ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯୭୧ ଯୁଦ୍ଧରେ କର୍ତ୍ତବ୍ୟନିଷ୍ଠା ସହ ଭାରତର ସେବା କରିଥିବା ବୀର ନାୟକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଆଜି ବିଜୟ ଦିବସ ଅବସରରେ ଆମେ ସେହି ସମସ୍ତ ବାହାଦୂର ନାୟକଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଯେଉଁମାନେ ୧୯୭୧ରେ ନିର୍ଣ୍ଣାୟକ ଯୁଦ୍ଧରେ ବିଜୟ ସୁନିଶ୍ଚିତ କରି କର୍ତ୍ତବ୍ୟନିଷ୍ଠାର ସହ ଭାରତର ସେବା କରିଥିଲେ । ସେମାନଙ୍କ ବୀରତ୍ୱ ଏବଂ ସମର୍ପଣ ଦେଶ ପାଇଁ ଅତ୍ୟନ୍ତ ଗୌରବର ଉତ୍ସ । ସେମାନଙ୍କ ବଳିଦାନ ଏବଂ ଅଦମ୍ୟ ନିଷ୍ଠା ସବୁଦିନ ପାଇଁ ଲୋକଙ୍କ ହୃଦୟରେ ଏବଂ ଆମ ଦେଶର ଇତିହାସରେ ଲିପିବଦ୍ଧ । ଭାରତ ସେମାନଙ୍କ ବୀରତ୍ୱକୁ ସାଲ୍ୟୁଟ କରେ ଏବଂ ସେମାନଙ୍କ ଅଦମ୍ୟ ଭାବନାକୁ ସ୍ମରଣ କରେ ।’
SR
Today, on Vijay Diwas, we pay heartfelt tributes to all the brave heroes who dutifully served India in 1971, ensuring a decisive victory. Their valour and dedication remain a source of immense pride for the nation. Their sacrifices and unwavering spirit will forever be etched in…
— Narendra Modi (@narendramodi) December 16, 2023