Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ ଜଳ ଦିବସରେ ପ୍ରତି ବୁନ୍ଦା ପାଣି ସଞ୍ଚୟ ଲାଗି ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ


ବିଶ୍ଵ ଜଳ ଦିବସରେ ପ୍ରତି ବୁନ୍ଦା ପାଣି ସଞ୍ଚୟ କରି ରଖିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।
“ଆସନ୍ତୁ ବିଶ୍ଵ ଜଳ ଦିବସରେ ଆମେ ସମସ୍ତେ ପ୍ରତି ବୁନ୍ଦା ଜଳ ସଞ୍ଚୟ ଲାଗି ସଂକଳ୍ପ କରିବା । ଯେତେବେଳେ ଜନଶକ୍ତି ସ୍ଥିର କରିନେବେ, ସେତେବେଳେ ଆମେ ସଫଳତାର ସହ ଜଳଶକ୍ତିକୁ ସଂରକ୍ଷିତ କରିପାରିବା ।

ଚଳିତ ବର୍ଷ ଜାତିସଂଘ ପକ୍ଷରୁ ବିଶ୍ଵ ଜଳ ଦିବସର ଏକ ସଠିକ ବିଷୟବସ୍ତୁ ରଖାଯାଇଛି ତା’ହେଲା – ବର୍ଜ୍ୟ ଜଳ । ଏହା ଜଳ ବିଶୋଧନ ଏବଂ ଆମ ପୃଥିବୀ ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****