने वाला हमारा यह प्रदेश आज अपनी विकास यात्रा के जिस महत्वपूर्ण दौर से गुजर रहा है, उसमें यहां के परिश्रमी और प्रतिभाशाली बिहारवासियों की अहम भागीदारी…
— Narendra Modi (@narendramodi) March 22, 2025