ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ଆଜି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା ୨୩ ତାରିଖରେ ପ୍ରସାରିତ ହେବାକୁ ଥିବା ଚଳିତ ମାସର ମନ୍ କୀ ବାତ ପାଇଁ ମଧ୍ୟ ସେ ସମସ୍ତଙ୍କ ଠାରୁ ମତାମତ ଲୋଡ଼ିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି :
“ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା!
“ରେଡ଼ିଓ ଅନେକ ଲୋକଙ୍କ ପାଇଁ କାଳାତୀତ ଜୀବନରେଖା ହୋଇ ରହିଛି – ଲୋକଙ୍କୁ ସୂଚନା ଦେଇ, ପ୍ରୋତ୍ସାହିତ କରି ଏବଂ ଲୋକଙ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ ରେଡ଼ିଓ । ସମ୍ବାଦରୁ ସଂସ୍କୃତି, ସଙ୍ଗୀତରୁ କଥାକାର, ଆଦି ଦ୍ୱାରା ଏହା ସୃଜନଶୀଳତାର ଏକ ମାଧ୍ୟମ ହୋଇ ରହିଛି ।
ରେଡ଼ିଓ ଦୁନିଆ ସହ ଯୋଡ଼ି ହୋଇ ରହିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ୨୩ ତାରିଖରେ ପ୍ରସାରିତ ହେବାକୁ ଥିବା ମନ୍ କୀ ବାତ #MannKiBaat ପାଇଁ ମଧ୍ୟ ମୁଁ ଆପଣ ସମସ୍ତଙ୍କ ଠାରୁ ମତାମତ ଲୋଡ଼ୁଛି ।
https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-23rd-february-2025”
SR
Happy World Radio Day!
— Narendra Modi (@narendramodi) February 13, 2025
Radio has been a timeless lifeline for several people—informing, inspiring and connecting people. From news and culture to music and storytelling, it is a powerful medium that celebrates creativity.
I compliment all those associated with the world of…