ବହୁ ବର୍ଷ ଧରି ଚାଲିଆସିଥିବା ବୈଦେଶିକ ପୁଞ୍ଜି ବିନିଯୋଗ ବିକାଶ ବୋର୍ଡ (ଏଫଆଇପିବି)କୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଫଆଇପିବିର ଉଚ୍ଛେଦ ପରେ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗମାନେ ବୈଦେଶିକ ପୁଞ୍ଜି ବିନିଯୋଗ ସଂକ୍ରାନ୍ତ ପ୍ରସ୍ତାବ/ଆବେଦନମାନ ନିଜେ ପ୍ରୋସେସିଂ କରି ସରକାରୀ ମଞ୍ଜୁରି ପାଇଁ ପଠାଇବେ ।
ପ୍ରଚଳିତ ବୈଦେଶିକ ପୁଞ୍ଜି ବିନିଯୋଗ ନୀତି ଏବଂ ଫେମା ଆଇନ ମୁତାବକ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗମାନେ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଶିଳ୍ପ ନୀତି ଓ ବିକାଶ ବିଭାଗ ସହିତ ପରାମର୍ଶ କରି ବିଭିନ୍ନ ପୁଞ୍ଜି ବିନିଯୋଗ ପ୍ରସ୍ତାବ ସଂକ୍ରାନ୍ତ ଦରଖାସ୍ତ ପ୍ରୋସେସିଂ କରିବେ । ଏଥିଲାଗି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ କାର୍ଯ୍ୟବିଧି (ଏସଓପି) ଜାରି କରାଯିବ ।
ଏପ୍ରକାର ସରଳ ଓ ସୁବିଧା ଜନକ ବୈଦେଶିକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆବେଦନ ବ୍ୟବସ୍ଥା ଭାରତ ପାଇଁ ବେଶ ଲାଭପ୍ରଦ ହେବ । ବିପୁଳ ପରିମାଣରେ ବୈଦେଶିକ ପୁଞ୍ଜି ଦେଶରେ ବିନିଯୋଗ ହୋଇପାରିବ । ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏଫଆଇପିବିର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ ।
**********