Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଦେଶୀ ତୈଳ କମ୍ପାନୀ ଦ୍ୱାରା କର୍ଣ୍ଣାଟକର ପାଦୁର ପେଟ୍ରୋଲିୟମ ଭଣ୍ଡାର ପୂରଣ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବିଦେଶୀ ରାଷ୍ଟ୍ରୀୟ ତୈଳ କମ୍ପାନୀ (ଏନଓସି)ଗୁଡ଼ିକ ଦ୍ୱାରା କର୍ଣ୍ଣାଟକର ପାଦୁରସ୍ଥିତ ପାଦୁର ରଣନୈତିକ ପେଟ୍ରୋଲିୟମ ଭଣ୍ଡାର (ଏସପିଆର) ପୂରଣ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ପାଦୁରସ୍ଥିତ ତୈଳ ଭଣ୍ଡାର ସୁବିଧା ଏକ ଭୂତଳ ଚଟାଣ ଗୁମ୍ଫା ଯାହାର ମୋଟ କ୍ଷମତା 2.5 ନିୟୁତ ମେଟ୍ରିକ ଟନ ଅଟେ । ଏହାର ଚାରିଟି କମ୍ପାର୍ଟମେଂଟ ରହିଛି ଏବଂ ପ୍ରତ୍ୟେକଟିର କ୍ଷମତା 0.625 ନିୟୁତ ମେଟ୍ରିକ ଟନ ।

ଇଣ୍ଡିଆନ ଷ୍ଟାଟେର୍ଜିକ ପେଟ୍ରୋଲିୟମ ରିଜର୍ଭସ ଲିମିଟେଡ (ଆଇଏସପିଆରଏଲ) ତିନୋଟି ସ୍ଥାନ ଯଥା ବିଶାଖାପାଟଣା (1.33 ନିୟୁତ ମେଟ୍ରିକ ଟନ), ମାଙ୍ଗାଲୋର (1.5 ନିୟୁତ ମେଟ୍ରିକ ଟନ) ଏବଂ ପାଦୁର (2.5 ନିୟୁତ ମେଟ୍ରିକ ଟନ)ରେ ମୋଟ 5.33 ନିୟୁତ ମେଟ୍ରିକ ଟନ ଅଶୋଧିତ ତୈଳର ଭଣ୍ଡାରଣ ପାଇଁ ଭୂତଳ ଚଟାଣ ଗୁମ୍ଫା ନିର୍ମାଣ ସହିତ ଏଗୁଡ଼ିକ କାର୍ଯ୍ୟକ୍ଷମ ମଧ୍ୟ ହୋଇଯାଇଛି । 2017-18 ଆର୍ଥିକ ବର୍ଷ ଲାଗି ଉପଲବ୍ଧ ତଥ୍ୟ ଅନୁଯାୟୀ, ରଣନୈତିକ ପେଟ୍ରୋଲିୟମ ଭଣ୍ଡାର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ମୋଟ 5.33 ନିୟୁତ ମେଟ୍ରିକ ଟନ କ୍ଷମତା ବଳରେ ବର୍ତମାନ ଭାରତର ଅଶୋଧିତ ତୈଳ ସମ୍ବନ୍ଧୀୟ ଆବଶ୍ୟକତା ପାଖାପାଖି 9.5 ଦିନ ପର୍ଯ୍ୟନ୍ତ ପୂରଣ ହୋଇପାରିବ ବୋଲି ଅନୁମାନ କରାଯାଉଛି । 2017-18 ଆର୍ଥିକ ବର୍ଷର ଉପଲବ୍ଧ ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରରେ 6.5 ନିୟୁତ ମେଟ୍ରିକ ଟନ କ୍ଷମତାସମ୍ପନ୍ନ ଅତିରିକ୍ତ ଭଣ୍ଡାରଣ ସୁବିଧା ପ୍ରତିଷ୍ଠା ଲାଗି ଜୁନ, 2018ରେ ନୀତିଗତ ଅନୁମୋଦନ କରିଛନ୍ତି । ଯାହାଫଳରେ ଭାରତର ଜାଳେଣୀ/ଇନ୍ଧନ ନିରାପତ୍ତା ଓ ସୁରକ୍ଷାରେ ଅଧିକ 11.5 ଦିନ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

**********