Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ ଯକ୍ଷ୍ମା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ


ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତା ଦେଇଛନ୍ତି ଯାହାକି ନିମ୍ନରେ ପ୍ରଦତ୍ତ ହେଲା –

“ଚଳିତ ବର୍ଷ ବିଶ୍ଵ ଯକ୍ଷ୍ମା ଦିବସର ବିଷୟପ୍ରସଙ୍ଗ ‘ଆବଶ୍ୟକ: ଯକ୍ଷ୍ମାମୁକ୍ତ ବିଶ୍ଵ ପାଇଁ ନେତୃମଣ୍ଡଳୀ’ ଭାବନା ଆଧାରରେ ମୁଁ ନାଗରିକ ଓ ସଂଗଠନମାନଙ୍କୁ ଯକ୍ଷ୍ମା ବିଲୋପ ଆନ୍ଦୋଳନରେ ନେତୃତ୍ଵ ନେବା ଲାଗି ନିବେଦନ କରୁଛି । ଯକ୍ଷ୍ମାମୁକ୍ତ ବିଶ୍ଵ ଗଠନ ହେଉଛି ମାନବଜାତି ପାଇଁ ଏକ ଚମତ୍କାର ସେବା ।

ଏକ ଯକ୍ଷ୍ମାମୁକ୍ତ ଭାରତ ଗଠନ ଦିଗରେ ସରକାର ମିଶନ ଢାଞ୍ଚାରେ ପ୍ରୟାସ କରୁଛନ୍ତି । ବିଶ୍ଵ 2030 ସୁଦ୍ଧା ଯକ୍ଷ୍ମାରୁ ମୁକ୍ତି ଲାଗି ଲକ୍ଷ୍ୟ ରଖିଥିବା ବେଳେ, ଆମେ ଭାରତକୁ 2025 ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ଚାହୁଁଛୁ ।”

**********